spot_img
Home Blog Page 3846

ସରୁନି ରାଜସ୍ଥାନ ସସପେନ୍ସ, ଆଜି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିବେ ଅଶୋକ ଗେହଲଟ

ଜୟପୁର: ସରୁନି ରାଜସ୍ଥାନ ସସପେନସ । ଆଜି କଂଗ୍ରେସ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏଆଇସିସି ସଭାପତି ପଦଲାଗି ସେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେନେଇ ସୋନିଆଙ୍କ ସହ ସବିଶେଷ ଆଲୋଚନା କରିବେ ଗେହଲଟ୍ । ଗତ ରବିବାର ରାତିରେ ୮୨ଜଣ ବିଧାୟକ ବାଚସ୍ପତି ସି.ପି. ଯୋଶୀଙ୍କୁ ନିଜ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବାବେଳେ ସେମାନେ ୩ ଦଫା ଦାବି ଉପସ୍ଥାପନ କରିଥିଲେ ।

ଅଶୋକ ଗେହଲଟ ଯଦି କଂଗ୍ରେସ ସଭାପତି ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ତାଙ୍କ ବଦଳରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରା ନଯାଉ । ଦ୍ୱିତୀୟ ଦାବି ଥିଲା- ଜୁନ ୨୦୨୦ରେ ପାଇଲଟଙ୍କ ବିଦ୍ରୋହ କାଳରେ ସରକାରଙ୍କୁ ରକ୍ଷା କରିଥିବା ବିଧାୟକଙ୍କ ମଧ୍ୟରୁ ଜଣକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବା । ତୃତୀୟ ଦାବି ଥିଲା- ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଗେହଲଟଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉ । ସେପଟେ ରାଜସ୍ଥାନରେ ଘଟିଥିବା ଅଚଳାବସ୍ଥା ଲାଗି ସୋନିଆ ଗାନ୍ଧି ଓ ଗେହଲଟ ଦାୟୀ ନୁହନ୍ତି ବୋଲି ରିପୋର୍ଟରେ ଦର୍ଶାଇଛନ୍ତି ପର୍ଯ୍ୟବେକ୍ଷକ ।

ସ୍ୱାଧୀନତାର ୭୫ ବର୍ଷ ପରେ ଗାଁକୁ ମିଳିଲା ପ୍ରଥମ ସରକାରୀ ଚାକିରି

ପାଟନା: ସରକାରୀ ଚାକିରି କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ବିଶେଷ କରି ଉତ୍ତର ଭାରତରେ ସରକାରୀ ଚାକିରୀକୁ ନେଇ ଭିନ୍ନ କ୍ରେଜ୍ ଦେଖିବାକୁ ମିଳେ । ସରକାରୀ ଚାକିରୀ କରିବା ସବୁବେଳେ ଯୁବପିଢ଼ୀଙ୍କର ପ୍ରଥମ ଚେଷ୍ଟା ରହିଥାଏ । ତେବେ ବିହାରରେ ଏମିତି ଏକ ଗାଁ ଅଛି ଯେଉଁଠାରେ ସ୍ୱାଧୀନତା ପରଠାରୁ କୌଣସି ବ୍ୟକ୍ତି ସରକାରୀ ଚାକିରି ପାଇନାହାନ୍ତି । କିନ୍ତୁ ଏବେ ସେହି ଗାଁର ଜଣେ ବ୍ୟକ୍ତି ଏହି ରେକର୍ଡକୁ ଭାଙ୍ଗିଛନ୍ତି ।  

ଏହି ଘଟଣା ଦେଖିବାକୁ ମିଳିଛି ମୁଜାଫରପୁର ଜିଲ୍ଲାରେ । ଏହି ଜିଲ୍ଲାର କାଟ୍ରା ବ୍ଲକ୍ ସୋହଗପୁର ଗ୍ରାମରେ ଜଣେ ଯୁବକ ସରକାରୀ ଚାକିରି ପାଇଛନ୍ତି । ଚାକିରି ପାଇବା ପରେ ତାଙ୍କ ପରିବାର ଓ ଗାଁରେ ଖୁସିର ବାତାବରଣ ଖେଳିଯାଇଛି । ସ୍ୱାଧୀନତାର ୭୫ ବର୍ଷ ପରେ ସେହି ଗାଁରେ କେହି ସରକାରୀ ଚାକିରି ପାଇପାରିନଥିଲେ । କିନ୍ତୁ ବର୍ତ୍ତମାନ ଗାଁର ଯୁବକ ରାକେଶ କୁମାର ଏହି ରେକର୍ଡକୁ ଭାଙ୍ଗିଛନ୍ତି ଓ ସରକାରୀ ଚାକିରି କରିଛନ୍ତି ।

