spot_img
Home Blog Page 3838

ରାଉରକେଲା ଏୟାରପୋର୍ଟ କାମ ତୁରନ୍ତ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର: ଇସ୍ପାତ ମନ୍ତ୍ରାଳୟର ସଚିବ ସଞ୍ଜୟ କୁମାର ସିଂହଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି । ରାଉରକେଲା ଏୟାରପୋର୍ଟ କାମ ତୁରନ୍ତ ସାରିବାକୁ ଅନୁରୋଧ । ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପୂର୍ବରୁ ସାରିବାକୁ କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଉଡାଣ ଯୋଜନାରେ SAIL ଏହାର ବିକାଶ କରୁଛି । SAIL ଓ AAI ମଧ୍ୟରେ ଏନେଇ ୨୦୧୮ରେ MoU ହୋଇଛି । ପରିବହନ କ୍ଷେତ୍ରରେ ରାଉରକେଲା ଏୟାରପୋର୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୁରୁଷ ହକି ବିଶ୍ୱକପ ପାଇଁ ଏହାର ରହିବ ବଡ ଭୂମିକା ।

ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ । ବିଶ୍ବକପ୍ ଆୟୋଜନ ନେଇ ସଫଳତା ପୂର୍ବକ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବଙ୍କ ନିକଟକୁ ପତ୍ର ଲେଖିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । କୋଲକାତା, ରାୟପୁର, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, ଭୁବନେଶ୍ବର ବିମାନ ବନ୍ଦର ସହ ଭିଏସଏସ ବିମାନ ବନ୍ଦର ନିକଟତମ ବିମାନବନ୍ଦର । ସେହିପରି ଝାରସୁଗୁଡା ସହ ରାଉରକେଲାକୁ ଯିବା ଲାଗି ଉତ୍ତମ ସଡ଼କ ପଥ ଓ ରେଳପଥ ରହିଛି । ଏହାକୁ ଦୃଷ୍ଟିରେ ରଖି ଯଦି ଝାରସୁଗୁଡାକୁ ଅଧିକ ବିମାନ ଚଳାଚଳ ବ୍ୟବସ୍ଥା କରାଯିବ ତେବେ ହକିର ପ୍ରସାର ଲାଗି ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ପତ୍ରରେ ଲେଖିଥିଲେ ମୁଖ୍ୟ ଶାସନ ସଚିବ ।

ନାମିବିଆରୁ ଆସିଥିବା ଚିତା ନାହିଁ ଗର୍ଭବତୀ, ଖବରକୁ ଖଣ୍ଡନ କଲେ କର୍ମଚାରୀ

ଭୋପାଳ: ଗର୍ଭବତୀ ନାହିଁ ଆଶା । ନାମିବିଆରୁ ଆସି ମଧ୍ୟପ୍ରଦେଶର କୁନୋ ଜଙ୍ଗଲରେ ଥିବା ଚିତା ଆଶା ଗର୍ଭବତୀ ବୋଲି ଖବରକୁ ଖଣ୍ଡନ କରିଛନ୍ତି ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ । କେହି ଜଣେ ମିଛ ଖବର ଭାଇରାଲ କରିଥିବା ସେ କହିଛନ୍ତି । ଆଶା ଏବେ ସାଢେ ତିନି ବର୍ଷର । ତା ଦେହରେ ଗର୍ଭବତୀ ହେବାର କୌଣସି ଲକ୍ଷ୍ୟଣ ନାହିଁ ।
ଆଶା ଉପରେ ସ୍ବତନ୍ତ୍ର ନଜର ରହିଛି ।

ତାର ସ୍ବାସ୍ଥ୍ୟ ଉପରେ ପ୍ରଶିକ୍ଷଣ ନେଇଥିବା କର୍ମଚାରୀ ନଜର ରଖୁଛନ୍ତି । ଆଶା ବିନା ବାଧାରେ ଯେମିତି ଚଳପ୍ରଚଳ କରିପାରିବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଯାଉଛି । ଗତ ସେପ୍ଟେମ୍ବର ୧୭ରେ ନାମିବିଆରୁ ମଧ୍ୟପ୍ରଦେଶର କୁନୋକୁ ୮ଟି ଚିତା ଅଣାଯାଇଥିଲା । ମିଳନର ୫୫ ଦିନରେ ଭିତରେ ବାଘ ଗର୍ଭବତୀ ଅଛି ନାଁ ନାହିଁ ଜଣାପଡେ । ଚିତା ଭାରତ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘର ନାଁ ଆଶା ନାମକରଣ କରିଥିଲେ ।

