spot_img
Home Blog Page 3959

ରକ୍ତମୁଖା ରୁଷ, ୟୁକ୍ରେନ ରାଜଧାନୀ କିବ ଉପରେ କଲା କ୍ଷେପଣାସ୍ତ୍ର ମାଡ଼

ନନ୍ଦିଘୋଷ ବ୍ୟୁରୋ: ରକ୍ତମୁଖା ଋଷ । ୟୁକ୍ରେନ କ୍ୟାପିଟାଲରେ ଘମାଘୋଟ ଯୁଦ୍ଧ । ରାଜଧାନୀ କିବ ଉପରେ ଘନ ଘନ ଏୟାଷ୍ଟ୍ରାଇକ । କ୍ରିମିଆ ଆଟାକ ପରେ କିବ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଋଷ । ସକାଳୁ ସକାଳୁ ହମଲାକୁ ଜୋରଦାର କରିଛି ମସ୍କୋ । ରିପୋର୍ଟିଂ ବେଳେ କ୍ୟାମେରାରେ ଲୋକାଲ ମିଡିଆ କ୍ୟାମେରାରେ କଏଦ ହୋଇଛି ବିସ୍ଫୋରଣ ସମୟର ଦୃଶ୍ୟ ।

ଲଗାତାର କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଧୂଆଁ ଧୂଆଁ ହୋଇଥିଲା ପୁରା ସହର । ରେଳ ଷ୍ଟେସନ ନିକଟରେ ବ୍ଲାଷ୍ଟ ହୋଇଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ । କିବ ସମେତ ଆଖପାଖ ପ୍ରାନ୍ତରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି ।

ସେହିପରି ଗତକାଲି ରାତିରେ ଜେପୋରଜିଆରେ ଋଷର ହମଲା ଯୋଗୁ ଅନେକ ବିଲ୍ଡିଂ ଧ୍ବଂସ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଥିବା ସ୍ଥାନୀୟ ୟୁକ୍ରେନ ପକ୍ଷରୁ କୁହାଯାଇଛି । ସେପଟେ କେର୍ଚ୍ଚ ବ୍ରିଜ ବ୍ଲାଷ୍ଟ ଓ ୟୁକ୍ରେନ ଯୁଦ୍ଧରେ କ୍ଷୟକ୍ଷତି ନେଇ ଆଜି ସମୀକ୍ଷା କରିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ବୈଠକରେ ଆଲୋଚନା ହୋଇପାରେ ।

ଜନ୍ମସ୍ଥାନ ସୈଫଇରେ ହେବ ଅନ୍ତିମ ସଂସ୍କାର, ୟୁପିରେ ୩ଦିନିଆ ରାଜକୀୟ ଶୋକ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଆଜି ସକାଳେ ପରଲୋକ ଘଟିଛି । ୮୨ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଦେଶ ଏକ ବିଶିଷ୍ଟ ନେତାଙ୍କୁ ହରାଇଛି ।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ରାଜ୍ୟରେ ୩ଦିନିଆ ରାଜକୀୟ ଶୋକ ଘୋଷଣା । ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ କରାଯିବ ବୋଲି ସେ କହିଛନ୍ତି । ଆସନ୍ତାକାଲି ଜନ୍ମସ୍ଥାନ ସୈଫଇରେ ମୁଲାୟମଙ୍କ ଅନ୍ତିମ ସଂସ୍କାର କରାଯିବ । ତାଙ୍କ ପ୍ରାର୍ଥିବ ଶରୀର ମେଦାନ୍ତା ହସ୍ପିଟାଲରୁ ଯମୁନା ଏକ୍ସପ୍ରେସୱେ ଏବଂ ଆଗରା ଲକ୍ଷ୍ନୌ ଏକ୍ସପ୍ରେସ ଦେଇ କରହଲ କଟରୁ ସୈଫଇ ଅଭିମୁଖେ ଯିବ । ଆସନ୍ତା କାଲି ଅପରାହ୍ନ ୩ ଟାରେ ସୈଫଇରେ ଅନ୍ତିମସଂସ୍କାର ହେବ ।

ଆଖଡା ଶାଳରୁ ମୁଖ୍ୟମନ୍ତ୍ରୀ…ତୃଣମୂଳ ସ୍ତରରୁ ଆରମ୍ଭ ହୋଇଥିଲା ରାଜନୈତିକ ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ୮୨ ବର୍ଷ ବୟସରେ ପରଲୋକ ଘଟିଛି । ଅସୁସ୍ଥତା କାରଣରୁ ଦୀର୍ଘଦିନ ହେବ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ…ସବୁଠି ସଫଳ ପଛୁଆ ବର୍ଗଙ୍କ ପ୍ରବାଦ ପୁରୁଷ ଥିଲେ ମୁଲାୟମ ।

ତେବେ କଣ ଆପଣ ଜାଣିଛନ୍ତି କି ଦିନେ ସେଇ ପ୍ରବାଦ ପୁରୁଷ ମୁଲାୟମ ଦିନେ କୁସ୍ତିଯୋଦ୍ଧା ଥିଲେ । ବାପା ଚାହୁଁଥିଲେ ପୁଅ ମୁଲାୟମ କୁସ୍ତିଯୋଦ୍ଧା ଭାବେ ନାଁ କରୁ । କିନ୍ତୁ ତାଙ୍କୁ ଜଣାନଥିଲା ଯେ ସେହି ଆଖଡା ଶାଳରୁ ପୁଅର ଜୀବନକୁ ନୂଆ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ମିଳିଯିବ ବୋଲି । ଉଦ୍ଦେଶ୍ୟ ଲୋକଙ୍କ ସେବର, ଉଦ୍ଦେଶ୍ୟ ରାଜନୀତିର । କୁସ୍ତି ସମୟରେ ମୁଲାୟମ ନିଜର ରାଜନୈତିକ ଗୁରୁ ନଥ୍ୟୁସିଂହଙ୍କୁ ମୈନପୁରରେ ଆୟୋଜିତ ଏକ କୁସ୍ତି-ପ୍ରତିଯୋଗିତାରେ ପ୍ରଭାବିତ କରିଥିଲେ । ଏହିଠାରୁ ହିଁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ।

ନଥ୍ୟୁସିଂହଙ୍କ ପରମ୍ପରାଗତ ବିଧାସନଭା କ୍ଷେତ୍ର ଜସୱନ୍ତନଗରରୁ ହିଁ ମୁଲାୟମ ସିଂ ୟାଦବ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । 1939 ମସିହା ନଭେମ୍ବର 22ରେ ଉତ୍ତରପ୍ରଦେଶର ଇଟାଓ୍ବା ଜିଲ୍ଲା ସଇଫାଇ ଗ୍ରାମରେ ଜନ୍ମିତ ମୁଲାୟମ ଛାତ୍ର ଜୀବନରୁ ସମାଜବାଦୀ ଦର୍ଶନ ପ୍ରତି ହୋଇଥିଲେ ଆକୃଷ୍ଟ । ରାମ ମନୋହର ଲୋହିୟା ଓ ରାଜ ନାରାୟଣ ଯାଦବଙ୍କ ଆଦର୍ଶରେ ଅନୁପ୍ରାଣୀତ ମୁଲାୟମ ପ୍ରଥମେ 1967ରେ ଯଶଓ୍ବନ୍ତ ନଗର ବିଧାୟକ ଭାବେ ନିର୍ବାଚିତ ହୋଇ ମାତ୍ର ୨୮ ବର୍ଷ ବୟସରେ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର ।

ଯେତବେଳେ କି ତାଙ୍କ ପରିବାରର କୌଣସି ରାଜନୈତିକ ଭିତ୍ତିଭୂମି ନଥିଲା । ତା ପରଠାରୁ 8 ଥର ବିଧାୟକ ହୋଇଥିଲେ ମୁଲାୟମ । 1975 ଜରୁରୀକାଳୀନ ପରିସ୍ଥିତି ବେଳେ ସେ 19 ମାସ ଧରି ରହିଥିଲେ ବନ୍ଦୀ । 1977ରେ ସେ ପ୍ରଥମ ଥର ଲାଗି ହୋଇଥିଲେ ମନ୍ତ୍ରୀ । 1980ରେ ଉତ୍ତରପ୍ରଦେଶ ଲୋକଦଳର ସଭାପତି ହୋଇଥିଲେ । 1982ରେ ସେ ଉତ୍ତରପ୍ରଦେଶ ବିଧାନ ପରିଷଦରେ ବିରୋଧୀ ଦଳ ନେତା ନିର୍ବାଚିତ ହୋଇଥିଲେ । ପ୍ରଥମ ଥର ଲାଗି ସେ 1989ରେ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ନଭେମ୍ବର 1990ରେ କେନ୍ଦ୍ରରେ ଭି.ପି. ସିଂ ସରକାରର ପତନ ପରେ ମୁଲାୟମ ଚନ୍ଦ୍ରଶେଖର ନେତୃତ୍ବାଧୀନ ସମାଜବାଦୀ ଜନତା ପାର୍ଟିରେ ଯୋଗଦେଇଥିଲେ । ତେବେ କଂଗ୍ରେସର ସମର୍ଥନ ପ୍ରତ୍ୟାହାର ପରେ ମାତ୍ର ଦୁଇ ବର୍ଷ ମୁଖ୍ୟମନ୍ତ୍ରୀ ରହି ଇସ୍ତଫା ଦେଇଥିଲେ । 1992ରେ ସେ ଗଠନ କରିଥିଲେ ସମାଜବାଦୀ ପାର୍ଟି । 1993ରେ ବହୁଜନ ସମାଜ ପାର୍ଟି ସହ ମେଣ୍ଟ କରି ସେ ପୁନର୍ବାର ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ।

2002ରେ ବିଜେପି ସହ ବିଏସପି ମେଣ୍ଟ କରି ମାୟାବତୀ ମୁଖ୍ୟମନ୍ତ୍ରୀ ହେବା ଘଟଣା ମୁଲାୟମଙ୍କ ଲାଗି ଥିବା ବୃହତ ଚାଲେଞ୍ଜ । ମାତ୍ର ଏହି ସରକାରର ପତନ ପରେ 2003ରେ ବିଭିନ୍ନ କ୍ଷୁଦ୍ର ଦଳର ସମର୍ଥନରେ ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ । ସେତେବେଳେ ସେ ସାଂସଦ ଥିବାରୁ ଏବଂ ବିଧାୟକ ହେବା ଜରୁରୀ ଥିବାରୁ ସେ ଗୁନାଉର ବିଧାନସଭା ଆସନରୁ ଲଢି 94 ପ୍ରତିଶତ ଭୋଟ ପାଇ ରେକର୍ଡ କରିଥିଲେ ।

1996ରେ ସେ ମଇନପୁର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇ ସେ କେନ୍ଦ୍ରର ମେଣ୍ଟ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ହେବାକୁ ସକ୍ଷମ ହୋଇଥିଲେ ।  2004ରେ ମଇନପୁରୀ ଲୋକସଭା ଆସନରୁ ଲଢି ବିଜୟୀ ହୋଇଥିଲେ । ମାତ୍ର ପରେ ସେ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । 1999ରେ ସେ ଏକାଦିକ୍ରମେ ସମ୍ବଲ ଓ କନୌଜରୁ ସାଂସଦ ଭାବେ ବିଜୟୀ ହୋଇଥିଲେ ଏବଂ କନୌଜରୁ ଇସ୍ତଫା ଦେଇଥିଲେ । ଏହି ଆସନରେ ଲଢିଥିଲେ ପୁତ୍ର ଅଖିଳେଶ ଯାଦବ ।

କନୌଜ ଆସନରୁ ଅଖିଳେଶ ଏକାଦିକ୍ରମେ 2000, 2004 ଓ 2009ରେ ବିଜୟୀ ହୋଇଥିଲେ । ଅନେକ ବିବାଦରେ ଛନ୍ଦି ହୋଇଥିଲେ ମୁଲାୟମ । ଉତ୍ତରାଖଣ୍ଡକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ଚର୍ଚ୍ଚାରେ ଥିଲେ ମୁଲାୟମ । ସେହିପରି ତିବ୍ବତକୁ ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ଦିଆଯାଉ ବୋଲି ସେ ଦାବି କରିଥିଲେ ।

ନୀତି ନିୟମରେ କଠୋର ଥିବା ମୁଲାୟମ ଏପରିକି 2016ରେ ପୁତ୍ର ଅଖିଳେଶ ଯାଦବ ଓ ପୁତୁରା ରାମ ଗୋପାଳଙ୍କୁ ଦଳରୁ 6 ବର୍ଷ ଲାଗି ବହିଷ୍କାର କରିଥିଲେ । ମାତ୍ର 24 ଘଣ୍ଟା ପରେ ଏହି ଆଦେଶ ପ୍ରତ୍ୟାହୃତ ହୋଇଥିଲା । ଦଳୀୟ ନେତୃତ୍ବକୁ ନେଇ ପୁତ୍ର ଅଖିଳେଶଙ୍କଠାରୁ ବିରୋଧର ସମ୍ମୁଖୀନ ହୋଇଥିଲେ ମୁଲାୟମ । 2017ରେ ବାପାଙ୍କ ବଦଳରେ ପୁଅ ଅଖିଳେଶ ହୋଇଥିଲେ ଜାତୀୟ ସଭାପତି ।

ମୁଲାୟମଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ବରିଷ୍ଠ ରାଜନେତା ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ସକାଳ ୮ ଟା ୧୬ ମିନିଟରେ ଗୁରୁଗ୍ରାମର ବେଦାନ୍ତ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ମୃତ୍ୟୁରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ସେହିପରି ମୁଲାୟମ ସିଂ ଯାଦବଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ନବୀନ ଲେଖିଛନ୍ତି, ”ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ମର୍ମାହତ ହୋଇଛି । କୁପ୍ରଥାକୁ ଉଚ୍ଛେଦ କ୍ଷେତ୍ରରେ ସମାଜିକ ନେତା ମୁଲାୟମଙ୍କ ଯୋଗଦାନ ସବୁବେଲେ ମନେରହିବ । ଶୋକସନ୍ତପ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା  । ଓମ୍ ଶାନ୍ତି । ”

ବରିଷ୍ଠ ରାଜନେତା ମୁଲାୟମ ସିଂ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ବରିଷ୍ଠ ରାଜନେତା ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ସକାଳ ୮ ଟା ୧୬ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୟୁରିନ ଇମ୍ଫେକ୍ସନ କାରଣରୁ ୨୬ ସେପ୍ଟେମ୍ବରରୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୨ ଅକ୍ଟୋବରେ ଅକ୍ସିଜେନ ଲେବୁଲ କମ୍ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ୟୁରିନ ଇମ୍ଫେକ୍ସନ ସହ ତାଙ୍କ ରକ୍ତ ଚାପ ମଧ୍ୟ ବୃଦ୍ଧି ପାଇଥିଲା ।

ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବା କାଣରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଆଜି ସକାଳୁ ତାଙ୍କର ନିଧନ ଘଟିଛି । ତାଙ୍କ ମୃତ୍ୟୁ ନେଇ ପୁଅ ଅଖିଳେଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ମୋର ଆଦରଣୀୟ ପୁଅ ଏବଂ ସମସ୍ତଙ୍କ ନେତାଜୀ ଆଉ ନାହାନ୍ତି । ତାଙ୍କର ମୃତ୍ୟୁରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ମୁଲାୟମଙ୍କ ଜୀବନୀ କଥା ଦେଖିବାକୁ ଗଲେ, ୨୨ ନଭେମ୍ବର ୧୯୩୯ରେ ଉତ୍ତରପ୍ରଦେଶର ସୈଫଇରେ ଜନ୍ମଗ୍ରହଣ କରିଥିଲେ ମୁଲାୟମ । ପାଞ୍ଚ ଜଣ ଭାଇ ଭଉଣୀଙ୍କ ମଧ୍ୟରେ ମୁଲାୟମ ଦ୍ୱିତୀୟ ନମ୍ବର ସ୍ଥାନରେ ଥିଲେ ।

ପାଠ ପଢ଼ା ସରିବା ପରେ ମୈନପୁରୀର କରହଲରେ ଜୈନ ଇଣ୍ଟର କଲେଜରେ ପ୍ରଫେସର ଥିଲେ ମୁଲାୟମ । ଏବଂ ସେ ଦୁଇଟି ବିବାହ କରିଥିଲେ । ପ୍ରଥମ ପତ୍ନୀ ମାଳତୀ ଦେବୀଙ୍କ ମୃତ୍ୟୁ ମଇ ୨୦୦୩ରେ ହୋଇଯାଇଥିଲା । ଏହାପରେ ୨୦୦୭ରେ ସାଧନା ଗୁପ୍ତାଙ୍କୁ ଦ୍ୱିତୀୟ ପତ୍ନୀ ରୂପରେ ସେ ମାନ୍ୟତା ଦେଇଥିଲେ । ଅଖିଳେଶ ଯାଦବ ମୁଲାୟମଙ୍କ ପ୍ରଥମ ସ୍ତ୍ରୀର ପୁଅ ଅଟନ୍ତି ।

ରାଜନୈତିକ ଯାତ୍ରା କଥା ଦେଖିବାକୁ ଗଲେ, ୫୫ ବର୍ଷର ରାଜନୀତିରେ ସେ ଅନେକ ମାଇଲଷ୍ଟୋନ ସ୍ଥାପନ କରିଛନ୍ତି । ମୁଲାୟମ ସିଂ ୧୯୬୭ରେ ୨୮ ବର୍ଷ ବୟସରେ ଜସୱନ୍ତନଗରରୁ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ସମୟରେ ତାଙ୍କ ପରିବାରର କୌଣସି ରାଜନୈତିକ ବ୍ୟାକଗ୍ରାଉଣ୍ଡ ନଥିଲା । ତୃଣମୂଳ ସ୍ତରରୁ ସେ ରାଜନୀତି ଆରମ୍ଭ କରିଥିଲେ । ୫ ଡିସେମ୍ବର ୧୯୮୯ରେ ମୁଲାୟମ ପ୍ରଥମ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ପରେ ଆଉ ଦୁଇଥର ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । କେନ୍ଦ୍ରରେ ଦେବଗୌଡା ଏବଂ ଗୁଜରାଲ ସରକାରରେ ରକ୍ଷାମନ୍ତ୍ରୀ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ନେତାଜୀ ନାଁରେ ପରିଚିତ ମୁଲାୟମ ୭ ଥ ଲୋକସଭା ସାଂସଦ ଏବଂ ୯ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୪ ଅକ୍ଟୋବର ୧୯୯୨ ମସିହାରେ ସମାଜବାଦୀ ପାର୍ଟିର ସ୍ଥାପନା କରିଥିଲେ ।

ଭୟଙ୍କର ହୋଇପାରେ ବିଶ୍ବ ମାନ୍ଦାବସ୍ଥା !

ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ହୋଇପାରେ ବିଶ୍ବ ମାନ୍ଦାବସ୍ଥା ! ଗ୍ଲୋବାଲ ରିସେସନକୁ ନେଇ ବଢ଼ିଲା ଚିନ୍ତା । ବଡ଼ ବଡ଼ କମ୍ପାନୀ କର୍ମଚାରୀ ଛଟେଇ କରୁଥିବା ବେଳେ ଏ ନେଇ ସତର୍କ କରାଇଛି ଇଣ୍ଟରନାସନାଲ ମନିଟାରୀ ଫଣ୍ଡ ବା IMF । ମାନ୍ଦାବସ୍ଥାକୁ ନେଇ ଅନେକ ଆଶଙ୍କା ଜାରି ରହିଛି । ଏସବୁ ଭିତରେ ସାଂଘାତିକ ରିପୋର୍ଟ ଦେଇଛି KMPG ୨୦୨୨ ସିଇଓ ଆଉଟଲୁକ୍ ।

ବିଶ୍ବର ବଡ଼ ବଡ଼ କମ୍ପାନୀର ସିଇଓଙ୍କୁ ନେଇ କରାଯାଇଥିବା ଏହି ସର୍ଭେ ରିପୋର୍ଟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି । ଆସନ୍ତା ୧୨ ମାସ ମଧ୍ୟରେ ବିଶ୍ବ ସାଂଘାତିକ ଆର୍ଥିକ ସ୍ଥିତିର ସାମ୍ନା କରିବ ବୋଲି ସର୍ଭେରେ ସାମିଲ ୮୬ ପ୍ରତିଶତ ସିଇଓ ମତ ଦେଇଛନ୍ତି । ବିଶ୍ବ ମାନ୍ଦାବସ୍ଥା ଆଶଙ୍କା ଭିତରେ ଅନେକ ଲୋକ ଚାକିରି ହରାଇପାରନ୍ତି ।

