spot_img
Home Blog Page 3896

ବ୍ରିଟେନ୍ ମହାରାଣୀଙ୍କ ଦେହାନ୍ତ; ନୂଆ ରାଜା ଭାବେ ଦେଶକୁ ସମ୍ବୋଧୀତ କରିବେ କିଙ୍ଗ୍ ଚାର୍ଲ୍ସ

ଲଣ୍ଡନ: ବ୍ରିଟେନ୍ ମହାରାଣୀ ଏଲିଜାବେଥଙ୍କ ଦ୍ୱିତୀୟଙ୍କର ୯୬ବର୍ଷ ବୟସରେ ମୃତ୍ୟୁ ହୋଇଛି।  ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଏବଂ ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ମହାରାଣୀଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ଗତକାଲି ରାତିରେ ସେ ସବୁଦିନ ପାଇଁ ଆଖିବୁଜିଦେଇଛନ୍ତି । ରାଣୀଙ୍କ ଦେହାନ୍ତ ପରେ ତାଙ୍କର ଜ୍ୟେଷ୍ଠ ପୁତ୍ର କିଙ୍ଗ ଚାର୍ଲସ ରାଜା ଭାବେ ଶାସନ ଗାଦି ସମ୍ଭାଳିବେ । ତେବେ ଆଜି ବ୍ରିଟେନର ନୂଆ କିଙ୍ଗ ଚାର୍ଲ୍ସ ଦେଶକୁ ସମ୍ବୋଧିତ କରିବେ।

ସୂଚନା ଅନୁଯାୟୀ, ବ୍ରିଟେନର ନୂତନ ରାଜାଙ୍କ ପ୍ରଥମ ସମ୍ବୋଧନ ତାଙ୍କ ମାଆ ରାଣୀ ଏଲିଜାବେଥଙ୍କ ମୃତ୍ୟୁ ଉପରେ ଆଧାରିତ ହେବ। କୁହାଯାଉଛି ଯେ ଆଗାମୀ କିଛି ଦିନ ପାଇଁ ବ୍ରିଟେନରେ ରାଣୀଙ୍କ ଅନ୍ତିମ ସଂସ୍କାର ଏବଂ କିଙ୍ଗ୍ ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଗାର୍ଡ ଅଫ ଅନର୍ ଦିଆଯିବ ଓ ତାପରେ କିଙ୍ଗ ଚାର୍ଲ୍ସ ଏବଂ ରାଣୀ କ୍ୟାମିଲା ଲଣ୍ଡନ ଆସି ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ସହ ଲୋକଙ୍କୁ ସମ୍ବୋଧିତ କରିବେ। ଏଥି ସହ ଶନିବାର ଦିନ ନୂତନ ରାଜାଙ୍କ ଔପଚାରିକ ଭାବେ ଘୋଷଣା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇପାରେ।

ସୂଚନାଯୋଗ୍ୟ, ୭୩ ବର୍ଷିୟ ଚାର୍ଲ୍ସ ଅଷ୍ଟ୍ରେଲିଆ, କାନାଡ଼ା ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ୧୪ଟି ଅଞ୍ଚଳର ମୁଖ୍ୟ ରହିସାରିଛନ୍ତି। ରାଜ ପରିବାରର ନିୟମ ଅନୁଯାୟୀ, ଏଲିଜାବେଥ୍ ଦ୍ୱିତୀୟଙ୍କ ବିୟୋଗ ପରେ ଚାର୍ଲ୍ସଙ୍କୁ ହିଁ ଦାୟିତ୍ୱ ଗ୍ରହଣ କରିବାର ଥିଲା । ତେଣୁ ମହାରାଣୀଙ୍କ ଦେହାନ୍ତ ତୁରନ୍ତ ପରେ ହିଁ ତାଙ୍କୁ ରାଜା ଘୋଷଣା କରିଦିଆଗଲା। ଚାର୍ଲସଙ୍କ ରାଜା ହେବା ମାତ୍ରେ ତାଙ୍କ ପତ୍ନୀ ମଧ୍ୟ ବ୍ରିଟେନର ନୂଆ ମହାରାଣୀ ହୋଇଛନ୍ତି । କିନ୍ତୁ ତାଙ୍କ ପାଖରେ କୌଣସି ସାମ୍ବିଧାନିକ ପାୱାର ନାହିଁ। ସେ କେବଳ ମହାରାଜାଙ୍କ ପତ୍ନୀ ହୋଇଥିବାରୁ ରାଣୀ ଭାବେ ପରିଚିତ ହେବେ। ଜାଣିରଖନ୍ତୁ ଯେ ରାଣୀ ଏଲିଜାବେଥ୍ ଦ୍ୱିତୀୟ ମାତ୍ର ୧୫ ବର୍ଷ ବୟସରେ କ୍ଷମତା ଗ୍ରହଣ କରିଥିଲେ। ତାଙ୍କ ପିତା ରାଜା ଜର୍ଜ ଷଷ୍ଠଙ୍କ ମୃତ୍ୟୁ ପରେ ଏଲିଜାବେଥଙ୍କୁ ରାଣୀ କରାଯାଇଥିଲା। ସେ ୭୦ବର୍ଷ ଶାସନ କରିଥିଲେ ଏବଂ ଅନେକ ପ୍ରଧାନମନ୍ତ୍ରୀଙ୍କର ଉତ୍ଥାନପତନ ଦେଖିଛନ୍ତି।

 

ଚୀନକୁ ଚ୍ୟାଲେଞ୍ଜ କରିବାକୁ ଏକାଠି ହେବେ ଭାରତ-ଜାପାନ୍‌, ଉଭୟର ବାୟୁସେନା ଏକାଠି କରିବେ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ: ଚୀନକୁ ଚ୍ୟାଲେଞ୍ଜ କରିବାକୁ ଏକାଠି ହେବେ ଭାରତ ଓ ଜାପାନ୍‌ । ଇଣ୍ଡୋ ପେସିଫିକ୍‌ରେ ଚୀନର ଦବଦବା ବଢୁଥିବା ବେଳେ ଏହାକୁ ମାତ୍‌ ଦେବାକୁ ସେହି ଅଞ୍ଚଳରେ ଭାରତ ଓ ଜାପାନର ବାୟୁସେନା ଡ୍ରିଲ ଆରମ୍ଭ କରିବାକୁ ଯାଉଛି। ଏଥିସହ ଉଭୟ ଦେଶରେ ମଧ୍ୟରେ ଅସ୍ତ୍ରଶସ୍ତ୍ର ନେଇ ମଧ୍ୟ କିଛି ଚୁକ୍ତି ହେବ। ଶିଳ୍ପ କ୍ଷେତ୍ରରେ ସହଭାଗିତା ନେଇ ମଧ୍ୟ ଉଭୟ ଦେଶ ପ୍ରୟାସ କରିବେ।

ଭାରତର ପ୍ରତିରକ୍ଷା ମନ୍ତ୍ରୀ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ୟାଶୁକାଜୁ ହାମଦାଙ୍କୁ ଭେଟିଛନ୍ତି । ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ମେରିଟାଇମ ଡୋମେନ ଆୱାରନେସ ଜରିଆରେ ଚୀନକୁ ଚକ୍‌ମା ଦେବାକୁ ସହମତି ପ୍ରକାଶ ପାଇଛି। ଏହାସହ ଭାରତ ନିଜର ପ୍ରତିରକ୍ଷା ବଜେଟ ବଢ଼ାଇବା ସହ ଜାପାନଠୁ ଘାତକ ଅସ୍ତ୍ରଶସ୍ତ୍ର ଆଣିବା ନେଇ ଆଲୋଚନା ହୋଇଛି। ଏପଟେ ଲଦାଖରେ ଗତ ଦୁଇ ବର୍ଷ ହେଲା ଭାରତ ଓ ଚୀନ ମଧ୍ୟରେ ବିବାଦ ଚାଲିଛି । ଏହି ସମୟରେ ଭାରତର ପଦକ୍ଷେପ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ଉଭୟ ଦେଶର ସେନା ଏଲଏସିରୁ ନିଜ ନିଜ କ୍ଷେତ୍ରକୁ ଫେରିବାକୁ ସହମତି ପ୍ରକାଶ କରିଛନ୍ତି।

ଭିଜିଲାନ୍ସ ଜାଲରେ ୨ ଜୁନିୟର ଆସିଷ୍ଟାଣ୍ଟ; ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଛି ଭିଜିଲନ୍ସ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ଦୁଇ ଜୁନିୟର ଆସିଷ୍ଟାଣ୍ଟ। ଜଣେ ଅବସରପ୍ରାପ୍ତ ଲ୍ୟାବ୍ ଆଟେଣ୍ଡାଣ୍ଟ କାଳୀ ଚରଣ ପାଣିଗ୍ରାହୀଙ୍କ ଠାରୁ ପେନସନ ଓ ଏମଏସିପି କ୍ଲିୟରାନ୍ସ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଛି ଭିଜିଲନ୍ସ। ଗିରଫ ସୁଶିଳ କୁମାର ପଟ୍ଟନାୟକ ବ୍ରହ୍ମପୁର ଜିଲ୍ଲା ଶିକ୍ଷାଧିକାରୀ ଅଫିସର ଜୁନିଅର୍ ଆସିଷ୍ଟାଣ୍ଟ ହୋଇଥିବା ବେଳେ ପ୍ରଦୀପ କୁମାର ମହାନ୍ତି ଆସିକା ବ୍ଲକ ଜୟପୁର ଜୋନ ହାଇସ୍କୁଲର ଜୁନିଅର୍ ଆସିଷ୍ଟାଣ୍ଟ।

କାଳୀ ଚରଣ ପାଣିଗ୍ରାହୀ ଜୟପୁର ସ୍କୁଲରେ ଲ୍ୟାବ ଆଟେଣ୍ଡାଣ୍ଟ କାମ କରୁଥିଲେ । ଗତ ମେ ମାସରେ ଅବସର ନେବା ପରେ ପେନସନ ବାବଦ ଅର୍ଥ ପାଇଁ ପ୍ରଦୀପଙ୍କ ପାଖକୁ ଯାଇଥିଲେ। ସେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ସୁଶିଲ ପଟ୍ଟନାୟକ ଏହି କାମ କରିବେ କହି ୧୦ ହଜାର ଟଙ୍କା ମାଗିଥିଲେ। ଏନେଇ କାଳୀଚରଣ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ଅନୁଯାୟୀ ବ୍ରହ୍ମପୁର ଅଫିସରେ ଲାଞ୍ଚ ଦେବାବେଳେ କାବୁ କରିଛି ଭିଜିଲାନ୍ସ । ଲାଞ୍ଚ ଟଙ୍କା ଦେବା ପାଇ କାଳୀଙ୍କ ସହ ପ୍ରଦୀପ ମଧ୍ୟ ବ୍ରହ୍ମପୁର ଆସି ଫସିଛନ୍ତି। ପ୍ରଦୀପଙ୍କ ନିକଟରୁ ୩ ହଜାର ଓ ସୁସିଲଙ୍କ ପାଖରୁ ୭ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।

ରାଜ୍ୟରେ ଆରମ୍ଭ ହେଲାଣି ଲଘୁଚାପ ବର୍ଷା, ଆଜି ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା । ଆଜି ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭିଜିବ ଉପକୂଳ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୫ଦିନ ଯାଏ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ଓ ୧୧ ତାରିଖରେ ଲଘୁଚାପର ସର୍ବାଧିକ ପ୍ରଭାବ ରହିବ । କାଲି ପାଇଁ ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ୧୧ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓ ପାର୍ଶ୍ୱବର୍ତ୍ତୀ ୧୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

୬୧ ବଲରେ ୧୨୨ ରନ୍ କଲେ କୋହଲି, ବଡ଼ ବିଜୟ ହାସଲ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଶେଷ ମ୍ୟାଚରେ କମାଲ କଲେ କୋହଲି  । ଦୀର୍ଘ ଦିନର ବ୍ୟବଧାନ ପରେ କୋହଲିଙ୍କ ବ୍ୟାଟରୁ ଦର୍ଶକ ଦେଖିଥିଲେ ଛକା ଚୌକା  । ପଡିଆର ଏମିତି କୌଣସି ପାର୍ଶ୍ୱ ବାକି ନାହିଁ, ଯେଉଁଠି ପଡିନି କୋହଲିଙ୍କ ବଲ । ୬୧ ବଲରେ ୧୨୨ ରନ୍ କରି ପୁଣି ଏକ ରେକର୍ଡ କରିଛନ୍ତି ବିରାଟ କୋହଲି  । ସେପଟେ ଆଫଗାନିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ ହୋଇଛି  ।

