spot_img
Home Blog Page 3840

ଗାଁକୁ ଗ୍ରାମବାସୀଙ୍କ ଶବ ବାରଣ, ୫ ଘଣ୍ଟା ପଡ଼ି ରହିଲା ମୃତଦେହ

ବାଲେଶ୍ୱର: ଜାତିଆଣ ଆକ୍ଷେପ କରି ଗାଁ ଶ୍ମଶାନକୁ ଶବ ମନା । ଘର ବାହାରେ 5 ଘଣ୍ଟାରୁ ଅଧିକ ସମୟ ପଡି ରହିଲା ଶବ । ଗ୍ରାମବାସୀ ଶବସତ୍କାର କରିବାକୁ ବାରଣ କରିବାରୁ ଦୀର୍ଘ ସମୟ ଧରି ପଡିରହିଲା ଶବ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଚମାରଗାଁ ପଂଚାୟତ ଚାଫଳା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜିକୁ ୩୦ବର୍ଷ ଧରି ରାମଚନ୍ଦ୍ର ମାହାଲ ନିଜର ପରିବାର ସହିତ ଗାଁରେ ରହିଆସୁଥିଲେ । ତାଙ୍କର ଏକ ମାତ୍ର ପୁଅ ସୁରେନ୍ଦ୍ର ମାହାଲ ଗତକାଲି ରାତିରେ ସାପ କାମୁଡାରେ ମୃତ୍ୟୁ ହୋଇଥିଲା ।

ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ଗାଁକୁ ମୃତଦେହ ଫେରିବା ପରେ ଗାଁ ମଶାଣିରେ ଶବ ଦାହ କରିବାକୁ ଏବେ ମନାକରୁଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ପୋଲିସ ପହଂଚି ବୁଝା ସୁଝା କରିବା ପରେ ମଧ୍ୟ ଶବଦାହ ହୋଇପାରି ନାହିଁ । କିଛି ଲୋକ ଶିଖରପୁର ନଦୀ ଘାଟରେ ଶବସତ୍କାର ପାଇଁ କହିଥିଲେ । କିନ୍ତୁ ମୃତକଙ୍କ ପରିବାରଲୋକ ଗାଁ ଶ୍ମଶାନରେ ହିଁ ଶବଦାହ କରିବାକୁ ଅଡିବସିଛନ୍ତି । ଫଳରେ ଗାଁରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସ ଦୁଇପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଛି ।.

ମା’ ମଙ୍ଗଳାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ସ୍ବତନ୍ତ ଷୋଡଶ ଉପଚାର ପୂଜା

କାକଟପୁର: ଚଳଚଞ୍ଚଳ ରାଜ୍ୟର ସମସ୍ତ ଶକ୍ତିପୀଠ । ନବରାତ୍ରୀ ପୂଜା ସାଙ୍ଗକୁ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ପୁରୀ ଜିଲ୍ଲା କାକଟପୁରର ଅଦିଷ୍ଟାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ସ୍ବତନ୍ତ ଷୋଡଶ ଉପଚାର ପୂଜା ନୀତି କରାଯାଉଛି । ପଞ୍ଚମୀରେ ମା’ ରଘୁନାଥ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିବା ବେଳେ ଆଜି ଷଷ୍ଠୀରେ ମାଙ୍କ କାତ୍ୟାୟନୀ ବେଶ ଅନୁଷ୍ଠିତ ହୋଉଛି ।

