spot_img
Home Blog Page 3839

ରାଜ୍ୟସଭା ବିରୋଧୀ ଦଳ ନେତା ପୂର୍ବରୁ ଇସ୍ତଫା ଦେଲେ ଖଡଗେ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡଗେ । ଏଆଇସିସି ସଭାପତି ପଦ ଲାଗି ପ୍ରାର୍ଥିପତ୍ର ଦାଖଲ କରିବା ପରେ ସେ ବିରୋଧୀ ନେତା ପଦରୁ ଦେଇଛନ୍ତି ଇସ୍ତଫା । ଉଦୟପୁରରେ ଗୃହୀତ ପ୍ରସ୍ତାବ ଅନୁସାରେ ଜଣେ ନେତା ଏକ ପଦବୀ ନୀତିରେ ଖଡଗେ ଏହି ନିଷ୍ପତ୍ତି ନେଇଛନ୍ତି ।

ନିଜର ଇସ୍ତଫା ପତ୍ରକୁ ସେ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି । ଖଡଗେଙ୍କ ସ୍ଥାନରେ ପି. ଚିଦାମ୍ବରମ କିମ୍ବା ଦିଗବିଜୟ ସିଂଙ୍କୁ ନିଯୁକ୍ତି ସମ୍ଭାବନା ରହିଛି । ଗତ ଶୁକ୍ରବାର ମଲ୍ଲିକାର୍ଜୁନ, ଶଶୀ ଥରୁର ଓ କେଶରୀନାଥ ତ୍ରିପାଠୀ ଏଆଇସିସି ସଭାପତି ପଦ ଲାଗି ପ୍ରାର୍ଥିପତ୍ର ଦାଖଲ କରିଥିଲେ ।

ଆହୁରି ତିନି ମାସ ୫ କେଜି ମାଗଣା ଚାଉଳ, ୯ ଲକ୍ଷ ହିତାଧିକାରୀ ଉପକୃତ

ଭୁବନେଶ୍ବର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆଉ ୩ ମାସ ରାଜ୍ୟ ସରକାର ମାଗଣାରେ ଯୋଗାଇବେ ମୁଣ୍ଡପିଛା ଅତିରିକ୍ତ ୫ କେଜି ଚାଉଳ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଦ୍ବାରା ୨ ଲକ୍ଷ ୯୨ ହଜାର ପରିବାରର ୯ ଲକ୍ଷ ୫ ହଜାର ହିତାଧିକାରୀ ଉପକୃତ ହେବେ । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଏହି ତିନି ମାସ ପାଇଁ ରାଜ୍ୟ ହିତାଧିକାରୀମାନଙ୍କୁ NFSA ହିତାଧିକାରୀମାନଙ୍କ ପରି ମୁଣ୍ଡପିଚ୍ଛା ମାସକୁ ୫ କେଜି ଲେଖାଏଁ ଅତିରିକ୍ତ ଚାଉଳ ମାଗଣାରେ ମିଳିବ ।

ରାଜ୍ୟ ସରକାର ୪୯ କୋଟି ଟଙ୍କା ଖର୍ଚ୍ଚ କରି ୧୩ ହଜାର ୫୭୫ ମେଟ୍ରିକ ଟନ୍ ଚାଉଳ ହିତାଧିକାରୀଙ୍କୁ ଯୋଗାଇବେ ।

୧୩ ଦିନ ପରେ ଆଖିବୁଜିଲେ ଦୁଷ୍କର୍ମ ପୀଡିତ, ରଡ୍‌ ଭର୍ତ୍ତି କରିଦେଇଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସହ ପୁରୁଷ ବି ଏବେ ଅସୁରକ୍ଷିତ  । ୧୩ ଦିନ ପରେ ଆଖିବୁଜିଲା ଦୁଷ୍କର୍ମ ପୀଡିତ  । ଅପ୍ରାକୃତିକ ଯୌନ ଶୋଷଣର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ୧୦ ବର୍ଷୀୟ ନାବାଳକ  । ଦିଲ୍ଲୀ ସିଲମପୁର ଅଞ୍ଚଳର ପୀଡିତ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି  । ଘଟଣାରେ ଅଭିଯୁକ୍ତ ଦୁଇ ଜଣ ନାବାଳକଙ୍କୁ ଗିରଫ କରାଯାଇଛି  । ଅନ୍ୟ ଜଣେ ନାବାଳକ ଏବେବି ଫେରାର ଅଛି ।

