spot_img
Home Blog Page 3666

କୁଲତା ଓ ମେହେର ସମାଜକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ

ପଦମପୁର : ପଦମପୁରରେ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଆସି ଆଲୋଚନା କରିଛନ୍ତି ବିଭିନ୍ନ ବ୍ୟକ୍ତି । ଲୋକଙ୍କ ଗହଣରେ ସମସ୍ତଙ୍କ ସହିତ ଆଲୋଚନା କରିଛନ୍ତି ନବୀନ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି କୁଲତା ଓ ମେହେର ସମାଜ । ଉଭୟ ସମାଜକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ ସମାଜକୁ ଜମି ଓ ଅର୍ଥ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିପାଇଁ ଉଭୟ ସମାଜର ପ୍ରତିନିଧି ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ଉଭୟ ସମାଜ । ଉତ୍କଳ ଯାଦବ ମହାସଭା ସଦସ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ତୈଳିକ ସମାଜ ଭେଟି ପଦମପୁରରେ କଲ୍ୟାଣ ମଣ୍ଡପ ପାଇଁ ଜାଗା ଦାବି କରିଛନ୍ତି । ଏଥିପାଇଁ ଲିଖିତ ଭାବେ ଜଣାଇବାକୁ ପ୍ରତିନିଧିଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପଦମପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି ।

୨୦୨୩ରେ ପଦମପୁର ଜିଲ୍ଲା ସ୍ୱପ୍ନ ପୂରଣ ହେବ: ମୁଖ୍ୟମନ୍ତ୍ରୀ

ପଦମପୁର: ପଦମପୁରରେ ବିଜେଡି ସୁପ୍ରିମୋ ନବୀନଙ୍କ ମାରାଥନ ପ୍ରଚାର । ୩ଟି ସ୍ଥାନରେ ନିର୍ବାଚନୀ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦମପୁର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ସଭାରେ ପ୍ରବଳ ଜନସମାଗମ ଦେଖା ଦେଇଥିଲା । ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ ଗଙ୍ଗାଧର ମାଟିକୁ ପ୍ରଣାମ ଜଣାଇଥିଲେ ।

ଏହି ଅବସରରେ ସେ ବଡ଼ ଘୋଷଣା କରି କହିଥିଲେ, ଦୀର୍ଘ ବର୍ଷ ହେବ ପଦମପୁର ବାସୀ ଯେଉଁ ଦାବି କରିଆସୁଥିଲେ ତାହା ଖୁବଶୀଘ୍ର ପୂରଣ ହେବ । ୨୦୨୩ରେ ପଦମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଏହି ପ୍ରତିଶ୍ରୁତି ପରେ ପଦମପୁରବାସୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କାର ଇନପୁଟ୍ ସବସିଡ୍ ଘୋଷଣା ହୋଇଛି ।

ଆଚରଣ ବିଧି ଉଠିବା ପରେ ଚାଷୀଙ୍କୁ ଇନପୁଟ ସବସିଡ୍ ଦିଆଯିବ । ଗରିବ ଚାଷୀଙ୍କ ହକ୍ ପାଇଁ ଲଢ଼ୁଛି ବିଜୁ ଜନତା ଦଳ । କଥାରେ ନୁହେଁ କାମରେ ବିଶ୍ୱାସ କରେ ବିଜୁ ଜନତା ଦଳ । ମାଆ ମାନଙ୍କୁ ଉଦ୍ୟୋଗୀ କରିବା ମୋ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।  ଏଥିସହିତ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଜେପି ମିଛ କହୁଛି, ପଦମପୁରବାସୀଙ୍କୁ ଭୁଆଁ ବୁଲାଉଛି: ନବୀନ

ପଦମପୁର: ତାଳୁରୁ ତଳିପା । ପୂରା ଧୋଇଦେଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ବିଜେପିର ଅସଲ ମୁଖା ଖୋଲିଛନ୍ତି । କେନ୍ଦ୍ର ବିଜେପି ମନ୍ତ୍ରୀମାନଙ୍କ ମିଛ ଓ ପ୍ରତାରଣାର କଡ଼ା ଜବାବ ଦେଇଛନ୍ତି । ପଦମପୁରରେ ଭୋଟ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । କଟାକ୍ଷ କରି କହିଛନ୍ତି, ପଦମପୁର ରେଳ ଷ୍ଟେସନ କେଉଁଠି? କେଉଁ ଗାଁ ଦେଇ ଯାଉଛି ବିଜେପି ଟ୍ରେନ?

ଆକ୍ରମଣ ମୁଦ୍ରାରେ ରହି ନବୀନ କହିଲେ, ବହୁତ ହୋଇଗଲା । ବହୁତ ମିଛ କହିଲ, ଲୋକଙ୍କୁ ଭୁଆଁ ବୁଲାଇଲ । ତୁମ ପ୍ରତିଶ୍ରୁତି ସବୁ କୁଆଡ଼େ ଗଲା? ଧାନ ଏମଏସପି ଦିଗୁଣା କାହିଁକି ଧୂଆଁବାଣ ହୋଇ ରହିଲା? ଚାଷୀଙ୍କୁ କାହିଁକି ସାର ଓ ଋଣ ମିଳୁନି? ଏଫସିଆଇ କାହିଁକି ଧାନ କିଣୁନି? ଏମିତି ପ୍ରଶ୍ନର ନାଗଫାଶରେ ନବୀନ କେନ୍ଦ୍ରକୁ ବାନ୍ଧିଛନ୍ତି । କେନ୍ଦ୍ରର ଅବହେଳା ବିରୋଧରେ ଗର୍ଜିଛନ୍ତି ।

ପଦମପୁର ପ୍ରଚାରକୁ ଆସି ନବୀନ ବିଜେପି ସକରାର ଉପରେ ଜୋରଦାର ବର୍ଷି କହିଛନ୍ତି, ୨୦୨୨ ସୁଦ୍ଧା ସବୁ ଲୋକଙ୍କୁ ଘର ଦେବାକୁ କେନ୍ଦ୍ର କହିଥିଲା । ଏହା କେବଳ ଘୋଷଣାରେ ରହିଗଲା । ରାଜ୍ୟ ସରକାର ବର୍ଷକୁ ପ୍ରାୟ ୫ ଲକ୍ଷ ଘର ନିର୍ମାଣ କରୁଥିଲେ । ମାତ୍ର ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ସରକାର ଏହାକୁ ୨ ବର୍ଷ ହେବ ବନ୍ଦ କରିଛନ୍ତି । ପଦମପୁରର ୨୫ ହଜାର ଲୋକ ଘରରୁ ବଂଚିତ ହୋଇଛନ୍ତି । ଭଲ କାମ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ସମ୍ମାନିତ କରୁଥିଲା ବେଳେ ଓଡ଼ିଶା ବିଜେପି ଏମପିମାନେ ଘର ବନ୍ଦ କରି ବାହା ବାହା ନେଉଛନ୍ତି ।

ଟେକାର ଜବାବ ପଥରରେ ଦେଇ ନବୀନ କହିଲେ, ୨୦୧୮ରେ କେନ୍ଦ୍ର ବିଜେପି ମନ୍ତ୍ରୀ ଏଠାରେ କହିଥିଲେ ରେଳ ଚାଲିବ। ବରଗଡ଼ରୁ ପଦମପୁର ହୋଇ ନୂଆପଡ଼ା ଚାଲିବ ରେଳ । କଟାକ୍ଷ କରି ନବୀନ କହିଲେ, କେଉଁଠି ପଦମପୁର ରେଳ ଷ୍ଟେସନ? ପଦମପୁରର କେଉଁ ଗାଁ ଦେଇ ଏ ଟ୍ରେନ ଯାଉଛି? ବିଜେପୁର ଉପନିର୍ବାଚନ ସମୟରେ ଏ ପ୍ରତିଶ୍ରୁତି ମିଳିଥିଲା । ଏବେ କେନ୍ଦ୍ରର ବିଜେପି ମନ୍ତ୍ରୀ କହୁଛନ୍ତି ଜମି ମିଳିନି। ମାନ୍ୟବର ମନ୍ତ୍ରୀ କହିବେ କି କେଉଁ ଗାଁ ଦେଇ ଟ୍ରେନ ଯିବ? ଷ୍ଟେସନ କେଉଁଠି ହେବ । ସର୍ଭେ କେବେ ହେଲା । ଡିପିଆର ହୋଇଛି କି? କେନ୍ଦ୍ର ମନ୍ତ୍ରୀ ମିଛ କହୁଛନ୍ତି । ପଦମପୁରବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଫସଲବୀମା ନେଇ ଏଯାଏ ଶୋଇଥିଲେ ।