ସୋହଗପୁର ଗାଁରେ ପ୍ରାୟ ୨ ହଜାର ଲୋକ ବସବାସ କରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ସରକାରୀ କର୍ମଚାରୀ ହେବାର ସଫଳ ହୋଇନାହାନ୍ତି । ଗାଁର ସ୍ୱର୍ଗତ ରାମ ଲାଲ ଚୌଧୁରୀଙ୍କ ପୁଅ ରାକେଶ କୁମାର ତାଙ୍କ ନିଷ୍ଠା ଏବଂ ପରିଶ୍ରମ ଫଳରେ ଏହି ପଦ ହାସଲ କରିପାରିଛନ୍ତି । ରାକେଶ ଗାଁରୁ ଶିକ୍ଷା ଆରମ୍ଭ କରିବା ପରେ ଦରଭଙ୍ଗା ବିଶ୍ୱବିଦ୍ୟାଳୟରୁ M.com ଅଧ୍ୟୟନ କରିଥିଲେ । ଏହା ପରେ ସେ ରାଜସ୍ଥାନରୁ B.Ed ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ରାକେଶଙ୍କ ଏହି ସଫଳତା ଶୁଣି ସ୍ଥାନୀୟ ଲୋକ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ଗ୍ରାମବାସୀ କହିଛନ୍ତି ଯୋ ସ୍ୱାଧୀନତା ପରେ ଏହା ହେଉଛି ପ୍ରଥମ ଯୁବକ ଯିଏ ନିଜ ପରିଶ୍ରମ ଓ ନିଷ୍ଠା ସହ ଗାଁକୁ ଗୌରବାନିତ କରିଛନ୍ତି । ରାକେଶଙ୍କ ଏହି ସଫଳତା ଅନ୍ୟ ଯୁବକ ଯୁବତୀଙ୍କ ପ୍ରେରଣା ଯୋଗାଇବ ବୋଲି ଗ୍ରାମବାସୀ କହିଛନ୍ତି ।

 

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି । ରାଜ୍ୟ ସରକାରଙ୍କ ପରେ କେନ୍ଦ୍ର ବଢ଼ାଇଲା ମହଙ୍ଗା ଭତ୍ତା । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ାଇବାକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଡିଅରନେସ ଆଲାଉନ୍ସ ବା ଡିଏ ୪ ପ୍ରତିଶତ ବଢ଼ାଇ ୩୮ ପ୍ରତିଶତ କରିଦିଆଯାଇଛି । ଏହାକୁ ଗତ ଜୁଲାଇରୁ ପିଛିଲା ଭାବେ ଏହା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହାଦ୍ବାରା ୫୦ ଲକ୍ଷ ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନ୍ ଉପଭୋକ୍ତା ଉପକୃତ ହେବେ । ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଥିଲେ ରାଜ୍ୟ ସରକାର ।

ଓଡ଼ିଶା ଆଇଟି ହବକୁ ବୁଷ୍ଟର ଡୋଜ୍, ରାଜ୍ୟରେ ଖୋଲିବ ଦେଶର ପ୍ରମୁଖ ଆଇଟି କମ୍ପାନୀ IBMର ଶାଖା

ଭୁବନେଶ୍ୱର: ଓଡ଼ିଶା ଆଇଟି ହବ୍‌ ସ୍ୱପ୍ନକୁ ବୁଷ୍ଟର ଡୋଜ । କାଲି ସାକ୍ଷାତ ଆଲୋଚନା । ଆଜି କମ୍ପାନୀର ଘୋଷଣା । ଓଡ଼ିଶାରେ ଖୋଲିବ IBM ବ୍ରାଞ୍ଚ । ଦେଶର ପ୍ରମୁଖ ଆଇଟି କମ୍ପାନୀ ମଧ୍ୟରୁ IBM ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ବେଶ୍ ଜଣାଶୁଣା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ IBM ଏହି ନିଷ୍ପତ୍ତି ନେଇଛି । ଆସନ୍ତା ମାସରେ ଭୁବନେଶ୍ୱରରେ IBM ଶାଖା ଖୋଲିବା ନେଇ ସୂଚନା ଥିବାବେଳେ ଏହାଦ୍ୱାରା ୨୦୦ରୁ ୪୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଅନ୍ୟପଟେ ମେକ ଇନ୍ ଓଡ଼ିଶା କନକ୍ଲେଭ ଥ୍ରୀ ଆଜି ସଂଧ୍ୟାରେ ବେଙ୍ଗାଲୁରୁରେ ଇନଭେଷ୍ଟର୍ସ ମିଟ ହେବ । ସମ୍ମିଳନୀରେ ଉପସ୍ଥିତ ରହି ବିଶିଷ୍ଟ ଶିଳ୍ପପତି, ଚାମ୍ବର୍ସ ଅଫ କମର୍ସ ସହ ୱାନ ଟୁ ୱାନ ଆଲୋଚନା କରିବେ ନବୀନ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କ’ଣ କ’ଣ ରହିଛି ସୁବିଧା ସୁଯୋଗ । ଏନେଇ ନିବେଶକଙ୍କୁ ବୁଝାଇ ନିମନ୍ତ୍ରଣ କରିବେ ନବୀନ । ନିବେଶକ ସମ୍ମିଳନୀରେ ଆଇଟି ସହ ଇଏସଡିଏମ୍, ଟେକ୍ସଟାଇଲ୍ ଆପାରେଲ୍, ଫୁଡ ପ୍ରୋସେସିଂ, ଇ-ଭେହିକିଲ୍, ଅଟୋ ଆଣ୍ଡ ଅଟୋ କମ୍ପୋନେଟ, ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରକୁ ଫୋକସ୍ କରାଯାଇଛି । ଇନଭେଷ୍ଟର୍ସ ମିଟିରେ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୫୦୦ରୁ ଅଧିକ ନିବେଶକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗତକାଲିଠୁ ନବୀନ ବେଙ୍ଗାଲୁରୁ ଗସ୍ତ କରି ଅନେକ ବିଜିନେସ ଟାଇକୁନଙ୍କୁ ଭେଟିଛନ୍ତି  । ଯେଉଁଥିରେ ଆଇବିଏମ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା ମଧ୍ୟ ସାମିଲ ଥିଲେ ।

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍, ବିଶ୍ୱକପ୍ ପୂର୍ବରୁ ତ୍ରୁଟି ସୁଧାରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଥିରୁଅନନ୍ତପୁରମ: ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ । ଆଗକୁ ଟି-୨୦ ବିଶ୍ୱକପ ଥିବାରୁ ଏହି ସିରିଜ୍ ଟିମ୍ ଇଣ୍ଡିଆ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିବା ୩ ଟିକିଆ ସିରିଜରେ ଭାରତ ୨-୧ରେ ବିଜୟଲାଭ କରିଥିଲା । କିନ୍ତୁ ଟିମ୍ ଇଣ୍ଡିଆର ଡେଥ୍ ବୋଲିଂ ଚିନ୍ତାର କାରଣ ପାଲଟିଛି । ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ କେରଳର ଥିରୁଅନନ୍ତପୁରମ୍ ଗ୍ରୀନ୍ ଫିଲଡ୍ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜରେ ଭାରତ ଯେଉଁ ସବୁ କ୍ଷେତ୍ରରେ ଦୁର୍ବଳ ରହିଛି ସେଗୁଡିକୁ ସୁଧାରିବାକୁ ଚେଷ୍ଟା କରିବ ।

ତେବେ ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ରମୁଖ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାରଙ୍କୁ ବିଶ୍ୱକପ ପାଇଁ ବିଶ୍ରାମ ଦିଆଯାଇଛି । ସେହିପରି ବିଶ୍ୱକପ ପାଇଁ ଅନ୍ୟତମ ସଂରକ୍ଷିତ ବୋଲର ମହମ୍ମଦ ସାମି ଏବେ ବି ସୁସ୍ଥ ହୋଇନଥିବାରୁ ଭାରତ ପାଇଁ ଚିନ୍ତା ବଢ଼ାଇଛି ।  ଅଷ୍ଟ୍ରେଲିଆ ସିରିଜ୍ ବିପକ୍ଷରେ ବିଶ୍ରାମ ନେଇଥିବା ଅର୍ଶଦୀପ ସିଂ ପୁଣି ଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନ୍ୟପକ୍ଷରେ ଯଦି ବ୍ୟାଟିଂ କଥା କହିବା ତାହାଲେ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ପୂର୍ବାପେକ୍ଷା ଭଲ ଫର୍ମରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳି ଆଇପିଏଲ୍‌ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ସିରିଜ ବିଜୟ ପାଇଁ ପ୍ରୟାସ କରିବେ ।

ଟାଟା ଲଂଚ୍ କଲା କ୍ରୁଇସ୍ କଣ୍ଟ୍ରେୋଲ ସହିତ ଟିଆଗୋ ଇଭି

ମୁମ୍ବାଇ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଟାଟା ଇଲେକଟ୍ରିକ୍ ମୋବିଲିଟି ଲଞ୍ଚ୍ କରିଛି ଏହାର ବଜେଟ୍ ସେଗମେଣ୍ଟ୍ ଇଭି କାର ଟିଆଗୋ ଇଭି । ଏଥିରେ ରିମୋଟ୍ କଣ୍ଟ୍ରୋଲର ଗୋ’ ଇଭି ୱିଥ୍ ଟିଆଗୋ ଇଭି ପଂଚଲାଇନରେ ଟିଆଗୋ ଇଭି ବଜାରକୁ ଆସିଛି । ଗୋଟିଏ ଥର ଚାର୍ଜରେ ଏହା ୩୧୫ କିଲୋମିଟର ମାଇଲେଜ୍ ଦେବ ବୋଲି କଂପାନୀ ପକ୍ଷରୁ ଦାବି କରାଯାଇଛି ।

କ୍ଲାଇମେଟ୍ କଣ୍ଟ୍ରୋଲ ଏସି, ୮ ହରମନ୍ ସ୍ପିକର, ଅଟୋମେଟିକ୍ ରେନ୍ ସେନସର ୱାଇପର ଭଳି ସୁବିଧା ଏହି କାର ଦେବ । ୦ରୁ ୭ ସେକେଣ୍ଡରେ ଏହା ୬୬ କିଲୋମିଟର ଗତି ହାସଲ କରିବାର କ୍ଷମତା ରଖେ । ଟାଟା ଟିଆଗୋର ଇଣ୍ଟ୍ରୋଡ୍ୟୁସାରି ପ୍ରାଇସ୍ ୮.୪୯ ଲକ୍ଷରୁ ଆରମ୍ଭ ହେବ । ଏହି ଅଫର ପ୍ରଥମ ୧୦ ହଜାର ଗ୍ରାହକ ନେଇ ପାରିବେ । ୧୦ ହଜାର କାର ମଧ୍ୟରୁ ୨ ହଜାର ଟାଟା ନେକ୍ସନ୍, ଟିଆଗୋର ଇଭି ଗ୍ରାହକଙ୍କ ପାଇଁ ସଂରକ୍ଷିତ ରହିବ । ଟିଆଗୋର ବୁକିଂ ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହେବ ଓ କାର ଡେଲିଭରି ଜାନୁଆରି ୨୦୨୩ରୁ ଆରମ୍ଭ ହେବ ।

ଟ୍ରକ୍ ଚୋରି ପାଇଁ ଡ୍ରାଇଭରକୁ ମଦ ପିଆଇ ମହାନଦୀକୁ ଠେଲିଦେଲେ ଆଉ ଜଣେ ଡ୍ରାଇଭର

ପାରାଦୀପ: ଟ୍ରକ୍ ଚୋରି କରିବା ପାଇଁ ଡ୍ରାଇଭରକୁ ମଦ ପିଆଇ ମହାନଦୀକୁ ଠେଲି ଦେଲେ ଅନ୍ୟ ଟ୍ରକର ଡ୍ରାଇଭର ଓ ହେଲପର । ଡ୍ରାଇଭର ସାଦବି ଆଲମ ନିଖୋଜ ଥିବା ବେଳେ, ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ଥାନା ପୋଲିସ । ଗତ ଅଗଷ୍ଟ ୨୬ ତାରିଖରେ ନୂଆଦିଲ୍ଲୀର ସାଦବି ଆଲମ ବଦୋଦରାରୁ ଆଇଓସିଏଲକୁ ମାଲ୍ ଆଣି ଆସିଥିଲେ । ଗତ ୨୦ ତାରିଖ ପର୍ଯ୍ୟନ୍ତ ପରିବାର ସହିତ କଥା ହୋଇଥିଲେ । କିନ୍ତୁ ୨୧ ତାରିଖରୁ ତାଙ୍କର ସୂଚନା ମିଳୁନଥିବା ନେଇ ବାପା ସେହେଜାଦ ଆଲମ ଅଭୟଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ସ୍ୱତନ୍ତ୍ର ଟିମ୍ କରାଯାଇ ତଦନ୍ତ କରାଯାଇଥିଲା ।

ତଦନ୍ତ ଜଣାପଡିଥିଲା ଯେ, ଟାଟାରୁ ଆସିଥିବା ଏକ ଟ୍ରେଲର ଗାଡ଼ିର ହେଲପର ହରପାଲ ସିଂ ଓ ଡ୍ରାଇଭର ହୁକମ ସିଂଙ୍କ ସହିତ ସାଦବି ଆଲମର ଘନିଷ୍ଠତା ବଢିଥିଲା । ଏବଂ ୨୧ ତାରିଖ ଦିନବେଳା ୩ ଜଣ ସମୁଦ୍ର କୂଳରେ ବୁଲିଥିଲେ । ତେବେ ହରପାଲ ଓ ହୁକୁମ ସାଦବିକୁ ଅତ୍ୟଧିକ ମଦ୍ୟପାନ ଗାଡିକୁ ଚୋରାଇ ନେଇଥିଲେ । ଏହାପରେ  ଭୁତୁମୁଣ୍ଡାଇ ପୋଲ ଉପରେ ନିଶାରେ ଟଳମଳ ହେଉଥିବା ସାଦବି ଆଲମକ ମହାନଦୀକୁ ଠେଲି ଦେଇଥିଲେ ହରପାଲ ସିଂ । ବନ୍ୟା ପାଣିରେ ଉଛୁଳୁଥିବା ମହାନଦୀରେ ସାଦବି ଭାସିଯିବା ପରେ ଗାଡ଼ିକୁ ନେଇ ସେମାନେ ଫେରାର ହୋଇଯାଇଥିଲେ ହରପାଲ ଓ ହୁକୁମ । ଆଉ ମୟୂରଭଞ୍ଜରେ ଏକ ଢାବା ମାଲିକକୁ ଗାଡି ବିକ୍ରି କରିବାକୁ ଡିଲ୍ କରିଥିଲେ । ଏଥିପାଇଁ ବାରିପଦାର ଶେଖ ଜଲାଲଉଦ୍ଦିନ ସହିତ ୪ ଲକ୍ଷ ୬୦ ହଜାର ଟଙ୍କାରେ ଡିଲ୍ ହୋଇଥିଲା । ୨୩ ତାରିଖରେ ଚାନ୍ଦୁଆ ଥାନା ଅଧିକାରୀ ଏହି ଟ୍ରକକୁ ଜଙ୍ଗଲରୁ ଉଦ୍ଧାର କରି ଗାଡ଼ିର ପ୍ରକୃତ ମାଲିକକୁ ଦେଇଥିଲେ । ଏଭଳି ଏକ ଜଘନ୍ୟ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସାଦବି ଆଲମଙ୍କ କୌଣସି ପତ୍ତା ମିଳିନଥିବା ବେଳେ, ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

କୁନୋ ଜାତୀୟ ପାର୍କରେ ବିରଳ ଚିତାବାଘଙ୍କୁ ଜଗିବ ସୁପର ସ୍ନିଫର ଡଗ ସ୍କ୍ୱାଡ୍, ୬ଟି କୁକୁରଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ

ଭୋପାଳ: କୁନୋ ଜାତୀୟ ପାର୍କରେ ବିରଳ ଚିତାବାଘଙ୍କୁ ଜଗିବ ସୁପର ସ୍ନିଫର ଡଗ୍ ସ୍କ୍ୱାଡ୍ । ଗତ ୧୭ ତାରିଖରେ ନାମିବ୍ୟାରୁ ଆସିଥିବା ୮ଟି ଚିତାବାଘଙ୍କୁ ମଧ୍ୟପ୍ରଦେଶ କୁନୋ ପାର୍କରେ ରଖାଯାଇଥିବା ବେଳେ, ସେମାନଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ନଜର ରଖାଯାଇଛି । ଇଣ୍ଡୋତିବ୍ଦତୀୟ ସୀମା ପୋଲିସ ବାହିନୀ ବା ଆଇଟିବିପିର ଜାତୀୟ ତାଲିମ କେନ୍ଦ୍ରରେ ଏକ ପାଞ୍ଚ ମାସର ଜର୍ମାନ ସିଫର୍ଡ ଇଲୁ ସମେତ ୬ଟି କୁକୁରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ଆସନ୍ତା ୭ ମାସ ମଧ୍ୟରେ ଇଲୁ ପ୍ରଶିକ୍ଷିତ ହେବ । ପ୍ରଥମ ତିନିମାସ ମୌଳିକ ତାଲିମ ଦିଆଯିବା ପରେ ଅନ୍ୟ ଚାରିମାସରେ ତାକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଆସନ୍ତା ବର୍ଷ ଏପ୍ରିଲରେ ବନ କର୍ମଚାରୀଙ୍କ ଗହଣରେ ଇଲୁ ରହିବା ସହ, ସେ ଯେପରି ଚିତାବାଘ ଗୁଡିକ ଉପରେ ନଜର ରଖିବ ସେଥିଲାଗି ଗୁରୁତ୍ୱ ଦିଆଯିବ । କେବଳ ଚିତା ନୁହନ୍ତି ବାଘ ଶିକାରୀଙ୍କ ଉପରେ ବି ନଜର ରଖିବ ଇଲୁ । ଚିତା ଓ କଲରାପତରିଆ ବାଘ ଚମଡା, ଅସ୍ଥି, ହାତୀ ଦାନ୍ତ, ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ, ରକ୍ତଚନ୍ଦନ ଆଦି ଚିହ୍ନଟ କରିବାରେ ଇଲୁ ସକ୍ଷମ ହେବ ବୋଲି କୁହାଯାଇଛି ।

ଆଇଟିବିପି ଅଧିକାରୀ ଈଶ୍ୱର ସିଂ ଦୁହାନ କହିଛନ୍ତି, ମୋଟ ୬ଟି ଜର୍ମାନ ସିଫର୍ଡଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି ଏବଂ ଏ କ୍ଷେତ୍ରରେ ସହାୟତା କରୁଛି ଟ୍ରାଫିକ ନାମକ ଏକ ବନ୍ୟଜନ୍ତୁ ବ୍ୟବସାୟ ରୋକିବା ଲାଗି ଉଦ୍ଦିଷ୍ଟ ଏକ ସଂସ୍ଥା । ଏହା ସହ ଓ୍ୱାର୍ଲଡ ଓ୍ୱାଇଡ ଫଣ୍ଡ ଫର ନେଚର ଇଣ୍ଡିଆ ମଧ୍ୟ ପ୍ରଶିକ୍ଷଣ କ୍ଷେତ୍ରରେ ସହାୟତା ଦେଉଛି । ପ୍ରଥମ ପର୍ଯ୍ୟାୟରେ ଇଲୁକୁ ମୁତୟନ କରାଯିବ । ଆଇଟିବିପି ଅଧୀନସ୍ଥ ଡଗ୍ ଟ୍ରେନିଂ ସେଣ୍ଟରରୁ ତାଲିମପ୍ରାପ୍ତ କୁକୁରମାନେ ବନ୍ୟଜନ୍ତୁ ସଂକ୍ରାନ୍ତ ଅପରାଧ ରୋକିବାରେ ସକ୍ଷମ ହେଉଛନ୍ତି । ଏହି ପ୍ରକ୍ରିୟାରେ ଚିତାଙ୍କ ସୁରକ୍ଷା ଲାଗି ପଦକ୍ଷେପ ନିଆଯାଇପାରିବ ବୋଲି ସେ କହିଛନ୍ତି ।

