spot_img
Home Blog Page 3719

T20 ବିଶ୍ୱକପ୍: ବିଶ୍ୱ ବିଜୟୀ ଇଂଲଣ୍ଡ, ଦ୍ୱିତୀୟ ଥର ଟ୍ରଫି ନେଲା ଟିମ୍

ବିଶ୍ୱକପ ଟ୍ରଫି ଟେକିନେଲା ଇଂଲଣ୍ଡ  । ବହୁ ପ୍ରତିକ୍ଷୀତ t20 ବିଶ୍ୱକପ ବିଜୟୀ ହୋଇଛି ଉଂଲଣ୍ଡ  । ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଟ୍ରଫି ଜିତିଛି ଟିମ୍  । ପାକିସ୍ତାନ ସହ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିବାବେଳେ ଦମଦାର ବ୍ୟାଟିଂ ଫଳରେ ମ୍ୟାଚକୁ ୧୯ ଓଭର ସୁଦ୍ଧା ଜିତି ନେଇଛି ଦଳ  । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୩୭ ରନ୍ କରିଥିବାବେଳେ ଇଂଲଣ୍ଡ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ ରଖିଥିଲା  ।

ସେପଟେ ୨୦୧୦ରେ ପ୍ରଥମ t20 ବିଶ୍ୱକପ ଟ୍ରଫି ଇଂଲଣ୍ଡ ନେଇଥିଲା  । ଚଳିତବର୍ଷ ପୁଣି ଥରେ ନିଜ ନାଁରେ ରେକର୍ଡ ଲେଖିଛି ଇଂଲଣ୍ଡ  । ଟି-୨୦ ବିଶ୍ବକପ୍ ଟ୍ରଫି ବିଜୟୀ ଇଂଲଣ୍ଡ । ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଟ୍ରଫି ଜିତିଛି ଟିମ୍ ।ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ଇଂଲଣ୍ଡ ୫ ୱିକେଟ୍‌ରେ ପରାସ୍ତ କରିଛି।

ପ୍ରଥମ ପାଳିରେ ଇଂଲଣ୍ଡର ବୋଲରମାନେ ଦମଦାର ପ୍ରଦର୍ଶନ କରିଥିଲେ। ଫଳରେ ପାକିସ୍ତାନ ବଡ଼ ସ୍କୋର କରିପାରି ନ ଥିଲା। ଶାନ୍‌ ମସୁଦ ପାକିସ୍ତାନ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ରନ୍‌ କରିଥିଲେ। ସେ ୨୮ଟି ବଲ୍‌ ଖେଳି ୩୮ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୨ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଅଧିନାୟକ ବାବର ଆଜମ ୨୮ଟି ବଲ୍‌ ଖେଳି ୩୨ ରନ୍‌ କରିଥିଲେ। ସେ ୨ଟି ଚୌକା ମଧ୍ୟ ମାରିଥିଲେ। ସଦାବ୍‌ ଖାନ ୧୪ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ୨୦ ରନ୍‌ କରିଥିଲେ। ଇଂଲଣ୍ଡ ପକ୍ଷରୁ ବ୍ୟାଟ୍ସମ୍ୟାନ  ବେନ୍ ଷ୍ଟ୍ରୋକ୍ ୫୨ ରନ୍ କରି ଅପାରଜିତ ରହିଥିଲେ  ।

କେନ୍ଦ୍ର ବିରୋଧରେ ପଦମପୁରରେ ଚାଷୀ ଆନ୍ଦୋଳନ, ଭେଟିଲେ ବିଜେଡି ନେତା

ବରଗଡ଼: ପଦମପୁରରେ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ତେଜୁଛି ଅସନ୍ତୋଷ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ କ୍ଷତିପୂରଣ ପାଇ ନଥିବାରୁ ପଦମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସଂଗଠନଗୁଡ଼ିକ ଆନ୍ଦୋଳନରେ ବସିଛନ୍ତି । ଆନ୍ଦୋଳନସ୍ଥଳକୁ ଆଜି ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯାଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।

