ସରକାରୀ ସ୍କୁଲରେ ଶିକ୍ଷକଙ୍କ ଅମାନୁଷିକ କାଣ୍ଡ, ଛାତ୍ରୀଙ୍କୁ କଇଁଚିରେ କଲେ ଆକ୍ରମଣ

ନୂଆଦିଲ୍ଲୀ: ସରକାରୀ ସ୍କୁଲ ଶିକ୍ଷକଙ୍କ ଅମାନୁଷିକ କାଣ୍ଡ । ନଗର ନିଗମ ବାଳିକା ବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା । ଛାତ୍ରୀଙ୍କୁ କଇଁଚିରେ ମାଡ଼ ମାରିବା ପରେ ଏକମହଲା ତଳକୁ ଫିଙ୍ଗି ଦେଇଛନ୍ତି ଶିକ୍ଷକ । ଗୁରୁତର ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି । ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

କେଉଁ କାରଣରୁ ଶିକ୍ଷକ ଜଣଙ୍କ ଛାତ୍ରୀଙ୍କୁ କଇଁଚିରେ ଆକ୍ରମଣ କରିଛନ୍ତି ତାହାର କାରଣ ଜଣାପଡିନାହିିଁ  । କଇଁଚିରେ ଆକ୍ରମଣ କରିବା ପୁଣି ଏକ ମହଲା ଛାତ ଉପରୁ ତଳକୁ ଠେଲିଦେବା ଭଳି ଜଘନ୍ୟ ଘଟଣା ଦେଖିବାକୁ ମିଳିଥିଲା  । ଯାହା ଦିଲ୍ଲୀରେ ଚର୍ଚ୍ଚା ପାଲଟିିଛି  । ସେପଟେ  ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଧାରା ୩୦୭ ଆଧାରରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି  ।