ସପ୍ତମୀରେ ମାଙ୍କ ପ୍ରସିଦ୍ଧ ସିଙ୍ଗବାହିନୀ ବେଶ ଅନୁଷ୍ଠିତ ହେବ । ଆଜି ପ୍ରତ୍ୟୁଷରୁ ମାଙ୍କ ଷୋଡଶ ଉପଚାର ନୀତିସହ ଭଅଣ୍ଡ ଧୂପ ପରେ ମାଙ୍କ ଚଳନ୍ତି ପ୍ରତିମା ଓ ମନ୍ଦିର ମଧ୍ୟରେ ଥିବା ଦୂର୍ଗା ପ୍ରତିମାଙ୍କୁ ରତ୍ନବେଦୀରୁ ବାହାରକୁ ଅଣାଯାଇ ଏକତ୍ର ଖଟୁଳିରେ ଜଗତି ପୂଜା କରାଯାଇଛି । ପ୍ରତିମାକୁ ରତ୍ନ ସିଂହାସନରେ ପୁନଃ ଅବସ୍ଥାପିତ କରାଯିବା ପରେ ମା ମହିଷାକୁ ଖୋଜିବା ପାଇଁ ବିଭିନ୍ନ ବେଶ ଧାରଣ କରିବେ । ମାଙ୍କ ନିକଟରେ କାଷ୍ଟ ନିର୍ମିତ ସିଂହ ଲାଗି କରାଯିବା ସହ ବିଭିନ୍ନ ଦେବାଦେବୀ ମାନଙ୍କ ଦ୍ଵାରା ପ୍ରଦତ୍ତ ଅସ୍ତ୍ର ଲାଗି କରାଯିବ ।

ବିଗଗସ୍ ୧୬ରେ ଓଡ଼ିଆ ହିରୋଇନ୍ ପ୍ରକୃତି ମିଶ୍ର

ନନ୍ଦିଘୋଷ ବ୍ୟୁରୋ: ବିଗଗସ୍ ୧୬ରେ ଓଡିଆ ସେନସେସନ୍ ପ୍ରକୃତି ମିଶ୍ର। ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସୋ ବିଗବସ ହାଉସକୁ ପ୍ରକୃତି ଏଣ୍ଟ୍ରି କରିବା ଏକପ୍ରକାର ନିଶ୍ଚିତ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବିଗବସ୍ ୧୬କୁ ମୁନ୍ନବର ଫାରୁକି, ଶିବିନ ନାରଙ୍ଗ, ସୁମ୍ବୁଲ ତୌକିରଙ୍କ ସହ ପ୍ରକୃତି ମିଶ୍ର ଯିବା ଉପରେ ମୋହର ବାଜିଥିବା ଜଣାପଡିଛି। ବିଗବସ୍ ହାଉସର ଇନସାଇଡ୍ ନ୍ୟୁଜ ଦେଉଥିବା ଚର୍ଚ୍ଚିତ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଦି ଖବରୀ ଏନେଇ ସୂଚନା ଦେଇଛି। ଜଣାଶୁଣା ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ର ଚଳଚ୍ଚିତ୍ର ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ନିକଟରେ ବାବୁସାନଙ୍କ ସହ ଲିଙ୍କ ଅପକୁ ନେଇ ଖବରରେ ରହିଥିଲେ ପ୍ରକୃତି । ଓଡ଼ିଆ ଫିଲ୍ମରେ ଚାଇଲଡ୍ ଆର୍ଟିଷ୍ଟ ଭାବେ ଡେବ୍ୟୁ କରିଥିବା ପ୍ରକୃତି ହିନ୍ଦୀ ଧାରାବାହିକ ଲାଲ ଇସ୍କ, ଏକ୍ ଅଫ୍ ସ୍ପେସ୍, ଇଣ୍ଡିଆ ବେଷ୍ଟ ସିନେଷ୍ଟାରରେ କାମ କରିଛନ୍ତି। ତେବେ ବିଗବସ୍ରେ ପ୍ରକୃତିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କେଉଁ ଫର୍ଦ୍ଦ ଖୋଲିବ, ତା ଉପରେ ଓଡ଼ିଆ ଦର୍ଶକଙ୍କ ନଜର ରହିବ। ପୂର୍ବ ସିଜିନ୍ ମାନଙ୍କରେ ବିଗବସ୍ ହାଉସରେ ବହୁ ବଡ଼ ବଡ଼ ସେଲିବ୍ରିଟି ରହିବା ପାଇଁ ସଂଘର୍ଷ କରିଛନ୍ତି। ପ୍ରତିକୂଳ ପରିସ୍ଥିତିର ସାମନା କରି ଆଗକୁ ବଢ଼ିବା ପ୍ରକୃତିଙ୍କ ପାଇଁ ବି ବେଶ୍ ଚ୍ୟାଲେଞ୍ଜିଂ ହେବ।

ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପାଇଲେ ଆଶା ପାରେଖ

ନୂଆଦିଲ୍ଲୀ: ବିଶିଷ୍ଟ ବଲିଉଡ୍ ଅଭିନେତ୍ରୀ ଆଶା ପାରେଖଙ୍କୁ ପାଇଲେ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର-୨୦୨୦ । ମବାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଶା ପାରେଖକୁ ଜୀବନ ବ୍ୟାପି ସାଧନା ସମ୍ମାନ ନିମନ୍ତେ ପୁରସ୍କାର ପ୍ରଦାନ କରିଛନ୍ତି  ।   ଭାରତୀୟ ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସିନେମାର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଶୁକ୍ରବାର ଆୟୋଜିତ ହୋଇଥିବା  ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ପ୍ରଦାନ କରାଯାଇଛି  । ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ଆଶାଙ୍କୁ ପ୍ରଦାନ କରିଛନ୍ତି  ।

ଭାରତୀୟ ସିନେମାକୁ ଜୀବନବ୍ୟାପୀ ଅବଦାନ ନିମନ୍ତେ ଦାଦା ‌ସାହେବ ଫାଲକେ ଚୟନ କମିଟି ପାରେଖଙ୍କୁ ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି ନେଇଛି। ଆଶା ପାରେଖ ହେଉଛନ୍ତି ଜଣେ ଖ୍ୟାତନାମା ଫିଲ୍ମ ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ପ୍ରଡ୍ୟୁସର। ଜଣେ ଶିଶୁ କଳାକାର ଭାବେ ୧୯୫୨ରେ ‘ଆସମାନ’ରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ କଟି ପତଙ୍ଗ, ତିସରୀ ମଞ୍ଜିଲ, ଲଭ୍ ଇନ୍ ଟୋକିଓ, ଆୟା ସାୱନ ଝୁମ୍‌‌ କେ, ଆନ ମିଲୋ ସଜନା ଓ ମେରା ଗାଓଁ ମେରା ଦେଶ ସମେତ ୯୫ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ନିପୁଣତାର ପ୍ରଦର୍ଶନ କରିଛନ୍ତି।

୭୯ ବର୍ଷୀୟା ଆଶା ପାରେଖଙ୍କୁ ୧୯୯୨ରେ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। ଫିଲ୍ମ ଫେୟାର ଆୱାର୍ଡ ସମେତ ଅନେକ ପୁରସ୍କାର ସହିତ ତାଙ୍କୁ ସମ୍ମାନିତ କରାଯାଇଛି। ସେ ମଧ୍ୟ ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ‘ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ’ର ମୁଖ୍ୟ ଥିଲେ। ୫୨ତମ ଦାଦା ସାହେବ ଫାଲକେ ପୁରସ୍କାରର ବିଚାରକମଣ୍ଡଳୀ ପାଞ୍ଚଜଣଙ୍କ ନାମ ବିଚାରକୁ ନେଇଥିଲେ। ସେମାନେ ହେଉଛନ୍ତି- ଗାୟିକା ଆଶା ଭୋସଲେ, ଅଭିନେତ୍ରୀ-ସାଂସଦ ହେମା ମାଳିନୀ, ଅଭିନେତା ପୂନମ ଧିଲନ, ଫିଲ୍ମନିର୍ମାତା ଟିଏସ୍ ନାଗଭରଣ ଓ ଗାୟକ ଉଦିତ ନାରାୟଣ।

ଖାଦ୍ୟ ସଂଗ୍ରହ ନୀତି ୨୦୨୨-୨୩କୁ କ୍ୟାବିନେଟରେ ମଞ୍ଜୁରୀ

ଭୁବନେଶ୍ୱର: ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହ ନୀତି ୨୦୨୨-୨୩କୁ ରାଜ୍ୟ କ୍ୟାବିନେଟ୍ରେ ମଞ୍ଜୁରୀ । ୨୦୨୨-୨୩ ବର୍ଷ ପାଇଁ ୪୮ ଲକ୍ଷ ମେଟ୍ରିକ ଟନ୍ର ଚାଉଳ ସଂଗ୍ରହ କରାଯିବ । ଧାନ ହିସାବରେ ଏହା ୭୧ ଲକ୍ଷ ମେଟ୍ରିକ ଟନ୍ ହେବ । ଖରିଫରେ ୫୭ ଲକ୍ଷ ଏବଂ ରବିରେ ୧୪ ଲକ୍ଷ ମେଟ୍ରିକ ଟନ୍ ସଂଗ୍ରହ କରାଯିବ । ଏହାଠାରୁ ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କ ଠାରୁ ମଣ୍ଡିକୁ ଆସିବ ତାହା ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ । ଆବଶ୍ୟକ ହେଲେ ବିଭାଗୀୟ ମନ୍ତ୍ରୀ ଏହାର ଲକ୍ଷ୍ୟ ଧାର୍ଯ୍ୟ କରିପାରିବେ ।

ନଭେମ୍ବର ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ରବି ଧାନ ମେ’ରୁ ଜୁନ୍ ମଧ୍ୟରେ ସଂଗ୍ରହ କରାଯିବ । କେବଳ ପଞ୍ଜିକୃତ ଚାଷୀଙ୍କ ଠାରୁ ସେମାନଙ୍କର ବଳକା ଧାନ ସଂଗ୍ରହ କରାଯିବ । ସରକାରଙ୍କୁ ଧାନ ବିକ୍ରି ପାଇଁ ଆଧାର କାର୍ଡ ଏକ ମାତ୍ର ପରିଚୟ ପତ୍ର ରହିବ । ସାଟେଲାଇଟ ଇମେଜ ମାଧ୍ୟମରେ ପଞ୍ଜିକୃତ ହୋଇଥିବା ଚାଷ ଜମିଗୁଡିକର ଶତପ୍ରତିଶତ କ୍ଷେତ୍ର ଯାଞ୍ଚ କରାଯିବ । ଧାନ ବିକ୍ରି ପାଇଁ ଆଗୁଆ ଏସଏମଏସ ମାଧ୍ୟରେ ସୂଚନା ଦିଆଯିବ । ପ୍ରାଥମିକ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ ।

କ୍ୟାବିନେଟର ଐତିହାସିକ ନିଷ୍ପତ୍ତି, ଓଡ଼ିଆରେ ଦେଇହେବ OCS ପରୀକ୍ଷା

ଭୁବନେଶ୍ୱର: ୮ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମିଳିଛି ମଂଜୁରୀ ।  ଏଣିକି ଆଉ ୨୨୫୦ ମାର୍କର ପରୀକ୍ଷା ନୁହେଁ ୨୦୦୦ ମାର୍କର ପରୀକ୍ଷା ହେବ । UPSC ଭଳି OCSରେ ରହିବ ଗୋଟିଏ ଅପସିନାଲ । ପରୀକ୍ଷାର୍ଥୀ ଓଡ଼ିଆରେ ଦେଇପାରିବେ ପରୀକ୍ଷା  । ପ୍ରବନ୍ଧ ମଧ୍ୟ ଓଡ଼ିଆରେ ଲେଖିବେ ଇଛୁକ ପରୀକ୍ଷାର୍ଥୀ  ।

ସେହିପରି ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବେ ସରକାର । କ୍ୟାବିନେଟ ଦେଇଛି ଏହି ଅନୁମତି ।  ଅଣ ସଂରକ୍ଷିତ-୬ଥର, ଏସଇବିସି- ୯ଥର, ଏସସି/ଏସଟି-ଅନଲିମିଟେଡ ପରୀକ୍ଷା ଦେଇପାରିବେ – ଲିକ୍ଷିତ ଓ ଇଣ୍ଟରଭ୍ୟୁ ମଧ୍ୟ ଓଡ଼ିଆ ଭାଷାରେ ହେବ  ।  ରାଜ୍ୟ କ୍ୟାବିନେଟ ନେଇଛି ଏହି ବଡ଼ ନିଷ୍ପତ୍ତି  ।

ପୂର୍ବରୁ ଇଂରାଜୀ ଭାଷାରେ ପ୍ରବନ୍ଧ ଲେ,ଖିବା ବାଧ୍ୟତାମୂଳକ ରହିଥିଲା  । ରାଜ୍ୟ ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି  । ଛାତ୍ରଛାତ୍ରୀ ଓଡିଆରେ ପରୀକ୍ଷା ଦେଇପାରିବେ  । ଚଳିତ ବର୍ଷ ଖରିପ ଏବଂ ରବି ଋତୁ ପାଇଁ ଧାନ ସଂଗ୍ରହ ନୀତି ଘୋଷଣା କରାଯାଇଛି  । ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବନିମ୍ନ ୨୦୪୦ ଏବଂ ସର୍ବାଧିକ ୨୦୮୦ ଟଙ୍କା ରଖାଯାଇଛି  ।

ସେହିପରି ରାଜ୍ୟରେ ଖଣି ନିର୍ଦ୍ଦେଶାଳୟ ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ହେବ ମିଶ୍ରଣ । ଏହାକୁ ମିଶ୍ରଣ କରି ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ସୃଷ୍ଟି କରାଯିବ । ଏଥିରେ ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକ ପଦବୀ ସହ ଦୁଇଗୋଟି ନୂତନ ଅତିରିକ୍ତ ପଦବୀ ସୃଷ୍ଟି କରାଯିବ । ମାନବ ସମ୍ବଳକୁ ସୁଦୃଢ କରି ଖଣିଜ ପ୍ରଶାସନ ଓ ଅନ୍ବେଷଣକୁ ଅଧିକ କ୍ରିୟାଶୀଳ କରାଯିବ । ଏହା ରାଜସ୍ବ ବୃଦ୍ଧିରେ ସହାୟକ ହେବ ।

ବିଜେପି ନେତାଙ୍କୁ ଦାମଙ୍କ କଟାକ୍ଷ, ଯେତେ କହିଲେ ବିଜେଡି ଭୋଟ ବଢିବ

ଭୁବନେଶ୍ୱର: ବିଜେପି ନେତାଙ୍କ ବୟାନକୁ ନେଇ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରତିକ୍ରିୟା  ।  ବାହାପିଆର ବାରବାଟୀ ଚାଷ ଭଳି ବିଜେପି ନେତାଙ୍କ ବୟାନ ବୋଲି  କଟାକ୍ଷ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ୨୦୧୪ରେ ପ୍ରଚାର କମିଟି ଅଧ୍ୟକ୍ଷ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଭାଷଣବାଜି କଲେ । ବିଜେପିର ସତ୍ତା ରହିଲାନି । କିନ୍ତୁ ନବୀନ ପଟ୍ଟନାୟକ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ।

ସେହିପରି ଦାମ ରାଉତ କହିଛନ୍ତି ନବୀନ ପଟ୍ଟନାୟକ ପୁଣି ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଷଷ୍ଠ ଥର ପାଇଁ ହେବେ ବୋଲି ଦାମ କହିଛନ୍ତି । ସେହିଭଳି ୨୦୧୯ ପୂର୍ବରୁ ଅମିତ ଶାହା ଆସି ଫୁଟାଣି ମାରିଥିଲେ । ନିର୍ବାଚନ ଫଳାଫଳ ତାଙ୍କୁ ଲୋକହସା କରିଛି । ବିଜେଡିର ଭୋଟ ବଢି ଚାଲିଛି  । ଏବେ ବିଜେପି ସଭାପତି ଯେତେ କହିଲେବି ବିଜେଡିର ଭୋଟ ବଢିବ ହିଁ ବଢିବ  ।

ଝାଡ଼ୁ ଧରି ଅଳିଆ ସଫା କରୁଛନ୍ତି ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ବିଜେଡିର ସ୍ବଚ୍ଛତା ବାର୍ତ୍ତା । ଝାଡ଼ୁ ଧରି ଅଳିଆ ସଫା କରୁଛନ୍ତି ବିଜେଡି ନେତା ଓ କର୍ମୀ । ବରମୁଣ୍ଡା ପଡ଼ିଆରେ ପଡ଼ିଥିବା ଆବର୍ଜନାକୁ ସଫା କରୁଛନ୍ତି କର୍ମୀ । ଦୁଇଦିନ ଧରି ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିଲା ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ । ଏହାଦ୍ୱାରା ପଡ଼ିଆରେ ପଡ଼ିଥିବା ଅଳିଆକୁ ସଫା କରୁଛନ୍ତି ବିଜେଡି ନେତା । ଏହା ବିଜେଡିକୁ ଏକ ଦାୟିତ୍ୱବାନ ଦଳ ଭାବେ ପ୍ରମାଣିତ କରୁଛି ।

ନିର୍ବାଚନ ବେଳେ ରାଜନୀତି ହୁଏ, ନିର୍ବାଚନ ସରିଲେ ସମସ୍ତେ କାମ କରିବା ଦରକାର

ଭୁବନେଶ୍ୱର: ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର । ଏହା ଆମେ ସମସ୍ତେ ମନେ ରଖିବା ଦରକାର। ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ରାଜନୀତି ହୁଏ । ନିର୍ବାଚନ ସରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରନ୍ତୁ। ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ନିମନ୍ତେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ପ୍ରସ୍ତୁତି ବୈଠକର ଦ୍ଵିତୀୟ ଦିବସରେ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ଏଭଳି ଆହ୍ଵାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏକ ଆଞ୍ଚଳିକ ଦଳ ଭାବେ ଆମେ ସବୁବେଳେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ପ୍ରାଥମିକତା ଦେଇ ଆସିଛୁ। ଆଗକୁ ମଧ୍ୟ ଦେଇ ଚାଲିବୁ। ଆମ ଦଳ ଲୋକଙ୍କ ସୁଖଦୁଃଖରେ ଏବଂ ଲୋକଙ୍କ ସାଥିରେ ରହି ଆସିଛି। ଏହି ଧାରାକୁ ଅନୁସରଣ କରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କୁ ସାଥିରେ ନେଇ ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସାରା ରାଜ୍ୟରେ ଏହି ପଦଯାତ୍ରାକୁ ସଫଳ କରାନ୍ତୁ ।

ପ୍ରାରମ୍ଭରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ବରିଷ୍ଠ ନେତା ଅଶୋକ ପଣ୍ଡା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ, ଡ. ଅରୁଣ ସାହୁ ପ୍ରମୁଖ ଦ୍ୱିତୀୟ ଦିବସର ଏହି କର୍ମଶାଳାକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ। ସଂଗଠନ ସମ୍ପାଦକ  ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵ ଓ ସ୍ୱଚ୍ଛ ପ୍ରଶାସନ ଯୋଗୁଁ ଓଡ଼ିଶା ଆଜି ପ୍ରତିଟି କ୍ଷେତ୍ରରେ କିପରି ଉନ୍ନତିର ମାର୍ଗରେ ଦ୍ରୁତ ଗତିରେ ଆଗଉଛି, ତାହାର ବାର୍ତ୍ତା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ବୈଠକରେ ଉପସ୍ଥିତ ଥିବା ଦଳର ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଦଳର ଜିଲ୍ଲା ଓ ବ୍ଳକ୍ କର୍ମକର୍ତାମାନଙ୍କୁ ମନ୍ତ୍ର ଦେଇଥିଲେ।

ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଚିନ୍ତାଧାରା ଯୋଗୁଁ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇଛନ୍ତି ଏବଂ ୫ଥର ଯାକ ଦଳକୁ ବିଜୟୀ କରାଇଛନ୍ତି। ଲୋକେ ତାଙ୍କୁ ନି8ସର୍ତ ଭାବେ ଭଲ ପାଆନ୍ତି। ଏବେ ଷଷ୍ଠ ଥର ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଆମକୁ ସେ ଦାୟିତ୍ଵ ନେବାକୁ ହେବ ଏବଂ ଏଥିପାଇଁ କଠିନ ପରିଶ୍ରମ କରିବାକୁ ହେବ।

ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓଡ଼ିଶାକୁ ଆମ ହକ୍ ଦେଉନାହିଁ ବୋଲି ବିଭିନ୍ନ ଉଦାହରଣ ସହ କହିଥିଲେ। ଓଡିଶା ପ୍ରତି କେନ୍ଦ୍ରର ଅବିଚାରର ସୀମା ନାହିଁ ବୋଲି ଦର୍ଶାଇ ସେ କହିଲେ ଯେ ୬୦ ଦଶକରେ ଆରମ୍ଭ ହୋଇଥିବା ଏହି ଅବିଚାର ଏବେ ବି ଜାରି ରହିଛି। ରେଳବାଇଠୁ ନେଇ ବିପର୍ଯ୍ୟୟ ସହାୟତା ଓ ଉଷୁନା ଚାଉଳ ଉଠାଣ ପର୍ଯ୍ୟନ୍ତ କେନ୍ଦ୍ର ଓଡ଼ିଶାକୁ ଅବିଚାର ଜାରି ରଖିଛି। ତେଣୁ କେନ୍ଦ୍ରର ଏହି ଅବିଚାର ବିରୋଧରେ ଆମର ଲଢ଼େଇ ଜାରି ରହିବ।

ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଲେ, ବିପର୍ଯୟକୁ ସଫଳ ମୁକାବିଲା କରିବାରେ ଓଡ଼ିଶା ଆଜି ସାରା ବିଶ୍ଵକୁ ଦିଗଦର୍ଶନ ଦେଉଛି। ପ୍ରାକୃତ୍ରିକ ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀ “ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ ” ଆହ୍ୱାନ ଦେବା ପରେ ଓଡ଼ିଶା ମଡେଲକୁ ଦେଖି ପ୍ରଶିକ୍ଷଣ ନେବା ପାଇଁ ଅନ୍ୟ ରାଜ୍ୟର ଅଫିସରମାନେ ଓଡ଼ିଶା ଆସୁଛନ୍ତି। ତେବେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ଆମକୁ ସହଯୋଗ କରୁନି ବୋଲି ସେ ଅଭିଯୋଗ କରିଥିଲେ ଏବଂ ଏହି ବାର୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ଵାନ ଦେଇଥିଲେ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ସୁପରିଚାଳନା ଯୋଗୁଁ ଓଡ଼ିଶା କିପରି ଦ୍ରୁତ ଗତିରେ ପ୍ରଗତି କରୁଛି, ତାହାର ଚିତ୍ର ପ୍ରଦାନ କରିଥିଲେ। ମହାବାତ୍ୟା ପରର ଦୟନୀୟ ଆର୍ଥିକ ସ୍ଥିତିରୁ ଉଠି ଓଡ଼ିଶାର ଅର୍ଥନୀତି ଆଜି ଉପରମୁହାଁ ହୋଇଛି। ୨୦୦୦ ମସିହାରେ ରାଜ୍ୟର ବଜେଟ ସାଢେ ୧୧ ହଜାର କୋଟିରୁ ବଢି ୨ ଲକ୍ଷ କୋଟିରେ ପହଞ୍ଚିଛି। ସରକାର ଯେତେ ସବୁ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି, ସେସବୁର କାର୍ଯ୍ୟକାରୀତା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଶ୍ରୀ ପୂଜାରୀ କହିଥିଲେ।

ମନ୍ତ୍ରୀ ପ୍ରୀତି ରଂଜନ ଘଡ଼େଇ କହିଥିଲେ ଯେ ଗମନାଗମନ କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଇଥିବାରୁ ଓଡ଼ିଶାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇଛି। ୧୭ ହଜାର ଗାଁକୁ ନିତି ଦିନିଆ ରାସ୍ତା ନିର୍ମାଣ ହୋଇଛି। ଦୁଇ ଦଶନ୍ଧି ମଧ୍ୟରେ ରାସ୍ତା ନିର୍ମାଣ ବଜେଟ୍ ୨୯୮ କୋଟିରୁ ବଢି ୧୭ହଜାର ୪୨୪ କୋଟିରେ ପହଞ୍ଚିଛି। ତେଣୁ ଏହି ସବୁ ତଥ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ନିବେଦନ କରିଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ୫ଟି ରୂପାନ୍ତରୀକରଣର ସୁନେଲି ଚିତ୍ର ଉପସ୍ଥାପନ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ -ଟି ମନ୍ତ୍ରକୁ ଭୂୟସୀ ପ୍ରଶଂସା କରିଥିଲେ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନିଜ ଭାଷାଣରେ ଓଡ଼ିଶା କେମିତି ନିଅଣ୍ଟିଆ ଖାଦ୍ୟ ରାଜ୍ୟରୁ ଆଜି ବଳକା ରାଜ୍ୟରେ ପରିଣତ ହୋଇଛି, ତାହାର କାହାଣୀ ବର୍ଣ୍ଣନା କରିଥିଲେ। ଜଗନ୍ନାଥଙ୍କ ମାଟି ଓଡ଼ିଶାରେ ଧର୍ମ ଓ ଜାତିକୁ ନେଇ ଘୃଣା ଓ ଅସୂୟାର ରାଜନୀତି ଚଳିବ ନାହିଁ ବୋଲି ଦର୍ଶାଇ ଧର୍ମନିରପେକ୍ଷତାରେ ବିଶ୍ଵାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଓଡ଼ିଶାବାସୀଙ୍କ ବିଶ୍ଵାସ, ଭରସା ଓ ଆଶୀର୍ବାଦ ଅଛି ବୋଲି କହିଥିଲେ।

ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ନବୀନ ବାବୁଙ୍କ ଦୃଢ ନେତୃତ୍ଵ ଯୋଗୁଁ ଓଡ଼ିଶା ସରକାର କିପରି ସମସ୍ତ ପ୍ରତିକୂଳତାକୁ ଅତିକ୍ରମ କରି ପ୍ରତିବଦ୍ଧତାର ସହ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରୁଛନ୍ତି, ପଦଯାତ୍ରା ବେଳେ ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ଵାନ ଦେଇଥିଲେ ।
ଶେଷରେ ପ୍ରଖ୍ୟାତ ପ୍ରେରଣାଦାୟୀ ବକ୍ତା ଉଜ୍ୱଳ ପଟନି ଉପସ୍ଥିତ ଜନ ପ୍ରତିନିଧିମାନଙ୍କୁ ଲୋକଙ୍କ ଶ୍ରଦ୍ଧାଭାଜନ ହେବାକୁ ଆବଶ୍ୟକ ବିଭିନ୍ନ ପଦକ୍ଷେପ ଓ କୌଶଳ ସଂପର୍କରେ ଅବଗତ କରିଥିଲେ।

 

ପରୀକ୍ଷା ହଲରେ ବସିଥିବାବେଳେ ଆତ୍ମଘାତୀ ଆକ୍ରମଣ, ବିସ୍ଫୋରଣରେ ୧୯ ଜଣଙ୍କ ମୃତ୍ୟୁ

କାବୁଲ: କାବୁଲ ଦସ୍ତ-ଏ-ବାରାଚୀରେ ଆତ୍ମଘାତୀ ଆକ୍ରମଣ । ପରୀକ୍ଷା ହଲରେ ପିଲାମାନେ ବସିଥିବା ବେଳେ ବିସ୍ଫୋରଣ ଯୋଗୁ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୨୩ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଶିହା ସଂପ୍ରଦାୟର ଲୋକମାନେ ରହୁଥିବା ଅଞ୍ଚଳରେ ଏପରି ବିସ୍ଫୋରଣ ହୋଇଥିବାରୁ ଏହି ସଂପ୍ରଦାୟକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା ତାଲିବାନ ମୁଖପାତ୍ର ଅବଦୁଲ ନାଫୟ ଟାକୋର ଟୁଇଟ କରିଛନ୍ତି ।