ଚାଷୀ ଆନ୍ଦୋଳନକୁ ଓହ୍ଲାଇବାରୁ ଭୋଟ ଭୟରେ ନିଦ ଭାଙ୍ଗିଛି । କେନ୍ଦୁପତ୍ର ଉପରେ ୧୮% ଜିଏସଟି ନେଉଛି କେନ୍ଦ୍ର । ଏହା କି ପ୍ରକାର ନ୍ୟାୟ? ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ମୁଁ ସବୁବେଳେ ଲୋକଙ୍କ ସୁଖଦୁଃଖରେ ଅଛି । ଆପଣମାନେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜୟୀ କରାନ୍ତୁ । ସବୁ ସ୍ବପ୍ନ ପୂରଣ ହେବ ବୋଲି ନବୀନ ପଦମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଜେଏନୟୁରେ ବିବାଦ

ନୂଆଦିଲ୍ଲୀ: ଜାତିବାଦକୁ ନେଇ ପୁଣି ବିବାଦରେ ଜେଏନୟୁ । କ୍ୟାମ୍ପସ ଭିତରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଶ୍ରେଣୀଗୃହ କାନ୍ଥରେ ବିବାଦୀୟ ପୋଷ୍ଟର ଲଗାଯାଇଛି । କଲେଜର ଭାଷା ଓ ସାହିତ୍ୟ ବିଭାଗର ଶ୍ରେଣୀ କାନ୍ଥ ଓ କେତେଜଣ ଅତିଥି ଅଧ୍ୟାପକଙ୍କ ଚ୍ୟାମ୍ବର ଗେଟ୍ ଆଗରେ ବ୍ରାହ୍ମଣଙ୍କ ପ୍ରତି ଅପମାନ ଜନକ ଶବ୍ଦ ବ୍ୟବହାର କରାଯାଇଛି ।

ବ୍ରାହ୍ଣଣ ଭାରତ ଛାଡ଼ । ବ୍ରାହ୍ମଣମାନଙ୍କୁ କ୍ୟାମ୍ପସ ଛାଡ଼ି ଚାଲିଯିବାକୁ କାନ୍ଥରେ ଉଲ୍ଲେଖ କରାଯାଇଛି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ନିନ୍ଦା କରିବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରାହ୍ମଣ ପ୍ରଫେସରଙ୍କ ଚାମ୍ବର ଆଗରେ ଏହି ସ୍ଲୋଗାନ ଉଲ୍ଲେଖ କରାଯାଇଛି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଟ୍ୱିଟରରେ ବ୍ରାହ୍ମଣ ଲାଇଫସ ମ୍ୟାଟର ହାସ ଟ୍ୟାଗ୍ ଟ୍ରେଣ୍ଡ କରୁଛି ।

କାଲିଫର୍ଣ୍ଣିଆରୁ ବନ୍ଧା ହେଲା ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: କାଲିଫର୍ଣ୍ଣିଆରୁ ଧରାପଡିଲା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର। ଗୋଲ୍ଡି ବିରୋଧରେ ଭାରତରେ ୧୬ରୁ ଅଧିକ ମାମଲା ରହିଛି । ସିଦ୍ଧୁଙ୍କୁ ମାରିବା ପରେ ସେ ଭାରତରୁ କାଲିଫର୍ଣ୍ଣିଆ ଫେରାର ହୋଇଯାଇଥିଲା । ଭାରତର ଗୁଇନ୍ଦା ଏଜେନ୍ସିର ସୂଚନା ଅନୁଯାୟୀ, କାଲିଫର୍ଣ୍ଣିଆରେ ଗୋଲ୍ଡି ବ୍ରାରଙ୍କୁ ଅଟକ ରଖାଯାଇଛି।