ରେଳବାଇ ନିରାପତ୍ତା ବାହିନୀ ବା ଆରପିଏଫ ପକ୍ଷରୁ ମଧ୍ୟ କେତେକ ସ୍ନିଫର ଡଗ୍ ସ୍କ୍ୱାଡଙ୍କୁ ନିୟୋଜିତ କରାଯାଇଛି ଏବଂ ସେମାନେ ବିରଳ ବନ୍ୟଜନ୍ତୁଙ୍କ ଚାଲାଣକୁ ଠାବ କରୁଛନ୍ତି । ନାମିବ୍ୟାରୁ ଆସିଥିବା ଚିତାଙ୍କ ମଧ୍ୟରୁ ୫ଟି ମାଈ ଥିବା ବେଳେ ୩ଟି ଅଣ୍ଡିରା ବାଘ ଅଛନ୍ତି । ସେମାନେ ପାର୍କର ପରିବେଶ ସହ ଖାପ ଖୁଆଇ ପାରୁଥିବା ସୂଚନା ମିଳିଛି । ବର୍ତ୍ତମାନ ଚିତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ଏବଂ ସେମାନଙ୍କ ଦେଖାଶୁଣା କରୁଛନ୍ତି ଏକ ପ୍ରାଣୀ ଚିକିତ୍ସକ ଟିମ୍ । ପ୍ରାୟ ଏକ ମାସ ପରେ ସେମାନଙ୍କୁ ୬ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ଛଡ଼ାଯିବ ।

କଟକ ଜଗତପୁରରେ ଗଜରାଜ ଆତଙ୍କ, ହାତୀପଲଙ୍କ ଆକ୍ରମଣରେ ୨ ମୃତ

କଟକ: କଟକ ଜଗତପୁରରେ ଉତ୍ପାତ କରୁଛି ହାତୀ । ହାତୀ ଆକ୍ରମଣରେ ୨ ଜଣଙ୍କର ଜୀବନ ଯାଇଛି । ଜଗତପୁରରେ ଏବେ ଜୋରଦାର ଚାଲିଛି ହାତୀ ଘଉଡ଼ାଇବା ଅଭିଯାନ । ହାତୀ ଘଉଡ଼ାଇବା ପାଇଁ ୧୦୦ରୁ ଅଧିକ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେପଟେ ଜଗତପୁର ଅଞ୍ଚଳରରେ ଉତ୍ପାତ କରୁଥିବା ହାତୀକୁ ଟ୍ରାଙ୍କୁଲାଇଜ୍ କରାଯିବ । ଏଥିପାଇଁ ନନ୍ଦନକାନନରୁ ସ୍ୱତନ୍ତ୍ର ଟିମ୍ ଜଗତପୁର ଅଭିମୁଖେ ବାହାରିଛି । ଏବେ ଜଗତପୁର ଶିଳ୍ପାଞ୍ଚଳରେ ପଶିଛନ୍ତି ହାତୀପଲ । ଶିଳ୍ପାଞ୍ଚଳ ଭିତରେ ଜଣେ ସାଇକେଲ ଆରୋହୀଙ୍କୁ ଆକ୍ରମଣ କରିଛି ହାତୀ । ଗୁରୁତର ଅବସ୍ଥାରେ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଛି ।

ସେପଟେ ଜଗତପୁର ଗୋଲେଇ ଛକଠାରୁ ଆଇବି ରୋଡ ପର୍ଯ୍ୟନ୍ତ କେହି ଯାତାୟାତ ନ କରିବା ପାଇଁ ସତର୍କ କରିଛି ବନ ବିଭାଗ । ଅନ୍ୟପକ୍ଷରେ ଯୋବ୍ରା ଆନିକଟ ୧୪ ନମ୍ବର ଗେଟରେ ଏକ ହାତୀର ମୃତଦେହ ଲାଗିଥିବା ଦେଖିବାକୁ ମିଳିଛି । ହାତୀ ନଦୀ ପାଣିରେ ଭାସି ଆସିଥିବା ସନ୍ଦେହ କରାଯାଉଛି ।

 

ଭିଜିବ ଦଶହରା, ବଙ୍ଗୋପସାଗରରେ ପ୍ରବେଶ କରିବ ଟାଇଫୁନ ‘ନୁର’ର ଅବଶିଷ୍ଠାଂଶ

ଭୁବନେଶ୍ୱର: ଅକ୍ଟୋବରରେ ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ପ୍ରବେଶ କରିବ ଟାଇଫୁନ ‘ନୁର’ର ଅବଶିଷ୍ଠାଂଶ । ୧ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଘନୀଭୂତ ହେବ । ପ୍ରଭାବରେ ୧ ଅକ୍ଟୋବର ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ୧, ୨ ଓ ୩ ତାରିଖରେ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଆଜି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ, ଦେଓଗଡ଼, କେନ୍ଦୁଝର, ମୟୁରଭଂଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟରେ ଘଡ଼ିଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୯ ଓ ୩୦ ତାରିଖରେ ଘଡଘଡି ବର୍ଷା ସର୍ବାଧିକ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।