ଗତ ୧୮ ସେପ୍ଟେମ୍ବରରେ ତିନି ଅଭିଯୁକ୍ତ ମୃତ ନାବାଳକ ସାଙ୍ଗକୁ ଖେଳିବାକୁ ଡାକି ନେଇଯାଇଥିଲେ  । ସେଠାରେ ଗଣଦୁଷ୍କର୍ମ କରିବା ସହ ପୀଡିତର ଗୁପ୍ତାଙ୍ଗରେ ଲୁହାରଡ ଭର୍ତ୍ତି କରି ଦେଇଥିଲେ ତିନି ସାଙ୍ଗ  । ଲହୁଲୁହାଣ ହୋଇ ମୃତ ନାବାଳକ ଘରକୁ ଫେରିଥିଲା ସତ  । ହେଲେ ଘରେ କାହାକୁ କିଛି ଜଣାଇ ନଥିଲା  । କିନ୍ତୁ ତିନି ଦିନ ପରେ ନାବାଳକର ସ୍ବାସ୍ଥ୍ୟ ବିଗିଡିବାରୁ ମା’ଙ୍କୁ ଜଣାଇଥିଲା ନାବାଳକ। ପୁଅର ଯନ୍ତ୍ରଣା ଦେଖି ପୋଲିସକୁ ଖବର ଦେଇଥିଲେ ପରିବାର । ନିର୍ଭୟା କାଣ୍ଡ ଭଳି ନାବାଳକ ସହ ଘଟିଥିବା କିଛି ମିଡିଆ ରିପୋର୍ଟ ଦାବି କରିଛନ୍ତି  ।

ଆଶ୍ଚର୍ଯ୍ୟର କଥା ହେଉଛି ସମସ୍ତ ଅଭିଯୁକ୍ତଙ୍କ ବୟସ ୧୨ ରୁ ୧୩ ବର୍ଷ ମଧ୍ୟରେ ହେବ  । ସେମାନଙ୍କ ମଧ୍ୟରୁ ଜଣେ ମୃତ ନାବାଳକର ସମ୍ପର୍କୀୟ ଭାଇ ଥିବା ତଦନ୍ତରୁ ଜଣାପଡିଛି । ଏହି ଘଟଣା ପରେ ଦିଲ୍ଲୀ ମହିଳା ଆୟୋଗ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି  ।

ଆରମ୍ଭ ହେଲା ୫G ଯୁଗ, ରାଷ୍ଟ୍ରପତିଙ୍କ ଗାଁରେ ପ୍ରଦର୍ଶନ ବ୍ୟବସ୍ଥା

ନୂଆଦିଲ୍ଲୀ: ଦେଶରେ ଲଞ୍ଚ ହେଲା ୫G ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫G ସେବାକୁ କରିଛନ୍ତି ଉଘାଟନ । ଦେଶର ମାତ୍ର ୪ଟି ସହରରେ ବର୍ତ୍ତମାନ ଠାରୁ ଉପଲବ୍ଧ ହେବ ୫G ସେବା । ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫G ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ୫ଜି ଡେମୋନଷ୍ଟ୍ରେସନ କରାଯିବ । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ପାହାଡପୁର ଗାଁରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଏସଏଲଏସ ମେମୋରିଆଲ ସ୍କୁଲରେ ୫ଜି ଡେମୋନଷ୍ଟ୍ରେସନ କରାଯିବ । ଏହି ସ୍କୁଲଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀଙ୍କ ସ୍ମୃତିରେ ନିର୍ମାଣ ହୋଇଥିଲା । ଦ୍ରୌପଦୀଙ୍କ ଦ୍ବାରା ହିଁ ଏହି ସ୍କୁଲ ପରିଚାଳିତ ହେଉଛି ।

ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ୫G ସେବା ମିଳିବ । ଦୀପାବଳି ପୂର୍ବରୁ ସବୁ ମେଟ୍ରୋ ସିଟିରେ ୫ଜି ସେବା ଆରମ୍ଭ ହେବ ହେବ । ସାରା ଦେଶରେ ପର୍ଯ୍ୟାୟକ୍ରମେ ବିସ୍ତାର କରାଯିବ । ୫G ସେବା ଆରମ୍ଭ ହେଲେ, ୩Gଠୁ ୩୦ ଗୁଣ ଓ ୪Gଠୁ ୧୦ ଗୁଣା ସ୍ପିଡ୍ ସେବା ମିଳିବ । ଆବଶ୍ୟକ ସ୍ଥଳେ ଏହି ସ୍ପିଡ୍ ୧୦୦ ଗୁଣା ଯାଏ ଯାଇପାରେ ବୋଲି କୁହାଯାଉଛି ।

୨G ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍ଲୋଡ୍ ହେବା ପାଇଁ ୨ ଦିନ ୮ ଘଣ୍ଟା ଲାଗୁଥିଲା, ୩G ସେବାରେ ୨ ଘଣ୍ଟା ଏବଂ ୪Gରେ ୪୦ ମିନିଟ ଲାଗୁଛି । ଏବେ ୫Gରେ ସେହି ଫାଇଲ ଡାଉନ୍ଲୋଡ୍ ହେବା ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ । ୨୦୨୩ ଡିସେମ୍ବର ସୁଦ୍ଧା ଦେଶବ୍ୟାପୀ ୫G ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଋଷ ବିରୋଧରେ ଗର୍ଜିଲା ନାଟୋ, ୯୦୦ ଅଧିକାରୀଙ୍କ ନାଁରେ ଆମେରିକାର କଟକଣା

କିଭ: ୟୁକ୍ରେନର ୪ ଅଞ୍ଚଳକୁ ଋଷ ସହ ମିଶାଇ ଦିଆଯିବା ଘଟଣା ଋଷ ଲାଗି ପଡିଲା ମହଙ୍ଗା । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟଲଟନବର୍ଗ । ସେ କହିଛନ୍ତି ୟୁକ୍ରେନ ସହ ଯୁଦ୍ଧ, ଅଧିକ ସୈନ୍ୟ ସଂଗ୍ରହ ଲାଗି ଉଦ୍ୟମ, ଆଣବିକ ଧମକ ଏବଂ ଶେଷରେ ୟୁକ୍ରେନର ୪ ଅଞ୍ଚଳକୁ ମିଶ୍ରଣ ବିରୋଧରେ ନାଟୋ ଅଧିକ କଡା ହେବ ।

ଏହି ଅଭିଯାନକୁ ସଫଳ କରିବାକୁ ଦିଆଯିବ ନାହିଁ । ତେଣେ ୟୁକ୍ରେନର ୪ ଅଞ୍ଚଳକୁ ମିଶାଇ ଦିଆଯିବା ପରେ ଅଧିକ ଉଗ୍ର ହୋଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ ବିରୋଧରେ ଲାଗୁ କରିଛନ୍ତି ନୂଆ କଟକଣା । ୯୦୦ରୁ ଅଧିକ ସରକାରୀ ଓ ସାମରିକ ଅଧିକାରୀ ତଥା ସେମାନଙ୍କ ପରିବାର ସଦସ୍ୟ ହୋଇଛନ୍ତି ଶିକାର । .

