ବାରଙ୍ଗ ଥାନା ଏଏସଆଇଙ୍କ ଆତ୍ମହତ୍ୟା ନେଇ ବଢିଲା ସସପେନ୍ସ

ଭୁବନେଶ୍ୱର: ବାରଙ୍ଗ ଥାନା ଏଏସଆଇଙ୍କ ଆତ୍ମହତ୍ୟା ନେଇ ବଢିଲା ସସପେନ୍ସ । ଘର ଲୋକଙ୍କୁ ପଚରାଉଚରା କଲା ପୋଲିସ୍ । ପାରିବାରିକ ସମସ୍ୟା କିମ୍ବା କର୍ମକ୍ଷେତ୍ରରେ ଚାପ ନେଇ ସନ୍ଦେହ । ବାରଙ୍ଗ ଥାନା ଏଏସଆଇ ଅଶୋକ ପ୍ରଧାନଙ୍କ ଆତ୍ମହତ୍ୟା ନେଇ ବଢୁଛି ସସପେନ୍ସ । ପଦାସାହି ଗାଁରେ ନିଜ ଘରେ ଆତ୍ମହତ୍ୟା କରିଛନ୍ତି ଅଶୋକ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ ।

ଦେଢବର୍ଷ ହେଲା ବାରଙ୍ଗଥାନାରେ କାର୍ଯ୍ୟରତ ଥିଲେ ଅଶୋକ । କାଲି ରାତି 10ଟାରେ ଡିଉଟି ସାରି ଘରକୁ ଫେରିଥିଲେ । ରାତି ପ୍ରାୟ ୧୨ଟା ୪୫ରେ ସେ ଆତ୍ମହତ୍ୟା କରିଥିବାନେଇ ସ୍ତ୍ରୀ ଅଶୋକଙ୍କ ବଡ଼ଭାଇଙ୍କୁ ଜଣାଇଥିଲେ । କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାର କାରଣ ଖୋଜୁଛି ପୋଲିସ । ଘର ଲୋକଙ୍କୁ ପଚରାଉଚରା କରାଯିବା ସହ ପାରିବାରିକ ସମସ୍ୟା ଓ କର୍ମସ୍ଥଳୀରେ ଚାପ ନେଇ ତଦନ୍ତ କରାଯାଉଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।