ଉଡ୍ର ପକ୍ଷରୁ ସହରାଞ୍ଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀରେ ନୂତନ ବସ୍ତ୍ର ବଣ୍ଟନ

ଭୁବନେଶ୍ୱର : ଓଡିଆ ସିନେ ଜଗତର ବର୍ଷିଆନ ଲୋକପ୍ରିୟ ଅଭିନେତ୍ରୀ ସ୍ୱର୍ଗତାଃ ଅନିତା ଦାସଙ୍କ ଜନ୍ମଦିନ ଅକ୍ଟୋବର ୧ । ସେହି ଦିନକୁ ମନେରିଖିବା ପାଇଁ ଆଜି “ଉଡ୍ରଚାରିଟେବୁଲ୍ ଟ୍ରଷ୍ଟ”ର ପରାମର୍ଶଦାତା ତଥା “ମୋ କଲେଜ” ଅଧ୍ୟକ୍ଷ (ଓଡିଶା ସରକାର) ଆକାଶ ଦାସନାୟକଙ୍କ ନେତୃତ୍ୱରେ “ଉଡ୍ର” ତରଫରୁ ଭୁବନେଶ୍ୱର ମହାନଗର ନିଗମ, ୱାର୍ଡ ନଂ-୮ (ଚନ୍ଦ୍ରଶେଖରପୁର) ସ୍ଥିତ ସହରାଂଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀ “ଜାତୀୟ ସହରାଂଚଳ ଜୀବିକା ମିଶନ୍‌”ର ସମସ୍ତ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା ।

ଆଶ୍ରୟସ୍ଥଳୀର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ “ଉଡ୍ର ଚାରିଟେବୁଲ ଟ୍ରଷ୍ଟ”ର ଏହା ଥିଲା ଏକ ନିଆରା ପ୍ରୟାସ । ସହରାଂଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀର ଅନ୍ତେବାସୀମାନେ ସ୍ୱର୍ଗତାଃ ଅନିତା ଦାସଙ୍କ ଜନ୍ମଦିନକୁ ମନେ ପକାଇବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନପୂର୍ବକ ସ୍ମୃତିଚାରଣ କରିଥିଲେ । ସହରାଂଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀର ଅନ୍ତେବାସୀମାନେ ସ୍ୱର୍ଗତାଃ ଦାସଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ଏହି ବସ୍ତ୍ର ବଂଟନ କାର୍ଯ୍ୟକ୍ରମରେ “ଉଡ୍ର ଚାରିଟେବୁଲ ଟ୍ରଷ୍ଟ”ର ପରାମର୍ଶଦାତା ଆକାଶ ଦାସନାୟକ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ସତ୍ୟ ସୁମନ, ଅସିତ୍ ସାହୁ, କିଶୋର ଦାସ, ଭାଗ୍ୟଧର ସାମଲ, ସଂଘମିତ୍ରା ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

୫୦ ବର୍ଷ ଧରି ଚାଷୀଙ୍କ ହିତରେ କାମ କରୁଛି ଓଡିଶା ଉଠା ଜଳସେଚନ ନିଗମ

ଭୁବନେଶ୍ୱର: ୫୦ ବର୍ଷ ଧରି ଚାଷୀଙ୍କ ହିତରେ କାମ କରୁଛି ଓଡିଶା ଲିଫ୍ଟ ଜଳସେଚନ ନିଗମ । OLIC ରାଜ୍ୟର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇପାରିଛି । କୃଷକମାନଙ୍କୁ ଜଳର ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯୋଗାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଜ୍ୟ ଲୋକ ସେବା ଭବନରେ ଆୟୋଜିତ ଉଠା ଜଳସେଚନ ନିଗମର ୫୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ଗତ ପଚାଶ ବର୍ଷ ମଧ୍ୟରେ OLIC, 13 ଲକ୍ଷ 50 ହଜାର ହେକ୍ଟରରୁ ଅଧିକ ଚାଷଜମିରେ ଜଳସେଚନ କରିଛି ।

ଦେଶରେ ଖାଦ୍ୟ ଶସ୍ୟ ଅଭାବୀ ରାଜ୍ୟରୁ ଆଜି ଓଡ଼ିଶା ଖାଦ୍ୟ ଶସ୍ୟର ତୃତୀୟ ବୃହତ୍ତମ ଯୋଗାଣକାରୀ ରାଜ୍ୟରେ ପରିଣତ ହୋଇପାରିଛି । ଫସଲର ବିବିଧକରଣ, ଉନ୍ନତ ଜଳ ଯୋଗାଣ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଚାଷର ପଦ୍ଧତିକୁ ପରିବର୍ତ୍ତନ କରୁଛି | ଜଟିଳ ଜଳ ଉପାଦାନ ଯୋଗାଇବାରେ OLIC ର ଭୂମିକାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲିଫ୍ଟ ଜଳସେଚନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ 5T ନୀତି ଅନୁସରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମାରୋହ ଅବସରରେ OLIC ପାଇଁ ଇ-ଲିଫ୍ଟ ଏବଂ ଇଆରପି ସହ ଚାଷୀଙ୍କ ପାଇଁ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ୧ ଲକ୍ଷ ନୂଆ ଗଭୀର ନଳକୂପ ଖୋଳାଯାଇଛି । ଆଗାମୀ ୫ ବର୍ଷରେ ଆଉ ୫ ଲକ୍ଷ ଗଭୀର ନଳକୂପ ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ଏକାଧିକ ଥର ଓଡ଼ିଶା କୃଷି କର୍ମଣ ପୁରସ୍କାର ପାଇଛି । ସମାରୋହରେ ଉଦବୋଧନ ଦେଇ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।

ସ୍ୱଚ୍ଛ ସର୍ବେକ୍ଷଣରେ ଦେଶରେ ଶ୍ରେଷ୍ଠ ଭୁବନେଶ୍ୱର ମହାନଗର ନିମଗ

ଭୁବନେଶ୍ୱର: ବିଏମସିକୁ ମିଳିଛି ବଡ଼ ସଫଳତା  । ସ୍ଵଚ୍ଛ ସର୍ବେକ୍ଷଣ 2022ରେ ଭୁବନେଶ୍ୱର ମହାନଗର ନିଗମକୁ ମିଳିଛି ବଡ଼ ଉପଲବ୍ଧି  । ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ବିଏମସି  । ଭୁବନେଶ୍ୱର ମହାନଗର ନିଗମ ସିଟିଜେନ ଫିଡ଼ବେକ ବର୍ଗରେ ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି  । ଯାହା ସମଗ୍ର ଓଡ଼ିଶା ପାଇଁ ଗର୍ବର ମୂହୂର୍ତ୍ତ  ।

ନୂଆଦିଲ୍ଲୀରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ  ସମ୍ବର୍ଦ୍ଧିତ ହୋଇଛନ୍ତି ଭୁବନେଶ୍ୱର ମହାନଗର ନିମଗର ଅଧିକାରୀ  । ଦେଶର ରାଜଧାନୀରେ ପୁରସ୍କାର ପାଇବା ପରେ ଭୁବନେଶ୍ୱର ବାସୀଙ୍କୁ ପୁରସ୍କାର ଉତ୍ସର୍ଗ କରିଛନ୍ତି ମେୟର ସୁଲୋଚନା ଦାସ ଏବଂ କମିଶନର  ।

ଭୁବନେଶ୍ୱର ମହାନଗର ନିଗମ ସହରକୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା ନିମନ୍ତେ ବିଗତ ଦିନରେ ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି  । ସହରକୁ ସବୁଜ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ମଧ୍ୟ ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି  । ଆବର୍ଜନା ମୁକ୍ତ ଠାରୁ  ଗମନା ଗମନ ନିମନ୍ତେ ମୋ ବସ୍ ସେବା ପର୍ଯ୍ୟନ୍ତ  । ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି  । ଯାହା ଆଜି ସଫଳତା ପ୍ରଦାନ କରିଛି  ।

 

ଚମକିବ ଅଠରନଳା, ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରର ପ୍ରବେଶ ପଥରେ ଥିବା ପୁରୀର ଅନ୍ୟତମ ଐତିହ୍ୟ କୀର୍ତ୍ତିରାଜି ଅଠର ନଳାର ସୌନ୍ଦର୍ଯ୍ୟକରଣ ଓ ଏହାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି । ଏନେଇ ASI ଠାରୁ ଅନୁମତି ପତ୍ର ଏକ ପ୍ରକାର ମିଳିଥିବା ଜଣାପଡିଛି । ଅଠର ନଳାରୁ କଲିକତି ଦଳ ସଫା କରିବା ସହିତ ଅଧିକ ସରସ ସୁନ୍ଦର କରି ଲାଇଟିଂ ବ୍ୟବସ୍ଥା ଓ ଆବଶ୍ୟକୀୟ ମରାମତି କରିବା ନେଇ ଯୋଜନା କରାଯାଇଛି ।

ଏନେଇ ସ୍ୱତନ୍ତ୍ର ପ୍ଲାନ OBCC ପକ୍ଷରୁ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରାଯିବ । ଏବଂ ନୂତନ ବର୍ଷ ପୂର୍ବରୁ ଏ ସମସ୍ତ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ସରକାର ନେଇଛନ୍ତି ପଦକ୍ଷେପ  । ଅଠରନଳାରୁ ଦଳ ସଫା କରିବା ସହ ଲାଇଚିଂ ବ୍ୟବସ୍ଥା କରାଯାଉଛି  ।

 

କୋର୍ଟଙ୍କ କଠୋର ରାୟ, ଅଭିଯୁକ୍ତକୁ ୧୪୨ ବର୍ଷ ଜେଲ୍

ଭୁବନେଶ୍ୱର: ଭାରତ ଇତିହାସରେ ଐତିହାସିକ ରାୟ  ।  ମହଙ୍ଗା ପଡ଼ିଲା ନାବାଳିକାଙ୍କୁ ଯୌନଶୋଷଣ । କେରଳର ଜଣେ ଅଭିଯୁକ୍ତଙ୍କୁ ୧୪୨ ବର୍ଷ ଜେଲଦଣ୍ଡ  । ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ  । ଏମିତି ଏକ ଅଭିଯୋଗରେ ଐତିହାସିକ ରାୟ ଶୁଣାଇଛନ୍ତି କୋର୍ଟ  । ଅଭିଯୁକ୍ତକୁ ଦେଇଛନ୍ତି ୧୪୨ ବର୍ଷର କାରାଦଣ୍ଡ  । କେରଳର ଏକ ପକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି   ।

ମିଳିଥିବା ସୂଚନା ମୁତାବକ ଜଣେ ୧୦ ବର୍ଷ ବୟସ୍କା ନାବାଳିକାଙ୍କୁ ଦୀର୍ଘ ଦୁଇ ବର୍ଷ ଧରି ଯୌନ ଶୋଷଣ କରୁଥିଲା ଅଭିଯୁକ୍ତ  । ପୋଲିସ ପାଖରେ ଅଭିଯୋଗ ପହଁଚିବା ପରେ ପୋଲିସ ମାମଲା ଋଜୁ କରି ଗିରଫ କରିଥିଲା  । ଅଦାତଲରେ ଯେତେବେଳେ ମାମଲା ପହଁଚିଥିଲା, ସେତେବେଳେ ଏଭଳି ରାୟ ପ୍ରକାଶ କରିଥିଲେ କୋର୍ଟ  । ଯାହା ଉପସ୍ଥିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା  ।

କେରଳର ପଥାନାମଥିତା ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା  ।   41 ବର୍ଷୀୟ ଜଣେ ଅଭିଯୁକ୍ତ କ୍ରମାଗତ ୧୦ ବର୍ଷୀୟ ନାବାଳିକାଙ୍କୁ ଯୌନ ଶୋଷଣ କରିଆସୁଥିଲା  ।ଏନେଇ ପିଡ଼ୀତା ମୁହଁ ଖୋଲିଥିଲେ  । ପରେ ଆକ୍ସନ ମୁଡକୁ ଆସିଥିଲା ପୋଲିସ  । ନ୍ୟାୟପାଳିକା ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିଥିଲେ  । ଅଭିଯୁକ୍ତକୁ କଠୋର ଏବଂ ଅଦ୍ଭୁତପୂର୍ବ ରାୟ ଶୁଣାଇ କୋର୍ଟ ମଧ୍ୟ ଏବେ ଚର୍ଚ୍ଚାରେ  ।

