ଭୁବନେଶ୍ବରକୁ ଏୟାରଲିଫ୍ଟ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

1 min read

ଝାରସୁଗୁଡ଼ା: ଗୁଳିମାଡ଼ ପରେ ଗୁରୁତର ସ୍ବାସ୍ଥ୍ୟମନ୍ତ୍ରୀ ନବି କିଶୋର ଦାସଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବର ଅଣାଯାଉଛି । ଆପୋଲୋ ହସ୍ପିଟାଲରେ କଳାଯିବ ଭର୍ତ୍ତି । ଝାରସୁଗୁଡ଼ା ଏୟାରପୋର୍ଟରୁ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଛି । ବ୍ରଜରାଜନଗରର ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ଗୁଳି ମାଡ଼ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ରକ୍ତସ୍ରାବ ବନ୍ଦ ହେବା ପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଉଛି । ଭୁବନେଶ୍ବର ଆସିବା ପରେ ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯିବ ।

ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରେ ହୋଇଥିବା ଆକ୍ରମଣର ଚିତ୍ର ସ୍ପଷ୍ଟ ହୋଇଛି । ପୋଲିସ ଅନୁସାରେ ଆକ୍ରମଣକାରୀ ଜଣେ ପୋଲିସ ଅଧିକାରୀ । ପ୍ରାଥମିକ ରିପୋର୍ଟରେ ଆକ୍ରମଣକାରୀ ପୋଲିସ ୟୁନିଫର୍ମରେ ଆସିଥିବା ସନ୍ଦେହ କରାଯାଉଥିଲା । ତେବେ ପରେ ପୋଲିସ ସ୍ପଷ୍ଟ କରିଦେଇଛି ଯେ, ଆକ୍ରମଣକାରୀ ଜଣକ ପୋଲିସ ଅଧିକାରୀ । ଆକ୍ରମଣକାରୀ ପୋଲିସ ଅଧିକାରୀଙ୍କୁ ଅଧିକ ପଚରାଉଚରା କରୁଛି ।

ଆକ୍ରମଣକାରୀ ହେଉଛନ୍ତି ଗାନ୍ଧିଛକ ଫାଣ୍ଡିର ASI ଗୋପାଳକୃଷ୍ଣ ଦାସ । ଫୁଲମାଳ ପିନ୍ଧାଇ ସ୍ବାଗତ କରିବା ପରେ ଗୋପାଳକୃଷ୍ଣ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ବ୍ରଜରାଜନଗରର ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ଗୁଳି ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଝାରସୁଗୁଡ଼ାରେ ଡିଏଚଏଚ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।