ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ । ବ୍ରଜରାଜନଗର ଗାନ୍ଧୀ ଛକରେ ଗୁଳି ମାଡ଼ ହୋଇଥିବା ସୂଚନା । ତାଙ୍କ ଛାତିରେ ଗୁଳି ବାଜିଛି । ଗୁଳିମାଡ଼ ପରେ ଅଚେତ ହୋଇଯାଇଥିଲେ ନବ ଦାସ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣେ ପୋଲିସ ଅଧିକାରୀ ଗୁଳି ମାରିଥିବା କୁହାଯାଉଛି । ୫ ରାଉଣ୍ଡ ଗୁଳି ମାଡ଼ କରାଯାଇଥିବା ଜଣାପଡ଼ିଛି ।

ବ୍ରଜରାଜନଗରର ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଗୁଳି ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଝାରସୁଗୁଡ଼ାରେ ଡିଏଚଏଚ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁଳି ମାଡ଼ କରିଥିବା ବ୍ୟକ୍ତି ପୋଲିସ ଡ୍ରେସରେ ଥିଲେ । ଗୁଳି ମାଡ଼ ପରେ ସେ ଫେରାର ହୋଇଯାଇଛନ୍ତି । ଦୁର୍ବୃତ୍ତ ଜଣଙ୍କ ପ୍ରକୃତ ପୋଲିସ ଅଧିକାରୀ ନାଁ ପୋଲିସ ଡ୍ରେସରେ ଥିଲେ ତାହା ସ୍ପଷ୍ଟ ହୋଇନି ।

ପୋଲିସ ୟୁନିଫର୍ମରେ ଥିବା ତିନି ଜଣ ବ୍ୟକ୍ତି ଗୁଳିମାଡ଼ କରିଥିଲେ । ଦୁର୍ବୃତ୍ତମାନେ ପ୍ରଥମେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇଥିଲେ । ଏହାପରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏପରି ରାସ୍ତା ଉପରେ ଗୁଳିମାଡ଼ ଯୋଜନାବଦ୍ଧ ହୋଇଥିବା କୁହାଯାଉଛି । ସ୍ବାସ୍ଥ୍ୟମନ୍ତ୍ରୀ ଅଞ୍ଚଳରେ ଜଣେ ଜନପ୍ରିୟ ନେତା । ସବୁ ସଭା ସମିତିରେ ସେ ଲୋକଙ୍କ ସହ ମିଶି ଯାଇଥାନ୍ତି । ଯାହା ଦୁର୍ବୃତ୍ତ ଭଲ ଭାବେ ଜାଣିଥିଲେ । ନବଙ୍କ ଏହି ସରଳତାର ସୁଯୋଗ ନେଇ ଅଭିଯୁକ୍ତମାନେ ତାଙ୍କ ପାଖକୁ ଯିବା ସହ ଗୁଳି ମାଡ଼ କରିଛନ୍ତି ।