ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

1 min read

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ । ନବ ଦାସଙ୍କୁ ଗୁଳିମାଡ଼ ଦୁର୍ଭାଗ୍ୟଜନକ ଘଟଣା । ଏହାକୁ ନେଇ ମୁଁ ସ୍ତମ୍ଭୀଭୂତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କେମିତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରାଗଲା ଗୁଳିମାଡ଼ ? ଏଏସଆଇ ଜଣଙ୍କ ସୁରକ୍ଷା ଦାୟିତ୍ବରେ ଥିବା ବେଳେ ନିଜ ସର୍ଭିସ ରିଭଲବଲରୁ କାହିଁକି ମାରିଲେ ଗୁଳି ? ଗୁଳି ମାଡ଼ ପଛରେ କ’ଣ ରହିଛି କାରଣ, ତାହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମିଳିବା ପରେ ଘଟଣା ସ୍ଥଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଏକ ଟିମ୍ ।

ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରେ ହୋଇଥିବା ଆକ୍ରମଣର ଚିତ୍ର ସ୍ପଷ୍ଟ ହୋଇଛି । ଆକ୍ରମଣକାରୀ ଜଣଙ୍କ ଜଣେ ପୋଲିସ ଅଧିକାରୀ । ଆକ୍ରମଣକାରୀ ହେଉଛନ୍ତି ଗାନ୍ଧିଛକ ଫାଣ୍ଡିର ASI ଗୋପାଳକୃଷ୍ଣ ଦାସ । ଫୁଲମାଳ ପିନ୍ଧାଇ ସ୍ବାଗତ କରିବା ପରେ ଗୋପାଳକୃଷ୍ଣ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ବ୍ରଜରାଜନଗରର ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ଗୁଳି ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଝାରସୁଗୁଡ଼ାରେ ଡିଏଚଏଚ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଉଛି । ଏପଟେ ଭୁବନେଶ୍ବର ମିବାନ ବନ୍ଦରରେ ୩ଟି ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଛି । ନବ ଦାସ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ଆପୋଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ।