କୋର୍ଟ ଭିତରେ ବିଚାରପତିଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ

ବ୍ରହ୍ମପୁର: କୋର୍ଟ ଭିତରେ ବିଚାରପତିଙ୍କୁ ଛୁରା ଦେଖାଇଲେ ଯୁବକ । ବ୍ରହ୍ମପୁର ଏସଡିଜେଏମ କୋର୍ଟ ବିଚାରପତି ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । କୋର୍ଟରେ କାମ ଚାଲିଥିବା ସମୟରେ ଏସଡିଜେଏମଙ୍କୁ ଯୁବକ ଛୁରା ଦେଖାଇବା ବେଳେ ଅଟକାଇଥିଲେ କୋର୍ଟରେ କାର୍ଯ୍ୟରତ ଥିବା କର୍ମଚାରୀ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କୋର୍ଟରେ ପହଞ୍ଚି ତଦନ୍ତ କରୁଛନ୍ତି ବ୍ରହ୍ମପୁର ଏସପି ଓ ଏସଡିପିଓ । ବୈଦ୍ୟନାଥପୁର ଥାନାରେ ଯୁବକଙ୍କୁ ଅଟକ ରଖାଯାଇ ଅଧିକ ପଚରାଉଚରା କରୁଛି ପୋଲିସ । ଆକ୍ରମଣ ଉଦ୍ୟମ କରିଥିବା ଯୁବକ ହେଲେ ପୁରୁଣା ବ୍ରହ୍ମପୁରର ଭଗବାନ ସାହୁ । ତେବେ କେଉଁ କାରଣ ପାଇଁ ସେ ଏପରି ଆକ୍ରମଣ ଉଦ୍ୟମ କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।