spot_img
Home Blog Page 3897

୩୧ ହଜାର ବର୍ଷ ତଳେ ହେଉଥିଲା ସର୍ଜରୀ,ମିଳିଲା ଗୋଡ଼ କଟା ହୋଇଥିବା କଙ୍କାଳ

ଜାକର୍ତ୍ତା: ଆଜିକାଲି ଆଧୁନିକ ଯୁଗରେ ମେଡିକାଲ ସାଇନ୍ସ ବହୁତ ଉଚ୍ଚ ସ୍ତରକୁ ଗଲାଣି । ଏବେ କିଛି ବି ଅସମ୍ଭବ ନୁହଁ । ହେଲେ ଆପଣ କେବେ ଭାବିଛନ୍ତି କି ପୁରୁଣା ଯୁଗରେ ହାଡ ଗୋଡ଼ ଭାଙ୍ଗୁଥିଲେ କିପରି ଯୋଡ଼ା ଯାଉଥିଲା । ପାଷାଣ କାଳରେ କ’ଣ ମେଡିକାଲ ସାଇନ୍ସ ଥିଲା ।

ଏବେ ଇଣ୍ଡୋନେସିଆର ଏକ ଗୁମ୍ଫାରେ ଏକ କଙ୍କାଳ ମିଳିଛି ଯାହା ମେଡିକାଲ ସାଇନ୍ସର ଇତିହାସ ବଦଳେଇଦେଇପାରେ । ଏହି କଙ୍କାଳ ଦେଖି ବୈଜ୍ଞାନିକଙ୍କ କହିବା କଥା ହେଲା ଏହା ୩୧ ହଜାର ବର୍ଷ ପୂରୁଣା ହୋଇଥାଇପାରେ । ପୂର୍ବ କାଲିମନ୍ତନ ପ୍ରାନ୍ତରେ ଥିବା ଏକ ଗୁମ୍ଫାରେ ଏହାକୁ ପୋତା ଯାଇଥିଲା ।

ଏହି କଙ୍କାଳ ଜଣେ ପୁରୁଷ କି ମହିଳାଙ୍କର ତାହା ଜଣାପଡ଼ିନାହିଁ । କିନ୍ତୁ ଏହି କଙ୍କାଳ ଖୋଳିବା ସମୟରେ ଯାହା ନଜରକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି ।  ଏକ ଜର୍ନାଲରେ ଲେଖା ହୋଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, କଙ୍କାଳର ବାମପଟ ଗୋଡ଼ ନାହିଁ । ଏହାକୁ ଅତି ସାବଧାନତାର ସହ ବିଲକୁଲ ମେଡିକାଲ ଚିକିତ୍ସା ଭଳି କଟାଯାଇଛି । କଙ୍କାଳର ବୟସ ୧୯ରୁ ୨୧ ବର୍ଷ ମଧ୍ୟରେ ହେବ । ଗୋଡକୁ ଅତି ସାବଧାନତାର ସହ କାଟିବା ମାନେ ହେଲା ପୂର୍ବ କାଳରେ ମଧ୍ୟ ଲୋକଙ୍କୁ ଚିକିତ୍ସା ପଦ୍ଧତି ଜଣା ଥିଲା । ସେମାନେ ମଧ୍ୟ ଏହି ପଦ୍ଧତିରେ ନିପୁଣ ଥିଲେ ।

୨୦୨୦ ମସିହାରେ ମଧ୍ୟ ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆର ପ୍ରତ୍ନତତ୍ତ୍ବବିତମାନେ ଏକ କଙ୍କାଳ ପାଇଥିଲେ ଯେଉଁଥିରେ ଜଣା ପଡ଼ିଥିଲା ଯେ, ପୂର୍ବ କାଳରେ ମଧ୍ୟ ଲୋକମାନଙ୍କୁ ଚିକିତ୍ସା କୌଶଳ ବେଶ ଭଲ ଭାବେ ଜଣା ଥିଲା ।

ମୋ ବସ୍ ଡ୍ରାଇଭରଙ୍କୁ ଲୁହା ରଡରେ ଆକ୍ରମଣ

ଭୁବନେଶ୍ୱର: ରାସ୍ତା ଜାମ୍ ହେବାରୁ ମୋ ବସ ଉପରେ ଆକ୍ରମଣ । ମାଷ୍ଟରକ୍ୟାଣ୍ଟିନରୁ ସୁନ୍ଦରପଦା ରୁଟ ଦେଇ ଜଟଣୀ ଯାଉଥିବା ମୋ ବସ ଉପରେ ଆକ୍ରମଣ କରିଛନ୍ତି ଜଣେ ଯୁବକ । ଲୁହା ରଡ୍‌ରେ ଗାଡ଼ିର କାଚ୍ ଭାଙ୍ଗିବା ସହ ଡ୍ରାଇଭରଙ୍କୁ କରିଛନ୍ତି ମରଣାନ୍ତକ ଆକ୍ରମଣ । ବିରବନ୍ଧ ନିକଟରେ ମୋ ବସ ଯାତ୍ରୀ ଉଠାଇବାବେଳେ ସଂକୀର୍ଣ୍ଣ ରାସ୍ତା ପାଇଁ ରାସ୍ତା ଜାମ୍‌ ହୋଇଥିଲା । ବସ ପଛରେ ଅନେକ ଗାଡ଼ି ଅଟକି ରହିଥିଲା ।

ଘଟଣା ସ୍ଥଳରେ ଜଣେ ଯୁବକ ପାଟିଟୁଣ୍ଡ କରିଥିଲେ । ପରେ ସଂପୃକ୍ତ ଓଇସି ଛକ ନିକଟରେ ବସକୁ ଅଟକାଇ ଗାଳିଗୁଲଜ କରିବା ସହିତ ଲୁହା ରଡରେ ଗାଡ଼ିର କାଚ ଭାଙ୍ଗିଥିଲେ । ଏହା ସହ ବସ ଡ୍ରାଇଭରଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଡ୍ରାଇଭର । ମୋ ବସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କ ଚିକିତ୍ସା କରାଇବା ସହ ପିପିଲି ଥାନାରେ ଅଭିଯୋଗ କରିଛନ୍ତି ।

ଲବଣ ସତ୍ୟାଗ୍ରହ ବିଦ୍ୟାପୀଠର ଖେଳ ଶିକ୍ଷକଙ୍କ ଆତ୍ମହତ୍ୟା !

ବାଲେଶ୍ୱର: ଖେଳ ସାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  । ସ୍କୁଲ ଘର ପାଖରେ ଥିବା ଭଡ଼ା ଘରେ ଝୁଲୁଛି  ଖେଳ ଶିକ୍ଷକଙ୍କ ମୃତଦେହ  ।  ଆତ୍ମହତ୍ୟା ହୋଇଥିବା ନେଇ ହୋଇଛି ଅଭିଯୋଗ ।

ବାଲେଶ୍ୱର ଇଞ୍ଚୁଡି ଠାରେ ଲବଣ ସତ୍ୟାଗ୍ରହ ବିଦ୍ୟାପୀଠର ଖେଳ ଶିକ୍ଷକ ପର୍ଶୁରାମ ସେଠୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ସ୍କୁଲ ନିକଟରେ ଥିବା ଭଡା ଘରୁ ଉଦ୍ଧାର ହୋଇଛି ଖେଳ ଶିକ୍ଷକ ପର୍ଶୁରାମ ସେଠୀଙ୍କ ମୃତଦେହ । ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି । କିନ୍ତୁ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ଶିକ୍ଷକ ଜଣଙ୍କ ତାହାର କାରଣ ଜଣାପଡ଼ିନାହିଁ  ।

ଆନ୍ଧ୍ରରେ ଧରାପଡ଼ିଲେ ଚନ୍ଦନ ତସ୍କର, ପୁଷ୍ପା ଷ୍ଟାଇଲରେ ହେଉଥିଲା ଚାଲାଣ

ନନ୍ଦିଘୋଷ ବ୍ୟୁରୋ: ପୁଷ୍ପା ଷ୍ଟାଇଲରେ ଚୋରା ଚାଲାଣ ହେଉଥିଲା ବିରଳ ରକ୍ତ ଚନ୍ଦନ କାଠ । ଓଡ଼ିଶାରୁ ଖସି ପଳାଉଥିବା ବେଳେ ଆନ୍ଧ୍ରରେ ଧରାପଡ଼ିଲେ ଚନ୍ଦନ ତସ୍କର । ୪ କୁଇଣ୍ଟାଲର ରକ୍ତ ଚନ୍ଦନ କାଠ ସହ ତିନୋଟି କାର , ୧୪ଟି ମୋବାଇଲ ଏବଂ ଗୋଟିଏ ଟ୍ରକ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଶ୍ରୀକାକୁଲମ ପୋଲିସ ।

