ମୈନପୁରୀରୁ ଡିମ୍ପଲ ଯାଦବଙ୍କ ଐତିହାସିହକ ବିଜୟ, ଗଡ଼ ବଜାୟ ରଖିଲା ସପା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନରେ ସମାଜବାଦୀ ପାର୍ଟି ବଡ଼ ବିଜୟ ହାସଲ କରିଛି । ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ ମୈନପୁରୀରେ ହୋଇଥିବା ଉପନିର୍ବାଚନରେ ସପା ପ୍ରାର୍ଥୀ ଡିମ୍ପଲ ଯାଦବ ନୂଆ କୀର୍ତ୍ତିମାନ ବନାଇଛନ୍ତି । ସେ ୨.୮୦ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜେପିର ରଘୁରାଜ ସିଂହ ଶାକ୍ୟଙ୍କୁ ପରାଜିତ କରିଛନ୍ତି । ଏହି ଐତିହାସିକ ବିଜୟ ସହ ଡିମ୍ପଲ ଯାଦବ ମୈନପୁରୀ ଲୋକସଭା ଆସନରୁ ପ୍ରଥମ ମହିଳା ସାଂସଦ ହୋଇଛନ୍ତି ।

ଡିମ୍ପଲ ଯାଦବଙ୍କୁ ୬ ଲକ୍ଷ ୧୭ ହଜାର ୬୨୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ରଘୁରାମ ସିଂହଙ୍କୁ ୩ ଲକ୍ଷ ୨୯ ହଜାର ୪୮୯ ଖଣ୍ଡ ଭୋଟ ମିଳିଛି । ଏହିପରି ଡିମ୍ପଲ ୨ ଲକ୍ଷ ୮୮ ହଜାର ୧୩୬ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି । ପ୍ରକାଶଥାଉକି ୧୯୯୬ ପରେ ମୁଲାୟମ ସିଂହ ଯାଦବ ମୈନପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଏବଂ ସେବେଠୁ ଏପର୍ଯ୍ୟନ୍ତ ସମାଜବାଦୀ ପାର୍ଟି କେବେ ବି ଏହି ଆସନରେ ପରାଜିତ ହୋଇନାହିଁ ।