spot_img
Home Blog Page 3870

ପଦମପୁର ରାଜନୀତି ଉଷୁମ, ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

0

ବରଗଡ: ଉଷୁମ ହେଉଛି ପଦମପୁର ରାଜନୀତି । ଉପନିର୍ବାଚନ ନେଇ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଏଥିସହ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ନଭେମ୍ବର ୧୭ରେ ସରିବ ପ୍ରକ୍ରିୟା । ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ଯୋଗୁ ପଦମପୁରରେ ଉପନିର୍ବାଚନ ହେବାକୁ ଯାଉଛି । ୫ ଥର ବିଧାୟକ ହୋଇଥିବା ବିଜୟ ରଞ୍ଜନ ସିଂ ବରିହାଙ୍କ ପରେ ନୂଆ ଲୋକପ୍ରତିନିଧି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।

ତିନି ପ୍ରମୁଖ ରାଜନୈତିକ ଦଳ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି । ଖୁବଶୀଘ୍ର ଘୋଷଣା କରିପାରନ୍ତି ପ୍ରାର୍ଥୀଙ୍କ ନାଁ । ୧୯୮୦, ୧୯୯୫, ୨୦୦୦, ୨୦୦୪ ଓ ୨୦୧୯ରେ ବିଜୟ ରଞ୍ଜନ ସିଂ ବରିହା ବିଧାୟକ ଭାବେ ପଦମପୁରରୁ ନିର୍ବାଚିତ ହୋଇଥିଲେ ।

ହାଡ଼ଭଙ୍ଗା ଶୀତରେ ଥରିବ ଓଡିଶା, ୧୨ରୁ ଖସିବ ପାରଦ

ଭୁବନେଶ୍ବର: କମିବ ତାପମାତ୍ରା ବଢିବ ଶୀତ । ଶନିବାର ଠୁ ହାଡ଼ଭଙ୍ଗା ଶୀତରେ ଥରିବ ଓଡ଼ିଶା । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୧୨ ତାରିଖରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ପୂର୍ବରୁ ପୂର୍ବାବାୟୁ ପ୍ରଭାବରେ ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଥିଲା ।

ଫଳରେ ଦକ୍ଷିଣ ଓଡିଶାରେ ବର୍ଷା ଓ ଅନ୍ୟ ଅଞ୍ଚଳରେ କୋହଲା ପାଗ ରହୁଥିଲା । ଏବେ ମେଘମୁକ୍ତ ଆକାଶ ସହିତ ପୂର୍ବାବାୟୁ ଚଳନ କମିଛି । ଫଳରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ଘଣ୍ଟାରେ ବୌଦ୍ଧରେ ସର୍ବନିମ୍ନ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଜି ଦକ୍ଷିଣ ପଶ୍ଚିମ ସଂଲଗ୍ନ ଭାରତ ମହାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହାର ପ୍ରଭାବ ରାଜ୍ୟ ଉପରେ ପଡ଼ିବ ନାହିଁ ।

ମାର୍ଗଶୀର ପ୍ରଥମ ଗୁରୁବାରରେ ଓଡିଶା ପାଳିବ ମିଲେଟ ଦିବସ, ଉପକୃତ ହେବେ ଚାଷୀ

ଭୁବନେଶ୍ବର: ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର । ସାରା ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ । କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ସହିତ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ଲକ୍ଷ୍ୟରେ ମାଣ୍ଡିଆ ଦିବସ ପାଳନ କରାଯାଉଛି । ୨୦୧୭-୧୮ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ ।

ପ୍ରଥମେ ୭ଟି ଜିଲ୍ଲାର ୩୦ ବ୍ଲକରେ ମିଲେଟ୍ ମିଶନ କାର୍ଯ୍ଯକାରୀ ହୋଇଥିଲା। ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ଏହା କାର୍ଯ୍ଯକାରୀ ହେଉଛି। ଓଡ଼ିଶାରେ ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା। ମିଲେଟ୍ ମିଶନ୍ ମାଧ୍ୟମରେ ଗାଁ ଓ ସହରରେ ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି । ମିଲେଟ୍ ଜାତୀୟ ଖାଦ୍ୟ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ମିଶନ୍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଯାହାକି ଦେଶରେ ପ୍ରଥମ। ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍ ମିଶନ୍ ଦ୍ୱାରା ନିଆଯାଇଥିବ ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି ।

