ମହିଳା ଆଇଆଇସିଙ୍କୁ ଜୟନାରାୟଣଙ୍କ ଆକ୍ରମଣ, ନିନ୍ଦା କଲେ ପ୍ରଣବ ପ୍ରକାଶ

ଭୁବନେଶ୍ୱର: ମହିଳା ଆଇଆଇସିଙ୍କୁ ଜୟନାରାୟଣ ମିଶ୍ରଙ୍କ ଅଶାଳୀନ ବ୍ୟବହାର ଓ ବର୍ବରୋଚିତ ଶାରୀରିକ ଆକ୍ରମଣକୁ ନିନ୍ଦା କଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ । ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେନି । ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବାବେଳେ ବିରୋଧୀ ଦଳ ନେତା ନାରୀଙ୍କ ପ୍ରତି ଏପରି ସମ୍ମାନ ଦେଉଛନ୍ତି ।

ଏଭଳି ଆଚରଣ ହେଉଛି ଓଡ଼ିଶା ବିଜେପିର ଅସଲ ଚେହେରା । ଟୁଇଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରି ପ୍ରଣବ ପ୍ରକାଶ କହିଛନ୍ତି, ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ବର୍ବରୋଚିତ ଶାରୀରିକ ଆକ୍ରମଣ କରିଛନ୍ତି । ଆପଣ ନିଶ୍ଚିତ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଶା କରୁଛୁ ବୋଲି ବୋଲି ପ୍ରଣବ କହିଛନ୍ତି ।