ଜବତ କାଠର ଆନୁମାନିକ ମୁଲ୍ୟ ଦୁଇ କୋଟିରୁ ଅଧିକ ଟଙ୍କା ହେବ । ଗିରଫ ଅଭିଯକ୍ତ ମାନଙ୍କ ମଧ୍ୟରୁ ୪ ଜଣ ଗଜପତି ଜିଲ୍ଲାର ହୋଇଥିବା ସୂଚନା। ଜବତ ରକ୍ତଚନ୍ଦନ କାଠ ଚେନ୍ନାଇ ଯାଇ ସେଠାରୁ ବିଦେଶକୁ ଚାଲାଣ ହୋଇଥାନ୍ତା । ବିଦେଶରେ ଯାହାର ଚାହିଦା ଯଥେଷ୍ଟ ଅଧିକ ରହିଛି । ମୁଖ୍ୟ ଅଭିଯୁକ୍ତ ଓଡ଼ିଶା ଗଜପତି ଜିଲ୍ଲାର ହୋଇଥିବା ବେଳେ ତା ସହିତ ଅନ୍ୟ ୪ ଅଭିଯୁକ୍ତ ଏବେ ବି ଫେରାର ଥିବା ଶ୍ରୀକାକୁଲମ ଏସପି ସୂଚନା ଦେଇଛନ୍ତି ।

ନାଚୁ ନାଚୁ ଚାଲିଗଲା ଜୀବନ, ଦର୍ଶକ ଦେଖୁଥିଲେ ଅଭିନୟ

ଜାମ୍ମୁ: କିଏ ଜାଣିଥିଲା ତାଙ୍କର ଏହି ନୃତ୍ୟ ଜୀବନର ଶେଷ ନୃତ୍ୟ ହେବ । କିଏ ଜାଣିଥିଲା ସେ ଆଉ ଷ୍ଟେଜ୍ ଚଢ଼ିବେନି କି ଆଉ ନାଚି ପାରିବେନି । ହଁ ଆଜ୍ଞା ଜଣେ ଯୁବତୀଙ୍କ ଜୀବନରେ ଏପରି ମୃତ୍ୟୁ ଆସିବ ବୋଲି କେହି କେବେ ଭାବି ନଥିଲେ । ଜାଗରଣରେ ନୃତ୍ୟ କରୁ କରୁ ଚାଲିଯାଇଛି ଜଣେ ଯୁବତୀଙ୍କ ଜୀବନ ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଜାମ୍ମୁରେ ଘଟିଥିବା ଏହି ଘଟଣା ଯିଏ ଦେଖୁଛି ସେ ସ୍ତବ୍ଧ ହୋଇଯାଉଛି । ଜାମ୍ମୁର ଏକ ସ୍ଥାନରେ ଜାଗରଣର ଆୟୋଜନ କରାଯାଇଥିଲା  । ଏଥିରେ ଯୁବତୀ ଜଣଙ୍କ ପାର୍ବତୀ ଭୂମିକାରେ ଅଭିନୟ କରିଥିଲେ । ଗୀତ ଚାଲୁଥିଲା ବେଳେ ସେ ଗୀତରେ ନୃତ୍ୟ ପରିବେଷଣ କରୁଥିଲେ । ହେଲେ ଗୀତଟି ସରିବା ଆଗରୁ ସରିଯାଇଥିଲା ଜୀବନ । କେହି କିଛି ଭାବିବା ପୂର୍ବରୁ ସେ ଚାଲିଯାଇଥିଲେ ଆରପାରିକୁ ।

ହାର୍ଟ ଆଟାକ ହୋଇଥିବାରୁ ଯୁବତୀ ଜଣଙ୍କ ଷ୍ଟେଜ୍ ଉପରେ ହିଁ ଟଳି ପଡ଼ିଥିଲେ । ଭିଡିଓରେ ଦେଖାଯାଉଛି ଯେ, ଯୁବତୀ ଜଣଙ୍କ ନୃତ୍ୟ କରୁଛନ୍ତି । ଅଧା ଗୀତରେ ସେ ତଳେ ପଡ଼ି ଯାଉଛନ୍ତି । ପୁଣି ଉଠିବାକୁ ବି ଚେଷ୍ଟା କରୁଛନ୍ତି କିନ୍ତୁ ସେ ପାରୁ ନାହାନ୍ତି । ତାଙ୍କୁ ଦେଖୁଥିବା ଦର୍ଶକ ବି ଜାଣିପାରୁ ନାହାନ୍ତି ସେ କାହିଁକି ଉଠୁ ନାହାନ୍ତି । ସେମାନେ ଭାବୁଛନ୍ତି ବୋଧହୁଏ ଏହା ତାଙ୍କ ଅଭିନୟର ଏକ ଅଂଶ । କିନ୍ତୁ ପୂରା ଗୀତ ସରିଯାଉଛି ଯୁବତୀ ଜଣଙ୍କ ଆଉ ଉଠୁ ନାହାନ୍ତି । ପରେ ପାଖରେ ଥିବା ଲୋକମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସେ ଆଉ ଉଠୁ ନାହାନ୍ତି ।

