୨୮ ମାସ ପରେ ଲକ୍ଷ୍ମୌ ଜେଲରୁ ମୁକୁଳିଲେ ସିଦ୍ଦିକ କାପ୍ପାନ

1 min read

ଲକ୍ଷ୍ନୌ : ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲା । ଖବର ସଂଗ୍ରହ କରିବାକୁ ଯାଉଥିବାବେଳେ ଗିରଫ ହୋଇଥିବା କେରଳ ସାମ୍ବାଦିକ ସିଦ୍ଦିକ କାପ୍ପାନଙ୍କୁ ମିଳିଛି ମୁକ୍ତି । ମୁକୁଳିବା ପରେ ସେ କହିଛନ୍ତି- ସେ ଖବର ସଂଗ୍ରହ କରିବା ଲାଗି ହାଥରସ ଯାଇଥିଲେ । ମାତ୍ର ତାଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ୨୮ ମାସର ଲଢେଇ ପରେ ସେ ମୁକୁଳିଛନ୍ତି ।

ଗତ ୨୦୨୦ ଅକ୍ଟୋବରରେ ହାଥରସ ଦୁଷ୍କର୍ମ ପୀଡିତା ଦଳିତ ମହିଳାଙ୍କ ମୃତ୍ୟୁ ଘଟଣାର ଖବର ସଂଗ୍ରହ କରିବାକୁ ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ସେ ଓ ଅନ୍ୟ ୩ଜଣଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ବା ୟଏପିଏ ଧାରା ଲଗାଯାଇଥିଲା । ବେଆଇନ ଘୋଷିତ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫଆଇ ସହ ତାଙ୍କର ସମ୍ପର୍କକୁ କାରଣ ଦର୍ଶାଇ ୟୁପି ପୋଲିସ ଗିରଫ କରିଥିଲା ।

ତାଙ୍କୁ ଗତ ୨୦୨୨ ସେପ୍ଟେମ୍ବର 9 ତାରିଖରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥଲେ ବି ମୁକୁଳିପାରି ନଥିଲେ । ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ହୋଇଥିବା PMLA ଅନୁସାରେ ଅନ୍ୟ ଏକ ଅର୍ଥଚାଲାଣ ଅଭିଯୋଗ ଦାୟର ହୋଇଥିବାରୁ ତାଙ୍କୁ ଜାମିନ ମିଳିପାରି ନଥିଲା । ଉତ୍ତରପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିବା ପରେ ଇଡି ଏକ ଚାର୍ଜସିଟ ଦାୟର କରିଥିଲା ଯେଉଁଥିଲେ କାପ୍ପାନ ଓ ପିଏଫଆଇର 4 ଜଣ କର୍ମକର୍ତ୍ତାଙ୍କ ନାମ ରହିଥିଲା । ସେମାନେ ଦେଶ ବାହାରୁ ପିଏଫଆଇ ଲାଗି ପାଣ୍ଠି ସଂଗ୍ରହ କରୁଥିଲେ ବୋଲି ଇଡି ଅଭିଯୋଗ କରିଥିଲା ।