spot_img
Home Blog Page 3707

ଅଗ୍ନିବୀରବାୟୁଙ୍କ ନିଯୁକ୍ତି ତାରିଖ ଘୋଷଣା, ପ୍ରଥମଥର ସାମିଲ ହେବେ ମହିଳା

ଭୁବନେଶ୍ୱର: ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ହେବ ଅନ୍‌ଲାଇନ୍‌ ପରୀକ୍ଷା  । ସୂଚନା ପ୍ରଦାନ କଲେ ଓଡିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ  । ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜୀକରଣକୁ ଅନିବାର୍ଯ୍ୟ କରାଯାଇଛି । ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗନେଇପାରିବେ । ଏଥି ନିମନ୍ତେ ଅନ୍‌ଲାଇନ୍‌ରେ ନାମ ପଂଜୀକରଣ ନଭେମ୍ବର ୭ରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଖୋଲା ରହିବ ।

୨୦୦୨ ଜୁନ୍‌ ୨୭ରୁ ୨୦୦୫ ଡିସେମ୍ବର ୨୭ ତାରିଖ ମଧ୍ୟରେ ଜନ୍ମିତ ପ୍ରାର୍ଥୀମାନେ ଏହି ରାଲିରେ ଅଂଶଗ୍ରହଣ କରିପାରିବେ । ଯୁକ୍ତ-୨ ବିଜ୍ଞାନରେ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ସହିତ ମୋଟ ୫୦ ପ୍ରତିଶତ ନମ୍ବର ରଖିଥିବା ପ୍ରାର୍ଥୀ ରାଲିରେ ଭାଗ ନେବା ପାଇଁ ଯୋଗ୍ୟ ହେବେ ।https://agnipathvayu.cdac.in ୱେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ପ୍ରାର୍ଥୀମାନେ ପଂଜୀକରଣ କରିବା ସହ ଅଧିକ ସୂଚନା ମିଳିପାରିବା ନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ  ।

କେନ୍ଦ୍ରମନ୍ତ୍ରୀଙ୍କୁ ସସ୍ମିତଙ୍କ ପରାମର୍ଶ, ଚାଷୀଙ୍କୁ ଛାଡି ରାଜନୀତି କର

 ଭୁବନେଶ୍ୱର: ଧାନ ସଂଗ୍ରହ, ସାର, ଚାଉଳ ଓ ଉଷୁନା ଚାଉଳ ଉଠାଣ, ଏମଏସପି ନିର୍ଦ୍ଧାରଣ, ପ୍ରଧାନମନ୍ତ୍ରୀ ଫସଲ ବୀମା । ଏସବୁ ଚାଷ ଓ ଚାଷୀ ସଂପର୍କୀତ ପ୍ରସଙ୍ଗ କେନ୍ଦ୍ର ସରକାରର । ତେଣୁ ଚାଷୀଙ୍କୁ ନେଇ ରାଜନୀତି ନକରୁ ବିଜେପି। ଏ ସମସ୍ତ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗ ଉଠାଇଛନ୍ତି ସସ୍ମିତ। ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଏଭଳି ଚିଠି ଲେଖାଯାଇଛି କି, ବୋଲି ସେ ପ୍ରଶ୍ନ କରିଛନ୍ତି।ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଛନ୍ଦି ହୋଇପଡିଛନ୍ତି କେନ୍ଦ୍ର ସରକାର।

