ଚେନ୍ନାଇରେ ପ୍ରବାସୀ ଓଡ଼ିଆ କଲ୍ଚରାଲ୍ ସୋସାଇଟିର ବାର୍ଷିକ ଉତ୍ସବ

ଚେନ୍ନାଇ: ଚେନ୍ନାଇ ଠାରେ ଥିବା ଓଡ଼ିଆ ସଂଗଠନ “ପ୍ରବାସୀ ଓଡ଼ିଆ କଲ୍ଚରାଲ୍ ସୋସାଇଟି” କରୋନା ପରେ ତାର ପ୍ରଥମ ଉତ୍ସବ ରୂପରେ କାର୍ତିକ ପୁର୍ଣିମା ଓ ଆମଚାଟଶାଳୀ ର ବାର୍ଷିକ ଉତ୍ସାବ ବହୁ ହସ ଉଳାସରେ ପାଳନ କରିଛି । ଚେନ୍ନାଇ ର ଏହି ଓଡ଼ିଆ ସଂଗଠନ କିଛି ବର୍ଷ ପୂର୍ବରୁ ଓଡ଼ିଶା ବାହାରେ ଓଡିଆ ଭାଷା ସଂସ୍କୃତିକୁ ଜୀବନ୍ତ ରଖିବା ପାଇଁ ଏକ ଓଡ଼ିଆ ସ୍କୁଲ “ଆମ ଚାଟଶାଳୀ” ନାମରେ ଚେନ୍ନାଇ ସହରର ନାଙ୍ଗାନାଲୁର୍ ଅଂଚଳରେ ଆରମ୍ଭ କରିଥିଲେ । ଏହି ସ୍କୁଲ ରେ ଛୁଟି ଦିନ ତଥା ଶନିବାର ଓ ରବିବାର ରେ ଛୋଟ ପିଲା ମାନଙ୍କୁ ଓଡ଼ିଆ ଛବିଳ ବର୍ଣ୍ଣବୋଧ ଶିକ୍ଷା ତଥା ଓଡିଶୀ ନୃତ୍ୟ ଶିକ୍ଷା ଦିଆ ଯାଇଥାଏ ।

ଗୁରୁ ମାଆ ମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି ଯେଉଁ ମାନେକି ଓଡ଼ିଆ ପାଠ ପିଲାମାନଙ୍କୁ ପଢ଼ାଇଥାନ୍ତି । ଦୀର୍ଘ ତିନି ବର୍ଷ ବ୍ୟବଧାନ ପରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମ ରେ ପ୍ରାୟ ଏକାହାଜର ରୁ ଓଡ଼ିଆ ଏକତ୍ରିତ ହୋଇଥିଲେ । ଏହି ଉତ୍ସବରେ ଚେନ୍ନାଇର ମୁଖ୍ୟ ଇନକମ୍ ଟ୍ୟାକ୍ସ କମିଶନର ଶ୍ରୀ ଦେବେନ୍ଦ୍ର ନାରାୟଣ କର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଓଡ଼ିଆ ସିନେ ତାରକା ତଥା ପୂର୍ବତନ ବିଧାୟକ ଆକାଶ ଦଶନୟକ ଏବଂ ଓଡ଼ିଆ ମେଡିଆ ଜଗତର ବରିଷ୍ଠ ଅଧିକାରୀ ଅରବିନ୍ଦ ଦାସ ସଂମାନିୟ ଅତିଥି ଭାବରେ ଯୋଗ ଦେଇଥିଲେ ତା ଛଡା ଚେନାଇ ଓ ମୁମ୍ବାଇରୁ ବହୁ ଓଡ଼ିଆ ଉଦ୍ୟୋଗପତି ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

