କୋଲକାତାରେ ବସିବ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ, ହକ୍ ମାଗିବ ଓଡ଼ିଶା

ଭୁବନେଶ୍ୱର: ଆସନ୍ତାକାଲି କୋଲକାତାରେ ବସିବ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ । ଏଥିରେ ଓଡ଼ିଶା ତା’ ନ୍ୟାଯ୍ୟ ଦାବି ଦୋହରାଇବ । ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଅବହେଳା କରିଚାଲିଛନ୍ତି । କେନ୍ଦ୍ର ନିକଟରେ ଦାବି ଦୋହରାଇବ ଓଡ଼ିଶା। ବୈଠକରେ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଯୋଗଦେବେ । କୋଇଲା ରୟାଲଟି, ଧାନମଣ୍ଡି, ଚାଉଳ ଉଠାଣ, କେନ୍ଦ୍ରୀୟ ଅନୁଦାନ, ରେଳ ପ୍ରକଳ୍ପ, ଟେଲି ଯୋଗାଯୋଗ, ନକ୍ସଲ ସମସ୍ୟା, ସୀମା ବିବାଦ ଆଦି ପ୍ରସଙ୍ଗ ଓଡ଼ିଶା ଉଠାଇବ ।

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ କିପରି ବିକାଶମୂଳକ କାର୍ଯ୍ୟ ହେବ, ତା’ ଉପରେ ରାଜ୍ୟ ସବୁବେଳେ ଗୁରୁତ୍ବ ଦେଉଛି । ନ୍ୟାଯ୍ୟ ହକ୍‌ ପାଇବା ଯାଏ ଉଦ୍ୟମ ଜାରି ରହିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି  । ସେପଟେ ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେବାକୁ ଥିବାବେଳେ ପୂର୍ବାଞ୍ଚଳର ସମସ୍ତ ରାଜ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ   ।