ମଦ ପିଇ ମୃତ୍ୟୁବରଣ କଲେ କ୍ଷତିପୂରଣ ଦିଆଯିବନି: ନୀତିଶ କୁମାର

1 min read

ପାଟଣା: ବିହାର ମଦ ମୃତ୍ୟୁ ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ‘‘ଯିଏ ବିଷାକ୍ତ ମଦ ପିଇବ, ସେ ମରିବ’’।

ଶୁକ୍ରବାର ଦିନ ବିଧାନସଭାରେ  ନୀତିଶ କୁମାର କହିଛନ୍ତି, ଆମେ ପୂର୍ବରୁ କହିଛୁ ମଦ ପିଇଲେ ମୃତ୍ୟୁ ହୋଇପାରେ। ଏଥିପାଇଁ କୌଣସି କ୍ଷତିପୂରଣ ଦିଆଯିବନାହିଁ। କାରଣ ମଦ ପିଇଲେ କିଛି ଲାଭ ମିଳେନାହିଁ।

ନକଲି ମଦ ବିକ୍ରିକୁ ନେଇ ଅସନ୍ତୋଷ ତେଜୁଥିବା ବେଳେ ନୀତୀଶଙ୍କ ଏଭଳି ମନ୍ତବ୍ୟକୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିଧାନସଭାରେ ବିରୋଧୀ ଆଜି ବି ହୋହଲ୍ଲା କରିଥିବା ବେଳେ ସରକାର ନୀତି ଅନୁପାଳନ କରୁ ନଥିବା ଅଭିଯୋଗ କରିଛନ୍ତି ।

ତେବେ ଏବେସୁଦ୍ଧା ମୃତକଙ୍କ ସଂଖ୍ୟା ୫୩ ଛୁଇଁଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଷାକ୍ତ ମଦ କାରବାରରେ ସମ୍ପୃକ୍ତି ନେଇ ପୋଲିସ ଛାନଭିନ ଚଳାଇଛି । ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ଟିମରେ ୩୧ ଜଣ ପୋଲିସ ଅଫିସର ଅଛନ୍ତି । ଏବେ ସୁଦ୍ଧା ପ୍ରାୟ ୧୨୬ ଜଣଙ୍କୁ ଗିରଫ କରିଛି ପୋଲିସ