ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ଇଡିର ନୋଟିସ୍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଟଲିଉଡ ଡ୍ରଗ୍ସ ସମ୍ପର୍କିତ ଅର୍ଥଚାଲାଣ ମାମଲା। ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଜାରି । ମିଡିଆ ରିପୋର୍ଟ ଅନୁସାରେ ଦୁଇଟି ଅଲଗା ଅଲଗା ମାମଲାରେ ରକୁଲଙ୍କୁ ସମନ କରାଯାଇଛି ।  ଆସନ୍ତା ସୋମବାର ହାଜର ହେବାକୁ ସମନ ଜାରି କରିଛି ଇଡି ।

ପୂର୍ବରୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ସଦସ୍ୟଙ୍କୁ ଜେରା କରିଥିଲା ଇଡି। ରକୁଲଙ୍କୁ ମଧ୍ୟ ୨୦୨୧ ମସିହା  ଡିସେମ୍ବର ୩ ତାରିଖରେ ପଚରାଉଚରା ପାଇଁ ଡକାଯାଇଥିଲା । ଗତ ୪ ବର୍ଷ ହେବ ଇଡି ଏହି ମାମଲାର ଛାନଭିନ୍ କରୁଛି ।

କିଛି ବର୍ଷ ଧରି ଟଲିଉଡରେ ଚାଲିଥିବା ବେଆଇନ କାରବାର ନେଇ ରୋହିତ ରେଡ୍ଡୀଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ଗତ କିଛି ଦିନ ତଳେ ବିଧାୟକ କିଣାବିକା ଘଟଣାରେ ତାଙ୍କୁ ଜେରା କରିଥିଲା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ।