ଆଦାନୀ ପୋର୍ଟ ବିରୋଧରେ ଆନ୍ଦୋଳନ କରୁଥିବା ୩ହଜାର ଲୋକଙ୍କ ନାଁରେ ମାମଲା

ଥିରୁଅନନ୍ତପୁର: କେରଳରେ ଆଦାନୀ ପୋର୍ଟର ନିର୍ମାଣ ବିରୋଧରେ ଆନ୍ଦଳନ କରୁଥିବା ପ୍ରାୟ ୩ ହଜାର ପ୍ରଦର୍ଶନକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ ଏମାନେ ଭିଜିଞ୍ଜମ ପୋଲିସ ଥାନା ଉପରେ ଆକ୍ରମଣ କରିଥିଲେ । ଥାନାରେ ଭଙ୍ଗାରୁଜା କରିବା ସହ ପୋଲିସ କର୍ମୀଙ୍କୁ ଆକ୍ରମଣ ମଧ୍ୟ କରିଥିଲେ । ଏହାପରେ ପୋଲିସ ୩ ହଜାର ଲୋକଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଦଙ୍ଗା ଏବଂ ବେଆଇନ ସଭାକୁ ନେଇ ମାମଲା ରୁଜୁ କରିଛି । ଏହି ଏଫଆଇଆରରେ ମହିଳା ଏବଂ ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି ।

ସ୍ଥାନୀୟ ଲୋକଙ୍କ ଅନୁସାରେ ଲୋକଙ୍କ ଆକ୍ରମଣରେ ପ୍ରାୟ ୪୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ କହିବା ଅନୁସାରେ, ବିଜିଂଜମ ପୋଲିସ ଥାନାରେ ପ୍ରାୟ ୩ ହଜାର ଲୋକ ଏକତ୍ରିତ ହୋଇଥିଲେ । ସେମାନେ ଜେଲରେ ବନ୍ଦ ଜଣେ ବ୍ୟକ୍ତିଙ୍କୁ ଛାଡ଼ିବା ପାଇଁ ଦାବି କରିଥିଲେ । ପ୍ରାୟ ସନ୍ଧ୍ୟା ୬ ଟାରେ ଏକତ୍ରିତ ଭିଡ଼ ଥନାରେ ପହଞ୍ଚିଥିଲା । ସେମାନଙ୍କ ହାତରେ ଲୁହା ରଡ ଏବଂ ପଥର ଥିଲା । ସେମାନେ ଥାନା ଭିତରକୁ ଜବରଦସ୍ତି ପସିବା ସହ ହଙ୍ଗାମା କରିଥିଲେ ।

ସେମାନେ ଧମକ ଦେଇଥିଲେ ଯଦି ଅଭିଯୁକ୍ତଙ୍କୁ ମୁକ୍ତ କରାନଯାଏ ତେବେ ସେମାନେ ପୋଲିସ ଷ୍ଟେସନକୁ ନିଆଁ ଲଗାଇଦେବେ । ଏହା ବ୍ୟତୀତ ସେମାନେ ପୋଲିସର ୫ଟି ଗାଡି ଭଙ୍ଗାରୁଜା କରିଥିଲେ ଏବଂ ଥାନା ଭିତରେ ମଧ୍ୟରେ ଭଙ୍ଗାରୁଜା କରିଥିଲେ । ପୋଲିସ କହିବା ମୁତାବିକ ଏହି ଆକ୍ରମଣରେ ଥାନାର ପ୍ରାୟ ୮୫ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଆଇପିସିର ଧାରା ୧୪୩, ୧୪୭, ୧୨ ବି, ୪୪୭ ଏବଂ ୩୫୩ ଆଧାରରେ ମାମଲା ରୁଜୁ କରାଯାଇଛି ।