ଏପ୍ରିଲରୁ ରାଜସ୍ଥାନରେ ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ଦେବୁ: ଗେହଲଟ

ଜୟପୁର: ବର୍ତ୍ତମାନ କଂଗ୍ରେସର ଭାରତ ଯୋଡୋ ଯାତ୍ରା ରାଜସ୍ଥାନରେ ଚାଲିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାରତ ଯୋଡ଼ୋ ଯାତ୍ରାର ଅବସରରେ ନିଜର ସମ୍ବୋଧନରେ ଗ୍ୟାସ ଟାଙ୍କି ମୂଲ୍ୟ ଅଧା କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜି ଅଲୱର ଜିଲ୍ଲାର ମାଲାଖେଡାରେ ଏକ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି ଯେ, ଆମେ ଏକ କ୍ୟାଟେଗୋରୀ ବନାଉଛୁ । ଏହି କ୍ୟାଟେଗୋରୀର ଲୋକଙ୍କୁ ୧୦୫୦  ଟଙ୍କାର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ୫ଶହ ଟ୍କାରେ ଦେବୁ ।

ନୂଆ ମୂଲ୍ୟ ସହ ସିଲିଣ୍ଡର ଏପ୍ରିଲରୁ ରାଜ୍ୟରେ ମିଳିବ । ଆଗାମୀ ମାସରେ ଆମେ ବଜେଟ୍ ପ୍ରସ୍ତୁତ କରିବୁ, ସେଥିରେ ରୋସେଇରୁ ମହଙ୍ଗାର ବୋଝ଼ କମ୍ କରିବା ପାଇଁ କିଟ୍ ବାଣ୍ଚିବାର ଯୋଜନା ଆଣିବୁ । ସେ କହିଛନ୍ତି, ପୂର୍ବରୁ ଇନକମ୍ ଟ୍ୟାକ୍ସ, ଇଡିକୁ ନେଇ ଡରୁଥିଲେ, ଏବେ ଏମାନେ ନିଜ ଡରି ହୋଇ ରହିଛନ୍ତି । ଦେଶରେ ଲୋକତତନ୍ତ୍ରର ଚେର କମଜୋର ନୁହେଁ । ରାହୁଲ ଗାନ୍ଧି ଏକ ଉଦ୍ଦେଶ୍ୟ ନେଇ ଚାଲୁଛନ୍ତି । ସ୍ୱାଧିନତା ପରେ ପ୍ରଥମଥର ଭାରତ ଯୋଡୋ ଯାତ୍ରା ହେଉଛି ।