ପୂର୍ବରୁ ବି ଏମିତି ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶରେ ବାର୍ଥ ଡେ’ ପାର୍ଟିରେ ନାଚୁଥିଲାବେଳେ ଜଣଙ୍କର ପ୍ରାଣ ଚାଲିଯାଇଥିଲା ।

ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବେ ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ସରେ ପ୍ରଫେସର ଉଦୟଦାଥ ସାହୁ

ନୂଆଦିଲ୍ଲୀ:  ଇଣ୍ଡିଆ ବୁକ ଅଫ ରେକର୍ଡରେ ତାଲିକା ଭୁକ୍ତ ହୋଇଛନ୍ତି ପ୍ରଥମ ଓଡ଼ିଆ ସାହିତ୍ୟିକ । ମହାଭାରତ ଓ ଭାଗବତ ଭଳି ଭାରତୀୟ ମହାକାବ୍ୟର ତୁଳନାତ୍ମକ ଅଧ୍ୟୟନ କରିବାରେ ସଫଳତା  ପାଇଛନ୍ତି ପ୍ରଫେସର ଉଦୟନାଥ ସାହୁ  । ନୂଆଦିଲ୍ଲୀସ୍ଥିତ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରେ ସ୍ଥାପିତ ‘ଆଦିକବି ସାରଳା ଦାସ ଚେୟାର’ ପ୍ରଫେସର ଅଛନ୍ତି ଉଦୟନାଥ ସାହୁ  । ପ୍ରଥମଥର ପାଇଁ ସାହୁଙ୍କୁ ବୁକ୍ ଅଫ୍ ରେକର୍ଡ଼ରେ ତାଲିକାଭୁକ୍ତ କରାଯାଇଛି।

ସାଇବାବାଙ୍କ ନାଁରେ ୨୦ ହଜାର ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର: ଠାକୁରଙ୍କ ନାଁରେ ଏବେ ମାତିଲେଣି ସାଇବର ଲୁଟେରା  ।  ସାଇବାବାଙ୍କ ରାଣ ପକାଇ ଲୁଟିନେଲେ ସାଇବର ଠକ । ଠାକୁରଙ୍କ ନାଁରେ ତୀର୍ଥଯାତ୍ରୀଙ୍କଠାରୁ ଲୁଟ । ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି ଟଙ୍କପାଣି ରୋଡ଼ର ରଶ୍ମିତା ପାଢ଼ୀ । ଅଭିଯୋଗ ଅନୁସାରେ ସିରିଡି ଯିବାକୁ ହୋଟେଲ ବୁକ କରୁଥିଲେ ରଶ୍ମିତା । ଗୁଗୁଲରେ ନମ୍ବର ଦେଖି ଯୋଗାଯୋଗ କରିଥିଲେ । ପରେ ସାଇବାବାଙ୍କ ନାଁରେ ଗୁଗୁଲରେ ଖୋଲିଥିବା ସାଇବର ଠକ ସବୁକିଛି ଲୁଟିନେଇଥିଲା  ।

ରଶ୍ମିତାଙ୍କୁ ହୋଟେଲ ବୁକ କରିବା ନିମନ୍ତେ otp ଯାଇଥିଲା  । ପରେ ଓଟିପି ନମ୍ବର ମାଗିଥିଲେ ଏହି ଲୁଟେରା  । ଓଟିପି ଦେବା ପରେ ରଶ୍ମିତାଙ୍କ ଆକାଉଣ୍ଟରୁ କଟିଯାଇଥିଲା ୨୦ହଜାର ଟଙ୍କା । ଏନେଇ ଭୁବନେଶ୍ୱରର ରଶ୍ମିତା ପାଢୀ ସାଇବର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି  । ପୋଲିସ ମଧ୍ୟ ଅଭିଯୋଗ ରଖିଛି  । ତେବେ ଆଗରୁ ଲୁଟେରା ଅନ୍ୟ ଉପାୟରେ କଳାକନା ବୁଲାଉଥିବାବେଳେ ଏବେ ଠାକୁରଙ୍କ ନାଁରେ ଲୁଟିବା ଆରମ୍ଭ କଲେଣି  ।

