‘ସମ୍ବିଧାନ ଦିବସ’ରେ ଶପଥ ନେଲେ ସଫେଇ କର୍ମଚାରୀ

1 min read

ଭୁବନେଶ୍ୱର : ଓଡ଼ିଶା ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମର୍ଚାରୀ ସଂଘ ପକ୍ଷରୁ ଗାନ୍ଧି ମାର୍ଗଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ମୋହନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ପ୍ରଥମେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଦଳିତ ଓ ଅବହେଳିତ ବର୍ଗର ବିକାଶ ପାଇଁ ବାବା ସାହେବଙ୍କ ଚିନ୍ତାଧାରା କିଭଳି ଏବେ ବି ସମ୍ବିଧାନ ଗଣ୍ଡିରେ କେବଳ ବନ୍ଧା ହୋଇ ରହିଛି ସେ ସଂପର୍କରେ ର୍ଆଲୋଚନା ହୋଇଥିଲା । ଏ ଅବସରରେ ଠିକା ସଫେଇ କର୍ମଚାରୀମାନେ କିଭଳି ନିଜ ସାମ୍ବିଧାନିକ ଅଧିକାରୁ ବଞ୍ଚିତ ହେଉଛନ୍ତି ସେ ସଂପର୍କରେ ଆଲୋଚନା ହୋଇଥିଲା । ସାମ୍ବିଧାନିକ ଅଧିକାର ନେଇ ଜନ ସଚେତନତା ସୃଷ୍ଟି ପାଇଁ ଏକ ସଂଗୀତ ପରିବେଷଣ କରାଯାଇଥିଲା । କୗେଣସି ପରିସ୍ଥିତିରେ ରାଜନୈତିକ ଦଳର ପ୍ରରୋଚନାରେ ନିଜ ଭୋଟ ଅଧିକାର ସାବ୍ୟସ୍ତ କରିବେ ନାହିଁ ବୋଲି ସଫେଇ କର୍ମଚାରୀ ନିଷ୍ପତ୍ତି ନେଇଛନ୍ତି ।


ଚୁକ୍ତିଭିତ୍ତିକ ଠିକା କର୍ମଚାରୀ ସଂଘର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଏଥିରେ ରାଜଧାନୀ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଫେଇ କର୍ମଚାରୀ ସାମିଲ ହୋଇ ଆମ ସମ୍ବିଧାନ ପ୍ରତି ନିଷ୍ଠା ରଖି ନିଜ କର୍ତ୍ତବ୍ୟ ସାଂପଦନ କରିବାକୁ ଶପଥ ନେଇଥିଲେ । ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ବିଚାର କରିବା ଉପରେ ମଧ୍ୟ ସଫେଇ କର୍ମର୍ଚାରୀ ଜୋର ଦେଇଥିଲେ । ଶେଷରେ ଆମ ସମ୍ବିଧାନର ନିୟମ କାନୁନ ସହ ନାଗରିକଙ୍କ କର୍ତ୍ତବ୍ୟ ଉପରେ ଏକ ସଚେତନତାମୂଳକ ନୃତ୍ୟସଂଗୀତ ପରିବେଷଣ ହାେଇଥିଲା ।