ତେଣେ ୟୁକ୍ରେନକୁ ଆଉ ୧୨ ବିଲିୟନ ଡଲାର ସହାୟତା ଦେବା ଲାଗି କଂଗ୍ରେସ ନିକଟରେ ପ୍ରସ୍ତାବ ରଖିଛନ୍ତି ବାଇଡେନ । ସେପଟେ ଋଷକୁ ୭୦୦ରୁ ଅଧିକ ସାମଗ୍ରୀର ରପ୍ତାନି ଉପରେ କଟକଣା ଲଗାଇଛି ବ୍ରିଟେନ ।

ଆଇଟି, ସ୍ଥାପତ୍ୟ, ଇଞ୍ଜିନିୟରିଂ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଏହି ନିଷେଧାଦେଶ ବଳବତ୍ତର ହୋଇଛି । ଏହା ସହ ଋଷ ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର ଏଲଭିରା ନାବିୟୁଲାନାଙ୍କ ବିରୋଧରେ କଟକଣା ଲାଗୁ କରିଛି ବ୍ରିଟେନ । ପାଶ୍ଚାତ୍ୟ ରାଷ୍ଟ୍ରର ବିଭିନ୍ନ ପଦକ୍ଷେପକୁ ସମାଲୋଚନା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଔପନିବେଶିକ ନୀତିକୁ ଋଷ ତୀବ୍ର ବିରୋଧ କରୁଛି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ

ପୁରୀ: ପୁରୀ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ବେଢା ପରିକ୍ରମା ସହ ବିଭିନ୍ନ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ଦର୍ଶନ କରିଛନ୍ତି ପାଣ୍ଡିଆନ। ସେବାୟତଙ୍କ ସହ ଶ୍ରୀମନ୍ଦିର ଉନ୍ନତିକରଣ ନେଇ ଆଲୋଚନା କରିଥିବା ଜଣାପଡିଛି । ଗସ୍ତ ଅବସରରେ 5T ସଚିବଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ମହାମାୟାଙ୍କ ପାଇଁ ସଜେଇ ହେଇଛି ରାଜ୍ୟ, ମଣ୍ଡପକୁ ଆବାହନ ହେବେ ମା’

ଭୁବନେଶ୍ୱର: ଆସୁଛନ୍ତି ମହାମାୟା । ଉତ୍ସବମୁଖର ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ ।  ଆଜି ପୀଠେ  ସପ୍ତମୀ, ମଣ୍ଡପରେ ଷଷ୍ଠୀ ପୂଜା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ଏହି ସମୟରେ ବ୍ରତପୂଜା କରିବାର ବିଧି ରହିଛି ।

କାଲି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଏହାପରେ ସୋମବାର ଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । କିଛି ମଣ୍ଡପରେ ଆମିଷ ଭୋଗ କରାଯାଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ ।

ବୁଧବାର ମଣ୍ଡପରେ ବିଜୟାଦଶମୀ ପୂଜାର୍ଚ୍ଚନା କରାଯିବ । ଶକ୍ତିପୀଠରେ ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ କଟକ ଗଡଚଣ୍ଡୀ  । ସେହିପରି ବଗଲାମୁଖୀ ବେଶରେ ସଜ୍ଜିତ ହେବେ କଟକ ଚଣ୍ଡି  । ଦୁଇବର୍ଷ ପରେ ବିନା କଟକଣାରେ ପୂଜା ହେଉଥିବାରୁ ଚଳିତବର୍ଷ ଉତ୍ସାହିତ ଅଛନ୍ତି ଭକ୍ତ  । ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପ୍ରସ୍ତୁତି କରିଛି ପୋଲିସ ପ୍ରଶାସନ  ।

 

 

ଦଶହରା ଯାଏଁ ଅବିଶ୍ରାନ୍ତ ବର୍ଷା, ମହାଷ୍ଟମୀରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଏଥର ଭିଜାଭିଜା ଦୁର୍ଗାପୂଜା  । ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ  । ପ୍ରଭାବରେ ରାତିରୁ ଆରମ୍ଭ ହେବ ବର୍ଷା  । ଏଥିପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ  । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁରକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

କାଲିଠୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ହୋଇପାରେ  । କାଲି ପାଇଁ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୩ ଏବଂ ୪ ତାରିଖରେ ବର୍ଷାର ପରିମାଣ ସହିତ ବିସ୍ତୃତି ବଢିବ ।

ସର୍ବାଧିକ ପ୍ରଭାବିତ ହେବ ଉପକୂଳ ଓଡ଼ିଶା । ୩ ତାରିଖରେ ଅତି ପ୍ରବଳ ବର୍ଷା ନେଇ ପୁରୀ, ଜଗତସିଂହପୁର, ଗଞ୍ଜାମ ଏବଂ କନ୍ଧମାଳକୁ ସତର୍କତା ଜାରି କରାଯାଇଥିବା ବେଳେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।

ଆଜିଠୁ ୪ ମେଟ୍ରୋ ସହରରେ ୫ଜି ସୁବିଧା, ଚୁଟ୍‌କିରେ ଖୋଲିବ ୱେବସାଇଟ୍

ନୂଆଦିଲ୍ଲୀ: ଆଜିଠୁ ଦେଶରେ ୫G ଯୁଗ  । ଚୁଟକିରେ ଖୋଲିବ ଓ୍ବେବସାଇଟ  । କେଇ ସେକେଣ୍ଡରେ ଡାଉନଲୋଡ ହେବ ଫିଲ୍ମ  । ଆଜି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫G ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଚେନ୍ନାଇ ଆଦି କିଛି ନିର୍ଦ୍ଦିଷ୍ଟ ସହରରେ ୫G ସେବା ମିଳିପାରିବ ।

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ୫ଜି ଡେମୋନଷ୍ଟ୍ରେସନ କରାଯିବ  । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ପାହାଡପୁର ଗାଁରେ ସମସ୍ତ ବ୍ୟବସ୍ଥା କରାଯାଇଛି  । ଏସଏଲଏସ ମେମୋରିଆଲ ସ୍କୁଲରେ ୫ଜି ଡେମୋନଷ୍ଟ୍ରେସନ କରାଯିବ । ଏହି ସ୍କୁଲଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀଙ୍କ ସ୍ମୃତିରେ ନିର୍ମାଣ ହୋଇଥିଲା  ।

ଦ୍ରୌପଦୀଙ୍କ ଦ୍ବାରା ହିଁ ଏହି ସ୍କୁଲ ପରିଚାଳିତ ହେଉଛି  । ଦୀପାବଳି ପୂର୍ବରୁ ସବୁ ମେଟ୍ରୋ ସିଟିରେ ୫ଜି ସେବା ଆରମ୍ଭ ହେବ । ସାରା ଦେଶରେ ପର୍ଯ୍ୟାୟକ୍ରମେ ବିସ୍ତାର କରାଯିବ ।  5G ସେବା ଆରମ୍ଭ ହେଲେ, 3Gଠୁ ୩୦ ଗୁଣ ଓ 4Gଠୁ ୧୦ ଗୁଣା ସ୍ପିଡ୍ ସେବା ମିଳିବ । ଆବଶ୍ୟକ ସ୍ଥଳେ ଏହି ସ୍ପିଡ୍‌ ୧୦୦ ଗୁଣା ଯାଏ ଯାଇପାରେ ବୋଲି କୁହାଯାଉଛି ।

2G ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍‌ଲୋଡ୍‌ ହେବା ପାଇଁ ୨ ଦିନ ୮ ଘଣ୍ଟା ଲାଗୁଥିଲା, 3G ସେବାରେ ୨ ଘଣ୍ଟା ଏବଂ 4Gରେ ୪୦ ମିନିଟ ଲାଗୁଛି । ଏବେ 5Gରେ ସେହି ଫାଇଲ ଡାଉନ୍‌ଲୋଡ୍‌ ହେବା ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ । ୨୦୨୩ ଡିସେମ୍ବର ସୁଦ୍ଧା ଦେଶବ୍ୟାପୀ 5G ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି  ।