ଦୁନିଆର ପ୍ରଥମ କ୍ରିକେଟର, ଏକ ଓଭରରେ ୭ ଛକା ମାରି ରେକର୍ଡ

ମୁମ୍ବାଇ: ଯୁବ ବ୍ୟାଟର୍‌ ଋତୁରାଜ ଗାଏକୱାଡଙ୍କ ଧୂଆଁଧାର ବ୍ୟାଟିଂ  । ବିଜୟ ହଜାରେ ଟ୍ରଫିରେ ଇତିହାସ ରଚିଛନ୍ତି ଋତୁରାଜ  । ମହାରାଷ୍ଟ୍ରରୁ ଖେଳି ଉତ୍ତର ପ୍ରଦେଶ ବିପକ୍ଷରେ ରନବର୍ଷା କରିଛନ୍ତି ଏହି କ୍ରିକେଟର  । ଏକ ଓଭରରେ ସାତୋଟି ଛକା ମାରି ବୋଲରଙ୍କ ସେ ନିଦ ହଜାଇ ଦେଇଛନ୍ତି  । ଲିମିଟେଡ ଓଭର କ୍ରିକେଟରେ ଏଭଳି ରେକର୍ଡ କରି ଦୁନିଆର ପ୍ରଥମ ବ୍ୟାଟର ସାଜିଛନ୍ତି ଋତୁରାଜ  ।

ଉତ୍ତର ପ୍ରଦେଶର ବୋଲର ଶିବା ସିଂଙ୍କ ଓଭରରେ ଏହି କାରନାମା କରି ଦେଖାଇଛନ୍ତି ଋତୁରାଜ  । ଓଭରର ନୋ ବଲରେ ମଧ୍ୟ ସେ ଛକା ବର୍ଷା କରିଛନ୍ତି  । ସାତୋଟି ବଲରେ ସାତୋଟି ଛକା ମାରି ନୂଆ ରେକର୍ଡ ସେ ସୃଷ୍ଟି କରିଛନ୍ତି  । ଏହି ମ୍ୟାଚରେ ୧୫୯ ବଲରେ ୨୨୦ ରନ ସଂଗ୍ରହ କରିଛନ୍ତି ଋତୁରାଜ  । ମ୍ୟାଚରେ ୧୦ଟି ଚଉକା ସହ ସେ ୧୬ଟି ଛକା ମାରିଛନ୍ତି  ।

ଗାୟକ୍ବାଡଙ୍କ ରନ ସାହାଯ୍ୟରେ ୫ ୱିକେଟ ହରାଇ ୫୦ ଓଭରରେ ୩୦୦ ରନ କରିଛି ମହାରାଷ୍ଟ୍ର ଟିମ  । ମ୍ୟାଚରେ ସେ ଓପନିଂ କରିଥିବା ବେଳେ ଅନ୍ୟ କୌଣସି ଖେଳାଳୀ ଅର୍ଦ୍ଧଶତକ ବି କରିବାକୁ ସକ୍ଷମ ହୋଇନାହାନ୍ତି  ।