spot_img
Home Blog Page 3847

ନୂଆଦିଲ୍ଲୀରେ ଦୁଇଦିନିଆ ‘ନୋ ମନି ଫର ଟେରର’ ସମ୍ମିଳନୀ, ଆତଙ୍କବାଦୀଙ୍କୁ ପାଣ୍ଠି ବିରୋଧରେ ସାରା ବିଶ୍ୱ ଏକ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ନେଇ ଉଦବେଗ । ନୂଆଦିଲ୍ଲୀରେ ଆୟୋଜିତ ’ନୋ ମନି ଫର ଟେରର’ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ମିଳିତ ସଂଗ୍ରାମ ଲାଗି ଆହ୍ୱାନ ଦିଆଯାଇଛି । କେତେକ ଦେଶ ଆତଙ୍କବାଦକୁ ନିଜର ବୈଦେଶିକ ନୀତି ଭାବେ ଗ୍ରହଣ କରିଥିବାବେଳେ କେତେକ ଦେଶ ଆତଙ୍କୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଯେଉଁ ସଂଗଠନ ଓ ବ୍ୟକ୍ତିବିଶେଷ ଆତଙ୍କବାଦୀମାନଙ୍କୁ ସମବେଦନା ଦେଖାଉଛନ୍ତି ସେମାନ ବିରୋଧରେ ବିଶ୍ୱ ସମୁଦାୟ ଏକ ହେବା ଉଚିତ ବୋଲି ଆହ୍ୱାନ ଦିଆଯାଇଛି ।

ଯେଉଁ ରାଷ୍ଟ୍ର ଆତଙ୍କବାଦକୁ ସମର୍ଥନ କରୁଛନ୍ତି ସେହି ରାଷ୍ଟ୍ରରୁ ଆତଙ୍କୀ କାର୍ଯ୍ୟକଳାପଜନିତ କ୍ଷତି ଭରଣା କରିବା ଉଚିତ ବୋଲି ଆହ୍ୱାନ ଦିଆଯାଇଛି । ଆତଙ୍କବାଦୀଙ୍କ ବିରୋଧରେ ପଦକ୍ଷେପ ନେବା କ୍ଷେତ୍ରରେ ଚୀନ ବିଫଳ ହୋଇଛି ବୋଲି ବୈଠକରେ ଅଭିଯୋଗ ହୋଇଛି । ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶର ପ୍ରାୟ ୪୫୦ ପ୍ରତିନିଧି ଯୋଗ ଦେଇଛନ୍ତି ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ବିଧାୟକଙ୍କ ଦରମା କମ୍, ଖୁବଶୀଘ୍ର ବଢ଼ିବ ଦରମା

ଭୁବନେଶ୍ୱର: ବଢିବ ବିଧାୟକଙ୍କ ଦରମା । ବିଧାନସଭାର ଉପଦେଷ୍ଟା କମିଟି ଏନେଇ ବିଚାର ବିମର୍ଶ କରୁଛି । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ଲକ୍ଷରୁ ଅଢେଇ ଲକ୍ଷ ମଧ୍ୟରେ ରହିଛି । ଓଡ଼ିଶାରେ ବିଧାୟକଙ୍କ ଦରମା କମ୍ ରହିଛି । ସବୁ ମିଶି ବିଧାୟକମାନେ ୯୮ହଜାର ପାଉଛନ୍ତି । ଖୁବଶୀଘ୍ର ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ରିପୋର୍ଟ ଦିଆଯିବ । ଏହାପରେ ରାଜ୍ୟ ସରକାର ସବିଶେଷ ନିଷ୍ପତ୍ତି ନେବେ।

 ଟି-୨୦ ରୋମାଞ୍ଚରେ ବର୍ଷା ବାଧକ, ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ ବାତିଲ

ଓ୍ୱେଲିଂଟନ: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ । ଏହି ସିରିଜର ପ୍ରଥମ ମ୍ୟାଚ ଆଜି ଓ୍ୱେଲିଂଟନରେ ଖେଳାଯିବାର ଥିଲା । କିନ୍ତୁ ଏହି ମ୍ୟାଚରେ ବାଧକ ସାଜିଛି ବର୍ଷା । ବର୍ଷା ଲାଗି ରହିଥିବାରୁ ପ୍ରଥମ ଟି-୨୦ ମ୍ୟାଚଟି ବାତିଲ ହୋଇଛି । ତେବେ ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହେବା ପରେ ଏହି ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ମାଉଣ୍ଟ ମାଙ୍ଗନୁଇରେ ଖେଳାଯିବ ।