ସର୍ଭେର ସାମିଲ ପ୍ରତ୍ୟେକ ୧୦ଜଣରେ ୯ଜଣ ସିଇଓ ମାନ୍ଦାବସ୍ଥାକୁ ନେଇ ଆଶଙ୍କା ବ୍ୟକ୍ତ କରିଥିବା ବେଳେ ୭୬ ପ୍ରତିଶତ ସିଇଓ ଏହା ସାମାନ୍ୟ ହେବ ବୋଲି ମତ ରଖିଛନ୍ତି । ବିଶ୍ବ ମାନ୍ଦାବସ୍ଥା କମ୍ପାନୀ ଆୟକୁ 10 ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବିତ କରିବ ବୋଲି ୭୧ ପ୍ରତିଶତ ସିଇଓ ଆଶଙ୍କା କରିଛନ୍ତି ।

ଭୌଗୋଳିକ ଓ ଅର୍ଥନୈତକ ଆହ୍ବାନ ସତ୍ତ୍ବେ ୨୦୨୨ ଆରମ୍ଭରୁ ବିଶ୍ବ ଅର୍ଥନୀତିରେ ଯଥେଷ୍ଟ ସୁଧାର ଦେଖିବାକୁ ମିଳିଥିଲା । ବିଶ୍ବ କରୋନା ମହାମାରୀ ଭଳି ସାଂଘାତିକ ସ୍ଥିତିର ସାମ୍ନା କରିସାରିଛି । ତେବେ ୨୦୨୧ରେ ଅଭିବୃଦ୍ଧି ୨୦୨୧ରୁ ସାମାନ୍ୟ ହ୍ରାସ ରହିପାରେ ଆଶଙ୍କା କରିଛନ୍ତି ୮୫ ପ୍ରତିଶତ ସିଇଓ ।

ନାଇଜେରିଆ ଡଙ୍ଗା ଦୁର୍ଘଟଣାରେ ୭୬ ଜଣଙ୍କ ମୃତ୍ୟୁ

ନାଇଜେରିଆ: ନାଇଜେରିଆର ଏନାମ୍ବ୍ରା ସହରରେ ଡଙ୍ଗା ବୁଡ଼ି ଘଟଣାରେ ୭୬ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ କୁହାଯାଉଛି ଯେ, ଡଙ୍ଗାରେ ୮୫ ଜଣ ଥିଲେ ଏବଂ ବନ୍ୟା କାଣରୁ ଏହି ଦୁର୍ଘଟଣା ଘଟିଛି । ନାଇଜେରିଆନ ରାଷ୍ଟ୍ରପତି ମୁହମ୍ମଦୁ ବୁହାରୀ ଟ୍ୱିଟ କରି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ସେ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁଯାୟୀ, ଗତ ଶୁକ୍ରବାର ୮୫ ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ନଦୀ ପାର୍ ହେଉଥିଲା । ନଦୀରେ ବନ୍ୟା ଆସିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ଖବର ପାଇ ଉଦ୍ଧାରକାରୀ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ଲାଗିଥିଲା । ପ୍ରଥମେ ୧୦ ଜଣଙ୍କ ମୃତ୍ୟୁ ଖବର ଆସିଥିଲା । ହେଲେ ଏବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୭୬ ହୋଇଛି ।

ଏବେ ବି ଅନେକ ନିଖୋଜ ଅଛନ୍ତି । ସେମାନଙ୍କର ଖୋଜା ଚାଲିଛି । ରାଷ୍ଟ୍ରପତି ମୁହମ୍ମଦୁ ଟ୍ୱିଟ କରି ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା ପାଇଁ କହିବା ସହ ଡଙ୍ଗାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଯେମିତି ଏପରି ଘଟଣା ନଘଟିବ ସେନେଇ ସୁରକ୍ଷା ମାନଦଣ୍ଡ ନିର୍ଦ୍ଧାରିତ କରିବା ପାଇଁ କହିଛନ୍ତି ।

ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ

ନନ୍ଦିଘୋଷ ବ୍ୟୁରୋ: ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ । ପାଣି ପାଣି ଉତ୍ତରପ୍ରଦେଶ ଓ ଦିଲ୍ଲୀର ଅଧିକାଂଶ ଅଞ୍ଚଳ । ଦୁଇ ଦିନ ଲଗାଣ ବର୍ଷା ପରେ ଆଜି ବି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସତର୍କତା ପରେ ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ କରିଦିଆଯାଇଛି । ନୋଏଡା, ଲକ୍ଷ୍ନୌ, ଗାଜିଆବାଦ, କାନପୁର ଆଦି ଜିଲ୍ଲାରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ଅନେକ ସ୍ଥାନରେ ବଜ୍ରପାତ ଓ ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ପ୍ରାୟ ୧୨ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀର ଲାହୋରି ଗେଟରେ ଏକ ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ୫ଜଣ ଗୁରୁତର ହୋଇଛନ୍ତି । ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ । ମହାରାଷ୍ଟ୍ରରେ ବି ଆଗାମୀ ୩-୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ଉତ୍ତରାଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁରେ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି ।

ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ, ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଜିପିଏଫ ଡିଭିଜିନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୩ ଡିଏସପି, ୧୧ ଇନ୍ସପେକ୍ଟର, ୨ ଜଣ ସବ୍ ଇନ୍ସପେକ୍ଟରଙ୍କ ସହ ୫ ଜଣ ଏଏସଆଇ ସାମିଲ ହୋଇଛନ୍ତି ।

ଭୁବନେଶ୍ବରରେ ଥିବା କାର୍ଯ୍ୟାଳୟ ସାଙ୍ଗକୁ ବାସଭବନ ଓ ସମ୍ପର୍କୀୟ ଘରେ ରେଡ୍ କରିଛି ଭିଜିଲାନ୍ସ । କଟକ ସିଡିଏ ସେକ୍ଟର ୭ର ପ୍ଲଟ ନମ୍ବର E/୧୨୨ରେ ଥିବା ତିନିମହଲା କୋଠା, ସାଲେପୁର ଚମ୍ପତିପାଟଣାରେ ଏକ ମହଲା କୋଠା ଠାବ ହୋଇଛି । ସେହିପରି ଜଟଣୀରେ ଥିବା ଏକ ଫ୍ଲାଟ୍ ଓ ଜଗତସିଂହପୁର କୁଜଙ୍ଗ ନିକଟ ଗଣ୍ଡକିପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ ଚାଲିଛି ।

ଅନନ୍ତନାଗରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଲଗାତାର ସେନା ପକ୍ଷରୁ ଆତଙ୍କବାଦୀ ନିରୋଧୀ ଅଭିଯାନ ଜାରି ରହିଛି । ଗତ କିଛି ଦିନ ହେବ କମ୍ବିଂ ଅପରେସନ କରାଯାଇ ଆତଙ୍କୀମାନଙ୍କୁ ନିପାତ କରାଯାଉଛି । ଏବେ ବି ଆତଙ୍କବାଦ ସେନା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ରହିଛି । ଗତକାଲି ବିଳିମ୍ବିତ ରାତିରେ ମଧ୍ୟ ଅନନ୍ତନାଗରେ ପୋଲିସ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଖବର ଆସିଥିଲା ।

ଆଜି ସକାଳୁ ସକାଳୁ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଅଞ୍ଚଳରେ ଏବେବି ଅପରେଶନ ଜାରି ରହିଛି । ତେବେ ସୂଚନାନୁଯାୟୀ, ଦକ୍ଷିଣ କାଶ୍ମୀରର ତଙ୍ଗପାୱାରେ ଆତଙ୍କବାଦୀଙ୍କ ଲୁଚିରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଞ୍ଚଳକୁ ସିଲ୍ କରାଯାଇଥିଲା । ତଲାସ ଅଭିଯାନ ସମୟରେ ଆତଙ୍କୀ ଗୁଳିମାଡ଼ କରିଥିଲେ । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଗୁଳିମାଡ଼ କରାଯାଇଥିଲା । ରାତିସାରା ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଏବଂ ସକାଳୁ ଦୁଇ ଆତଙ୍କୀଙ୍କୁ ସେନା ମାରି ଗଡ଼ାଇଛି ।