ହିମାଚଳରେ କାମ ଦେଲାନି ମୋଦି ମ୍ୟାଜିକ୍, କଂଗ୍ରେସକୁ ବହୁମତ

ସିମଲା: ଗୁଜରାଟରେ ଜିତିଲା ହେଲେ ହିମାଚଳ ପ୍ରଦେଶରେ ଚିତପଟାଙ୍ଗ । କାମ ଦେଲାନି ମୋଦି ମ୍ୟାଜିକ୍ । ହାତ କବଜାରେ ହିମାଚଳ ପ୍ରଦେଶ । ଇତିହାସର ହେଲା ପୁନରାବୃତ୍ତି । ଗୁଜରାଟରେ ବିଜେପି ଦବଦବା ଦେଖାଇଥିବା ବେଳେ, ହିମାଳଚରେ ପଦ୍ମ ଦଳର ପାଓ୍ବାର ଫେଲ୍ । ଫେଲ୍ ମାରିଛି ଏକଜିଟ୍ ପୋଲ୍ ଅଙ୍କ । ହିମାଚଳରେ ଯେଉଁ ଅଙ୍କ କହୁଥିଲା, ଏଠାରେ ସରକାର ଗଢ଼ିବ ବିଜେପି । ହେଲେ ଗଣତି ପରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି ।

ଗଣତି ଆରମ୍ଭରୁ ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଖିବାକୁ ମିଳିଥିଲା । କେତେବେଳେ କଂଗ୍ରେସ ଆଗକୁ ଯାଉଥିଲା ତ ଆଉ କେତେବେଳେ ବିଜେପି । ହେଲେ ଏବେ କଂଗ୍ରେସ ବହୁମତ ହାସଲ କରିବାରେ ସକ୍ଷମ ହୋଇଛି । ୬୮ ଆସନରୁ ୪୦ଟି ସିଟ୍ ହାତେଇବାରେ ସକ୍ଷମ ହୋଇଛି କଂଗ୍ରେସ । ଅନ୍ୟପଟେ ବିଜେପି ହାତରୁ କ୍ଷମତା ଯିବା ସହ ମାତ୍ର ୨୫ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଅନ୍ୟ ଦଳ ତିନି ଆସନରେ ବିଜୟୀ ହୋଇଛନ୍ତି । ଦଳର ସଫଳତାକୁ ନେଇ ହିମାଚଳର ସମସ୍ତ ନେତା ଓ କର୍ମୀଙ୍କୁ ଅଭିନନ୍ଦନ ଓ ଶ୍ରେୟ ଦେଇଛନ୍ତି ରାହୁଲ ଗାନ୍ଧି ।

ବିଜୟୀ ହେବା ପରେ ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀ କରିଛନ୍ତି ସେଲିବ୍ରେସନ । ବାଜା ଓ ବାଣ ଫୁଟାଇ ମନାଇଛନ୍ତି ବିଜୟ ଉତ୍ସବ । ୬୮ ଆସନ ବିଶିଷ୍ଟ ହିମାଚଳରେ ୨୦୧୭ରେ ୭୫.୫୭ ପ୍ରତିଶତ ମତଦାନ ହୋଇଥିବା ବେଳେ ବିଜେପି ହାତେଇଥିଲା ୪୪ଟି ଆସନ । ଏଥର ହୋଇଥିଲା ୭୫ ପ୍ରତିଶତ ମତଦାନ । ମୁଖ୍ୟମନ୍ତ୍ରୀ ଜୟୀରାମ ଠକୁର ପରାଜୟ ସ୍ୱୀକାର କରିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଗୁଜୁରାଟରେ ପରାଜିତ ହୋଇଥିଲେ ହେଁ ହିମାଚଳର ବିଜୟ ଦଳୀୟ କର୍ମୀଙ୍କ ମନୋତ୍ସୋହକୁ ବୃଦ୍ଧି କରିଛି ।