ସ୍ବାଗତ କରି ସ୍ବାସ୍ଥମନ୍ତ୍ରୀଙ୍କୁ ଗୁଳି ମାରିଲେ ପୋଲିସ ଅଧିକାରୀ

1 min read

ବ୍ରଜରାଜନଗର : ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରେ ହୋଇଥିବା ଆକ୍ରମଣର ଚିତ୍ର ସ୍ପଷ୍ଟ ହୋଇଛି । ପୋଲିସ ଅନୁସାରେ ଆକ୍ରମଣକାରୀ ଜଣେ ପୋଲିସ ଅଧିକାରୀ । ପ୍ରାଥମିକ ରିପୋର୍ଟରେ ଆକ୍ରମଣକାରୀ ପୋଲିସ ୟୁନିଫର୍ମରେ ଆସିଥିବା ସନ୍ଦେହ କରାଯାଉଥିଲା । ତେବେ ପରେ ପୋଲିସ ସ୍ପଷ୍ଟ କରିଦେଇଛି ଯେ, ଆକ୍ରମଣକାରୀ ଜଣକ ପୋଲିସ ଅଧିକାରୀ । ଆକ୍ରମଣକାରୀ ପୋଲିସ ଅଧିକାରୀଙ୍କୁ ଅଧିକ ପଚରାଉଚରା କରୁଛି ।

ଆକ୍ରମଣକାରୀ ହେଉଛନ୍ତି ଗାନ୍ଧିଛକ ଫାଣ୍ଡିର ASI ଗୋପାଳକୃଷ୍ଣ ଦାସ । କୁହାଯାଉଛି ଯେ, ଫୁଲମାଳ ପିନ୍ଧାଇ ସ୍ବାଗତ କରିବା ପରେ ଗୋପାଳକୃଷ୍ଣ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ସେ ୫ ରାଉଣ୍ଡ ଗୁଳିମାଡ଼ କରିଥିବା କୁହାଯାଉଥିବା ବେଳେ ପ୍ରକୃତରେ କେତେ ରାଉଣ୍ଡ ଗୁଳିମାଡ଼ ହୋଇଛି ସେ ବାବଦରେ ପୋଲିସ କିଛି ସ୍ପଷ୍ଟ କରିନାହିଁ । ଘଟଣାର ତଦନ୍ତ ଚାଲିଛି,ତଦନ୍ତ ସରିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ବ୍ରଜରାଜନଗରର ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ଗୁଳି ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଝାରସୁଗୁଡ଼ାରେ ଡିଏଚଏଚ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।