କାର୍ଡିଓପୁଲମୋନାରୀ ରେସୁସ୍କିଟେସନ ତାଲିମ ଶିବିରରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ହୃଦରୋଗରେ ଅକାଳ ମୃତ୍ୟୁ ନେଇ ଲକ୍ଷ ଲକ୍ଷ ଲୋକଙ୍କୁ ରକ୍ଷା କରିବାର ସାମର୍ଥ୍ୟ ପ୍ରଦାନ ପାଇଁ ନିଆରା ପ୍ରୟାସ । ଶ୍ରୀସତ୍ୟସାଇ ସେବା ସଂଗଠନ , ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ଏମ୍ସ ଭୁବନେଶ୍ବରର ମିଳିତ ଆନୁକୂଲ୍ୟରେ ସିପିଆର ବା କାର୍ଡିଓପୁଲମୋନାରୀ ରେସୁସ୍କିଟେସନ ତାଲିମ ଶିବିର ଆୟୋଜିତ ।

ମୁଖ୍ୟମନ୍ତ୍ରୀ ଯୋଗଦେଇ ତାଲିମ ଶିବିରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ତାଲିମ ଶିବିର ଦ୍ବାରା ୨୦୨୫ ସୁଦ୍ଧା ୨ଲକ୍ଷରୁ ଅଧିକ ଲୋକଙ୍କୁ ଆକସ୍ମିକ ମୃତ୍ୟୁରୁ ରକ୍ଷା କରାଯାଇପାରିବ । ଏଥିପାଇଁ ପ୍ରାଥମିକ ପଦକ୍ଷେପ ସ୍ବରୂପ କଳିଙ୍ଗ ଷ୍ଟାଡିୟମରେ ଏକ ଗଣ ସିପିଆର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ୨ହଜାର ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି । ହଜାରେ ପୋଲିସ ଓ ୬ଶହ ଯୁବକ କଲେଜ ଛାତ୍ରୀ ଯୋଗଦେଇଛନ୍ତି ।