ଚାଷୀଙ୍କ ଅର୍ଥ ରିଲିଜ ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫସଲ ବୀମା ଯୋଜନାରେ କ୍ଷତିପୂରଣ ଅଟକାଇଥିଲା କେନ୍ଦ୍ର। ଚାଷୀଙ୍କୁ ଛାଡ଼ି ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି ସସ୍ମିତ। ଫସଲ ବୀମା ରାଶି ନେଇ ବିଜେଡି ମୁଣ୍ଡରେ ଦୋଷ ଲଦିବାକୁ ବିଜେପି ଉଦ୍ୟମ କରୁଛି। ସେହିପରି ବିଜେପିର ବିଧାନସଭା ଆଗରେ ଧାରଣା ଦେବା ପ୍ରସଙ୍ଗରେ ବର୍ଷିଛନ୍ତି ସସ୍ମିତ। ବିଧାନସଭା ନୁହେଁ ବରଂ ଚାଷୀଙ୍କ ଦାବି ପାଇଁ ସଂସଦ ସାମ୍ନାରେ ଧାରଣା ଦେଉ ବିଜେପି। ବିଜେପି ସାଂସଦ ଧାରଣା ଦେଲେ କେନ୍ଦ୍ର ସରକାର ନିଦରୁ ଉଠିପାରେ ବୋଲି ସସ୍ମିତ କହିଛନ୍ତି। ଧାନର ଏମଏସପି ବୃଦ୍ଧି ନେଇ ରାଜ୍ୟ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। କେନ୍ଦ୍ର ନିକଟରେ ଧାନର ଏମ୍ଏସ୍ପି ୨୯୩୦ଟଙ୍କା ପାଇଁ ଦାବି କରନ୍ତୁ ବିଜେପି ବିଧାୟକ। କେନ୍ଦ୍ର ଓ ରାଜ୍ୟରେ ବିଜେପିର ଚାଷୀ ଓ ଚାଷ ବିରୋଧୀ ନୀତି ରହିଛି। ବିଜେପିର ୮ବର୍ଷ ଶାସନରେ ଚାଷୀ କିଛି ଉପକାର ପାଇଲେନି ବୋଲି ସସ୍ମିତ କହିଛନ୍ତି।

ବିଜେପି ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ନେଇଥିବା ଭୁଲ ପଦକ୍ଷେପ ସଂକ୍ରାନ୍ତରେ ଗତକାଲି ସନ୍ଧ୍ୟାରେ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଯେଉଁ
ଅଭିଯୋଗ ଆଣିଥିଲା ତାହା ଆଜି ଧରାପଡିଛି । ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ତୋମାର ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଗତକାଲି ବିଜେଡି ତିନୋଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିଥିଲା । ପ୍ରଥମେ, ଏଚ୍‌ଡିଏଫ୍‌ସି ପରି ବୀମା କମ୍ପାନୀକୁ କେନ୍ଦ୍ର ସରକାର ତାଲିକାଭୁକ୍ତ କରନ୍ତି କି ନାହିଁ । ଉତ୍ତର ହେଉଛି କେନ୍ଦ୍ର ଏହା କରେ । ଦ୍ୱିତୀୟରେ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟଗୁଡିକ ମଧ୍ୟ ଏହି ତଥାକଥିତ ଅନିୟମିତ ବୀମା କମ୍ପାନୀ ଏଚ୍‌ଡିଏଫ୍‍ସିକୁ ସେମାନଙ୍କ ରାଜ୍ୟରେ ବ୍ୟବହାର କରୁଛନ୍ତି କି ନାହିଁ ।

ଆଜି କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଚିଠି ପ୍ରକୃତରେ ଉପରୋକ୍ତ ପ୍ରଶ୍ନଗୁଡ଼ିକରୁ ଧ୍ୟାନ ବଦଳାଇବା ପାଇଁ ଏକ ସୁଚିନ୍ତିତ କୌଶଳ, ଯାହାର ଉତ୍ତର ହେଉଛି କେନ୍ଦ୍ର ପଦମପୁର ଏବଂ ଓଡିଶାର ଚାଷୀଙ୍କ ଠାରୁ ଏହାକୁ ଲୁଚାଇବାକୁ ଚାହୁଁଛି । ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ଏହି ଚିଠିଟି ତ୍ରୁଟିପୂର୍ଣ୍ଣ, ଭୁଲ୍‍ ଏବଂ ବିକୃତ ତଥ୍ୟ ଏବଂ ଅର୍ଦ୍ଧ ସତ୍ୟ ଉପରେ ଆଧାରିତ ବୋଲି ଡକ୍ଟର ପାତ୍ର କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମାନ୍ୟବର କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ୨୯ ଅଗଷ୍ଟ ୨୦୨୨ରେ ଚିଠି ଲେଖି ଦାବି କରିଥିଲେ ଯେ ଓଡ଼ିଶାର ଚାଷୀଙ୍କୁ ଦିଆଯାଉଥିବା ଫସଲ ବୀମା ରାଶି ଲୁଚା ଯାଉଛି ଏବଂ ଏହାକୁ ଦର୍ଶାଯାଉ ନାହିଁ । ଏହାର କାରଣ କ’ଣ ମୁଖ୍ୟମନ୍ତ୍ରୀ ଫସଲ୍ ବୀମା ପାଇଁ କେନ୍ଦ୍ର ଉପରେ ନିୟମିତ ଚାପ ପକାଉଥିବାରୁ କେନ୍ଦ୍ର ଲୁଚାଇବାକୁ ଚାହୁଁଛି କି? ଦ୍ୱିତୀୟରେ ଓଡ଼ିଶାର ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ୯ ନଭେମ୍ବର, ୨୦୨୨ରେ ସାକ୍ଷାତ କରି ଓଡିଶାର କୃଷକମାନଙ୍କୁ ଫସଲ ବୀମା ଅର୍ଥ ପ୍ରଦାନ ବିଷୟରେ କହିଥିଲେ ମଧ୍ୟ ତାହାକୁ ଲୁଚା ଯାଇଛି କାହିଁକି?

ମନ୍ତ୍ରୀଙ୍କ କଣ୍ଠର ନକଲ କରି ଦେଢ ଲକ୍ଷ ଲୁଟିନେଲେ କିନ୍ନର ମନୀଷା

ଭୁବନେଶ୍ୱର: କିନ୍ନର ମନୀଷାଙ୍କ ମାରାତ୍ମକ କାହାଣୀ । ମନ୍ତ୍ରୀଙ୍କ ନାଁ ନେଇ ଲଗାଇଦେଲେ ଚୁନା । ମନ୍ତ୍ରୀଙ୍କ ଘରେ ହୋମଯଜ୍ଞ ହେବ କହି ବ୍ୟବସାୟୀଙ୍କ ଠାରୁ ନେଇଗଲେ ଟଙ୍କା। ବ୍ୟବସାୟୀ ବିକାଶ ସେହଗଲ ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ କିନ୍ନର ମନୀଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ରାଜନେତାଙ୍କ ପିଏ ଓ ମା’ ବୋଲି ପରିଚୟ ଦେଇ ଦେଢ଼ ଲକ୍ଷ ଲୁଟ କରିଥିଲା ମନୀଷା । ନୂଆ ତରିକାରେ ଚୁନା ଲଗାଉଥିଲେ କିନ୍ନର ମନୀଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ । କିନ୍ନର ମନୀଷାଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ସାଇବର ଥାନା ପୋଲିସ । ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ଠକେଇ ଟଙ୍କା ଯାଇଥିବା ପୋଲିସ ଜାଣିବାକୁ ପାଇଛି । କିନ୍ନର ମନୀଷା ନାଁରେ ସମ୍ବଲପୁର, ଅନୁଗୁଳ, ବ୍ରହ୍ମପୁର, ଅନୁଗୁଳ ରେ ୮ଟି ମାମଲା ରହିଛି ।

କିନ୍ନର ମନୀଷା ମନ୍ତ୍ରୀଙ୍କ କଣ୍ଠରେ ଫୋନ କରି ୩ ଜଣଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିଛି । ସେ ମଧ୍ୟରୁ ୫୦ ହଜାର ଟଙ୍କା ଠାବ କରିଛି ପୋଲିସ। ଗିରଫ ହୋଇଥିବା ଦୁଇ ସହଯୋଗୀଙ୍କ ଆକାଉଣ୍ଟକୁ ସେ ଟଙ୍କା ପଠାଇଥାଏ । କିନ୍ନର ମନୀଷା ଜଣେ ଡିପ୍ଲୋମା ଛାତ୍ର ବୋଲି ଜାଣିବାକୁ ପାଇଛି ପୋଲିସ ।

ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ, ଖଣ୍ଡନ କଲେ ପ୍ରଧାନ ଶିକ୍ଷକ

ଗଞ୍ଜାମ: ତୃତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି । ସର୍ବଶୀକ୍ଷା ଅଭିଯାନ ପକ୍ଷରୁ ଏଲ. ଆର ପ୍ରୋଗ୍ରାମରେ ଆରମ୍ଭ ହୋଇଛି ମଧ୍ୟବର୍ତ୍ତୀ କାଳୀନ ପରୀକ୍ଷା । ଅଷ୍ଟମ ଶ୍ରେଣୀ ପିଲାଙ୍କ ଇଂରାଜୀ ବିଷୟର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଛି ।  ସୋସିଆଲ ମିଡ଼ିଆରେ ପ୍ରଶ୍ନପତ୍ର ଓ ଏହାର ଉତ୍ତର ଭାଇରଲ ହୋଇଥିବା ବେଳେ ଏହି ପୋଗ୍ରାମର ସଫଳତା ନେଇ ପ୍ରଶ୍ନ ଉଠିଛି ।

ଘଟଣାର ଆବଶ୍ୟକୀୟ ତଦନ୍ତ ଦାବି କରାଯାଇଛି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଷୋଳଘର ଗଣେଶ ହାଇ ସ୍କୁଲର ପ୍ରଧାନ ଶିକ୍ଷକ । ଇଂରାଜୀ ବିଷୟର ପ୍ରଶ୍ନପତ୍ର ୟୁଟ୍ୟୁବରେ ଭାଇରାଲ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି । ତେବେ ପ୍ରଶ୍ନପତ୍ର ଗୋଟେପଟେ ଲିକ୍ ହୋଇଥିବା ନେଇ ଅଭିଯୋଗ ହେଉଥିବାବେଳେ ଅନ୍ୟପଟେ ସେମିତି କିଛି ହୋଇନଥିବା ଖଣ୍ଡନ କରିଛନ୍ତି ସ୍କୁଲ କର୍ତ୍ତପକ୍ଷ  ।

ଛାତ୍ରୀଙ୍କୁ ରାଗିଂ ଘଟଣା, ମୁଖ୍ୟ କାର୍ପଟଦାର ଅଭିଷେକଙ୍କୁ କରାଯିବ କୋର୍ଟ ଚାଲାଣ

ବ୍ରହ୍ମପୁର: ମହଙ୍ଗା ପଡିଲା ଛାତ୍ରୀଙ୍କୁ ରାଗିଂ । ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ ଛାତ୍ରୀଙ୍କୁ ରାଗିଙ୍ଗ ଘଟଣାରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ କଲେଜରୁ ଟ୍ରାନସଫର ସାର୍ଟିଫିକେଟ ଦେଇ ବାହାର କରିବା ନେଇ କଲେଜ କର୍ତ୍ତୃପକ୍ଷ ନେଇଛନ୍ତି ନିଷ୍ପତ୍ତି । ଘଟଣାର ମୁଖ୍ୟ କାର୍ପଟଦାର ଅଭିଷେକଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି। ଏନେଇ ବ୍ରହ୍ମପୁର ଏସପି ଓ ବଡ ବଜାର ଥାନା ଅଧିକାରୀ କଲେଜ କର୍ତ୍ତୃପକ୍ଷ ସହ ଆଲୋଚନା କରିଛନ୍ତି ।

କଲେଜରେ ରାଗିଂ ବନ୍ଦ ଲାଗି ଆଣ୍ଟି ରାଗିଙ୍ଗ ସେଲକୁ ଜୋରଦାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । କଲେଜ ଛାତ୍ରୀଙ୍କୁ ଅନେକ ଛାତ୍ରଛାତ୍ରୀ ସମ୍ମିଳିତ ଭାବେ ରାଗିଂ କରିବା ପରି ନିନ୍ଦନୀୟ ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ବ୍ରହ୍ମପୁର ଭଳି କଲେଜରେ ଏଭଳି ଘଟଣା ଘଟିବାକୁ ସମସ୍ତେ ନିନ୍ଦା ପ୍ରକଟ କରିଛନ୍ତି  । ସେପଟେ କଲେଜ କର୍ତ୍ତୁପକ୍ଷଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରାଯାଉଛି  ।

 

ନଭେମ୍ବର ୩୦ ସୁଦ୍ଧା ହକି ଷ୍ଟାଡିୟମ ଏବଂ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ସଚିବସ୍ତରୀୟ ଟିମରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ସଚିବ ଆର୍ ଭିନିଲକ୍ରୀଷ୍ଣା ଏବଂ ଇଡକୋର ପରିଚାଳନା ନିର୍ଦ୍ଦେଶକ  ଭୁପେନ୍ଦ୍ର ସିଂ ପୁନିଆ ରାଉରକେଲା ଆସିଥିଲେ।

ଏହି ସଚିବସ୍ତରୀୟ ଟିମ୍ ରାଉରକେଲାରେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଏହାସହ ରାଉରକେଲା ବିମାନ ବନ୍ଦରର ଚାଲିଥିବା ସଂପ୍ରସାରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଥିଲେ। ନଭେମ୍ବର ୩୦ ତାରିଖ ସୁଦ୍ଧା ହକି ଷ୍ଟାଡିୟମ ଏବଂ ବିମାନ ବନ୍ଦରର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅଭ୍ୟାସ ପଡ଼ିଆ ସହିତ ମୁଖ୍ୟ ଷ୍ଟାଡିୟମରେ ଟର୍ଫ ପଡ଼ି ଯାଇଛି। ଦର୍ଶକ ଗ୍ୟାଲେରି ସହିତ ଖେଳାଳି ଏବଂ ଅଫିସିଆଲମାନଙ୍କ ପାଇଁ କରାଯାଉଥିବା ରହଣୀସ୍ଥଳର କାମ ମଧ୍ୟ ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ଷ୍ଟାଡିୟମ କାମ ଶେଷ ହେବା ପରେ ସେଠାରେ ଅଭ୍ୟାସ ମ୍ୟାଚ ଆୟୋଜନ କରାଯିବ।

ରାଉରକେଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ହେବାକୁ ଯାଉଛି। ତେଣୁ ହକି ମ୍ୟାଚ ଦେଖିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଦର୍ଶକ ରାଉରକେଲାକୁ ଆସିବେ। ତେଣୁ ଦର୍ଶକମାନଙ୍କ ଗାଡ଼ିଗୁଡ଼ିକୁ ସୁବିଧାରେ ରଖିବା ପାଇଁ ଷ୍ଟାଡିୟମ ଚାରିପଟେ ଆଧୁନିକ ପାର୍କିଂ ସ୍ଥଳି କରାଯାଉଛି । ତା’ଛଡ଼ା ଷ୍ଟାଡିୟମ ଭିତରେ ପାନୀୟ ଜଳ ଏବଂ ଶୌଚାଳୟ ଆଦି ସୁବିଧା କରାଯାଉଛି । ଯେଉଁ ଦର୍ଶକମାନେ ଷ୍ଟାଡିୟମ ବାହାରେ ରହିଥିବେ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ଲଗାଇବାର ବ୍ୟବସ୍ଥା କରାଯାଉଛି। ଏହା ମାଧ୍ୟମରେ ସେମାନେ ହକି ମ୍ୟାଚ ଦେଖିପାରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି  ।

ରାଉରକେଲା ବିମାନ ବନ୍ଦରର ସଂପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରି ଶ୍ରୀ ମହାପାତ୍ର କହିଥିଲେ ଯେ, ୨୦୨୩ ଜାନୁଆରି ମାସ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହିତ ରାଉରକେଲାରେ ପୁରୁଷ ହକି ବିଶ୍ୱକପ ଆୟୋଜନ କରାଯିବ। ରାଉରକେଲାରେ ପ୍ରାୟ ୨୦ଟି ମ୍ୟାଚ ଖେଳାଯିବ। ତେଣୁ ଖେଳାଳିମାନଙ୍କ ଯାତାୟତ ସୁବିଧା ଲାଗି ଭୁବନେଶ୍ୱରରୁ ରାଉରକେଲାକୁ ସିଧାସଳଖ ଚାର୍ଟର ବିମାନ ଚଳାଚଳ କରିବ।

ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦରର ସଂପ୍ରସାରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ନଭେମ୍ବର ୩୦ ସୁଦ୍ଧା ସମସ୍ତ କାମ ସାରିବାକୁ ଲକ୍ଷ୍ୟ ରହିଛି। ବିମାନ ବନ୍ଦରରୁ ରାଉରକେଲା ସହରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାର ଉନ୍ନତିକରଣ କରାଯାଉଥିବା ମୁଖ୍ୟ ଶାସନ ସଚିବ କହିଥିଲେ। କ୍ଷେତ୍ର ପରିଦର୍ଶନ ପରେ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବର୍ତ୍ତମାନ ରାଉରକେଲାରେ ନିର୍ମାଣାଧୀନ ଥିବା ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ସହରର ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା।

ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ନଭେମ୍ବର ୩୦ ସୁଦ୍ଧା ହକି ଷ୍ଟାଡିୟମ ଏବଂ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶସୂଚନାଯୋଗ୍ୟ ଯେ, ୨୦୨୩ ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଖେଳାଯିବ। ଏହି ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହେବାକୁ ଯାଉଛି। ଏହି କ୍ରୀଡ଼ା ଭିତ୍ତିଭୂମି ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମର ରୂପ ନେବାକୁ ଯାଉଛି। ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

ପ୍ରାର୍ଥୀପତ୍ର ଦାଖଲ ପରେ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କଲେ ବର୍ଷା

ବରଗଡ଼: ପଦମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପ୍ରଥମେ ବିନ୍ଧ୍ୟାବାସିନୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ, ନରସିଂହ ନାଥ ମନ୍ଦିରକୁ ଯାଇ ଭଗବାନ ଶ୍ରୀ ନରସିଂହଙ୍କ ଦର୍ଶନ କରିଛନ୍ତି ।

ସେଠାରେ ଶ୍ରଦ୍ଧାଳୁଙ୍କ ସହ ଏକାଠି ପ୍ରସାଦ ସେବାନ କରିଛନ୍ତି ପଦମପୁର ବିଜେଡି ପ୍ରାର୍ଥିନୀ । ବର୍ଷାଙ୍କ ସହ ବହୁ ଦଳୀୟ କର୍ମୀ ଓ ମହିଳା ମଧ୍ୟ ଠାକୁରଙ୍କ ଦର୍ଶନ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ବିଜେଡି ନିଜର ଶକ୍ତି ଗୋଟାଇବାରେ ଲାଗି ପଡିଛି  । କିପରି ଦଳ ସେଠାରେ ବିଜୟ ଅଭିଯାନ ଜାରି ରଖିବ ସେନେଇ ରୋଡ ମ୍ୟାପ ପ୍ରସ୍ତୁତ କରୁଛି  ।

କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସାଂସଦ, ଫସଲ ବୀମା ଯୋଜନାରେ ଅଟକାଇଛି କ୍ଷତିପୂରଣ

ଭୁବନେଶ୍ବର: ଧାନ ସଂଗ୍ରହ, ସାର, ଚାଉଳ ଓ ଉଷୁନା ଚାଉଳ ଉଠାଣ, ଏମଏସପି ନିର୍ଦ୍ଧାରଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଏସବୁ ଚାଷ ଓ ଚାଷୀ ସଂପର୍କିତ ପ୍ରସଙ୍ଗ କେନ୍ଦ୍ର ସରକାରର । ତେଣୁ ଚାଷୀଙ୍କୁ ନେଇ ରାଜନୀତି ନକରୁ ବିଜେପି। ଏ ସମସ୍ତ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗ ଉଠାଇଛନ୍ତି ସସ୍ମିତ।

ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଏଭଳି ଚିଠି ଲେଖାଯାଇଛି କି, ବୋଲି ସେ ପ୍ରଶ୍ନ କରିଛନ୍ତି।ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଛନ୍ଦି ହୋଇପଡିଛନ୍ତି କେନ୍ଦ୍ର ସରକାର। ଚାଷୀଙ୍କ ଅର୍ଥ ରିଲିଜ ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫସଲ ବୀମା ଯୋଜନାରେ କ୍ଷତିପୂରଣ ଅଟକାଇଥିଲା କେନ୍ଦ୍ର। ଚାଷୀଙ୍କୁ ଛାଡ଼ି ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି ସସ୍ମିତ।

ଫସଲ ବୀମା ରାଶି ନେଇ ବିଜେଡି ମୁଣ୍ଡରେ ଦୋଷ ଲଦିବାକୁ ବିଜେପି ଉଦ୍ୟମ କରୁଛି। ସେହିପରି ବିଜେପିର ବିଧାନସଭା ଆଗରେ ଧାରଣା ଦେବା ପ୍ରସଙ୍ଗରେ ବର୍ଷିଛନ୍ତି ସସ୍ମିତ। ବିଧାନସଭା ନୁହେଁ ବରଂ ଚାଷୀଙ୍କ ଦାବି ପାଇଁ ସଂସଦ ସାମ୍ନାରେ ଧାରଣା ଦେଉ ବିଜେପି। ବିଜେପି ସାଂସଦ ଧାରଣା ଦେଲେ କେନ୍ଦ୍ର ସରକାର ନିଦରୁ ଉଠିପାରେ ବୋଲି ସସ୍ମିତ କହିଛନ୍ତି। ଧାନର ଏମଏସପି ବୃଦ୍ଧି ନେଇ ରାଜ୍ୟ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି।

କେନ୍ଦ୍ର ନିକଟରେ ଧାନର ଏମ୍ଏସ୍ପି ୨୯୩୦ଟଙ୍କା ପାଇଁ ଦାବି କରନ୍ତୁ ବିଜେପି ବିଧାୟକ। କେନ୍ଦ୍ର ଓ ରାଜ୍ୟରେ ବିଜେପିର ଚାଷୀ ଓ ଚାଷ ବିରୋଧୀ ନୀତି ରହିଛି। ବିଜେପିର ୮ବର୍ଷ ଶାସନରେ ଚାଷୀ କିଛି ଉପକାର ପାଇଲେନି ବୋଲି ସସ୍ମିତ କହିଛନ୍ତି।

ଆର୍ଟେମିସ-୧ ଆଣିଲା ପୃଥିବୀର ଫଟୋ, ନାସା ଜାରି କଲା ଭିଡିଓ

ମହାକାଶରୁ ପୃଥିବୀର ଫଟୋ ଉଠାଇଛି ଆର୍ଟେମିସ-1 । ମୁନ ମିସନ ପାଇଁ ଗତକାଲି ନାସା ପକ୍ଷରୁ ପଠାଯାଇଥିବା ରକେଟ ଆର୍ଟେମିସ-1 ରୁ ପୃଥିବୀର ଫଟୋ ଉଠାଯାଇଛି । ନାସା ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହାର ଏକ ଭିଡିଓ ସେୟାର କରାଯାଇଛି । ଭିଡିଓରେ ରକେଟର ଠିକ୍ ପଛପଟେ ପୃଥିବୀ ଦେଖାଯାଉଛି ।

ଚନ୍ଦ୍ରକୁ ମହାକାଶଚାରୀ ପଠାଇବାକୁ ନାସାର ବଡ଼ ପ୍ରୟାସ ସଫଳ ହୋଇଛି । ଆର୍ଟେମିସ ଓ୍ବାନ ମିଶନ ଲଞ୍ଚ ପାଇଁ ନାସା ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ବେଳେ ଗତକାଲି କେନେଡି ଲଞ୍ଚପ୍ୟାଡରୁ ଏହି ସ୍ପେସ ଲଞ୍ଚ ସିଷ୍ଟମ ଉତକ୍ଷେପଣ କରାଯାଇଥିଲା । ଆର୍ଟେମିସରେ ଆରଏସ-୨୫ ଇଞ୍ଜିନ ଖଞ୍ଜାଯାଇଥିବା ବେଳେ ୪୨ ଦିନର ଯାତ୍ରା ସାରି ପୃଥିବୀକୁ ଫେରିଆସିବ ।

ଚନ୍ଦ୍ରରେ ପହଞ୍ଚିବା ପରେ ଏହାର ଗ୍ରାଭିଟେସନାଲ ପୁଲ୍ ଜରିଆରେ ଓରିଅନ ସ୍ପେସକ୍ରାଫ୍ଟକୁ ଉତକ୍ଷେପଣ କରିବ ଯାହାକି ଚନ୍ଦ୍ରଠାରୁ ୬୦ ହଜାର କିଲୋମିଟର ଦୂରରେ ଅବସ୍ଥାପିତ ହେବ । ଆସନ୍ତା ଡିସେମ୍ବରରେ ସାନ ଡିଆଗୋକୁ ଫେରବ ସ୍ପେସକ୍ରାଫ୍ଟ ।

ସମର୍ଥକଙ୍କ ସାଙ୍ଗରେ ଆସି ନାମାଙ୍କନ ଦାଖଲ କଲେ ବର୍ଷା

ପଦମପୁର: ଆଜି ପଦମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ କରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା  । ବରିଷ୍ଠ ଓ ସମର୍ଥକଙ୍କ ସାଙ୍ଗରେ ଆସି ନାମାଙ୍କନ ଦାଖଲ କରିଛନ୍ତି ବର୍ଷା  । ଏହା ପୂର୍ବରୁ ପୂଜାର୍ଚ୍ଚନା ପାଇଁ ମାଣ୍ଡୋସିଲ ନିକଟ ବୁଢ଼ାରଜା ମନ୍ଦିର ଠାରେ ପୂଜା କରିଛନ୍ତି ବର୍ଷା । ପୂର୍ବରୁ ମଧ୍ୟ ଏହି ମନ୍ଦିରରେ ଦିବଂଗତ ନେତା ବିଜୟ ରଂଜନ ସିଂ ବରିହା ଏହି ପୂଜାର୍ଚ୍ଚନା କଲା ପରେ ନାମାଙ୍କନ ଦାଖଲ କରୁଥିଲେ ।

ତେବେ ବରିହା ପରିବାରର ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଏହି ମନ୍ଦିରରେ ପୂଜାର୍ଚ୍ଚନା ହୁଏ। ଏହି ସ୍ଥାନରେ ଅଂଚଳବାସୀ ଓ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ ।

ଗତକାଲି ପଦମପୁର, ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶା ଦେଖିଥିଲା ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ସୁପୁତ୍ରୀ ବର୍ଷାଙ୍କ ପଲିଟିକାଲ ଇମେଜ । ମଞ୍ଚ ଉପରୁ ଦଳର ହେଭିୱେଟଙ୍କ ଉପସ୍ଥିତିରେ ବାପାଙ୍କୁ ମନେ ପକାଇ ଲୁହ ଭିଜା ଆଖିରେ ବର୍ଷା ଲୋଡିଥିଲେ ପଦମପୁରର ଆଶୀର୍ବାଦ । ଉପନିର୍ବାଚନରେ ବିଜୟୀ ହେବା ଲାଗି ମାଗିଥିଲେ ବହୁମୂଲ୍ୟ ଭୋଟ ।

ବାପାଙ୍କ ଲିଗାସି ବଜାୟ ରଖିବାକୁ ବର୍ଷା ଦେଇଥିଲେ ନିର୍ଭର ପ୍ରତିଶ୍ରୁତି । ଆକାଶଛୁଆଁ ଉତ୍ସାହ ଭିତରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା । ବାପାଙ୍କ ଗଡ଼ ଦଖଲ ଲାଗି ଭୋଟରଙ୍କ ସାମ୍ନାକୁ ଆସିଛନ୍ତି ବର୍ଷା ।