ଆକ୍ସନ ମୁଡରେ ବଲାଙ୍ଗୀର ପୋଲିସ, ୭ ହଜାର ଲିଟର ଦେଶୀ ମଦ ନଷ୍ଟ

ବଲାଙ୍ଗୀର: ୭ ହଜାର ଲିଟର ଦେଶୀ ମଦ ନଷ୍ଟ କଲା ପୋଲିସ । ଜିଲା ପୋଲିସ ଦ୍ୱାରା ବଲାଙ୍ଗୀର ସ୍ଥିତ ବିଜାଖମନ ଠାରେ ଜିଲ୍ଲାର ୧୭ଟି ଥାନା ଦ୍ଵାରା ଜବତ୍ ହୋଇଥିବା ଦେଶୀ ମଦକୁ ନଷ୍ଟ କରାଯାଇଛି  । ଦୀର୍ଘ ଦିନ ଧରି ଜବତ ହୋଇ ଥାନାର ମାଲଖାନାରେ ରଖାଯାଇଥିଲା  ।  ଯାହା ଫଳରେ ଥାନା ଭିତରେ ଦୁର୍ଗନ୍ଧ ହେଉଥିଲା ।  ଏନେଇ ବଲାଙ୍ଗୀର ଏସପି ଓ ଅବକାରୀ ଅଧିକ୍ଷକଙ୍କ ଆଲୋଚନା ପରେ ସେସବୁକୁ ଆଜି ନଷ୍ଟ କରାଯାଇଛି ।

ବଲାଙ୍ଗୀର ଜିଲ୍ଲା ପୋଲିସ ବିଭିନ୍ନ ଥାନାରେ ଜବତ ହୋଇଥିବା ୫୦୮ଟି ମାମଲାରେ ୭ ହଜାର ଲିଟରରୁ ଅଧିକ ଦେଶୀ ମଦକୁ ଏସ୍‌ପି ଓ ଅବକାରୀ ଅଧୀକ୍ଷକଙ୍କ ଉପସ୍ଥିତିରେ ନଷ୍ଟ କରିଛି ପୋଲିସ । ନଷ୍ଟ କରାଯାଇଥିବା ଜବତ ଦେଶୀ ମଦର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି ।  ଜିଲ୍ଲାର ୧୭ଟି ଥାନାର ଦେଶୀ ମଦକୁ ଗୋଟିଏ ଜାଗାରେ ରଖି ମଦ ଉପରେ ଜେସିବି ଚଢାଇ ନଷ୍ଟ କରାଯାଇଥିଲା ।