ଫେବୃୟାରୀରେ ଆସିବେ ପ୍ରିୟଙ୍କା, ଓଡ଼ିଶା କଂଗ୍ରେସ ଉତ୍ସାହିତ

ଭୁବନେଶ୍ୱର: ଫେବୃୟାରୀ ୧୮ରେ ଓଡ଼ିଶା ଆସିବେ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ଖୋର୍ଦ୍ଧା ବରୁଣେଇ ପାଖରେ ଏକ ବିରାଟ ସାଧାରଣ ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚାଲିଛି ହାତ୍ ସେ ହାତ୍ ଯୋଡ଼ୋ ବୈଠକ ।

କଂଗ୍ରେସ ବିଧାୟକଙ୍କ ସମେତ ପୂର୍ବତନ ପିସିସି ସଭାପତି ଉପସ୍ଥିତ ଅଛନ୍ତି । ୨୦୨୪ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଛି । ଜିଲ୍ଲା ଓ ବ୍ଲକସ୍ତରରେ କଂଗ୍ରେସ କିପରି ମଜବୁତ ହେବ, ସେନେଇ ବୈଠକରେ ଆଲୋଚନା ହେଉଥିବା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି  । କଂଗ୍ରେସ ଲୋକଙ୍କ ବିଶ୍ୱାସ ଜିତିବାରେ କିଛିଟା ସଫଳ ହୋଇନାହିଁ। ଦଳ କିପରି ଲୋକଙ୍କ ଆସ୍ଥାଭାଜନ ହେବ ସେନେଇ ବୈଠକରେ ଖସଡ଼ା ପ୍ରସ୍ତୁତ ହେଉଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।