କେନ୍ଦ୍ରସରକାରଙ୍କ ଯୋଜନାକୁ ଚାଷୀ ପାଇ ପାରୁନଥିବାବେଳେ ସ୍ଥାନୀୟ ବିଜେପି ନେତା ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି  । ରାଜ୍ୟ ବିଜେପି ମଧ୍ୟ ସତ୍ୟ ଠାରୁ ବହୁ ଦୂରରେ ରହିଛି  । ଜିଲ୍ଲାର ଦୁଇ ବରିଷ୍ଠ ନେତା ଆନ୍ଦୋଳନସ୍ଥଳକୁ ଯାଇ ଆଲୋଚନା କରିଥିଲେ  । ଏହି ସମୟରେ ବେଳେ ଚାଷୀମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ଖରିଫ ଋତୁ ପାଇଁ ଧାନମଣ୍ଡି ଖୋଲିବା ସହ ଏହାକୁ ସହଯୋଗ କରିବା ପାଇଁ ମନ୍ତ୍ରୀ ଚାଷୀଙ୍କୁ ବୁଝାଇଥିଲେ ।

ପଦମପୁରକୁ ଜିଲ୍ଲା ମାନ୍ୟତା ଦାବି: ଆନ୍ଦୋଳନ ସ୍ଥଳରେ ପହଁଚିଲେ ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ

ବରଗଡ଼: ପଦମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ପଦମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ପଦମପୁରକୁ ଜିଲ୍ଲା ମାନ୍ୟତା ଦାବି ସପକ୍ଷରେ ବିଜେଡି ରହିଥିବା ଗତକାଲି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଥିଲେ । ଗତକାଲି ବିଜେଡି ମଧ୍ୟ ବିଧିବଦ୍ଧ ଭାବେ ଦାବି ସପକ୍ଷରେ ରିହିଛି ବୋଲି ଘୋଷଣା କରିଥିଲା ।  ଆଜି ଭଟଲି ବିଧାୟକ ସୁଶାନ୍ତ ସିଂ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆନ୍ଦୋଳନସ୍ଥଳକୁ ଯାଇ କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି  ।

ବିଜୁ ଜନତା ଦଳ ଜିଲ୍ଲା ମାନ୍ୟତା ଦାବି ସପକ୍ଷରେ ରହିଥିବା ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଥିଲେ  । ସେପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଦାବି ସମ୍ପର୍କରେ ଅବଗତ ରହିଥିବା କହିଥିଲେ  । ଭଟଲି ବିଧାୟକ ସୁଶାନ୍ତ ସିଂ ଏନେଇ ସୂଚନା ଦେଇ କହିଥିଲେ  । ବିଜେଡି ପଦମପୁରକୁ ଜିଲ୍ଲା ଦାବି ମିଳିବା ନେଇ ସମର୍ଥନ ଜଣାଉଛି  । ଯେବେ ଏନେଇ କାର୍ଯ୍ୟ ହେବ ଦଳ ସମର୍ଥନ ଜାରି ରଖିବ  । ଗତକାଲି ଦଳ ପକ୍ଷରୁ ସମର୍ଥନ ଜଣା ଯାଇଥିଲେ ସୁଦ୍ଧା ଆଜି ଜିଲ୍ଲାର ଦୁଇ ବରିଷ୍ଠ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଏବଂ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆନ୍ଦୋଳନ ସ୍ଥଳକୁ ଯାଇଥିଲେ  । ଆନ୍ଦୋଳନରେ ବସିଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ  ।

ଟିକେଟ ନମିଳିବାରୁ ଟାଓ୍ବାର ଉପରେ ଚଢ଼ିଲେ ଆପ୍ ନେତା

ନୂଆଦିଲ୍ଲୀ: MCD ଇଲେକ୍ସନ ପୂର୍ବରୁ ହାଇଡ୍ରାମା । ଟିକେଟ ନମିଳିବାରୁ ଟାଓ୍ବାର ଉପରେ ଚଢ଼ି ପ୍ରତିବାଦ । ଟାଓ୍ବାର ଉପରେ ଚଢ଼ି ପ୍ରତିବାଦ କରିଛନ୍ତି ଆମ ଆଦମୀ ପାର୍ଟି ନେତା। ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଟିକେଟ ଘୋଷଣା ପରେ ଏଭଳି ପ୍ରତିବାଦ କରିଛନ୍ତି ପୂର୍ବତନ କାଉନସିଲର ହସିବ ଉଲ ହୁସେନ।

ତାଙ୍କ କହିବା କଥା ଦଳୀୟ ନେତା ତାଙ୍କୁ ଧୋକ୍କା ଦେଇଛନ୍ତି। ଶେଷ ମୁହୁର୍ତ୍ତରେ ତାଙ୍କ ଟିକେଟ କଟାଯାଇ ଅନ୍ୟଜଣଙ୍କୁ ଟିକେଟ ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ହୁସେନଙ୍କୁ ବୁଝାଶୁଝା କରିଛି। ହସିବ ପୂର୍ବରୁ ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି। ଡ୍ରେନ ସଫା ନଥିବାରୁ ସେ ନିଜେ ଡ୍ରେନ ଭିତରେ ପଶି ସଫା କରିଥିଲେ। ଏହାପରେ ଲୋକମାନେ ତାଙ୍କୁ କ୍ଷୀରରେ ଗାଧୋଇଥିବା ଭିଡିଓ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଆସନ୍ତା ଡିସେମ୍ବର ୪ରେ ହେବାକୁ ଥିବା ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ୨୫୦ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ସେହିପରି ବିଜେପି ୨୫୦ ଆସନ ମଧ୍ୟରୁ ୨୩୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେମାନଙ୍କ ମଧ୍ୟରେ ୯ଜଣ ପୂର୍ବତନ ମେୟର, ୫୨ଜଣ ପୂର୍ବତନ କାଉନସିଲର ସାମିଲ ଅଛନ୍ତି ।

ବଢ଼ିଲା ତାଇଓ୍ବାନ ଉପରେ ଚୀନ ହମଲା ଆଶଙ୍କା, ଉଡ଼ିଲା ୩୬ଟି ଓ୍ବାର ପ୍ଳେନ

ନୂଆଦିଲ୍ଲୀ: ବଢ଼ିଲା ତାଇଓ୍ବାନ ଉପରେ ଚୀନ ହମଲା ଆଶଙ୍କା । ତାଇଓ୍ବାନ ସୀମାରେ ଉଡିଛି ଚୀନର ୩୬ଟି ସାମରିକ ବିମାନ । ଓ୍ବାନ ଚୀନ ପଲିସି ଅନୁସାରେ ତାଇଓ୍ବାନକୁ କବଜା କରିବା ଲାଗି ଚୀନର ଯୋଜନା ରହିଥିବାବେଳେ ଏହି ଯୁଦ୍ଧ ବିମାନ ଉଡାଣ ଯୋଗୁ ତାଇଓ୍ବାନ ଆଶଙ୍କା ବ୍ୟକ୍ତ କରିଛି। ଚୀନର ରାଷ୍ଟ୍ରପତି ଭାବେ ତୃତୀୟ ଥର ଲାଗି ସି ଜିନପିଙ୍ଗ ନିର୍ବାଚିତ ହେବା ପରେ ପ୍ରଥମ ଥର ଲାଗି ଏହି ବଡ଼ ଧରଣର ସାମରିକ ସୋ ପ୍ରଦର୍ଶନ କରାଯାଇଛି।

ଗତକାଲି ତାଇଓ୍ବାନ ଷ୍ଟ୍ରେଟରେ ୧୦ଟି ବିମାନ ଉଡିଥିବାବେଳେ ତନ୍ମଧ୍ୟରେ ଥିଲା ୬ଟି ସେନୟାଙ୍ଗ ୧୧ ଓ ୪ଟି ଜେ-୧୬ ଏୟାରକ୍ରାଫ୍ଟ । ଗତ କିଛି ଦିନ ଧରି ତାଇଓ୍ବାନ ଉପରେ ଆକ୍ରମଣ ଆଶଙ୍କା ଘନୀଭୂତ ହେଉଥିବାରୁ ଦେଶରେ ଆଲର୍ଟ ଜାରିକରାଯାଇଆସୁଛି । କିଛିଦିନ ତଳେ ଚୀନ ପକ୍ଷରୁ ତାଇଓ୍ବାନ ସମୁଦ୍ରରେ ମିସାଇଲ ପ୍ରୟୋଗ କରାଯାଇଥିଲା । ଗତକାଲି ମଧ୍ୟ ତାଇଓ୍ବାନର ଦକ୍ଷିଣ ପଶ୍ଚିମ ଦିଗରେ ଚୀନର ୪ଟି ଚେଙ୍ଗଡୁ ଜେ-୧୦ ଫାଇଟର ଜେଟ, ଏକ ଓ୍ବାଇ-୮ ଓ୍ବାରପ୍ଳେନ ଓ ୩ଟି ଏଚ-୬ ବମ୍ବର ଠାବ ହୋଇଥିଲା ।

‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଉପଲକ୍ଷେ ବିତର୍କ ପ୍ରତିଯୋଗିତା

0

ପୁରୀ: ଦୈନିକ ଖବରକାଗଜ ସକାଳର ଦ୍ବିତୀୟ ସ୍ବନକ୍ଷତ୍ର ଉପଲକ୍ଷେ ସକାଳ ଓ ବୈଦ୍ୟୁତିକ ଗଣମାଧ୍ୟମ ନନ୍ଦିଘୋଷ ଟିଭିର ମିଳିତ ଆନୁକୂଲ୍ୟରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପୁରୀ ନାୟକ ପ୍ଲାଜା ସମ୍ମିଳନୀ କକ୍ଷରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଚ୍ଚବିଦ୍ୟାଳୟସ୍ତରରେ କନିଷ୍ଠ ବର୍ଗରେ ୩୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।

ସେହିପରି ମହାବିଦ୍ୟାଳୟସ୍ତରର ବରିଷ୍ଠ ବର୍ଗରେ ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ମୁଖ୍ୟଅତିଥି ଭାବେ ଶିଳ୍ପପତି ଗିରିଶ ନାୟକ, ବିଚାରକ ଭାବେ ଶ୍ରୀମନ୍ଦିର ସ୍ବତନ୍ତ୍ର ପ୍ରଶାସନିକ ଅଧିକାରୀ ତଥା ଓଏସଡି ଶୁଂଭ୍ରାଶୁ ଶେଖର ପାଢୀ, ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ, ସଦାଶିବ ସଂସ୍କୃତ ମହାବିଦ୍ୟାଳୟର ସରକାରୀ ପ୍ରଫେସର ମଧୁସ୍ମିତା ମିଶ୍ର ଯୋଗଦେଇଛନ୍ତି ।

ସୋହିଭଳି ରାଉରକେଲା ସହରର ସେକ୍ଟର ୧୪ ଦିଲ୍ଲୀ ପବ୍ଲିକ ସ୍କୁଲଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ବିତର୍କ ପ୍ରତିଯୋଗିତା । ଉଭୟ ଜୁନିୟର ଓ ସିନିୟର ବର୍ଗରେ ଓଡିଆ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।

ତାମିଲନାଡୁରେ ଅବିଶ୍ରାନ୍ତ ବର୍ଷା, ଏକାଧିକ ସହର ଜଳବନ୍ଦୀ

ଚେନ୍ନାଇ: ତାମିଲନାଡୁରେ ଅବିଶ୍ରାନ୍ତ ବର୍ଷା। ଲଗାତାର ବର୍ଷା ଯୋଗୁ ଚେନ୍ନାଇ ସମେତ ବହୁ ସହର ହୋଇଛି ଜଳାର୍ଣ୍ଣବ। କେତେକ ଡ୍ୟାମରୁ ଜଳ ନିଷ୍କାସନ ହେବା ଯୋଗୁ ତଳିଆ ଅଞ୍ଚଳ ହୋଇଛି କ୍ଷତିଗ୍ରସ୍ତ। ପ୍ରାୟ ଏକ ସପ୍ତାହ ଧରି ତାମିଲନାଡୁରେ ବର୍ଷା ଜାରି ରହିଥିବାବେଳେ ଦୁଇଦିନ ଧରି ବର୍ଷାର ତାଣ୍ଡବ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ମୟିଲାଦୁଥୁରାଇ ଓ କୋଏମ୍ବାଟୁର ଜିଲ୍ଲାରେ ବର୍ଷାର ବିଶେଷ ପ୍ରଭାବ ପଡ଼ିଛି।

ଥେନି, ଦିନ୍ଦିଗୁଳ, ମଦୁରାଇ, ଶିବଗଙ୍ଗା ଆଦି ଜିଲ୍ଲାରେ ବି ବର୍ଷାର ତାଣ୍ଡବ ଜାରି ରହିଛି। ଚେନ୍ନାଇ ସମେତ କାଞ୍ଚିପୁରମ, ତିରୁଭାଲୁର ଓ ଚେଙ୍ଗଲପେଟ ଆଦି ଜିଲ୍ଲାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡୁ, ପୁଦୁଚେରୀ ଉପକୂଳ ଆଦି ଅଞ୍ଚଳରେ ବର୍ଷା ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି। ବର୍ଷାର ତାଣ୍ଡବ ବଢୁଥିବାରୁ ବିଭିନ୍ନ ସ୍ଥାନରେ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ତଳିଆ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଲାଗି ସତର୍କତା ବ୍ୟବସ୍ଥା କରାଯାଇଛି। ତାମ୍ବାରାମ ସ୍ଥିତ ଚିତଲପକାମ ହ୍ରଦରୁ ଜଳନିଷ୍କାସନ ହେବା ଯୋଗୁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି।

ଭକୁଆ ବନେଇଲେ ମିଆଁ-ବିବି, ଶୋ’ ପ୍ରମୋସନ ପାଇଁ କରିଥିଲେ ଡିଭୋର୍ସ ଡ୍ରାମା !

କରାଚି: ଶୋ’ ପ୍ରମୋସନ ପାଇଁ ଡିଭୋର୍ସ ଡ୍ରାମା । ସାନିଆ ମିର୍ଜା ଓ ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଇଣ୍ଟରନେଟରେ ଅନେକ ଖବର ଟ୍ରେଣ୍ଡ କରୁଥିବା ବେଳେ ସେମାନଙ୍କ ନୂଆ ଶୋ’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଓଟିଟି ପ୍ଲାଟଫର୍ମରେ ସାନିଆ ଓ ସୋଏବଙ୍କ ଦ ମିର୍ଜା ମଲ୍ଲିକ ଶୋ’ ପ୍ରସାରିତ ହେବ ବୋଲି ଅଫିସିଆଲ ଇନଷ୍ଟା ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଉର୍ଦ୍ଦୁଫ୍ଲିକ୍ସ ପକ୍ଷରୁ ଏହି ପୋଷ୍ଟ ପରେ ଷ୍ଟାର କପଲଙ୍କ ବିବାହ ବିଚ୍ଛେଦ ଖବର କେବଳ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି କୁହାଯାଉଛି । ଶୋ’ ପ୍ରମୋସନ ପାଇଁ ଏପରି କରାଯାଇଥିବା କୁହାଯାଉଛି ।