ଭାରତୀୟ ସୁରକ୍ଷା ଏଜେନ୍ସି ଅନୁଯାୟୀ, ଗୋଲ୍ଡି ବରାରକୁ ନଭେମ୍ବର ୨୦ରେ ହେପାଜତରେ ନିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କାଲିଫର୍ନିଆରୁ ଭାରତ ସରକାର କୌଣସି ସରକାରୀ ବିବୃତ୍ତି ଗ୍ରହଣ କରିନାହାଁନ୍ତି। ପୂର୍ବରୁ ଗୁଇନ୍ଦା ଏଜେନ୍ସି ପାଖରେ ଖବର ଥିଲା ଯେ, ଗୋଲ୍‌ଡି କାନାଡାରୁ କାଲିଫର୍ଣ୍ଣିଆ ଯାଇ ସେଠାରେ ସେ ନିଜର ନୂଆ ଠିକଣା କରିଥିଲା। ସେ କାଲିଫର୍ଣ୍ଣିଆର ବିଭିନ୍ନ ସହର ସାକ୍ରାମେଣ୍ଟୋ,  FRIZOW ଓ ସଲ୍ଡ ଲେକ୍‌କୁ ନିଜର ସୁରକ୍ଷିତ ସ୍ଥାନ କରିଥିଲା।

ଚଳିତ ବର୍ଷ ମେ ୨୯ ତାରିଖରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଦିବାଲୋକରେ ହତ୍ୟା କରାଯାଇଥିଲା । ଗୋଲ୍ଡି ଓ ଲରେନ୍ସ ମିଶି ହତ୍ୟା ଯୋଜନା କରିବା ପରେ ନିଜ ସୁଟରଙ୍କ ସାହାଯ୍ୟରେ ତାଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁ ମୁସେୱାଲାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପଞ୍ଜାବ ପୋଲିସ ୨୯ଜଣଙ୍କୁ ଗିରଫ କରିଥିଲା। ଗୋଲ୍ଡି ୨୦୧୭ରୁ କାନାଡାରେ ରହିଆସୁଥିଲା । ନିକଟରେ କାନାଡାରୁ ଆମେରିକା ସିଫ୍ଟ ହୋଇଥିଲା । ବିଦେଶରେ ରହି ବି ଭାରତରେ ମର୍ଡର, ସ୍ମଗଲିଂ ଆଦି ଅନେକ ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା ଗୋଲ୍ଡି

ପଦମପୁରରେ ନବୀନ; କହିଲେ- ଆପଣଙ୍କ ପାଇଁ ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି

ପଦମପୁର: ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।  ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଗଙ୍ଗାଧର ମେହରଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇଲେ ନବୀନ । ଖାଲି ଏତିକି ନୁହେଁ ପଦମପୁରବାସୀଙ୍କୁ ଜୁହାର ଜଣାଇବା ସହ ଆପଣଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ସାମିଲ ହୋଇଛି ବୋଲି କହିଛନ୍ତି।

କେନ୍ଦୁପତ୍ର ବୋନସ ଦେବାରେ ଆମ ରାଜ୍ୟ ସାରା ଭାରତ ବର୍ଷରେ ପ୍ରଥମ । ବିଜେଡି ସରକାର ସବୁବେଳେ ଆପଣଙ୍କ ମଙ୍ଗଳପାଇଁ କାମ କରୁଛି । ନିକଟରେ ପ୍ରଥମ ପର୍ଯ୍ୟାୟରେ ୧ହଜାର ଓ ୧୫୦୦ଟଙ୍କା ବୋନସ ଦିଆଗଲା । ଆଗକୁ ମଧ୍ୟ ବୋନସ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ସାମିଲ କରାଯିବ । ଝିଅ ବାହାଘର, ପିଲାଙ୍କ ପାଠପଢାରେ ବିଜେଡି ସରକାର ସୁବିଧା ଯୋଗଇ ଦେଇଛି ଆଗକୁ ଆହୁରୀ ଅଧିକ ଦେବ ।

କେନ୍ଦୁପତ୍ରରେ ଜିଏସଟି ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ । ଦୁଃଖର କଥା କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮% ଜିଏସଟି ଲଗାଉଛନ୍ତି ହେଲେ ସୁନା ଉପରେ ମାତ୍ର ୩ ପ୍ରତିଶତ ଜିଏସଟି ଲଗାଇଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଁ ଆପଣଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି , ଆପଣଙ୍କ ହକ୍ ପାଇଁ ଲଢିବି ।

ବିଜେପି ନେତାମାନେ ଏହି ଅନ୍ୟାୟ ଉପରେ ମୁହଁ ଖୋଲିବେ ନାହିଁ । ଫସଲବୀମା ଯୋଜନା କେନ୍ଦ୍ରର ଯୋଜନା, ଏଥିରେ ରାଜ୍ୟ ସରକାର ୫୦ ପ୍ରତିଶତ ପ୍ରିମିୟମ ୬୩୦କୋଟି ଦେଉଛନ୍ତି । ପଦମପୁର ଚାଷୀଙ୍କ ଫସଲବୀମା କେନ୍ଦ୍ର ନିକଟରେ ୧୮ମାସ ହେଲା ପଡି ରହିଥିଲା ହେଲେ ଚାଷୀ ଆନ୍ଦୋଳନ ପରେ କେନ୍ଦ୍ରର ନିଦ୍ରା ଭାଙ୍ଗିଲା ବୋଲି ପ୍ରକାଶ କରିଛନ୍ତି ନବୀନ ।

ଆଜି ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ଦିନ

ଭୁବନେଶ୍ୱର: ଆଜି ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ଦିନ । ସ୍କିଲ୍ଡ ଇନ ଓଡ଼ିଶା ଉପରେ ଏକ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ପ୍ରମୁଖ ବକ୍ତାମାନେ ଯୋଗଦେବେ । ଏହା ସହିତ କେମିକାଲ୍ସ, ପେଟ୍ରୋ କେମିକାଲ୍ସ, ପ୍ଲାଷ୍ଟିକ, ଏକ୍ସପର୍ଟ ପ୍ରମୋସନ, ଟେକ୍ସଷ୍ଟାଇଲ ଆଣ୍ଡ ଆପେରାଲ, ଆଗ୍ରୀ ବିଜନେସ ଆଣ୍ଡ ମାର୍କେଟିଂ ଆଦି କ୍ଷେତ୍ରରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।

ସେହିପରି ଅପରାହ୍ମରେ ଫୁଡ ପ୍ରୋସେସିଂ, ଆଇଟି, ହାଣ୍ଡଲୁମ୍, ରିନ୍ୟୁଏବୁଲ ଏନର୍ଜି, ମେଟାଲ ଡାଉନଷ୍ଟ୍ରିମ ଆଦି କ୍ଷେତ୍ରରେ ଆଲୋଚନା କରାଯିବ। ମୋଟ ୧୦ଟି ସେକ୍ଟରାଲ ସେସନ ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇଟି ପ୍ଲିନେରି ସେସନ ଅନୁଷ୍ଠିତ ହେବ । ଗତକାଲି ନିବେଶ ମହାକୁମ୍ଭରେ ପ୍ରମୁଖ ଶିଳ୍ପପତିମାନେ ଯୋଗଦେଇ ୭ଲକ୍ଷ ୨୬ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଦେଇଛନ୍ତି । ଏଥିରେ ରାଜ୍ୟରେ ୩ଲକ୍ଷ ୨୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୋଟ ଅର୍ଥର ଏକ ବଡ଼ ଭାଗ ଖଣି ଓ ଇସ୍ପାତ କ୍ଷେତ୍ରରେ ନିବେଶ ହେବ । ଏହା ସହିତ ଫାର୍ମାସିଟିକାଲ, ପର୍ଯ୍ୟଟନ, ହସ୍ତଶିଳ୍ପ, ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବ ଆସିଛି ।

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଝରଣା ଦାସଙ୍କ ଶେଷକୃତ୍ୟ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି ।

ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି । ସ୍ଵର୍ଗତଃ ଝରଣା ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ବିପୁଳ ଲୋକପ୍ରିୟତା ଆଣି ଦେଇଥିଲା। ଝରଣା ଦାସଙ୍କ ସ୍ଵର ଓ ଚମତ୍କାର ଅଭିନୟ ତାଙ୍କୁ ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ଅଜସ୍ର ସୁନାମ ଦେଇଥିଲା। ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ତଥା ସାଂସ୍କୃତିକ, ଜଗତରେ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ: ଆରପାରିରେ ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସ

 

ଆରପାରିରେ ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସ

କଟକ: ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ । ୮୨ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ଦେହତ୍ୟାଗ କରିଥିବା ସୂଚନା ମିଳିଛି । ସେ ହେଉଛନ୍ତି ଓଲିଉଡ଼ ଜଗତର ଜଣେ ଜଣାଶୁଣା ଚେହେରା । ତାଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

