spot_img
Home Blog Page 3720

ଜମି ବିବାଦରୁ ଗୁଳିମାଡ଼, ଠିକାଦାର ମୃତ

ରାଉରକେଲା: ରାଉରକେଲା ଝିରପାଣି ଅଞ୍ଚଳରେ ଠିକାଦାର ବାଞ୍ଛା ତନ୍ତିଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ବାଞ୍ଛାଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।

ତେବେ ଜମି ବିବାଦରୁ ଏହି ଗୁଳିମାଡ଼ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ଗୋଟିଏ ଖୋକା ଜବ ହୋଇଛି । ଝିରପାଣି ଥାନା ପୋଲିସ ଓ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବାକୁ ପ୍ରୟାସ ଜାରି ରହିଛି। ଗୁଳିମାଡ଼ ଘଟଣାରେ ତିନି ଜଣରୁ ଅଧିକ ସମ୍ପୃକ୍ତ ଥିବା ଆହତଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଝିରପାଣି ଥାନା ନିକଟରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକ।

ଗାଈ ପାଟିରେ ଫୁଟିଲା ବୋମା, ଅବସ୍ଥା ସଙ୍କଟାପନ୍ନ

କଟକ: ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ଗାଈ ଗୁରୁତର। ଘଟଣା ଘଟିଛି ବାଙ୍କୀ ଥାନା ପାଥପୁର ଗ୍ରାମପଞ୍ଚାୟତ ଅମରେନ୍ଦ୍ରପୁରରେ । ପ୍ରଭାକର ବେହେରାଙ୍କ ଗାଈ ପାଟିରେ ବୋମା ଫୁଟିଯିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରତିଦିନ ପରି ଆଜି ବି ଗାଈ ଚରିବାକୁ ପଡିଆକୁ ଯାଇଥିଲା। ମାତ୍ର ବାରହା ଶିକାର ପାଇଁ ଶୀକାରୀ ଘାସରେ ଖଞ୍ଜି ଥିବା ବୋମାକୁ ଗାଈ ଖାଇବା ବେଳେ ତାହା ପାଟି ଭିତରେ ଫୁଟିବାରୁ ଗାଁର ମୁହଁ ଫାଟି ଯାଇଛି ।

ଗୁରୁତର ଅବସ୍ଥାରେ ପ୍ରଭାକର ଗାଈର ଚିକିତ୍ସା ପାଇଁ ନେଇଛନ୍ତି । ଗାଁରେ ବାରହା ଶିକାରୀଙ୍କ ଦୌରାତ୍ମୟ ବଢ଼ୁଥିବାରୁ ବାରମ୍ବାର ବନ ବିଭାଗ ପାଖରେ ଅଭିଯୋଗ କରିଛନ୍ତି ଗାଁଲୋକ । ହେଲେ ବନ ବିଭାଗ ଗୁରୁତର ସହ ନେଉନଥିବାରୁ ଆଜି ଶିକାର ଉଦ୍ଦେଶ୍ୟରେ ଖଞ୍ଜା ଯାଇଥିବା ବୋମା କାଇ ଗାଈ ଗୁରୁତର ହୋଇଛି । ଏନେଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ ପରେ ବନ ବିଭାଗ ପହଁଞ୍ଚି ଗାଈର ଚିକିତ୍ସା ସହିତ କ୍ଷତିପୂରଣର ବ୍ୟବସ୍ଥା କରିବାକୁ ଦାବି ହେଉଛି।

ରାଜଧାନୀରୁ ଲେଡି ବ୍ଲାକମେଲରକୁ ଉଠାଇନେଲା ରାଜସ୍ଥାନ ପୋଲିସ, ଧନୀ ବ୍ୟବସାୟୀଙ୍କୁ ଟାର୍ଗେଟ

ଭୁବନେଶ୍ବର: ଲେଡି ବ୍ଲାକମେଲରକୁ ଭୁବନେଶ୍ବରରୁ ଉଠାଇନେଲା ରାଜସ୍ଥାନ ପୋଲିସ। ରାଜସ୍ଥାନ ଭରତପୁର ଜିଲ୍ଲାର ଜଣେ ବ୍ୟବସାୟୀଙ୍କୁ ଲୁଟିଥିବା ଅଭିଯୋଗ ଥିଲା। ରାଜସ୍ଥାନ ପୋଲିସ ଗତକାଲି ଏହି ଲେଡି ବ୍ଲାକମେଲରକୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ସହାୟତାରେ ଉଠାଇ ନେଇଛି। ଲେଡି ବ୍ଲାକମେଲର ଜଣକ ହେଲେ କର୍ଣ୍ଣାଟକର ପ୍ରୀତି ଦେଶାଇ। ଶିକ୍ଷାଗତ ଯୋଗ୍ୟତା ବି-ଟେକ ପାସ ।

ସେ ନିଜକୁ ସବୁଠି ଆଇଟି ପ୍ରଫେସନାଲ ବୋଲି ପରିଚୟ ଦେଉଥିଲେ । ଫେସବୁକ ଓ ଇନଷ୍ଟାଗ୍ରାମରେ ସେ ଶିକାର ଖୋଜନ୍ତି । ବିଭିନ୍ନ ରାଜ୍ୟର ବଡ଼ ବଡ଼ ହସ୍ତୀ, ଧନୀ ବ୍ୟବସାୟୀଙ୍କୁ ଟାର୍ଗେଟ କରନ୍ତି । ସୋସିଆଲ ମିଡିଆରେ ବନ୍ଧୁତା କରି ସମ୍ପର୍କକୁ ଘନିଷ୍ଠ କରନ୍ତି । ପରେ ପ୍ରେମ ନିବେଦନ କରି ଜାଲରେ ପକାନ୍ତି । ଭିଡିଓ କଲରେ କଥା ହେବା ବେଳେ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ଉଠାନ୍ତି । କିଛି ଦିନ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ଦାବି କରନ୍ତି ଏହି ବ୍ଲାକମେଲର । ଟଙ୍କା ନ ଦେଲେ ବଳାତ୍କାର ମାମଲାରେ ଛନ୍ଦି ଦେବେ ବୋଲି ଧମକ ଦିଅନ୍ତି । ରାଜସ୍ଥାନ ଭରତପୁର ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଠକାମୀର ଶିକାର ହୋଇଥିଲେ। ଅଭିଯୋଗ ଅନୁସାରେ କୋଟବାଲି ଥାନା ପୋଲିସର ଏକ ଟିମ ତାଙ୍କୁ ଧରିବାକୁ ଭୁବନେଶ୍ବର ଆସିଥିଲା । ଲେଡି ବ୍ଲାକମେଲର ନାଁରେ ଏବେ ସୁଦ୍ଧା ୨ଟି ମାମଲା ରୁଜୁ ହୋଇଛି।

ଖେରସନରୁ ହଟିଲା ଋଷ ସୈନ୍ୟ, ୟୁକ୍ରେନରେ ଗ୍ରାଣ୍ଡ ସେଲିବ୍ରେସନ

କିଭ୍‌: ଖେରସନରୁ ଋଷ ସୈନ୍ୟ ହଟିବା ପରେ ୟୁକ୍ରେନରେ ସେଲିବ୍ରେସନ। ପ୍ରାୟ ୯ ମାସ ପରେ ବନ୍ଦର ନଗରୀରୁ ସୈନ୍ୟ ପ୍ରତ୍ୟାହାରକୁ ନେଇ ଖୁସି ମନାଇଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ସାରା ସହରକୁ ବର୍ତ୍ତମାନ ୟୁକ୍ରେନ ସୈନ୍ୟ ନିଜ କବଜାକୁ ଆଣୁଥିବା ସୂଚନା ମିଳିଛି। ଦିନିପ୍ରୋ ନଦୀ ତଟ ଦେଶରେ ମୁତୟନ ଥିବା ପ୍ରାୟ ୩୦ ହଜାର ସୈନ୍ୟଙ୍କୁ ଋଷ ଅପସାରଣ କରିଥିବାବେଳେ ସୈନ୍ୟମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଜୀବନ ବିକଳରେ ସ୍ବଦେଶ ଫେରୁଥିବା ଦେଖାଯାଇଛି। ଅନେକ ସୈନ୍ୟଙ୍କୁ ଆତ୍ମସମର୍ପଣ କରିବା ଲାଗି ୟୁକ୍ରେନ କମାଣ୍ଡର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ନଗରୀ ଭାବେ ଗତ ମାର୍ଚ୍ଚରେ ଋଷ କବଜାକୁ ଯାଇଥିବା ଖେରସନ ସ୍କୋୟାରରେ ଉଡ଼ିଛି ୟୁକ୍ରେନ ପତାକା। ଖେରସନରେ ପରାଜୟ ଋଷ ଲାଗି ଆସନ୍ତାଦିନରେ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି।

ସେପଟେ ଏହି ସୈନ୍ୟ ପ୍ରତ୍ୟାହାରର ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ। ଖେରସନର ୩ ହଜାରରୁ ଅଧିକ ବର୍ଗ କିଲୋମିଟର ଅଞ୍ଚଳ ବର୍ତ୍ତମାନ ୟୁକ୍ରେନ କବଜାରେ ରହିଛି। ସେପଟେ ସୈନ୍ୟ ପ୍ରତ୍ୟାହାର ବେଳେ ଖେରସନର କାଖୋଭକା ଡ୍ୟାମ ବ୍ରିଜକୁ ବିସ୍ଫୋରଣରେ ଉଡାଇଛନ୍ତି ଋଷ ସୈନ୍ୟ। ସେପଟେ ଭ୍ଲାଦିମିର ପୁଟିନଙ୍କ ବ୍ରେନ କୁହାଯାଉଥିବା ଆଲେକଜାଣ୍ଡାର ଦୁଗିନ କହିଛନ୍ତି- ତାଙ୍କ ଜୀବନ ବର୍ତ୍ତମାନ ବିପଦପୂର୍ଣ୍ଣ। ଏହାସହ ପୁଟିନଙ୍କୁ ବର୍ତ୍ତମାନ ଗାଦିଚ୍ୟୁତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି- ଖେରସନରୁ ସୈନ୍ୟ ପ୍ରତ୍ୟାହାର ପରେ ଋଷର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ବ୍ୟାପକ ଭାବେ ପ୍ରଭାବିତ ହେବ। ଯୁଦ୍ଧରେ ଋଷ ବ୍ୟବହାର କରିଥିବା ଅସ୍ତ୍ରଗୁଡିକର ଗୁଣବତ୍ତା ନେଇ ଏବେ ବିଶ୍ବବାସୀ ଜାଣିବାର ସୁଯୋଗ ପାଇଛନ୍ତି। ଋଷନିର୍ମିତ ଅସ୍ତ୍ରଶସ୍ତ୍ର ପ୍ରଭାବହୀନ ହୋଇଥିବା ପ୍ରମାଣିତ ହୋଇଛି। ଏହା ସହ ୟୁକ୍ରେନ ଆକ୍ରମଣ ପୁଟିନଙ୍କ ଏକ ଭୁଲ ଆକଳନ ଥିଲା ବୋଲି କହିଛନ୍ତି ଜନସନ।

ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ, ୬ ମୃତ

ୱାଶିଂଟନ: ରଣକୌଶଳ ପ୍ରଦର୍ଶନ ବେଳେ ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ। ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକା ଟେକ୍ସାସ ଅନ୍ତର୍ଗତ ଡଲାସ ଏକଜିକ୍ୟୁଟିଭ ଏୟାରପୋର୍ଟରେ ହେଉଥିବା ଏୟାର ସୋ ବେଳେ ଘଟିଛି ଏହି ଅଘଟଣ । ଧକ୍କା ଖାଇ ଆକାଶ ମାର୍ଗରେ ହିଁ ଜଳିଗଲା ଏକ ବୋଇଂ ବି-17 ବମ୍ବର ଓ ଏକ କ୍ଷୁଦ୍ର ଓ୍ବାରପ୍ଲେନ। ତେବେ ଏହି ବିମାନ ଦୁର୍ଘଟଣା ନେଇ  ଆମେରିକା ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ ସୂଚନା ଦେଇଛି।

ଭୂପୃଷ୍ଠରୁ କମ୍ ଉଚ୍ଚତାରେ ବି-17 ବମ୍ବର୍ ବିମାନ ଉଡୁଥିବାବେଳେ ସମ୍ମୁଖ ଭାଗରୁ ଆସୁଥିବା ଏକ ବେଲ୍ ପି-63 କିଙ୍ଗକୋବ୍ରା ଚପର ଧକ୍କା କରିଥିଲା । ଆକାଶମାର୍ଗରେ ହିଁ ଦୁଇ ବିମାନ ଖଣ୍ଡଖଣ୍ଡ ହୋଇ ଜଳିଯାଇଥିଲା । ଦୁର୍ଘଟଣାର କାରଣ ଅନୁଧ୍ୟାନ କରୁଛି ନ୍ୟାସନଲା ଟ୍ରାନ୍ସପୋର୍ଟେସନ ସେଫଟି ବୋର୍ଡ । ଦ୍ବିତୀୟ ବିଶ୍ବଯୁଦ୍ଧ ଅମଳର ବି-17 ବମ୍ବର ଶ୍ରେଣୀର ବିମାନକୁ ଏବେ ବି ଆମେରିକା ବାୟୁସେନା ବ୍ୟବହାର କରିଆସୁଛି । ଚାରି ଇଞ୍ଜିନ ବିଶିଷ୍ଟ ବି-17 ବୋମାବର୍ଷୀ ବିମାନ ଜର୍ମାନୀ ବିରୋଧରେ ଦ୍ବିତୀୟ ବିଶ୍ବଯୁଦ୍ଧରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା । ସେହିପରି ଦ୍ବିତୀୟ ବିଶ୍ବଯୁଦ୍ଧ କାଳରେ ବେଲ୍ ଏୟାରକ୍ରାଫ୍ଟ ପକ୍ଷରୁ ପି-63 କିଙ୍ଗକୋବ୍ରା ଉତ୍ପାଦିତ ହେଉଥିଲା ଯାହା ଆଜି ବି ଚାଲିଆସିଛି । ଗତ 2019 ଅକ୍ଟୋବର 2ରେ ଏକ ବି-17 ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ 7ଜଣ ।

ରାଉରକେଲାରେ ଫୁଟିଲା ଗୁଳି, ଠିକାଦାର ଗୁରୁତର

0

ରାଉରକେଲା: ରାଉରକେଲା ସହର ଝିରପାଣି ଅଞ୍ଚଳରେ ଫୁଟିଲା ଗୁଳି । ବାଞ୍ଛା ତନ୍ତି ନାମକ ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବାଞ୍ଛାଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଗାଁର ସରପଞ୍ଚ ସ୍ଥାନୀୟ ଲୋକଙ୍କ ସହ ମିଶି ଠିକାଦାରଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଝିରପାଣି ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ସାପ ଦାନ୍ତ ନେଲକଟରରେ କାଟି ଦେଇଥିଲେ ନିର୍ଯାତନା, ଗିରଫ ହେଲେ

0

ବଲାଙ୍ଗୀର: ବଲାଙ୍ଗୀର ବିଲେଇସର୍ଡାରେ ନାଗସାପ ଦାନ୍ତ କାଟିବା ଘଟଣାରେ ହେଲା କାର୍ଯ୍ୟାନୁଷ୍ଠାନ। ଫେରାର ଅଭିଯୁକ୍ତ ବୀର ବିଶ୍ବାଳକୁ ଗିରଫ କଲା ବନ ବିଭାଗ। ଆଜି ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ। ଅମାନୁଷିକ ଭାବେ ନାଗକୁ ଦିଆଯାଇଥିଲା ନିର୍ଯାତନା। ନେଲକଟରରେ ସାପକୁ ଛଟପଟ କରି ଗୋଟେ ପରେ ଗୋଟେ ଦାନ୍ତ କଟାଯାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଲା।

ଏହାପରେ ବଲାଙ୍ଗୀର ଡିଏଫଓ ନୀତିଶ କୁମାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତ ବୀର ବିଶ୍ବାଳ ଫେରାର ହୋଇଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିନେଇଛି ବନ ବିଭାଗ। କିଛି ଲୋକଙ୍କ ଆଗରେ ଅତି ନୃଶଂସ ଭାବେ ସାପ ଦାନ୍ତ ନେଲକଟର ସାହାଯ୍ୟରେ କାଟିଥିଲା ବୀର। ଏସବୁର ଦୃଶ୍ୟକୁ ପାଖରେ ଥିବା ଲୋକ ମଜା ନେଉଥିଲେ।

ରାତିରେ ବଢ଼ିବ ଶୀତ, ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି ଶୁଷ୍କ ପବନ । ଯାହାଫଳରେ ଧିରେ ଧିରେ ବଢୁଛି ଶୀତ । ଆସନ୍ତା ୩ଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା । ଫଳରେ ରାତିରେ ଶୀତ ଅନୁଭୂତ ହେବ । ସର୍ବନିମ୍ନ ତାପମାତ୍ରା ବୌଦ୍ଧ ଓ ଫୁଲବାଣୀ ଠାରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ଆସନ୍ତା ୧୬ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାର ପ୍ରଭାବ ରାଜ୍ୟରେ କେତେ ରହିବ ତା ଉପରେ ପାଣିପାଗ ବିଭାଗର ନଜର ରହିଛି । ହେଲେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆଜି ଟି-ଟ୍ବେଣ୍ଡି ବିଶ୍ବକପର ମହାମୁକାବିଲା, ପାକିସ୍ତାନକୁ ଭେଟିବ ଇଂଲଣ୍ଡ

ମେଲବର୍ଣ୍ଣ: ଆଜି ଟି-ଟ୍ବେଣ୍ଡି ବିଶ୍ବକପର ମହାମୁକାବିଲା। ମେଲବର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦିନ ଗୋଟାଏ ୩୦ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ। ଟ୍ରଫି ହାତେଇବାକୁ କସରତ କରିବେ ଦୁଇ ଦଳ।  ବର୍ଷ ପରେ ଉଭୟ ଦଳ କୌଣସି ଏକ ବିଶ୍ବକପ ଟାଇଟଲ ପାଇଁ ଲଢିବାକୁ ଯାଉଛନ୍ତି। ଶେଷଥର ୧୯୯୨ ବିଶ୍ବକପରେ ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ଓ ପାକିସ୍ତାନ। ଏଥିରେ ଇଂଲଣ୍ଡକୁ ହରାଇ ଚାମ୍ପୟନ ହୋଇଥିଲା ପାକିସ୍ତାନ । ତେବେ ପୂର୍ବରୁ ଟି-ଟ୍ବେଣ୍ଟି ବିଶ୍ବକପରେ ଦୁଇଥର ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ଓ ପାକିସ୍ତାନ । ଯେଉଁଥିରେ ଦୁଇଟି ଯାକ ମ୍ୟାଚରେ ବାଜି ମାରିଥିଲା ଇଂଲଣ୍ଡ। ତେବେ ଆଜି ମ୍ୟାଚରେ ବର୍ଷା ସାଜିପାରେ ବାଧକ। ରିଜର୍ଭ ଡେ’ରେ ବର୍ଷା ଯୋଗୁ ଖେଳ ସମ୍ଭବ ନହେଲେ ଉଭୟ ଦଳ ଟ୍ରଫି ଭାଗ କରିବେ । ଯଦି ଖେଳ ଆରମ୍ଭ ହେବା ପରେ ବର୍ଷା ହୁଏ ତେବେ ସୋମବର ଦିନ ପରବର୍ତ୍ତୀ ଓଭର ଖେଳ ହେବ।

କଙ୍କଡା ଧରିବାକୁ ଯାଇଥିଲେ, ମାଡ଼ି ବସିଲା ମହାବଳ

କୋଲକାତା: କଙ୍କଡା ଧରିବାକୁ ଯାଇଥିବାବେଳେ ମହାବଳ ମୁହଁରେ ହେଲେ ଶିକାର । ବାଘ ଆକ୍ରମଣରେ ଜଣେ ହରାଇଛି ପ୍ରାଣ । ପଶ୍ଚିମବଙ୍ଗ ୨୪ ପରଗଣା ଜିଲ୍ଲା କୁଲତାଲି ବ୍ଲକ କାଣ୍ଟାମାରୀ ଗ୍ରାମର ୭ ଜଣ ବ୍ୟକ୍ତି କଙ୍କଡ଼ା ଧରିବାକୁ ଯାଇଥିଲେ ସୁନ୍ଦରବନ ନଦୀକୁ । ସେମାନେ କଙ୍କଡା ଧରି ଆସିବାବେଳେ ନଦୀରେ ଜୁଆର ଥିବାରୁ ଫେରି ନପାରି ଗତକାଲି ଏକ ସ୍ଥାନରେ ରହିଯାଇଥିଲେ ।

ଆଜି ସକାଳେ ସେମାନେ ଗାଁକୁ ଫେରୁଥିଲେ । ତେବେ ସେମାନଙ୍କ ମଧ୍ୟରୁ ଦିଲୀପ ନାମକ ଜଣେ ଯୁବକ ନଦୀରେ ମୁହଁ ଧୋଉଥିବାବେଳେ ହଠାତ ଏକ ମହାବଳ ବାଘ ତାଙ୍କୁ ଝାମ୍ପି ନେଇଥିଲା । ଆତଙ୍କିତ ସହଯୋଗୀ ଠେଙ୍ଗା ଧରି ଜଙ୍ଗଲକୁ ଖୋଜିବାକୁ ଯାଇ ଦିଲ୍ଲୀପଙ୍କ ମୃତ ଶରୀର ଦେଖିଥିଲେ । ପରେ ସେମାନେ ଶବକୁ ଧରି ଗ୍ରାମକୁ ଫେରିଥିଲେ । ଜଙ୍ଗଲ ଅଧିକାରୀଙ୍କ କଥା ନମାନି ସେମାନେ ବାଘ ବହୁଳ ଅଞ୍ଚଳରେ ପଶିଥିଲେ ।