ଦ୍ବିତୀୟ ସେମିରେ ମୁହାଁମୁହିଁ ଭାରତ ଇଂଲଣ୍ଡ, ତୃତୀୟ ଥର ଫାଇନାଲ ଟିକେଟ ପାଇଁ ଲଢେଇ

ଆଡିଲେଡରେ ଆଜି ମହା ମୁକାବିଲା । ଟି-୨୦ ବିଶ୍ବକପର ଦ୍ବିତୀୟ ସେମି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଭାରତୀୟ ସମୟ ୧ଟା୩୦ରେ ଖେଳାଯିବ ମ୍ୟାଚ । ୧୯୮୭ କ୍ରିକେଟ୍ ପର ଠାରୁ ଉଭୟ ଦଳ ପ୍ରଥମ ଥର ପାଇଁ ପରସ୍ପର ବିରୁଦ୍ଧରେ ବିଶ୍ବକପ ସେମିଫାଇନାଲରେ ମୁହାଁମୁହିଁ ହେବେ । ତେବେ ଟି -20 ବିଶ୍ୱକପ ଇତିହାସରେ ଉଭୟ ଭାରତ ଏବଂ ଇଂଲଣ୍ଡ 2007 ଏବଂ 2012ରେ ଦୁଇଥର ପରସ୍ପରକୁ ଭେଟିଥିବା ବେଳେ ଦୁଇଟିଯାକ ମ୍ୟାଚରେ ଭାରତ ବିଜୟୀ ହୋଇଛି ।

2007ରେ ଭାରତ ଟ୍ରଫି ଜିତିଥିବା ବେଳେ, 2010 ରେ ଇଂଲଣ୍ଡ ବିଜୟୀ ହୋଇଥିବାରୁ ଉଭୟ ଦଳ ଇତିହାସରେ ଦ୍ବିତୀୟ ଟାଇଟଲ୍ ଜିତିବାକୁ ଚେଷ୍ଟା କରିବେ । ଏହି ଦୁହିଁଙ୍କ ଭିତରେ ଯିଏ ବିଜୟୀ ହେବ ପାକିସ୍ତାନ ସହ ହେବ ଫାଇନାଲ ଟକ୍କର । ଭାରତ ଦୁଇଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ଗୋଟିଏରେ ବିଜୟ, ଅନ୍ୟଟିରେ ପରାସ୍ତ ହୋଇଛି । ଇଂଲଣ୍ଡ ମଧ୍ୟ ଥରେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାତେଇବାରେ ବିଫଳ ହୋଇଛି ।

2014 ରେ ଶ୍ରୀଲଙ୍କା ଫାଇନାଲରେ ଭାରତକୁ ପରାସ୍ତ କରିଥିବାବେଳେ 2016 ରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜ ଠାରୁ ହାରିଥିଲା । ତେଣୁ ଏହି ମ୍ୟାଚ ଜିତି ଉଭୟ ଦଳ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିବାକୁ ଚେଷ୍ଟା କରିବେ ।

ମହାପ୍ରସାଦ ଖାଇବେ ଦ୍ରୌପଦୀ, ସକାଳ ଜଳଖିଆରେ ବିନା ପିଆଜ ରସୁଣ ଖାଦ୍ୟ

ଭୁବନେଶ୍ବର: ରାଷ୍ଟ୍ରପତି ହେବା ପରେ ଦୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ । ଶ୍ରୀମନ୍ଦିର ଦର୍ଶନ ପରେ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ପୁରୀ ରାଜଭବନରେ ରାଷ୍ଟ୍ରପତିଙ୍କ ପାଇଁ ବ୍ରେକଫାଷ୍ଟର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିନା ପିଆଜ ରସୁଣ ଖାଦ୍ୟ ପରସାଯିବ । ମେନ୍ୟୁରେ ରହିଛି ଅନେକ ପ୍ରକାର ଖାଦ୍ୟ ।

