ପୋଲିସ ୟୁନିଫର୍ମରେ ଆସି ନାରକୀୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ

ଇସଲାମାବାଦ : ପାକିସ୍ତାନ ପେଶଓ୍ବାର ମସଜିଦରେ ଘଟିଥିବା ଭୟାନକ ବିସ୍ଫୋରଣ ଘଟଣାର ହୋଇଛି ପର୍ଦ୍ଦାଫାସ୍ । ଆତ୍ମଘାତୀ ସଦସ୍ୟଜଣକ ପୋଲିସ ୟୁନିଫର୍ମ ସହ ହେଲମେଟ ପିନ୍ଧିଥିଲା । ପୋଲିସ ପୋଷାକରେ ଥିବାରୁ ତାଙ୍କୁ କେହି ସନ୍ଦେହ କରି ନଥିଲେ ବୋଲି କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ସମସ୍ତଙ୍କୁ ଯାଞ୍ଚ ନ କରିବା ଏଖ ନିରାପତ୍ତା ତ୍ରୁଟି ଥିଲା ବୋଲି କହିଛନ୍ତି ଖେବର ପାଖତୁନଖାଓ୍ବା ପ୍ରଜାତନ୍ତ୍ର ପୋଲିସ ମୁଖ୍ୟ ମୋଆଜାମ ଜାହା ଆନସାରୀ ।

ଗତ ୩୦ ତାରିଖରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ପ୍ରାଣ ହରାଇଥିଲେ ୧୦୧ ଜଣ । ତାଲିବାନୀ ଆତ୍ମଘାତୀ ବିସ୍ଫୋରଣରେ ୧୫୦ରୁ ଅଧିକ ଲୋକ ହୋଇଥିଲେ । ମୃତକଙ୍କ ମଧ୍ୟରେ ଥିଲେ କେତେକ ପୋଲିସ ଅଧିକାରୀ । ବିସ୍ଫୋରଣକୁ ନେଇ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁ ନିନ୍ଦା କରିଥିଲେ ।