ଆସନ୍ତା ଫେବ୍ରୁଆରୀ ୨୧ରୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ବର : ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୨ଟି ପର୍ଯ୍ୟାୟରେ ଅଧିବେଶନ ବସିବ । ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଅଧିବେଶନ ବସିବାକୁ ଥିବାବେଳେ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବସିବ।

୨୧ ତାରିଖ ଅର୍ଥାତ ପ୍ରଥମ ଦିନ ଗୃହକୁ ସମ୍ବୋଧିତ କରିବେ ରାଜ୍ୟପାଳ । ଫେବ୍ରୁଆରୀ ୨୪ରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ । ବଜେଟ୍ ଅଧିବେଶନରେ ରହିବ ୨୮ଟି କାର୍ଯ୍ୟଦିବସ । ମାର୍ଚ୍ଚ ୩୧ରେ ଉପସ୍ଥାପିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ ।