ଚୀନକୁ ଫେରିଲା କି କରୋନା? ଦେଶରେ ହାହାକାର ସ୍ଥିତି

A medical worker in a protective suit checks rapid antigen tests for Covid-19 at an entrance of a hospital, as coronavirus disease (COVID-19) outbreaks continue in Shanghai, China, December 13, 2022. REUTERS/Aly Song

ବେଜିଂ: କରୋନାର ଉତ୍ପତି ସ୍ଥଳ ଚୀନରେ ପୁଣିଥରେ କୋଭିଡ ଲହରି ଦେଖାଯାଇଛି । ଚୀନରେ କରୋନା ସହ ସମ୍ବନ୍ଧିତ ପ୍ରତିବନ୍ଧକରେ ଢିଲା ଦିଆଯିବା ପରେ ସ୍ଥିତି ଗମ୍ଭୀର ହୋଇଯାଇଛି । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଚିନ୍ତା ପ୍ରକାଶ କରାଯାଉଛି । ମହାମାରୀ ବିଜ୍ଞାନ ବିଶେଷଜ୍ଞ ଏରିକ ଫିଗଲ ଡିଙ୍ଗ ଟ୍ୱିଟ କରି ଚୀନରେ କରୋନା ଦ୍ୱାରା ଉପୁଜିଥିବା ଗମ୍ଭୀର ସ୍ଥିତିକୁ ନେଇ ଲେଖିଛନ୍ତି । ପ୍ରାୟ ୨୦ ଟି ପୋଷ୍ଟ କରି ଏରିକ ଏ ସମ୍ପର୍କରେ ଲେଖିଛନ୍ତି ।

ଏରିକଙ୍କ କହିବା ମୁତାବିକ, ଯଦି ଏପରି ସ୍ଥିତି ରୁହେ ତେବେ ଆଗାମୀ ୯୦ ଦିନରେ ପୃଥିବୀର ୧୦ ପ୍ରତିଶତ ଜନସଂଖ୍ୟା ସଂକ୍ରମଣର ଶିକାର ହୋଇଯିବେ । କେବଳ ଏତିକି ନୁହେଁ, ଏରିକ କରୋନା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଯିବ ବୋଲି ଆଶଙ୍କା ବ୍ୟକ୍ତି କରିଛନ୍ତି । ଏରିକ ନିଜ ଟ୍ୱିଟରେ ଲେଖିଛନ୍ତି, କରୋନା ସହ ସମ୍ବନ୍ଧିତ ପ୍ରତିବନ୍ଧକରେ ଢିଲା ଦିଆଯିବା ପରେ ସ୍ଥିତି ଗମ୍ଭୀର ହୋଇଯାଇଛି ।

ସ୍ଥିତି ଏପରି ଯେ ଲୋକଙ୍କୁ ସେମାନଙ୍କ ସ୍ଥିତି ଉପରେ ଛାଡ଼ି ଦିଆଯାଇଛି । ସେ ଲେଖିଛନ୍ତି ଯେ, ଲୋକମାନେ ଦ୍ରୁତତାର ସହ ସଂକ୍ରମିତ ହେଉଛନ୍ତି ଏବଂ ଏହି ସଂଖ୍ୟା ଦ୍ରୁତତାର ସହ ବଢ଼ୁଛି । ସରକାରଙ୍କ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ କରିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଉଛି । ସେମାନଙ୍କୁ ମରିବା ପାଇଁ ଛାଡ଼ି ଦିଆଯାଇଛି । ଏରିକ ଲେଖା ବ୍ୟତୀତ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଭିଡିଓଟି କୌଣସି ଏକ ହସ୍ପିଟାଲର, ଏଥିରେ ଶବର ଢେର ଲାଗିଥିବାର ଦେଖାଯାଇଛି ।

ସେ ଦାବି କରିଛନ୍ତି ଯେ ଏହା ନର୍ଥ ଇଷ୍ଟ ଚିନର ଭିଜୁଆଲ ଅଟେ ଏବଂ ଏହି ସମସ୍ତ ମୃତ୍ୟୁ ଗୋଟିଏ ରାତିରେ ହୋଇଛି । ଏରିକଙ୍କ କହିବା ମୁତାବିକ, ସଂକ୍ରମଣର ଗତି ଦ୍ୱିଗୁଣା ହୋଇଯାଇଛି । ସେ ଆଗକୁ କହିଛନ୍ତି ଯେ ଏବେ ସାରା ବିଶ୍ୱ ବିପଦରେ ଅଛି । ଚୀନର ବିଭିନ୍ନ ଶ୍ମଶାନରେ ଶବ ସତ୍କାର ପାଇଁ ଭିଡ଼ ବୃଦ୍ଧି ପାଇଛି । ଏମିତି କି ଶ୍ମଶାନରେ ସତ୍କାର ପାଇଁ ଯାଗା ମିଳୁନି । ଏମିତି ଲାଗୁଛି ଯେ ୨୦୨୦ କରୋନା କାଳ ପୁଣି ଥରେ ଯେମିତି ଫେରିଆସିଛି ।