ଧଉଳି ଶାନ୍ତି ସ୍ତୂପର ପାଳନ ହେବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ

ଭୁବନେଶ୍ୱର: ଧଉଳି ଶାନ୍ତି ସ୍ତୂପର ପାଳନ ହେବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ । ସୁବର୍ଣ୍ଣ ଜୟନ୍ତୀ ଲାଗି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଚଳିତ ମାସ ଶେଷ ସୁଦ୍ଧା ଯେପରି ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ସରିବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆସନ୍ତା ଅକ୍ଟୋବର ୨୮ ତାରିଖରେ ସୁବର୍ଣ୍ଣ ଜୟନ୍ତୀର ମୁଖ୍ୟ ଉତ୍ସବ ଆରମ୍ଭ ହେବ ।

ଏହି ଉତ୍ସବ ଲାଗି ବିଶ୍ୱର ବିଭିନ୍ନ ଦେଶରୁ ଶତାଧିକ ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱସ୍ତରୀୟ ଉତ୍ସବକୁ ଯେପରି ସର୍ବୋତମ ଭାବେ ସଫଳ କରାଯାଇପାରିବ ସେଥିଲାଗି ଧ୍ୟାନ ଦେବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶାନ୍ତି ସ୍ତୂପ ଧଉଳି ଓଡ଼ିଶାର ଗରିମା ବହନ କରୁଥିବାବେଳେ ଏଠାକୁ ପ୍ରତିବର୍ଷ ହଜାର ହଜାର ଦର୍ଶକ ଆସିଥାନ୍ତି ।

ସୂର୍ଯ୍ୟ ମନ୍ଦିରରୁ ବାଲି କାଢିବ ASI, ଆରମ୍ଭ ହେଲା ପକ୍ରିୟା..

ପୁରୀ: ୧୨୦ ବର୍ଷ ପରେ ସୂର୍ଯ୍ୟ ମନ୍ଦିରରୁ କଢାଯିବ ବାଲି  । କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଆରମ୍ଭ ହେଲା ବାଲି କାଢ଼ିବା ପ୍ରକ୍ରିୟା । ପ୍ରାଥମିକ ପର୍ଯ୍ୟାୟରେ ବାଲି କାଢ଼ିବା କାର୍ଯ୍ୟ ଆରମ୍ଭ କରିଛି ଏଏସଆଇ । ପ୍ରଥମ ପର୍ଯ୍ୟାୟରେ ଏକ ଘରୋଇ କମ୍ପାନୀ ଦ୍ୱାରା ମନ୍ଦିର ଉପର ଭାଗରୁ ତଳଭାଗ ପର୍ଯ୍ୟନ୍ତ ଏକ ପ୍ଲାଟଫର୍ମ ନିର୍ମାଣ ପାଇଁ ଆଜି ଭୂମିପୂଜନ କରିଛନ୍ତି ଏଏସଆଇ ସୁପରଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ।

ଶେଷ ସମୟରେ ୧୯୦୩ ମସିହାରେ ବାଲି କଢାଯାଇଥିବାବେଳେ ଏହା ପରେ ଆଉ ବାଲି କଢା ଯାଇନାହିଁ  । ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ବାଲି ରହିଥିବାବେଳେ ଏହି ବାଲିକୁ କଢାଯିବା ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି ଏଏସଆଇ  ।  କାର୍ଯ୍ୟ ଶେଷ ପାଇଁ ତିନି ବର୍ଷ ଲକ୍ଷ ଧାର୍ଯ୍ୟ ହୋଇଛି । ପ୍ଲାଟଫର୍ମ ନିର୍ମାଣ ପରେ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ବୋଲି ଜଣାପଡିଛି ।

