ରାଜଧାନୀ ଦିଲ୍ଲୀରେ ଥଣ୍ଡା, ପ୍ରଦୂଷଣର ଡବଲ ଆଟାକ୍

1 min read

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ଥଣ୍ଡା, ପ୍ରଦୂଷଣର ଡବଲ ଆଟାକ୍ । ତିନି ଦିନ ଧରି ପାରା ୬ ଡିଗ୍ରୀ ତଳେ ରହିଛି । ଶୀତୁଆ ସକାଳ ସାଙ୍ଗକୁ ଘନ କୁହୁଡ଼ି ଆସ୍ତରରେ ଘୋଡେଈ ହୋଇଥିଲା ରାଜଧାନୀ । ଶୀତ ପ୍ରକୋପ ବଢୁଥିବା ବେଳେ କୁହୁଡ଼ି ଯୋଗୁ ସକାଳ ୯ଟା ଯାଏ ଭିଜିବିଲିଟି ମଧ୍ୟ ନିମ୍ନସ୍ତରରେ ରହିଥିଲା । ସେପଟେ ଶୀତ ବଢୁଥିବା ବେଳ ଅଧିକାଂଶ ସ୍ଥାନରେ AQI ୪୦୦ ଉପରେ ରେକର୍ଡ ହୋଇଛି ।

ଅନ୍ୟ ୯ ସହର ତୁଳନାରେ ଦିଲ୍ଲୀରେ ପ୍ରଦୂଷଣ ଅତି ଖରାପ ଶ୍ରେଣୀରେ ରହିଛଇ ବୋଲି ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ କୁହାଯାଇଛି । ନୋଏଡାରେ AQI ୩୯୯ ରହିଥିବା ବେଳେ ଗୁରୁଗ୍ରାମରେ 302 ରେକର୍ଡ ହେରାଇଛି । ଦିଲ୍ଲୀ-ଏନସିଆରରେ ବାୟୁ ଗୁଣାବତ୍ତା ଅତି ଖରାପସ୍ତରରେ ରହିଛି । ନୋଏଡା, ଗାଜିଆବାଦ, ଫରିଦାବାଦ ସମେତ ଅନ୍ୟ ଅଞ୍ଚଳରେ ବି ଘନ କୁହୁଡ଼ିର ଆସ୍ତରଣ ଦେଖାଯାଇଥିଲା । ଆସନ୍ତା ତିନି ଦିନ ଧରି ଘନ କୁହୁଡ଼ି ଓ ଶୀତ ବଢ଼ିବ ବୋଲି IMD ପୂର୍ବାନୁମାନ କରିଛି ।