କିଟ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କିଟ୍ ବିଶ୍ବବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ନୋବେଲ ବିଜେତା ଡ. ରିଗୋବେର୍ତା ମେଞ୍ଚୁ ତୁମ୍‍ ଭର୍ଚୁଆଲ୍‍ରେ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରିଟିଶ୍‍ ପାର୍ଲାମେଣ୍ଟ ସାଂସଦ ଜନ୍‍ ଦେଶମଣ୍ଡ ଫୋବ୍‍ସ ଆଣ୍ଡରସନ, ଇଉରୋପିଆନ୍‍ ୟୁନିଅନ ସାଂସଦ ହିମାଂଶୁ ଗୁଲାଟି, ଜର୍ମାନ୍‍ର ବରିଷ୍ଠ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଡରସନ ଜନ ପ୍ରମୁଖ ଯୋଗ ଦେଇଥିଲେ ।

ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟଳୟ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି । ପାରାଅଲିମ୍ପିକ୍‍ କମିଟି ଅଫ୍‍ ଇଣ୍ଡିଆର ସଭାପତି ଖେଲରତ୍ନ ଓ ଅର୍ଜୁନ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ଡ. ଦୀପା ମଲ୍ଲିକ, ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପ୍ରତିନିଧି ଏବଂ ଭାରତରେ ଅବସ୍ଥାପିତ ଏହାର ନିର୍ଦ୍ଦେଶକ ବିଶୋ ପାରୁଜୁଲିଙ୍କୁ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଚଳିତବର୍ଷ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଓ ପିଏଚ୍‍ଡି ଡିଗ୍ରୀ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ଅପହୃତ ନାବାଳକ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ

କୋରାପୁଟ: କୋରାପୁଟ ଟାଉନ ଥାନା ଅଞ୍ଚଳର ଅପହୃତ ନାବାଳକ ଉଦ୍ଧାର । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ସେମାନଙ୍କଠାରୁ ଗୋଟିଏ ମଟର ସାଇକେଲ, ୨ଟି ମୋବାଇଲ ଓ ବେଲ୍ଟ ଜବତ କରିଛି ପୋଲିସ । ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ନାବାଳକୁ ଜୁଭେନାଇଲ କୋର୍ଟକୁ ପଠାଯାଇଛି । ସୁନା ବେପାରୀଙ୍କ ପୁଅକୁ ଅପହରଣ କରିବା ଯୋଜନା ରହିଥିଲା ।

କିନ୍ତୁ ବେପାରୀଙ୍କ ପୁଅ ନଆସିବାରୁ ରେଳବାଇ କଲୋନୀର ମାଣିକ ଦାଶଙ୍କ ପୁଅକୁ ଖେଳ ପଡିଆରୁ ଉଠାଇନେଇଥିଲେ ୩ ଜଣ ଅଭିଯୁକ୍ତ । ପ୍ରଥମେ କୋରାପୁଟ ଓ ପରେ ଜୟପୁର ସଦର ଅଞ୍ଚଳରେ ନାବାଳକୁ ଲୁଚାଇ ରଖିଥିଲେ । ଇନଷ୍ଟାଗ୍ରାମରେ ଅପହୃତ ନାବାଳକର ଫଟୋ ସହ ମେସେଜ କରି ୬୦ ଲକ୍ଷ ଟଙ୍କା ଓ ପରେ ୩୦ ଲକ୍ଷ ଟଙ୍କା ମାଗିଥିଲେ । ଫରେନସିକ ଲ୍ୟାବ ଓ ସାଇବର ସେଲର ସହାୟତା ଏବଂ ଅପହୃତଙ୍କ ସାଙ୍ଗ ମାନଙ୍କୁ ଜେରା ପରେ ଗତକାଲି ରାତିରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା  ।

ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ପୁଣି ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା । ମୃତ ଯୁବତୀ ହେଲେ ଢେଙ୍କାନାଳର କଳ୍ପନା ବାରିକ ।୨ ବର୍ଷ ହେଲା ଭୁବନେଶ୍ବର ଆସିଥିଲେ କଳ୍ପନା । ସେ NGO ସଂସ୍ଥାରେ କେୟାରଟେକର ଭାବେ କାମ କରୁଥିଲେ ।

କଳ୍ପନା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ନୟାପଲ୍ଲୀ ନୂଆସାହି ପ୍ଲଟ ନମ୍ବର ୪୭୮/ ୧୮୫୫ରୁ ଉଦ୍ଧାର ହୋଇଛି ମୃତଦେହ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।