ସେପଟେ ୧୨୦ ବର୍ଷ ପରେ ବାଲି କଢାଯାଉଥିବାରୁ ଏହାକୁ ବିରୋଧ କରାଯାଇଛି ମଧ୍ୟ  । ମନ୍ଦିର ଭିତରୁ ବାଲି କଢାଗଲେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବ ବୋଲି ଅନୁମାନ କରିଛନ୍ତି ସ୍ଥାନୀୟ ଲୋକେ  । ଯଦି କୋଣାର୍କ ପ୍ରତି ବିପଦ ସୃଷ୍ଟି ହୁଏ, ତେବେ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକଙ୍କ ବେଉସା ବୁଡ଼ିଯିବ ବୋଲି ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ  । ଏଏସଆଇ ଏକ ଟେକ୍ନିକାଲ ଟିମ୍ ଜରିଆରେ ମନ୍ଦିରର ଗର୍ଭ ଗୃହରୁ ବାଲି କାଢିବାର ବ୍ୟବସ୍ଥା କରିବ  । ଯାହା ଫଳରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବନାହିଁ ବୋଲି ଅନେକ ମତବ୍ୟକ୍ତ କରିଛନ୍ତି  ।

ପାର୍ବଣ ପୂର୍ବରୁ ସିଲ୍ ହେଲା ମିଠା ଦୋକାନ, ଚଢାଉ କଲେ ସ୍ୱାର୍ଡ

କଟକ: ପାଖେଇ ଆସୁଛି ପାର୍ବଣ । ବିଭିନ୍ନ ମଣ୍ଡପରେ ଚାଲିଛି ମୂର୍ତ୍ତି ନିର୍ମାଣ  । ଗହଳି ହେବ, ବେପାର ମଧ୍ୟ ଜମିବ  । ମିଠା ଦୋକାନରେ ଲାଗିବ ପ୍ରବଳ ଭିଡ଼  । କିନ୍ତୁ ପାର୍ବଣ ପୂର୍ବରୁ ଚେତେଇ ଦେଇଛିି ସିଏମସି  ।  କଟକରେ ଦୁର୍ଗାପୂଜା ପୂର୍ବରୁ ଆଜି ସିଏମସି ସ୍ବାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି  ।  ବିଭିନ୍ନ ମିଠା ଦୋକାନ ଉପରେ ଚଢାଉ କରାଯାଇଛି ।

କଟକର କଲ୍ୟାଣ ନଗର, ଲିଙ୍କ ରୋଡ,ବାଦାମବାଡି ଓ ଦୋଳମୁଣ୍ଡାଇ ଅଂଚଳରେ ଏହି ଚଢାଉ ଜାରି ରହିଛି । ମିଠା ଦୋକାନରେ ଅଧିକାରୀ ମାନେ ପ୍ରବେଶ କରିବା ସହ ଯେଉଁ ସ୍ଥାନରେ ମିଠା ପ୍ରସ୍ତୁତ କରୁଛନ୍ତି, ସେ ସମସ୍ତ ସ୍ଥାନକୁ ପରିଦର୍ଶନ କରିଥିଲେ  । ମିଠା ପ୍ରସ୍ତତିରେ ଆବଶ୍ୟକ ପଡୁଥିବା ସାମଗ୍ରୀର ମାନ ପରିକ୍ଷା ମଧ୍ୟ କରିଥିଲେ  । ତେବେ ଆଗକୁ ପାର୍ବଣ ଆସୁଥିବାବେଳେ, ଯେଉଁ ଦୋକାନକରେ ନିମ୍ନ ମାନର ସାମଗ୍ରୀ ପ୍ରସ୍ତୁତ ହେଉଥିବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି  ।

ସେପଟେ ଅନେକ ଦୋକାନରେ ନିମ୍ନ ଧରଣର ମିଠା ବିକ୍ରି କରାଯାଉଥିବାବେଳେ ସ୍ୱାର୍ଡ ହାତରେ ଧରାପଡ଼ିଥିଲେ  । ମାନ ପରୀକ୍ଷା ବେଳେ ସତ୍ୟତା ସାମ୍ନାକୁ ଆସିଥିଲା  । ଜିଲାପି ବାସୀ ଦୁର୍ଗନ୍ଧ ହେଉଥିବାବେଳେ, ପୁରୁଣା ଶିରାରେ ମିଠା ପ୍ରସ୍ତୁତ କରଯାଉଛି  । ସାମ୍ନାରେ ଏ ସମସ୍ତ ଚିତ୍ର ଦେଖିବା ପରେ ସିଏମସି ଏବଂ ଖାଦ୍ୟ  ସୁରକ୍ଷା ବିଭାଗ କଠୋର ନିଷ୍ପତ୍ତି ଗ୍ରହଣ କରିଛି  । ସେଦହି ସମସ୍ତ ଦୋକାନକୁ ସିଲ୍ କରାଯାଇଛି  ।