୨୦୨୨ ମାର୍ଚ୍ଚରେ ସୋଏବ ମଲ୍ଲିକ ଏ ନେଇ ଆନାଉନ୍ସମେଣ୍ଟ କରିଥିଲେ । ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବଙ୍କ ବିବାହ ବିଚ୍ଛେଦକୁ ନେଇ ପାକିସ୍ତାନୀ ମିଡିଆରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା । ସାନିଆ ମଧ୍ୟ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ଏ ନେଇ ସଙ୍କେତ ଦେଇଥିଲେ ।

ସ୍କୁଲ ପିଲାଙ୍କୁ ଶ୍ରମିକ କାର୍ଯ୍ୟରେ ଲଗାଇଲେ ଶିକ୍ଷକ, ଭାଇରଲ ହେଲା ଭିଡିଓ

ଢେଙ୍କାନାଳ : ଦଣ୍ଡମୁକ୍ତ ଅଞ୍ଚଳରେ ସ୍କୁଲ ପିଲାଙ୍କୁ ଶ୍ରମିକ କାର୍ଯ୍ୟରେ ଲଗାଇଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଭିଡିଓ ହେଲା ଭାଇରଲ। ଭିଡିଓଟି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଜଟିଆ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ଏଥିରେ ସ୍କୁଲ ଘର କାମ ଚାଲିଥିବା ବେଳେ କିଛି ଛାତ୍ର କାମ କରୁଥିବା ଦେଖିବାକୁ ମିଳିଛି । ମିସ୍ତ୍ରୀଙ୍କ ସହ ଶ୍ରମିକ କାମ କରୁଛନ୍ତି ପିଲା । ୬ ଜଣ ଛାତ୍ର ଇଟା ବୋହୁଛନ୍ତି । ଦୁଇ ଜଣ ଛାତ୍ର ସ୍କୁଲ ଘର ଛାତ ଉପରେ ଚଢ଼ି କାମ କରୁଥିବା ବେଳେ, ୪ ଜଣ ଛାତ୍ର ତଳେ ରହି ଇଟା ବଢ଼ାଉଛନ୍ତି। ଯାହାର ଭିଜୁଆଲ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ।

ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ସ୍କୁଲ ପିଲାଙ୍କୁ କାମରେ ଲଗାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, ମାତ୍ର ସେ କେଉଁଆଡ଼େ ଚାଲି ଯାଇଥିଲେ । ସ୍ଥାନୀୟ ସିଆରସିସି ଏ ବିଷୟରେ ଅବଗତ ନଥିବା କହିଥିବା ବେଳେ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବି ଜାଣିନାହାନ୍ତି । ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବ୍ଲକ୍ ଶିକ୍ଷାଧିକାରୀ । ଏଠି ପ୍ରଶ୍ନ ଉଠୁଛି, ଦଣ୍ଡମୁକ୍ତ ଅଞ୍ଚଳରେ ଶିଶୁଙ୍କୁ ଶ୍ରମିକ କାର୍ଯ୍ୟରେ କିଏ ଲଗାଇଲା ? ବିପଦସଙ୍କୁଳ ଛାତ ଉପରେ ଚଢ଼ି କାର୍ଯ୍ୟରେ ଲଗାଇବା କେତେ ଦୂର ଠିକ୍ ? କିଛି ଅଘଟଣ ଘଟିଥିଲେ ଦାୟୀ କିଏ ହୋଇଥାନ୍ତା ? ସ୍କୁଲ କାମ ପାଇଁ ପିଲାଙ୍କ ଜୀବନକୁ ବିପଦରେ ପକାଇବା କ’ଣ ଠିକ୍ ।…

ପୁରୀରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୩ଟି ଦୋକାନ

0

ପୁରୀ: ପୁରୀ ମୋଚିସାହି ଛକରେ ଅଗ୍ନିକାଣ୍ଡ । ଘଟଣାରେ ୩ଟି ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ମୃତାହତ ନେଇ ଏଯାଏ କୌଣସି ସୂଚନା ନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ, ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।