କଟକର ଚାନ୍ଦିନି ଚୌକର ଏକ ଖ୍ରୀଷ୍ଟିୟାନ ଯୌଥ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ସମେସ୍ତ ତାଙ୍କୁ ଶ୍ରଦ୍ଧ।ରେ ଡାକୁଥିଲେ ଝୁମୁ। ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ। ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ ଝରଣା। ତାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅଭିନେତା ଅକ୍ଷୟ ମହାନ୍ତି (କାଶ୍ୟପ) ଓ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ ।

ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ।

ମଲାଜହ୍ନ, ଅମଡ଼ା ବାଟ ଓ ଅଭିନେତ୍ରୀ ଆଦି କଥାଚିତ୍ରରେ ଅଭିନୟ କରି ସେ ବେଶ ଖ୍ୟାତି ଅର୍ଜନ କରିଥିଲେ ।୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିପାରିଥିଲେ।

ସେ ଚଳଚ୍ଚିତ୍ର ବ୍ୟତୀତ, ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ । ଆ’ ଜହ୍ନରେ ଲେଖିବା ନାଁ, ଭାଗ୍ୟ ଚକ୍ର, ସୁନା ଭାଉଜ, ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, ଲାଲ ପାନ ବିବି, କସ୍ତୁରୀ, ସମୟ ବଡ଼ ବଳବାନ, ପୂଜାଫୁଲ, ହୀରାନୀଳା, ନିନାଦ, ଆଶାର ଆକାଶ, ମହାସତୀ ସାବିତ୍ରୀ, ଜ୍ୱାଇଁ ପୁଅ, ହିସାବ ନିକାଶ, ଟିକେ ହସ ଟିକେ ଲୁହ, ଶ୍ରୀ ଜଗନ୍ନାଥ, ଅଦିନ ମେଘ, ମାର୍ଗ, କା, ମଲାଜହ୍ନ, ଅଭିନେତ୍ରୀ, ନବଜନ୍ମ, ଅମଡ଼ା ବାଟ, ନାରୀ ଇତ୍ୟାଦି । ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ଜୟଦେବ ପୁରସ୍କାର,ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼, ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ ଆଦି ଲାଭ କରିଥିଲେ ।

ଆନ୍ଦୋଳନରୁ ଓହରିଲେ ଅଲ ଓଡିଶା ସ୍ବତନ୍ତ୍ର ସ୍କୁଲ କର୍ମଚାରୀ ସଙ୍ଘ

ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ଅଲ ଓଡିଶା ସ୍ବତନ୍ତ୍ର ସ୍କୁଲ କର୍ମଚାରୀ ସଙ୍ଘ। ୫ ଦିନ ଧାରଣା ପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା। ରାଜ୍ୟ ସରକାରଙ୍କ ସହିତ ଆଜି ସଙ୍ଘର ଏକ ୫ ଜଣିଆ ପ୍ରତିନିଧି ଦଳ ଯାଇ ଆଲୋଚନା କରିଛନ୍ତି । ଆଲୋଚନା ସନ୍ତୋଷ ଜନକ ହୋଇଥିବାରୁ ଧାରଣାରୁ ହଟିଥିବା ନେଇ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛି ସଙ୍ଘ ।

ସୂଚନା ଅନୁଯାୟୀ, ୮ ଦଫା ଦାବି ନେଇ ଗତ ୨୭ ତାରିଖରୁ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣା ଦେଇଥିଲା ସଙ୍ଘ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ ସ୍ବତନ୍ତ୍ର ବିଦ୍ୟାଳୟରେ ଭିନ୍ନକ୍ଷମ ପିଲାଙ୍କ ପାଠପଢା ସହିତ ସେମାନଙ୍କ ଦେଖାଶୁଣା କରୁଛନ୍ତି ଏହି ସ୍ବତନ୍ତ୍ର କର୍ମଚାରୀ। ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ଶହ ନିୟମିତ କରାଯାଇ ଦରମା ପ୍ରଦାନ ଆଦି ଦାବି କରିଥିଲା ସଂଘ । ତେବେ ରାଜ୍ୟ ସରକାରଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି ସଂଘ କହିଛି ।