୧୦୧ ରନରେ ବାଜି ମାରିଲା ଇଣ୍ଡିଆ  । ବିରାଟ କୋହଲିଙ୍କ ବିରାଟ ଇଂନିସରେ ଭାରତ ବୃହବତ ବିଜୟ ହାସଲ କରିଛି  । ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲି ହାସଲ କଲେ ୭୧ତମ ଶତକ  । ୨୦୧୯ ନଭେମ୍ୱର ବାଂଲାଦେଶ ବିପକ୍ଷରେ ଶେଷ ସେଞ୍ଚୁରୀ ମାରିଥିବାବେଳେ ୨୦୨୨ ସେପ୍ଟେମ୍ବର ୮ରେ କୋହଲି ପୁଣି ଶତକ ହାସଲ କରିଛନ୍ତି  ।

 

ବ୍ରିଟେନ୍ ମହାରାଣୀ ଏଲିଜାବେଥଙ୍କ ଦେହାନ୍ତ

ନନ୍ଦିଘୋଷ ବ୍ୟୁରୋ: ବ୍ରିଟେନ୍ ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ  । ୯୬ବର୍ଷ ବୟସରେ ଆଖି ବୁଜିଛନ୍ତି ମହାରାଣୀ ଏଲିଜାବେଥ୍  । ବାଲମୋରାଲ ପ୍ୟାଲେସରେ ମହାରାଣୀ ରହିଆସୁଥିବାବେଳେ, ସେହିଠାରେ ହିଁ ତାଙ୍କର ଚିକିତ୍ସା ଜାରି ରହିଥିଲା  । ତେବେ ମହାରାଣୀ ଅସୁସ୍ଥ ଥିବା ନେଇ ଖବର ପ୍ରଚାରିତ ହୋଇଥିଲା  । ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ମହାରାଣୀଙ୍କ ଚିକିତ୍ସା ଜାରି ରହିଥିଲା  । କିନ୍ତୁ ସଦ୍ୟ ସୂଚିତ ରିପୋର୍ଟ ମୁତାବକ ମହାରୀଣୀ ଏଲିଜାବେଥଙ୍କ ମୃତ୍ୟୁ ହୋଇଛି  ।

ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ତାଙ୍କୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ  ।  ଏଥିପାଇଁ ନିଜର ଫ୍ରିବି କାଉନସିଲ ବୈଠକକୁ ରଦ୍ଦ କରିଥିଲେ ମହାରାଣୀ। ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହାରାଣୀଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସ ଏବଂ ନାତି ପ୍ରିନ୍ସ ୱିଲିୟନ ତାଙ୍କ ପାଖକୁ ଆଜି ଆସିଥିଲେ  । ପ୍ୟାଲେସ ବାହାରେ ଲୋକଙ୍କ ଗହଳି ଲାଗୁଥିବା ଦେଖିବାକୁ ମିଳିଥିଲା । ଏଲିଜାବେଥଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଚିନ୍ତାପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ।

 

ମାର୍କେଟ ବିଲ୍ଡିଂରେ ପୁଣି ଥରେ ଲାଗିଲା ନିଆଁ, ୪ ଅଗ୍ନିଶମ ବାହିନୀ ନିୟୋଜିତ

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ପୁଣି ଥରେ ଲାଗିଲା ନିଆଁ  । ରାତି ପ୍ରାୟ ସାଢେ ୧୦ଟାରେ ନିଆଁ ଲାଗିଥିବା ଜଣାପଡ଼ିଛି  । ମିଳିଥିବା ସୂଚନା ମୁତାବକ ମାର୍କେଟ ବିଲ୍ଡିରେ ଥିବା ଉଷା ସୋରୁମରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି  । ଘଟଣାସ୍ଥଳରେ ଅଗ୍ନିଶମ ପହଁଛିଛନ୍ତି, ପ୍ରାୟ ତିନୋଟି ନିଆଁଲିଭା ଗାଡ଼ି ଏବଂ ୪୦ ରୁ ଉର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ସୋରୁମ ନିକଟରେ ପହଁଚି ନିଆଁ ଲିଭାରେ ନିୟୋଜିତ ଅଛନ୍ତି  ।

