ଶ୍ରଦ୍ଧା ମର୍ଡର ଷ୍ଟାଇଲରେ ହତ୍ୟା: ପୁଅ ସହ ମିଶି ସ୍ୱାମୀକୁ ୧୦ ଖଣ୍ଡ କଲା ସ୍ତ୍ରୀ

1 min read

ଶ୍ରଦ୍ଧା ମର୍ଡର ଷ୍ଟାଇଲରେ ସ୍ବାମୀକୁ ହତ୍ୟା । ମର୍ଡର ପରେ ପିସ୍ ପିସ୍ କାହାଣୀର ପୁନରାବୃତ୍ତି । ସ୍ବାମୀକୁ ହତ୍ୟା ପରେ ୧୦ ଖଣ୍ଡ କରି ଫ୍ରିଜରେ ରଖିଲେ ସ୍ତ୍ରୀ-ପୁଅ । ଘଟଣା ଘଟିଛି ଇଷ୍ଟ ଦିଲ୍ଲୀର ପାଣ୍ଡବ ନଗରରେ । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ପାଣ୍ଡବ ନଗରର ଅଞ୍ଜନ ଦାସ ।

ଝିଅ ଓ ବୋହୂଙ୍କ ଉପରେ ଅଞ୍ଜନ ଖରାପ ନଜର ରଖୁଥିବାରୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କାଟି ଦେଇଥିଲେ ସ୍ତ୍ରୀ ଓ ପୁଅ । ମୃତଦେହକୁ ୧୦ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ମୃତଦେହର ୬ଖଣ୍ଡ ପୋଲିସ ଜବତ କରିଥିବା ବେଳେ ୪ ଖଣ୍ଡ ଏଯାଏଁ ମିଳିପାରିନି । ଗତ ୫ ମାସ ଧରି ଅଞ୍ଜନ ନିଖୋଜ ଥିଲେ । ଏ ନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା । ଘରୁ ଗନ୍ଧ ହଟାଇବା ପାଇଁ ରଙ୍ଗ କାମ ମଧ୍ୟ କରାଇଥିଲେ ।

ରାମଲୀଳା ମୈଦାନ ପଛପଟ ଜଙ୍ଗଲରେ ମୃତଦେହ ଖଣ୍ଡ ଫିଙ୍ଗିଥିବାବ ବେଳେ ଗାତ ଖୋଳି କଟା ମୁଣ୍ଡ ପୋତି ଦେଇଥିଲେ । ପୂରା ଘଟଣା ଉପରୁ ପରଦା ଉଠାଇଛି କ୍ରାଇମବ୍ରାଞ୍ଚ । ସ୍ତ୍ରୀ-ପୁଅ ଖଣ୍ଡ ଶରୀର ଜଙ୍ଗଲରେ ଫିଙ୍ଗୁଥିବାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ହାତରେ ଲାଗିଛି । ଜଘନ୍ୟକାଣ୍ଡ ଭିଆଇଥିବା ଅଭିଯୁକ୍ତ ସ୍ତ୍ରୀ ପୁଅଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ ।