spot_img
Home Blog Page 3837

ସ୍ବରାଜ ବୃକ୍ଷରୋପଣ କଲେ ନବୀନ, ସାରା ରାଜ୍ୟରୁ ଆସିଥିଲା ମାଟିପାଣି

ଭୁବନେଶ୍ବର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ବରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି । ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପବିତ୍ର ମାଟି ଓ ଜଳ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସ୍ବରାଜ ବୃକ୍ଷ ରୋପଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଶ୍ବତ୍ଥ ବୃକ୍ଷ ସାରା ଦେଶରେ ଯୁଗ ଯୁଗ ଧରି ଶାନ୍ତି, ସ୍ବାଧୀନତା ଓ ଅହିଂସାର ବାର୍ତ୍ତା ବହନ କରିଆସିଛି ଏବଂ  ଯୁଗ ଯୁଗ ପାଇଁ ଏ ବାର୍ତ୍ତା ବହନ କରିଚାଲିବ। ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବୃକ୍ଷ  ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ଭଗବାନ ବୁଦ୍ଧଙ୍କ ସାଧନା ସହ ଯୋଡି ହୋଇ ରହିଛି । ଗୀତାରେ ମଧ୍ୟ ଏ ବୃକ୍ଷର ବର୍ଣ୍ଣନା ରହିଛି । ଏ ବୃକ୍ଷ ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ସାକ୍ଷୀ । ଏହା ଅତୀତରେ ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବ ।

ମନ୍ତ୍ରୀ ପ୍ରଦୀପ ଅମାତ ଓ ମନ୍ତ୍ରୀ ଅଶୋକ ପଣ୍ଡା  ମୁଖ୍ୟମନ୍ତ୍ରୀଙ୍କୁ  ଏହି ଅବସରରେ ସ୍ୱାଗତ କରିଛନ୍ତି । କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟ ବୃନ୍ଦ, ବିଧାୟକ ଗଣ,  ମୁଖ୍ୟ ଶାସନ  ସଚିବ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ସମେତ  ବରିଷ୍ଠ  ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଲୋକପ୍ରିୟ ଗାୟିକା ନାଜିଆ ଆଲାମ ଏହି ଅବସରରେ ରାମଧୁନ ଗାନ କରିଥିଲେ  ।

ଅହିଂସା ରଥକୁ ସ୍ବାଗତ, ଗାନ୍ଧୀଙ୍କୁ ଜାଣିବାକୁ ନବୀନ ଦେଲେ ସୁଯୋଗ

ଭୁବନେଶ୍ବର: ଅହିଂସା ରଥକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟରେ ବୁଲି ବୁଲି ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ଅହିଂସା ରଥ ଆଜି ଲୋକସେବା ଭବନରେ ପହଞ୍ଚିଛି  । ରାଜ୍ୟରେ ୪୯ ଦିନ ଯାତ୍ରା କରି ଅହିଂସାର ବାର୍ତ୍ତା ପହଞ୍ଚାଇଛି ଏହି ରଥ ।

ଓଡିଶାବାସୀ ଯେଭଳି ଭାବରେ ଅହିଂସା ରଥକୁ ବିପୁଳ ସ୍ବାଗତ ସମ୍ମାନ ଜଣାଇଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ସହିତ ‘ଓଡିଶାରେ ଗାନ୍ଧୀଜୀ’ ପୁସ୍ତକ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି  ।

ଏହି ଅବସରରେ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି ନୀଳମଣି ସାମଲ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ପ୍ରତୀକ ଭାବେ ଏକ ଅରଟ ଉପହାର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସାମଲଙ୍କୁ ଏକ ଶାଲ୍‌ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଲୋକସେବା ଭବନରେ ଉପସ୍ଥିତ ରହିଥିଲେ ।

ହାଇକୋର୍ଟଙ୍କ ଦ୍ବାରସ୍ଥ ମହମ୍ମଦ ମୋକିମ, ହରାଇ ପାରନ୍ତି ବିଧାୟକ ପଦ

କଟକ: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମୋକିମ । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଋଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କଟକ ବାରବାଟୀ ବିଧାୟକ ପଦ ହରାଇପାରନ୍ତି ମହମ୍ମଦ ।

ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଋଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କଟକ ବାରବାଟୀ ବିଧାୟକ ପଦ ହରାଇ ସାରିଛନ୍ତି ମୋକିମ । ଜଣେ ବିଧାୟକ କିମ୍ବା ସାଂସଦ ଅବା ବିଧାନ ପରିଷଦର ସଭ୍ୟ କୌଣସି ଅପରାଧିକ ମାମଲାରେ ଦୁଇ ବର୍ଷ ବା ଏହାଠାରୁ ଅଧିକ ସମୟ ପାଇଁ କାରାଦଣ୍ଡରେ ଦଣ୍ଡିତ ହେଲେ ଦି ରିପ୍ରେଜେଣ୍ଟେସନ ଅଫ ଦି ପିପୁଲ୍ସ ଆକ୍ଟ ଅନୁଯାଇ ତାଙ୍କର ସଭ୍ୟ ପଦ ରଦ୍ଦ ହୋଇଥାଏ ।

ହାଇକୋର୍ଟରୁ ରହିତାଦେଶ ମିଳିଲେ ହି ମୋକିମଙ୍କ ବିଧାୟକ ପଦ ରହିବ ।

ମହାଷ୍ଟମୀରେ ବିରଜାଙ୍କ ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ମନ୍ଦିର ପରିକ୍ରମା କରିବ ବିଜୟା ରଥ

ଯାଜପୁର: ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଛି ଶକ୍ତିପୀଠ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଆଜି ହେଉଛି ମହାଷ୍ଟମୀ। ସକାଳୁ ମହାସ୍ନାନ ପରେ ମା ଦ୍ବିଭୁଜାଙ୍କ ପାଦ ସ୍ପର୍ଶ ଆରମ୍ଭ ହୋଇଛି।

ଯାଜପୁର ଓ ପଡୋଶୀ ଜିଲ୍ଲାରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଲମ୍ବା ଧାଡିରେ ଛିଡା ହୋଇ ମା’ଙ୍କ ପାଦ ଦର୍ଶନ କରିଛନ୍ତି। ନବରାତ୍ରୀର ଅଷ୍ଟମ ଦିନରେ  ମା’ ବିରଜା ଦୁର୍ଗା ରୂପରେ ପୂଜା ପାଉଛନ୍ତି। ସକାଳୁ ପ୍ରଥମେ ବ୍ରାହ୍ମଣ ମାନେ ବୈତରଣୀ ନଦୀରୁ ଜଳ ଆଣି ମା’ଙ୍କ ସ୍ନାନ କରାଯାଇଥିଲ‍।

ଏହା ପରେ ରୀତିନୀତି ଅନୁସାରେ ମା’ଙ୍କ ଷୋଡଶ ଉପଚାର ପୂଜା କରାଯାଉଛି। ଏଥି ପାଇଁ ଚଳଚଞ୍ଚଳ ହୋଇଛି ବିରଜା ପୀଠ।  ଅପରାହ୍ନରେ ମା’ଙ୍କ ବିଜୟା ରଥ ମନ୍ଦିର ଚତୁଃପାଶ୍ବ ପରିକ୍ରମା କରିବ।

ଫୁଟବଲ ମ୍ୟାଚ୍‌ ବେଳେ ଭୟଙ୍କର ଦଳାଚକଟା, ୧୨୭ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବ ଜାଭାରେ ଭୟଙ୍କର ଦଳାଚକଟା । ଏକ ଫୁଟବଲ ମ୍ୟାଚକୁ କେନ୍ଦ୍ର କରି ଦଳାଚକଟାରେ ୧୨୭ ଜଣ ପ୍ରାଣ ହରାଇଥିବା ବେଳେ ୧୮୦ରୁ ଅଧିକ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଇଛି । ପୂର୍ବ ଜାଭା ଅନ୍ତର୍ଗତ ମାଲାଙ୍ଗ ରିଜେନ୍ସିରେ ଜାଭାନିଜ କ୍ଲବସ୍ ଆରେମା ଓ ପେର୍ସେବାୟା ସୁରାବାୟା ଟିମ୍ ମଧ୍ୟରେ ମ୍ୟାଚ ଚାଲିଥିଲା । ମ୍ୟାଚରେ ଆରେମା ଟିମର ପରାଜୟ ପରେ ଅକସ୍ମାତ ଦୁଇ ଟିମର ସମର୍ଥକଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ହେବା ସହ ଦଳାଚକଟା ଘଟିଥିଲା ।

ଆରେମା ଟିମର ହଜାର ହଜାର ସମର୍ଥକ ଫିଲ୍ଡ ଭିତରକୁ ପ୍ରବେଶ କରି ଅପର ଗୋଷ୍ଠୀର ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ପରେ ସ୍ଥିତି ଜଟିଳ ହୋଇଥିଲା ଏବଂ ଦଳାଚକଟା ଘଟିଥିଲା । ଶ୍ବାସରୁଦ୍ଧ ଓ ଆକ୍ରମଣରେ ୧୨୭ ଜଣଙ୍କ ପ୍ରାଣହାନି ଘଟିଛି ।

ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ଇଣ୍ଡୋନେସିଆ କ୍ରୀଡ଼ାମନ୍ତ୍ରୀ ଜୈନୁଦ୍ଦିନ ଆମାଲି । ଏଣିକି ମ୍ୟାଚବେଳେ ନିରାପତ୍ତା ପ୍ରତି ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି । ଏହି ମର୍ମନ୍ତୁଦ ଘଟଣା ଘଟିବା ପରେ ଆସନ୍ତା ସପ୍ତାହେ ମଧ୍ୟରେ ହେବାକୁ ଥିବା ମ୍ୟାଚଗୁଡିକୁ ବାତିଲ କରାଯାଇଛି । ଘଟଣାର ତଦନ୍ତ କରାଯାଉଛି ବୋଲି କହିଛି ଫୁଟବଲ ଆସୋସିଏସନ ଅଫ ଇଣ୍ଡୋନେସିଆ ।

ଆଜିଠୁ ପଦଯାତ୍ରା କରି ବୁଝାଇବ ବିଜେଡି, ଏକାମ୍ର କ୍ଷେତ୍ରରୁ ଆରମ୍ଭ ହେବ ଅଭିଯାନ

ଭୁବନେଶ୍ବର: ରୂପାନ୍ତର ଓଡ଼ିଶାର ବାର୍ତ୍ତା, ଜନ ସେବାର ସଂକଳ୍ପ । ଆଜିଠୁ ଗାଁରୁ ଗାଁ, ଜିଲ୍ଲାରୁ ଜିଲ୍ଲା ଓ ପ୍ରତି ବ୍ଲକରେ ପଦଯାତ୍ରା କରି ଲୋକଙ୍କୁ ବୁଝାଇବ ବିଜେଡି  ।  ଘରେ ଘରେ ପହଞ୍ଚିବେ ବିଜେଡି କର୍ମୀ ଓ ନେତା । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରରୁ ଆରମ୍ଭ ହେବ ମହାଅଭିଯାନ ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରାର ଶୁଭାରମ୍ଭ କରିବେ । ମାସେବ୍ୟାପୀ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବ ଦଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମେତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖାଯାଇ ପଦଯାତ୍ରା କରାଯିବ । ଯେଉଁ ଅଞ୍ଚଳ ଦେଇ ପଦଯାତ୍ରା ଯିବ, ସେହି ସ୍ଥାନର ବରପୁତ୍ର, ଶହୀଦ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ଦଳ ।

ଦେଶର ସ୍ବାଧୀନତା ସଂଗ୍ରାମ ଓଡ଼ିଶାର ଭୂମିକା ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦଯାତ୍ରା ସମୟରେ ବ୍ୟାପକ ଭାବେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ । ଶେଷ ଦିନରେ ରାଜ୍ୟବାସୀଙ୍କ ସେବା ପାଇଁ ସମୂହ ଶପଥପାଠ କରିବେ ଦଳୀୟ କର୍ମୀ  ।

