ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

କନ୍ଧମାଳ: ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ବଣ୍ଡା ପିପିଲି ଠାରେ ଘଟିଛି ଏହି ଘଟଣା । ମୃତ ବ୍ୟକ୍ତି ହେଲେ ରମେଶ ନାୟକ । ହତ୍ୟା କାଣ୍ଡ ଭିଆଇବା ପରେ ଘଟଣା ସ୍ଥଳରେ ଏକ ଚିଠି ଛାଡିଛନ୍ତି ମାଓବାଦୀ ।

ଚିଠିରେ ମାଓବାଦୀ ଉଲ୍ଲେଖ କରିଛନ୍ତି, ରମେଶ ଠିକାଦାର, କାଠ ମାଫିଆ ସହ ସମ୍ପର୍କ ରଖିଥିଲା । ପୋଲିସର ଇନଫରମର ମଧ୍ୟ ସାଜିଥିବାରୁ ତାକୁ ହତ୍ୟା କରାଯାଇଛି । ଗତ କାଲି ସଶସ୍ତ୍ର ମାଓବାଦୀ ରମେଶ ଙ୍କୁ ଉଠାଇ ନେଇ ଗୁଳି କରି ହତ୍ୟା କରିଥିଲେ ।