ତେବେ ଉକ୍ତ ଦୋକାନଟି ଇଲେକ୍ଟ୍ରୋନିକ୍ ସୋରୁମ ହୋଇଥିବାବେଳେ ନିଆଁ ବ୍ୟାପିବା ପ୍ରତି ବିପଦ ରହିଛି  ।  ଅଗ୍ନିଶମ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଁଚିଛନ୍ତି  । କିଭଳି ପାଖ ଦୋକାନକୁ ନିଆଁ ନବ୍ୟାପିବ ସେନେଇ ମଧ୍ୟ ସତର୍କ ଅଛନ୍ତି ଅଗ୍ନିଶମ କର୍ମଚାରୀ  । ତେବେ ସୋରୁମରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିନାହିଁ  । ପାଖ ଦୋକାନକୁ ନିଆଁ ସାମାନ୍ୟ ବାପିଥିବାବେଳେ ନିଆଁକୁ ଆୟତ କରାଯିବା ନେଇ ସୂଚନା ରହିଛି  ।

 

ଉଦଘାଟିତ ହେଲା କର୍ତ୍ତବ୍ୟ ପଥ, ଇଣ୍ଡିଆ ଗେଟରେ ସ୍ଥାନିତ ନେତାଜୀଙ୍କ ପ୍ରତୀମୂର୍ତ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ହୋଇଛି  ।  ଉଦଘାଟିତ ହେଲା କର୍ତ୍ତବ୍ୟ ପଥ । ସେଣ୍ଟର ଭିସ୍ତା ପ୍ରଜେକ୍ଟ ମଧ୍ୟରେ ଆସୁଥିବା ଏହି ଡ୍ରିମ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ ଯାଏ ଯାଇଥିବା ରାଜପଥର ନାମ ବଦଳି ଏବେ କର୍ତ୍ତବ୍ୟପଥ ହୋଇଛି । କର୍ତ୍ତବ୍ୟପଥ ନିକଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚିତ ହୋଇଛି । କର୍ତ୍ତବ୍ୟପଥକୁ ସସଜ୍ଜିତ କରାଯାଇଥିବାବେଳେ ରାଜ୍ୟଓ୍ବାରି ଫୁଡ ଷ୍ଟଲ, ବିଭିନ୍ନ ସୁବିଧା କେନ୍ଦ୍ର, ଭେଣ୍ଡିଂ କିଓସ୍କ ଆଦିର ବ୍ୟବସ୍ଥା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବା ସହ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱକୁ ଭୁରି ଭୁରି ପ୍ରଶଂସା କରିଥିଲେ  । ଆସନ୍ତା ତିନିଦିନ ଅର୍ଥାତ ଶିକ୍ର,ଶନି ଓ ରବିବାର ନେତାଜୀଙ୍କ ବିରତ୍ୱର ଗାଥାକୁ ଏଲଡି ଲାଇଟ ମାଧ୍ୟମରେ ପ୍ରଦର୍ଶିତ କରାଯିବ ବୋଲି କହିଛନ୍ତି  । ଦେଶ ବଦଳିଛି, ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଉ ୟୁନିଟ ଠାରୁ ନ୍ୟାସନାଲ ୱାର ମେମୋରିଆଲ ଏବଂ ସେଣ୍ଟ୍ରାଲ ଭିସ୍ତା ଏସମସ୍ତ ନୂଆ ଭାରତର ମୁକ ସାଖୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ  ।

ଔପନିବେଶିକ ଶାସନ କାଳରୁ ଚାଲି ଆସିଥିବା ବିଭିନ୍ନ ନାମର ପରିବର୍ତ୍ତନ କରିବା ଲାଗି ସରକାର ଘୋଷଣା କରିଥିବା ପ୍ରକ୍ରିୟା କ୍ରମେ ରାଜପଥର ନାମ ବଦଳାଯାଇଛି । ଉଦଘାଟନ ଉତ୍ସବକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା । ଉଦଘାଟନକୁ ଦୃଷ୍ଟିରେ ରଖି ତିଲକମାର୍ଗ, ପୁରାନା କିଲ୍ଲା ରୋଡ, ଶେରଶାହା ରୋଡ, ଡକ୍ଟର ଜାକିର ହୁସେନ ମାର୍ଗ, ପାଣ୍ଡରା ରୋଡ, ଶାହାଜାହାନ ରୋଡ, ଆକବର ରୋଡ, ଅଶୋକା ରୋଡରେ ଟ୍ରାଫିକ ପରିବର୍ତ୍ତନ କରାଯାଇଥିଲା ।