ସେବାର ୨୫ ବର୍ଷ ପୂରଣ କରିଥିବା ସାଧକ ନବୀନ ପଟ୍ଟନାୟକ ଯେପରି ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାମ ଜାରି ରଖିଛନ୍ତି, ସେହି ସେବା ମନୋବୃତ୍ତି ସେ ନିଜ ଦଳୀୟ ନେତା ଓ କର୍ମୀଙ୍କ ଠାରୁ ବି ଆଶା ରଖିଛନ୍ତି  । ଯେଉଁଥିପାଇଁ ପଦଯାତ୍ରାର ସମ୍ପୂର୍ଣ୍ଣ ସମୀକ୍ଷା ନିଜେ କରିବେ ବୋଲି ଘୋଷଣା କରିଛନ୍ତି ନବୀନ ।

୨୪ ଘଣ୍ଟାରେ ଘୁର୍ଣ୍ଣିବଳୟ, ୫ ତାରିଖ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ବର: ବର୍ଷାରେ ଭିଜିପାରେ ପୂଜା । ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉତ୍ତର ପୂର୍ବ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ଯାହାଫଳରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଦେଶରେ ଶ୍ରେଷ୍ଠ ରାଜଧାନୀ ଭୁବନେଶ୍ବର, ପୁରସ୍କୃତ ହେଲା ବିଏମସି

ଭୁବନେଶ୍ବର: ଜାତୀୟ ସ୍ତରରେ ପୁରସ୍କୃତ ହେଲା ବିଏମସି  । ସ୍ବଚ୍ଛ ସର୍ବେକ୍ଷେଣ ୨୦୨୨ର ସିଟିଜେନ ଫିଡ଼ବ୍ୟାକ ବର୍ଗରେ ସମଗ୍ର ଦେଶରେ ଶ୍ରେଷ୍ଠ ରାଜଧାନୀ ଭାବେ ପୁରସ୍କୃତ ହୋଇଛି ଭୁବନେଶ୍ବର ମହାନଗର ନିଗମ । ନୂଆଦିଲ୍ଲୀରେ ଅନୁଷ୍ଠିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ ଗୃହ ଓ ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର ଓ ସଚିବ ମନୋଜ ଯୋଶୀ ପୁରସ୍କାର ପ୍ରଦାନ କରିଛନ୍ତି ।

ବିଏମସି ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଡ଼େପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ଓ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର ପ୍ରମୁଖ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ରାଜଧାନୀ ଭୁବନେଶ୍ବରରୁ ଲୋକଙ୍କ ଠାରୁ ମିଳିଥିବା ତଥ୍ୟ, ସକ୍ରିୟତା ଓ ସହଭାଗିତା ପାଇଁ ବିଏମସିକୁ ଏହି ଉପଲବ୍ଧି ମିଳିଛି।

ସ୍ବଚ୍ଛ ସର୍ବେକ୍ଷଣ ୨୦୨୧ରେ ସମଗ୍ର ଦେଶରେ ଭୁବନେଶ୍ବରର ସ୍ଥାନ ୧୪୪ରେ ଥିବା ବେଳେ  ୨୦୨୨ରେ ଏହି ସ୍ଥାନ ୮୦କୁ ଉନ୍ନୀତ ହୋଇଛି । ଜାତୀୟ ସ୍ତରରେ ପୁରସ୍କୃତ ବିଏମସିକୁ ପୁରସ୍କାର ମିଳିବା ପରେ ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେ ଭୁବନେଶ୍ୱରବାସୀଙ୍କୁ ପୁରସ୍କାର ଉତ୍ସର୍ଗ କରିଛନ୍ତି। ସୂଚନାଯୋଗ୍ୟ ବିଭିନ୍ନ କ୍ଷେତ୍ରରେ ବିଏମସି ଅଗ୍ରଗାମୀ କାର୍ଯ୍ୟ ଗ୍ରହଣ କରିଛି ଏବଂ ଭୁବନେଶ୍ୱର ବାସିନ୍ଦାଙ୍କୁ ଏକ ଉନ୍ନତ ମାନର ଜୀବନ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିମଳ,ବସ୍ତି ବିକାଶ,ବିପର୍ଯ୍ୟୟ ପରିଚାଳନା,ସହର ସୌନ୍ଦର୍ଯ୍ୟ କରଣ,ନାଗରିକ ସେବା,ଦକ୍ଷ କଠିନ ବର୍ଜ୍ୟବସ୍ତୁ ପରିଚାଳନା,ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥା,ଦକ୍ଷ ସହରୀ ଯୋଜନା ଏବଂ ବିକାଶ,ଜଳ ଯୋଗାଣ ସେବା,ସିଟି ବସ୍ ସେବା,ଅନଲାଇନ୍ ସେବା,ଭେଣ୍ଡିଂ ଜୋନ୍ ଓ ପାର୍କିଂର ସୁବ୍ୟବସ୍ଥା କରିଛି ।

ସେହିଭଳି ବ୍ରହ୍ମପୁର ମହାନଗର ନିଗମକୁ ବି ମିଳିଛି ପୁରସ୍କାର  । ଗଞ୍ଜାମ ଟିମଙ୍କୁ ସ୍ବଛ ସର୍ବେକ୍ଷଣ 2022ର ସବୁଠାରୁ ସମ୍ମାନଜନକ ପୁରସ୍କାର ମିଳିଛି । ଇନୋଭେସନ ଏବଂ ବେଷ୍ଟ ପ୍ରାକ୍ଟିସ୍‌ ପାଇଁ ପୁରସ୍କାର ମିଳିଛି । ଏହାସହ ଚିକିଟିକୁ ଦ୍ରୁତ ଉନ୍ନତ ସହର ଭାବେ ରାଙ୍କ ୧ରେ ରଖାଯାଇ ପୁରସ୍କାର ଦିଆଯାଇଛି ।

ସେହିପରି ନାଗରିକଙ୍କ ମତାମତ ଉପରେ ସର୍ବୋତ୍ତମ ପାଇଁ ବେଲଗୁନ୍ଥାକୁ ମିଳିଛି ପୁରସ୍କାର । ଏହି ପୁରସ୍କାର ଗ୍ରହଣ କରିଛନ୍ତି ବ୍ରହ୍ମପୁର ମେୟର ସଂଘମିତ୍ରା ଦଲେଇ ଓ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା  । ନୂଆଦିଲ୍ଲୀରେ ଅନୁଷ୍ଠିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ ଗୃହ ଓ ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର ଓ ସଚିବ ମନୋଜ ଯୋଶୀ ପୁରସ୍କାର ପ୍ରଦାନ କରିଛନ୍ତି  ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନ ସାଂସଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବ୍ରିଟେନର ସାଂସଦ ଲର୍ଡ ଓ୍ବେଭରଲି । ନବୀନ ନିବାସରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡ଼ିଶା ଏବଂ ବ୍ରିଟେନ୍ ମଧ୍ୟରେ ସମ୍ପର୍କକୁ ଆଗକୁ ଅଧିକ ସୁଦୃଢ କରିବା ପାଇଁ ଆଲୋଚନା ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ବ୍ରିଟେନ୍ ସାଂସଦ ଭେଟିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏଥିସହ ନିବେଶ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଲର୍ଡ ଓ୍ବେଭରଲି ହାଉସ ଅଫ ଲର୍ଡସ୍ର ସଦସ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିଥିଲେ  ।

ଦେବୀ ଦର୍ଶନ ସାରି ଫେରୁଥିଲେ, ଚାଲିଗଲା ୨୪ ଜଣଙ୍କ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏଥିରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ଥିବା ଜଣାପଡିଛି । ଉନ୍ନାଉରୁ ଏକ ଟ୍ରାକ୍ଟର ଯୋଗେ ଲୋକେ ଫେରୁଥିବା ବେଳେ ଗୋଥାମ ନିକଟରେ ଟ୍ରାକ୍ଟରଟି ଓଲଟି ପଡିଥିଲା । ଗୁରୁତରଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଛି ।

ଘଟଣାରେ ସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚିଥିଲେ । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏଥିସହ ଗୁରୁତର ୫୦ ହଜାର ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଲୋକମାନେ ଚନ୍ଦ୍ରିକା ଦେବୀଙ୍କ ଦର୍ଶନ କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପୋଖରୀକୁ ଖସିପଡିଥିଲା ଟ୍ରାକ୍ଟର ।