ତରଭୁଜ ଜୁସ, ସପୁରୀ ଜୁସ, ବିଭିନ୍ନ ଫଳ ଜୁସ, ଡାଏଟ କୋକ, ଭିନ୍ ଓ୍ବାଟର, ମିନେରାଲ ପାଣି, ଚା ଓ କଫି, ପଇଡ଼ ପାଣି, ଚିଜ୍ ଓ ଚଟନି ସାଣ୍ଡଓ୍ବିଚ୍, କିସମିସ ମିଶା କଦଳୀ କେକ୍, ଆପୁଲ କ୍ରୋସାଣ୍ଟ, ପୋଦିନା ଓ ତେନ୍ତୁଳି ଚଟଣୀ ସହ ଆଳୁ ଚପ୍, କର୍ନ ଚିଜ୍ ରାପ୍ ରହିଛି । ଏହସହ ଛୋଟ ଇଡଲି, ସମ୍ବର ଚଟଣି, ଢୋକଲା, ବିଦେଶୀ ଫଳ, ଡ୍ରାଏ ଫ୍ରୁଟ୍ସ, ଫ୍ରେସ କଟ୍ ଫ୍ରୁଟସ୍, ଛେନା ଝିଲି ଓ ଗୁଡ଼ରେ ପ୍ରସ୍ତୁତ ହୋଇଥିବା ସନ୍ଦେଶ ରାଷ୍ଟ୍ରପତିଙ୍କ ମେନ୍ୟୁରେ ରହିଛି ।

ଆଜିଠୁ ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି, ରାଜଭବନରେ ରହିଛି ମହାପ୍ରସାଦ ବ୍ୟବସ୍ଥା

ଭୁବନେଶ୍ବର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ସକାଳ ୧୦ଟା ୫୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମେୟର ପ୍ରମୁଖ ଉପସ୍ଥିତ ରହିବେ । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ସେ ପୁରୀ ଯିବେ । ସୁରକ୍ଷା ବ୍ୟବସ୍ଥା ପାଇଁ ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ମୁତୟନ ହୋଇଛନ୍ତି ୩୪ ପ୍ଲାଟୁନ ପୋଲିସ ।

ଦାୟିତ୍ବରେ ରହିଛନ୍ତି ୨୦୦ ବରିଷ୍ଠ ଅଧିକାରୀ, ୪ ଡିସିପି, ୨୨ ଅତିରିକ୍ତ ଡିସିପି, ୬୨ ଡିଏସପି, ୨୦୦ ଏସଆଇ-ଏଏସଆଇ ଓ ଡଗ ସ୍କ୍ବାଡ ନିୟୋଜିତ ହୋଇଛନ୍ତି । ପରେ ଭୁବନେଶ୍ବର ବିମାନ ବନ୍ଦରରୁ ରାଷ୍ଟ୍ରପତି ସ୍ବତନ୍ତ୍ର ବିମାନରେ ପୁରୀ ଗସ୍ତରେ ଯାଇ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ବେଢା ପରିକ୍ରମା କରିବେ ।

୪୫ ମିନିଟର ଦର୍ଶନ କାର୍ଯ୍ୟକ୍ରମ ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି । ରାଜଭବନରେ ରହିଛି ମହାପ୍ରସାଦ ସେବନ ବ୍ୟବସ୍ଥା । ସୁରକ୍ଷା ଲାଗି ୨୪ ପ୍ଲାଟୁନ ପୋଲିସ ଫୋର୍ସ, ୫ କମାଣ୍ଡାଣ୍ଟ, ୭ ଅତିରିକ୍ତ ଏସପି, ୧୮ ଡିଏସପି, ୩୦ ଇନ୍ସପେକ୍ଟର, ୧୧୦ ଏଏସଆଇ ଓ ଏସଆଇ ମୁତୟନ ହୋଇଛନ୍ତି ।
ପୁରୀରୁ ଫେରିବା ପରେ ମହାମହିମ ଭୁବନେଶ୍ବରର ଏକାଧିକ ଛକରେ ଥିବା ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରାଜଭବନରେ ସିଭିକ୍ ରିସେପସନ କାର୍ଯ୍ୟକ୍ରମରେ ଯୋଗଦେବେ ।

୧୧ ତାରିଖରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ । ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ଯୋଗଦେବେ । ପରେ ଦିଲ୍ଲୀ ପ୍ରତ୍ୟବର୍ତ୍ତନ କରିବେ ।

ପଦମପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ବିଜେଡିରେ ସାମିଲ ହେଲେ ରାଜୁ

ଭୁବନେଶ୍ବର: ଡିସେମ୍ବର ୫ ତାରିଖରେ ପଦମପୁର ଉପନିର୍ବାଚନ । ତା’ପୂର୍ବରୁ ବିଜେପିକୁ ଲାଗିଛି ଝଟକା । ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ବରିଷ୍ଠ ବିଜେପି ନେତା ରାଜୁ ଘିବେଲା । ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଭୁବନେଶ୍ବର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦେଲେ ରାଜୁ ଘିବେଲା ।

ରାଜୁ ଜଣେ ଦୄଢ ସଙ୍ଗଠକ ହୋଇଥିବାବେଳେ ପଦମପୁର ଅଞ୍ଚଳରେ ତାଙ୍କ ଭଲ ଜନ ସମର୍ଥନ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ରାଜୁ ଘିବେଲା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ପରେ ବିଜେପରେ ସାମିଲ ହୋଇଥିଲେ । ଉପ ନିର୍ବାଚନ ପୂର୍ବରୁ ବିଜେଡିରେ ରାଜୁଙ୍କ ଯୋଗଦାନ ଦଳକୁ ଅଧିକ ସୁଦୃଢ଼ କରିବ ।

ରାଜଧାନୀରେ ପୁଣି ଶିଶୁ ବିକ୍ରି ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ପୁଣି ଶିଶୁ ବିକ୍ରି ଅଭିଯୋଗ । ଖଣ୍ଡଗିରି ଅଞ୍ଚଳରୁ ୪ ମାସର ଶିଶୁ କନ୍ୟାକୁ ଉଦ୍ଧାର କଲେ ଚାଇଲ୍‌ଡ ଲାଇନ୍ ଓ ପୋଲିସ୍ । ମାମଲାରେ ସଂପୃକ୍ତ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ୍ । ୨୧-୨୨ ଦିନର ଥିବାବେଳେ ଛୁଆଟିକୁ ନେଇ ଆସିଥିଲେ ସଂପୃକ୍ତ ଦମ୍ପତି । ଏଥିପାଇଁ ଛୁଆର ମା’କୁ ୧୦ ହଜାର ଟଙ୍କା ଦେଇଥିଲେ । ଖାଲି ସେତିକି ନୁହେଁ ଟଙ୍କା ଦେବା ପରେ ଛୁଆଟିର ମା’ ନିକଟରୁ ଏକ ବ୍ଲାଙ୍କ କୋର୍ଟ ପେପରରେ ଦସ୍ତଖତ ମଧ୍ୟ ନେଇଥିଲେ । ଏହାପରେ ସେମାନେ ଛୁଆଟିର ଜାଲି ବାର୍ଥ ସାର୍ଟିଫିକେଟ୍ ମଧ୍ୟ ତିଆରି କରିଥିବା ପୋଲିସ୍ ନିକଟରେ ସ୍ବୀକାର କରିଛନ୍ତି ।

ଉଦ୍ଧାର ପରେ ଶିଶୁ କନ୍ୟାକୁ CWC ନିକଟରେ ହାଜର କରାଯାଇ ସୁଭଦ୍ରା ସେବା ସଦନରେ ରଖାଯାଇଛି । ଏନେଇ ଖଣ୍ଡଗିରି ଥାନାରେ ଏକ ଏତଲା ଦିଆଯାଇଥିବା ସୂଚନା ଦେଇଛନ୍ତି ଚାଇଲ୍ଡ ଲାଇନ୍ ସଦସ୍ୟ ଘନଶ୍ୟାମ ଭୋଇ । ଏହାସହ ଘଟଣା ସମ୍ପର୍କରେ ଡିସିପିଙ୍କୁ ଅବଗତ କରାଯାଇଛି ।

ଆସୁଛନ୍ତି ରାଷ୍ଟ୍ରପତି: ଦିନ ଗୋଟାଏରୁ ରାଜଧାନୀରେ ଛୁଟି

ଭୁବନେଶ୍ବର: ଆସନ୍ତାକାଲି ଦୁଇଦିନ ପାଇଁ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଧାନୀରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିବେ । ଏହାସହ ଦୁଇଦିନ ଧରି ମହାମହିମଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଦିନ ଗୋଟାଏ ପରେ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ।

ଓଡ଼ିଶା ମାଟିର ଗର୍ବ ଓ ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ଏହି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଷ୍ଟ୍ରପତିଙ୍କୁ ସମ୍ମାନ ପାଇଁ  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଛୁଟି ଘୋଷଣା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ ।

ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ବ୍ଲୁବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ସକାଳ ୧୦ଟା ୫୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ ପରେ ସେ ଯିବେ ପୁରୀ । ଗସ୍ତକୁ ଦୃଷ୍ଟିରେ ରଖି ବିମାନବନ୍ଦରରେ ଫୁଲଡ୍ରେସ ରିହର୍ସଲ ଓ କାର୍ଯ୍ୟସୂଚୀ ଅନୁୟାଯୀ କାରକେଡ ରିହର୍ସଲ କରିଛି ପୋଲିସ । ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ରହିବ ସୁରକ୍ଷା ବ୍ୟବସ୍ଥା । ମୁତୟନ ହେବେ ୩୪ ପ୍ଲାଟୁନ ପୋଲିସ । ଦାୟିତ୍ବରେ ରହିବେ ୨୦୦ ବରିଷ୍ଠ ଅଧିକାରୀ, ୪ ଡିସିପି, ୨୨ ଅତିରିକ୍ତ ଡିସିପି, ୬୨ ଡିଏସପି  ଓ ୨୦୦ ଏସଆଇ-ଏଏସଆଇ । ନିୟୋଜିତ ରହିବ ଡଗ ସ୍କ୍ବାଡ । ବିମାନବନ୍ଦର, ରୁଟ୍ ଲାଇନ ଓ ରାଜଭବନ ପର୍ଯ୍ୟନ୍ତ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା । ସବୁ ଥାନାକୁ କରାଯାଇଛି ଆଲର୍ଟ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମେୟର ପ୍ରମୁଖ ଉପସ୍ଥିତ ରହିବେ ।

ଭୁବନେଶ୍ବର ବିମାନ ବନ୍ଦରରୁ ରାଷ୍ଟ୍ରପତି ସ୍ବତନ୍ତ୍ର ବିମାନରେ ପୁରୀ ଗସ୍ତରେ ଯାଇ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ବେଢା ପରିକ୍ରମା କରିବେ । ୪୫ ମିନଟର ଦର୍ଶନ କାର୍ଯ୍ୟକ୍ରମ ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ରାଜଭବନରେ ରହିଛି ମହାପ୍ରସାଦ ସେବନ ବ୍ୟବସ୍ଥା । ସୁରକ୍ଷା ଲାଗି ୨୪ ପ୍ଲାଟୁନ ପୋଲିସ ଫୋର୍ସ, ୫ କମାଣ୍ଡାଣ୍ଟ, ୭ ଅତିରିକ୍ତ ଏସପି, ୧୮ ଡିଏସପି, ୩୦ ଇନ୍ସପେକ୍ଟର, ୧୧୦ ଏଏସଆଇ ଓ ଏସଆଇ ମୁତୟନ ହୋଇଛନ୍ତି । ପୋଲିସ ପକ୍ଷରୁ ବି କରାଯାଇଛି କାରକେଡ ରିହର୍ସଲ ।

ପୁରୀରୁ ମହାମହିମ ଭୁବନେଶ୍ବର ଆସି ଏକାଧିକ ଛକରେ ଥିବା ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରାଜଭବନରେ ସିଭିକ୍ ରିସେପସନ କାର୍ଯ୍ୟକ୍ରମରେ ଯୋଗଦେବେ । ୧୧ ତାରିଖରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ । ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ଯୋଗଦେବେ । ପରେ ଦିଲ୍ଲୀ ପ୍ରତ୍ୟବର୍ତ୍ତନ କରିବେ ।

ବିବାହ କରିବେ ଶେଷ କିଷାନ, ଗାଁ ପିଲାଙ୍କ ପାଇଁ ଦାନ କଲେ ୩୦ ଲକ୍ଷ ଟଙ୍କାର ଘର

ସମ୍ବଲପୁର: ସଂଘର୍ଷର ଷଠିଘରୁ ସଫଳାତାର ଶୀର୍ଷରେ ପହଞ୍ଚିଥିବା ଶେଷ କିଷାନଙ୍କ କାହାଣୀ ଆପଣ ଅଳ୍ପ ବହୁତ ଜାଣିଥିବେ । ପରିବାରର ସମସ୍ତଙ୍କୁ ହରାଇ ଏକା ହୋଇଯାଇଥିବା ଶେଷ ଏବେ ଆଉ ଅତୀତକୁ ମନେ ପକାଉନାହାଁନ୍ତି । ଆସନ୍ତା ୨୨ ତାରିଖରେ ଶେଷଙ୍କ ଜୀବନକୁ ଆସିବେ ନୂଆ ସାଥୀ । ବିବାହ ବନ୍ଧନରେ ବାନ୍ଧି ହେବେ ଶେଷ କିଷାନ । ହେଲେ ଏଇ ଖବର ପଛରେ ରହିଛି ଆଉ ଏକ କାହାଣୀ । ଯେଉଁଟା ଶୁଣିଲେ ଆପଣ ବି ତାଙ୍କୁ ସାବାସୀ ଦେବେ । କାରଣ ୩୦ ଲକ୍ଷ ଟଙ୍କାର ଘରକୁ ଗାଁ ପିଲାଙ୍କ ପାଇଁ ଉତ୍ସର୍ଗ କରୁଛନ୍ତି ଶେଷ । ହେଲେ କାହିଁକି ଶେଷ ନେଇଛନ୍ତି ଏହି ନିଷ୍ପତ୍ତି ବସନ୍ତୁ ଜାଣିବା ।

ଦୃଶ୍ୟ ସମାନ, ହେଲେ ବଦଳିଛି ବ୍ୟକ୍ତିତ୍ବର ଚିତ୍ର । ସେଦିନ ଏଇଠି ଛେଳି ସହ ଚାଲିଥିଲା ଶେଷଙ୍କ ସଂଘର୍ଷ । ବିଲମାଳ ପାହଡ଼ ଭିତରେ ଛେଳି ଚରାଇବାକୁ ଯାଇ କିଷାନ ଦେଖୁଥିଲେ କାହିଁ କେତେଦୂର ସ୍ବପ୍ନ । ମାଟି ଗୋଡ଼ି ରାସ୍ତାରେ ଯନ୍ତ୍ରଣା ସହୁଥିଲା ଖାଲି ପାଦ । ଆଉ ଆଜି ପାଦକୁ ସୁରକ୍ଷା ଦେଉଛି ଦାମୀ ଜୋତା । ବୈଜ୍ଞାନିକ ହୋଇ ଜର୍ମାନୀରୁ ଗାଁକୁ ଫେରିଛନ୍ତି ଶେଷ କିଷାନ ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବଲାସିଂଘା ଗାଁ । ସେହି ଗାଁରେ ତୋଳା ହୋଇଛି ଶେଷଙ୍କ ସ୍ବପ୍ନର ଘର । ଜୀବନ ରଙ୍ଗରେ ଫିକା ପଡ଼ିଥିବା କିଷାନଙ୍କ ଘର ଆଜି ବେଶ ରଙ୍ଗୀନ ହୋଇଛି । କାହିଁକି ନାଁ ଶେଷ ଅସମ୍ଭବକୁ ପଛକୁ ଠେଲି ସମ୍ଭବକୁ ସାମ୍ନାକୁ ଆଣିଛନ୍ତି । ସେହି ସମ୍ଭାବନା ଭିତରେ ଶେଷଙ୍କ ଜୀବନକୁ ଆସୁଛନ୍ତି ଜଣେ ସମ୍ମୋହନୀ । ଏଇ ମାସ ୨୨ ତାରିଖରେ ହାତରୁ ଦିହାତ ହେବେ ଶେଷ ।

ଗରିବୀ ଶବ୍ଦକୁ ମନ ଭିତରୁ ଭୁଲିଯିବା ପାଇଁ ବଡ଼ କୋଠା ଘର ତୋଳିଥିଲେ ଶେଷ କିଷାନ । ଭଉଣୀକୁ ଭଙ୍ଗା ଦଦରା ଘରୁ ବାହାର କରି କୋଠା ଘରଟିଏ ଦେବାକୁ ଇଚ୍ଛା କରିଥିଲେ । ହେଲେ ପକ୍କା ଘର ଶେଷ ପୂର୍ବରୁ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ଭଉଣୀ । ଯେଉଁଥିପାଇଁ ଏଇ ୩୦ ଲକ୍ଷ ଟଙ୍କାର ଘରକୁ ସେ ଗାଁ ପିଲାଙ୍କ ପାଇଁ ଦାନ କରିବାକୁ ଯାଉଛନ୍ତି ।

ପରିବାରରେ କେହି ନାହାଁନ୍ତି । ଭଗବାନ ୫ ଜଣଙ୍କୁ ନେଇଯାଇଥିଲେ ବି ଶେଷଙ୍କ ଆଖିରେ ଆଉ ଦୁଃଖ ନାହିଁ । କାରଣ ଭାଙ୍ଗି ପଡ଼ିଥିବା ଶେଷ ଏବେ ଖୁବ ଶକ୍ତ ହୋଇଯାଇଛନ୍ତି ।