ଏହି ଉତ୍ସବରେ ଆମଚାଟଶାଳୀ ର କୁନିକୁନି ଓଡ଼ିଆ ପିଲା ମାନଙ୍କର ନୃତ୍ୟ ,ଚେନ୍ନାଇ ତଥା ଓଡ଼ିଆ ମହିଳା ମାନଙ୍କର ନୃତ୍ୟ ଉପସ୍ଥିତ ଦର୍ଶକ ମାନଙ୍କର ଭରପୁର ମନୋରଞ୍ଜନ କରିଥିଲା। ଓଡିଶା ସିନେ ଜଗତର ଅଭିନେତ୍ରୀ ତଥା ଗାୟିକା ଅନୁରାଧା ପାଣିଗ୍ରାହୀ ଏବଂ ମୁମ୍ବାଇ ର ଜୁନିଅର କିଶୋର କୁମାର ଭାବରେ ପରିଚିତ ଓଡ଼ିଆ ଗାୟକ ସୁଜିତ ପରିଡା ଦର୍ଶକ ମନକୁ ନିଜ ନିଜର ନୃତ୍ୟ ଗୀତ ପରିବେଷଣ ମାଧ୍ୟମରେ ବାନ୍ଧି ରଖିଥିଲେ । ଚେନ୍ନାଇର ଏହି ସଂଗଠନ ଓଡ଼ିଆ ଭାଷା ସଂସ୍କୃତିକୁ ପ୍ରଚାର ପ୍ରସାର କରିପାରୁଥିବାରୁ ସମସ୍ତ ବକ୍ତା ଅତିଥି ମାନେ ଏହାର ଭୁୟସୀ ପ୍ରଶଂସା କରିଥିଲେ ।

ଏକ ଭଡା ଘରେ ଚାଲିଥିବା ଏହି ଆମ ଚାଟଶାଳୀ ବିଦ୍ୟାଳୟ କୁ ଏକ ସ୍ଥାଇ ଘର ଦରକାର ଅଛିବୋଲି ନିଜର ଅଭିଭାଷଣରେ ସଂଘର ସମ୍ପାଦକ ସଂଜୀବ ସାମଲ କହିବା ପରେ ଚେନ୍ନାଇରେ ଥିବା ପ୍ରତିଷ୍ଠିତ ଉଦ୍ୟୋଗପତି ଗୋଲଖ ପରିଡା ସଂଗଠନ ର ଏକ ନିଜସ୍ୱ ବିଦ୍ୟାଳୟ ନିର୍ମାଣ ର ପ୍ରସ୍ତାବ ରଖିଥିଲେ ଏବଂ ବିଦ୍ୟାଳୟ ନିର୍ମାଣ ରେ ଯାହା ଅର୍ଥ ଖର୍ଚ ହେବ ତାକୁ ତାଙ୍କ କମ୍ପାନୀ ତରଫରୁ ଦାନ ଆକାରରେ ଦିଆଯିବ ବୋଲି ଘୋଷଣା କରିଥିଲେ।

କରୋନା ସମୟରେ ଗୋଲଖ ପରିଡା ନିଜ ଗ୍ରାମରେ ସ୍ୱତନ୍ତ୍ର ରାସ୍ତା, ମନ୍ଦିର ତଥା ଭାଗବତ ଟୁଙ୍ଗି ନିଜ ଖର୍ଚରେ ନିର୍ମାଣ କରି ସାରା ଓଡ଼ିଶାରେ ଚର୍ଚ୍ଚାରେ ଆସିଥିବା କଟକ ଜିଲ୍ଲା ସାଲେପୁର ଅଂଚଳର ଏହି ବଦାନ୍ୟ ଓଡ଼ିଆ ବ୍ୟକ୍ତିତ୍ୱ ଆଜି ଚେନ୍ନାଇ ର ଏହି କାର୍ଯ୍ୟକାମରେ ଓଡ଼ିଆ ବିଦ୍ୟାଳୟ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଘୋଷଣ କରି ସମସ୍ତଙ୍କର ଧନ୍ୟବାଦ ର ପାତ୍ର ହୋଇ ପାରିଛନ୍ତି ।