ଟି-୨୦ ବିଶ୍ୱକପ ପରେ ଏହି ସିରିଜ୍ ଦୁଇ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଟି-୨୦ ବିଶ୍ୱକପରେ ଉଭୟ ଦଳ ସେମିଫାଇନାଲରୁ ପରାସ୍ତ ହୋଇ ବାହାରିବା ପରେ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଥିଲେ ଦୁଇ ଦଳ । କିନ୍ତୁ ବର୍ଷା ଫଳରେ ଏହି ମ୍ୟାଚ ବାତିଲ ହୋଇଯାଇଛି । ତେବେ ଏହି ସିରିଜରେ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବିଶ୍ରମା ଦିଆଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏକ ଯୁବ ଦଳ ଯାଇଛି । ତେଣୁ ଏହି ସିରିଜରେ ଯୁବ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

 

ଚେନ୍ନାଇରେ ବାୟୁସେନାର ପାସିଂ ଆଉଟ ପରେଡ୍‌, ଯବାନ ଦେଖାଇଲେ ରଣକୌଶଳ

ଚେନ୍ନାଇ: ଚେନ୍ନାଇରେ ବାୟୁସେନା ପାସିଂ ଆଉଟ ପରେଡ । ତମ୍ବରାନ ଏୟାର ଫୋର୍ସ ଷ୍ଟେସନରେ ଆୟୋଜିତ ହୋଇଛି ରଙ୍ଗାରଙ୍ଗ ପରେଡ । ବାୟୁସେନା ଯବାନମାନେ ନିଜ ନିଜ ରଣକୌଶଳ ପ୍ରଦର୍ଶନ କରିଥିବାବେଳେ ଅପୂର୍ବ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ଏୟାର କମାଣ୍ଡର ବିପୁଲ ସିଂ । ଉଦ୍ଦାମ ଯବାନମାନେ ତ୍ରିରଙ୍ଗା ରଙ୍ଗର ପୋଷାକ ପିନ୍ଧି ରଣକୌଶଳ ପ୍ରଦର୍ଶନ କରିଥିବାବେଳେ ଆଖିଦୃଶିଆ ପରେଡ ପ୍ରଦର୍ଶନ କରିଛନ୍ତି । ବାୟୁସେନାର ଏହି ନିୟମିତ କାର୍ଯ୍ୟକ୍ରମରେ ଶତାଧିକ ଯବାନ ସାମିଲ  ହୋଇଥିଲେ । ଯବାନମାନେ ସାଇକେଲ ଚାଳନା, ଦୁଃସାହସିକ କ୍ରୀଡା ଆଦି କାର୍ଯ୍ୟକ୍ରମରେ ବି ସାମିଲ ହୋଇଥିଲେ ।

 

ଭୁଶୁଡ଼ିଲା ୟୁକ୍ରେନ ଅର୍ଥନୀତି, ବିଶ୍ୱ ସମୁଦାୟକୁ ସହାୟତା ମାଗିଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍: ଭୁଶୁଡ଼ିଲା ୟୁକ୍ରେନ ଅର୍ଥନୀତି । ବିଶ୍ୱ ସମୁଦାୟକୁ ସହାୟତା ମାଗିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱସ୍ତ ହୋଇଥିବା ବେଳେ, ରପ୍ତାନି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଲକ୍ଷାଧିକ ଲୋକ ଯୁଦ୍ଧରେ ପ୍ରାଣ ହରାଇଥିବା ବେଳେ, ପ୍ରାୟ ୭୦ ଲକ୍ଷ ଲୋକ ଶରଣାର୍ଥୀ ପାଲଟିବା ସହ ବିସ୍ଥାପିତ ହୋଇଛନ୍ତି । ତେଣେ ପୁଣି ଥରେ ୟୁକ୍ରେନ ଉପରେ ଋଷର ମିସାଇଲ ଷ୍ଟ୍ରାଇକ । କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ ହୋଇଛ ଏକ ଗ୍ୟାସ ଉତ୍ପାଦନ କେନ୍ଦ୍ର ଓ ଏକ କ୍ଷେପଣାସ୍ତ୍ର କାରଖାନା । ଦିନିପ୍ରୋ ନଦୀ ତଟଦେଶରେ ଥିବା ଦୁଇଟି ପ୍ରାଇମ ଲୋକେସନକୁ ଋଷ ଟାର୍ଗେଟ କରିଛି । କ୍ଷେପଣାସ୍ତ୍ର ମାଡରେ ଧ୍ୱଂସ ହୋଇଛି ପିଭଦେମାସ ମିସାଇଲ ଉତ୍ପାଦନ କେନ୍ଦ୍ର ।

ଗତ ତିନିଦିନ ତଳେ ଋଷର ବିପୁଳ କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ ହୋଇଥିଲା ୟୁକ୍ରେନର ଅନେକ ବିଦ୍ୟୁତ ଭିତ୍ତିଭୂମି । ଫଳରେ ପ୍ରାୟ ୭୦ ଲକ୍ଷ କୋଠା ଅନ୍ଧାରରେ ରହିଥିଲା । ଜାପୋରେଜିୟାରେ କ୍ଷେପଣାସ୍ତ୍ର ମାଡ଼ ହେବା ଯୋଗୁ ସେଠାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ତେଣେ ନିକୋପୋଲ ସହରରେ ୭୦ଟି ଗୋଳା ପଡ଼ିବା ଯୋଗୁ ସେଠାରେ ବିଦ୍ୟୁତ ଷ୍ଟେସନ କ୍ଷତିଗ୍ରସ୍ତ ହୋଇଛି । ଅନେକ ଲୋକ ଅନ୍ଧାରରେ ରହିଛନ୍ତି । ତେଣେ ଋଷ ପରିତ୍ୟାଗ କରିଥିବା ଖେରସନର ବିଭିନ୍ନ ସ୍ଥାନରୁ ଠାବ ହୋଇଛି ୬୩ ମୃତଦେହ । ସେପଟେ କିଭ୍ ଅନ୍ତର୍ଗତ ଓବଲସ୍ତରେ ଋଷର ଦୁଇଟି କାଲିବର କ୍ରୁଜ ମିସାଇଲକୁ ଖସାଇଛନ୍ତି ୟୁକ୍ରେନ ବାହିନୀ ।

ଏଟିଏମ ଲୁଟ ଉଦ୍ୟମକୁ ପଣ୍ଡ କଲା ପୋଲିସ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ୱର: ଏଟିଏମ ଲୁଟ ଉଦ୍ୟମକୁ ପଣ୍ଡ କଲା ପୋଲିସ। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମରୁ ଏକ ବଡଧରଣର ଚୋରୀ ଉଦ୍ୟମକୁ ପୁଲିସର ତ୍ଵରିତ ପଦକ୍ଷେପ ଦ୍ଵାରା ପଣ୍ଡ କରାଯାଇପାରିଛି । ବିଳମ୍ବିତ ରାତିରେ ଏଟିଏମ ଭିତରେ ପଶି ଏଟିଏମ ମେସିନର ତଳ ଭାଗକୁ ବାଡେଇ ଭାଙ୍ଗି ଦେଇଥିଲେ । ଏହି ସମୟରେ ସେଠାରେ ଲାଗିଥିବା ସିକ୍ୟୁରିଟି ଆଲରାମ ସିଷ୍ଟମ ମାଧ୍ୟମରେ କଣ୍ଟ୍ରୋଲ ରୁମକୁ ଏକ ମେସେଜ ଯାଇଥିଲା ଏବଂ ସେଠାରୁ ସେମାନେ ବାଲିଅନ୍ତା ଥାନାକୁ ଯୋଗାଯୋଗ କରିଥିଲେ ।

କଣ୍ଟ୍ରୋଲରୁମରୁ ସୂଚନା ପାଇ ସଙ୍ଗେ ସଙ୍ଗେ ପାଟ୍ରୋଲିଂ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଟିଏମ ଭିତରେ ଲାଗିଥିବା ସିସି ଟିଭି ଏବଂ ଏହାର ଆଖ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହିତ ଖୁବ ଶୀଘ୍ର ଗିରଫ କରିବାକୁ ଉଦ୍ୟମ ଜାରି ରହିଛି ।

ରାଜଧାନୀରେ ପୋଶା କୁକୁର ରଖିବା ଉପରେ କଟକଣା, ଖୁବଶୀଘ୍ର ଆସିବ ନୂଆ ଏସଓପି

ଭୁବନେଶ୍ୱର: ଏଣିକି ପେଟ୍ ଆନିମଲ ରଖିବାକୁ ହେଲେ ବିଏମସିରୁ ନେବାକୁ ପଡ଼ିବ ଅନୁମତି । ବିନା ପଞ୍ଜିକରଣରେ ରଖିପାରିବେନି କୁକୁର କି ଅନ୍ୟ ପୋଷା ଜୀବ । ଆସନ୍ତା ସପ୍ତାହ ସୁଦ୍ଧା ଆସିବ ନୂତନ ଗାଇଡଲାଇନ । ପେଟ୍ ରଖିବା ପାଇଁ ଘରେ ସୁସ୍ଥ ବାତାବରଣ ଅଛି କି ସେ ନେଇ ହେବ ତଦାରଖ । ରଖିଥିବା ଜନ୍ତୁର ପ୍ରକୃତି କ’ଣ ଦେଖିବାକୁ ପଡ଼ିବ । ପଶୁ ଡାକ୍ତରଙ୍କ ସାର୍ଟିଫିକେଟ ମଧ୍ୟ ଆବଶ୍ୟକ ପଡ଼ିବ । ଏନେଇ ଡ୍ରାଫଟିଂ ପ୍ରକ୍ରିୟା ସରିଛି ।

ଗୃହ ପାଳିତ ପଶୁ କିଭଳି ଅନ୍ୟକୁ କ୍ଷତି ନପହଞ୍ଚାଇବ ସେନେଇ କରିବାକୁ ପଡ଼ିବ ବ୍ୟବସ୍ଥା । ବିଗତ ଦିନ ମାନଙ୍କରେ ଅନେକ ଦୁର୍ଘଟଣା ଘଟିଥିବା ନଜର ରହିଛି । ସେହି କାରଣରୁ ଆସିବ ନୂଆ ଗାଇଡଲାଇନ । ଯଦି କୌଣସି ବ୍ରିଡର ଆନିମଲ ବ୍ୟାନ ଅଛି ଓ ତାକୁ ନେଇ କିଛି ନୋଟିଫିକେସନ ଅଛି, ସେ ନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

ବଢ଼ିଲା କୋରିଆ ଟେନସନ୍, ଉତ୍ତର କୋରିଆର ପୁଣି ଦ୍ୱିତୀୟ ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷା

ନୂଆଦିଲ୍ଲୀ: ପୁଣି ଦକ୍ଷିଣ କୋରିଆ ଓ ଜାପାନକୁ ଡରାଇଲା ଉତ୍ତର କୋରିଆ । ଉତ୍ତର କୋରିଆ ଏକ ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲର ପରୀକ୍ଷା କରିଛି ବୋଲି ଅଭିଯୋଗ କରିଛି ସିଓଲ । ଗତ ଦୁଇ ଦିନ ମଧ୍ୟରେ ଉତ୍ତର କୋରିଆର ଏହି ଦ୍ୱିତୀୟ ପରୀକ୍ଷଣ ସମଗ୍ର କୋରିଆ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିଛି । ସିଓଲର ସାମରିକ ପଦାଧିକାରୀ କହିଛନ୍ତି ଉତ୍ତର କୋରିଆ ଯେଉଁ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ତାହା ଜାପାନ ସମୁଦ୍ରାଞ୍ଚଳ ସ୍ପର୍ଶ କରିଛି ।

ସେପଟେ ସ୍ଥିତିର ସମୀକ୍ଷା କରିଛି ଦକ୍ଷିଣ କୋରିଆର ଜାତୀୟ ନିରାପତ୍ତା ପରିଷଦ । ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି । ଜାପାନର ସମୁଦ୍ର ଅଞ୍ଚଳ ଅନ୍ତର୍ଗତ ହୋକାଇଦୋରେ କ୍ଷେପଣାସ୍ତ୍ର ହିଟ୍ କରିଛି ବୋଲି କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ଏହି କ୍ଷେପଣାସ୍ତ୍ର ପଡ଼ିଥିବାରୁ ଏହାକୁ ନିନ୍ଦା କରିଛନ୍ତି କିସିଦା । ସେପଟେ ସ୍ଥିତିର ମୁକାବିଲା ଲାଗି ଜାପାନ, ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ଆଲୋଚନା ଜାରି ରହିଛି । ଉତ୍ତରକୋରିଆର ପରୀକ୍ଷଣ ନେଇ ଜାପାନ ପ୍ରଧାନମନ୍ତ୍ରୀ କିସିଦା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

ସେପଟେ ଉତ୍ତର କୋରିଆ କ୍ଷେପଣାସ୍ତ୍ର ପ୍ରସଙ୍ଗର ସମୀକ୍ଷା ଲାଗି ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନଡ଼ା ଓ ଉତ୍ତର କୋରିଆ ସହ ଜରୁରୀ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ବ୍ୟାଙ୍ଗକରେ ଆୟୋଜିତ ଏସୀୟ ପ୍ରଶାନ୍ତ ସମ୍ମିଳନୀ ଅବସରରେ କମଳା ଏହି ବୈଠକ କରିବେ ।

ସ୍କୁଲ ଛାତ୍ରଙ୍କ ଉପରେ ମାଡ଼ିଗଲା ମୋ ବସ୍, ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ମୋ ବସ ବିରୁଦ୍ଧରେ ଅଭିଯୋଗ। ସ୍କୁଲ ଛାତ୍ରଙ୍କ ଉପରେ ବସ୍ ମାଡ଼ିଯିବାରୁ ଛାତ୍ରଙ୍କ ମୃତ୍ୟୁ ହୋଇଛି।  ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ବାପା, ମା।  ୟୁନିଟ-8 ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ସନ୍ଦିପ କୁମାର ନାୟକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସନ୍ଦିପ ଟିଉସନରୁ ଫେରୁଥିବା ସମୟରେ ସ୍କୁଲ ଛକରେ ପ୍ରଥମେ ଏକ ବାଇକ ଧକ୍କା ଦେଇଥିଲା।

ସେ ରାସ୍ତାର ଗୋଟିଏ ପାର୍ଶ୍ଵରେ ଛିଡ଼ା ହୋଇଥିବାବେଳେ ଦ୍ରୁତଗତିରେ ମୋ ବସ୍ ଆସି ସନ୍ଦୀପଙ୍କୁ ଧକା ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସନ୍ଦିପଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ଶତାବ୍ଦୀ ନଗର ଓ ପ୍ରଗତିନଗରରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ମୋ ବସ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭାରତୀୟ ମହାକାଶ ବିଜ୍ଞାନରେ ନୂଆ ପ୍ରାରମ୍ଭ, ଲଞ୍ଚ୍‌ ହେଲା ପ୍ରଥମ ସ୍ୱଦେଶୀ ରକେଟ ବିକ୍ରମ-ଏସ୍

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅଭିଯାନରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ଶ୍ରୀହରିକୋଟାରୁ ଲଞ୍ଚ ହେଲ ପ୍ରଥମ ସ୍ୱଦେଶୀ ରକେଟ୍ ବିକ୍ରମ-ଏସ୍ । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଇସ୍ରୋ ପକ୍ଷରୁ ବିକ୍ରମ-ଏସ୍ ଉତକ୍ଷେପଣ କରାଯାଇଛି । ଏହି ସବଅର୍ବିଟାଲ୍ ମିଶନର ନାଁ  ’ପ୍ରାରମ୍ଭ’ ରଖାଯାଇଛି । ବିକ୍ରମ-ଏସ୍ ରକେଟ ସବ୍‌ ଅର୍ବିଟାଲରେ ଘୂରିବୁଲିବ । ବିକ୍ରମ-ଏସକୁ ହାଇଦ୍ରାବାଦର ସ୍କାଏରୁଟ କମ୍ପାନୀ ନିର୍ମାଣ କରିଛି । ଏହା ଭାରତୀୟ ସ୍ପେସ ଇଣ୍ଡଷ୍ଟ୍ରିକୁ ଏକ ନୂଆ ଦିଶା ଦେବ । ଦିଗଙ୍ଗତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ନାଁରେ ରକେଟର ନାମକରଣ ହୋଇଛି । ଇସ୍ରୋ ସହିତ ଏମଓୟୁ ସ୍ୱାକ୍ଷର କରିବାରେ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ହେଉଛି ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ ।

ଖୁବକମ୍ ସମୟ ଭିତରେ ଇସ୍ରୋ ସହାୟତାରେ ବିକ୍ରମ-ଏସକୁ ନିର୍ମିତ କରାଯାଇପାରିଛି ବୋଲି କମ୍ପାନୀର ସିଇଓ ପଓ୍ୱନ କୁମାର ଚନ୍ଦ୍ର କହିଛନ୍ତି । ଏହି ରକେଟକୁ କମ୍ ବଜେଟରେ ଲଞ୍ଚ କରାଯାଇଛି । ଶସ୍ତା ଲଞ୍ଚିଂ ପାଇଁ ଏହାର ଇନ୍ଧନରେ ପରିବର୍ତ୍ତନ କରାଯାଇଛି । ଏହାର ଇନ୍ଧନ ଭାବେ ଲିକ୍ୟୁଇଡ ନାଚୁରାଲ ଗ୍ୟାସ (LNG) ଏବଂ ଲିକ୍ୟୁଇଡ ଅକ୍ସିଜେନ (LOX) ର ବ୍ୟବହାର କରାଯାଇଛି । ଏହି ଇନ୍ଧନ ପ୍ରଦୂଷଣ ମୁକ୍ତ । ରକେଟ୍‌ ଲଞ୍ଚିଂ ପୂର୍ବରୁ କମ୍ପାନୀ ପକ୍ଷରୁ ଅନେକ ପ୍ରକାର ପରୀକ୍ଷଣ କରାଯାଇଥିଲା ।