ବଜାରରେ ନକଲି ବ୍ଲଡ ପ୍ରେସର ମେଡିସିନ୍, ଯାଞ୍ଚ କରୁଛି ଡ୍ରଗସ୍ କଣ୍ଟ୍ରୋଲର

ନନ୍ଦିଘୋଷ ବ୍ୟୁରୋ: ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଡ୍ରଗସ୍ କଣ୍ଟ୍ରୋଲର । ନାମୀ କମ୍ପାନୀର ଖୋଳରେ ଚାଲିଛି କି ନକଲି ଔଷଧର କାରବାର ନେଇ ନନ୍ଦିଘୋଷ ଟିଭି ଖବରକୁ ପ୍ରସାରଣ କରିଥିଲା  । ଜାଲ୍ ତଥା ନକଲି ମେଡିସିନ ବିକ୍ରି ଅଭିଯୋଗ ପରେ କଟକ ଡ୍ରଗ୍ସ ବିଭାଗ ପକ୍ଷରୁ ସହରର ବିଭିନ୍ନ ଔଷଧ ଦୋକାନରେ ରେଡ୍ କରାଯାଇଛି ।

ବିଭନ୍ନ ଔଷଧ ଦୋକାନ ଓ ଗୋଦାମରେ ଚଢାଉ କରି ଯାଞ୍ଚ କରିଛି ଟିମ୍ । ପ୍ରାୟ 30ଲକ୍ଷ ଟଙ୍କାର ବ୍ଲଡପ୍ରେସର୍ ଟେଲମା ଫର୍ଟି ଓ ଏମ ମେଡିସିନ ଜବତ କରାଯାଇଛି । କିଛି ମେଡିସିନର କେମିକାଲ ଯାଞ୍ଚ ପାଇଁ ଲ୍ୟାବ ପଠାଯାଇଛି । ବଜାରରେ ବ୍ଲଡ ପ୍ରେସର ମେଡିସନର ନକଲି ଟ୍ୟାଲେଟ ବିକ୍ରୟ କରାଯାଉଥିବା ନେଇ ସୂଚନା ମିଳିଥିଲା  । ଖବରକୁ ଗୁରୁତର ସହ ନେବା ସହ ପ୍ରସାରଣ କରାଯାଇଥିଲା  ।

ଓଡ଼ିଶା ମୋ ପରିବାରର ମାନବିକତା, ବାପାର ଶତ୍କାର ପାଇଁ ପୁଅକୁ ସହାୟତା

ଭୁବନେଶ୍ୱର: ଓଡ଼ିଶା ମୋ ପରିବାରର ମାନବିକତା । ବାପାଙ୍କ ମରଶରୀରକୁ ଶତ୍କାର ପାଇଁ ଯୋଗାଇଲା ସାହାଯ୍ୟ । ଉତ୍ତର ପ୍ରଦେଶରରୁ ଆସି ବାଲେଶ୍ବର ବିର୍ଲା ଟାୟାର୍ସରେ କାମକରୁଥିବା ରାମାନୁଜ ଉପାଧ୍ୟାୟଙ୍କ ଡାଇବେଟିସ୍ ଓ କିଡନୀ ଜନିତ ରୋଗରେ ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ବିଲ୍ ହୋଇଥିଲା । କିନ୍ତୁ ମୃତ ରାମାନୁଜ ପରିବାର ପକ୍ଷରେ ଏହା ଦବା ସମ୍ଭବ ନଥିଲା ।

ଓଡ଼ିଶା ମୋ ପରିବାର ଦେବଦୂତ ସାଜି ତାଙ୍କ ନିକଟରେ ପହଞ୍ଚି ସମସ୍ତ ବ୍ୟବସ୍ଥା କରିବା ସହିତ ସହଯୋଗର ହାତ ବଢ଼ାଇ ଥିଲା । ଓଡିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ସହ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ବିଜେଡ଼ି ଯୁବ ମୋର୍ଚ୍ଚାର ଡାକ୍ତର ସୁବାସ ଚନ୍ଦ୍ର ନାୟକ, ଓଡ଼ିଶା ମୋ ପରିବାରର ସ୍ବାସ୍ଥ୍ୟ ଉପଦେଷ୍ଟା ସତ୍ୟଜିତ ଦାସ, ଦେବାଶିଷ ସେଟ୍, ଗୁରୁଚରଣ ସାହୁ, ପ୍ରତାପ କିଶୋର ସାହୁ, ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ସୁଶାନ୍ତ ପାଢ଼ି ପ୍ରମୁଖ ଉପସ୍ଥିତ ଥିଲେ ।