କୁଆଡ଼େ ଗଲେ ନୟାଗଡ଼ର ୧୩ବର୍ଷୀୟ ଛାତ୍ର ଅମ୍ରିତ ପାତ୍ର ?

ନୟାଗଡ଼: କୁଆଡ଼େ ଗଲେ ନୟାଗଡ଼ କୁରାଳର ୧୩ବର୍ଷୀୟ ଛାତ୍ର ଅମ୍ରିତ ପାତ୍ର । ୪ ଦିନ ପରେ ଅମ୍ରିତଙ୍କ ପତ୍ତା ପାଉନି ପୋଲିସ । ବିଭିନ୍ନ ସ୍ଥାନରେ ଡଗ ସ୍କ୍ବାଡ୍ ସାହାଯ୍ୟରେ ଛାନବିନ ଚଳାଇଥିଲେ ମଧ୍ୟ ଅମ୍ରିତଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ପାଇନି ପୋଲିସ । ତେବେ ସବୁଠୁ ବଡ଼ କଥା ହେଉଛି, ଅମ୍ରିତ ନିଖୋଜ ହେବାର ୪ଦିନ ପୂର୍ବରୁ ଟ୍ୟୁସନ ରାସ୍ତାରେ ଏକ ଭ୍ୟାନ ରହିଥିଲା ।

ମାତ୍ର ଅମ୍ରିତ ହଜିବା ଦିନଠୁ ସେହି ଭ୍ୟାନର ମଧ୍ୟ ଖବର ନାହିଁ । ଏଣୁ ସେହି ଗାଡ଼ିରେ ହିଁ ଅମ୍ରିତକୁ କେହି ଅପରହଣ କରିନେଇଥିବା ସନ୍ଦେହ ସହ ଅଭିଯୋଗ କରିଛନ୍ତି ପରିବାର ଲୋକ । ଯାହାକୁ ନେଇ ସିସିଟିଭି ଯାଞ୍ଚ କରି ଭ୍ୟାନ ସନ୍ଦେହର ସତ ଖୋଜୁଛି ପୋଲିସ । ଅନ୍ୟପଟେ ଅମ୍ରିତଙ୍କ ବାପା କାଳିଆ ପାତ୍ରଙ୍କ ସନ୍ଦେହ ଅନୁସାରେ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି । ପରିବାର ଭିତରେ ଦୀର୍ଘଦିନରୁ ରହିଥିବା ସମ୍ପତ୍ତି ବିବାଦ ପାଇଁ ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପୋଲିସ ମଧ୍ୟର ଏହି ଦିଗରେ ତଦନ୍ତ ଆରମ୍ଭ କରିଛି ।