ଟ୍ରେନ ଉପରେ ଚଢ଼ି ସେଲ୍ଫି ନେଉଥିଲେ, ଜିଅନ୍ତା ଜଳିଗଲେ

ରାୟଗଡ଼ା: ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ହେଲା କାଳ । ୨୫କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ବଳକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଘଟିଛି କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଭାଲୁମସ୍କା ରେଳ ଷ୍ଟେସନ ନିକଟରେ । ମୃତ ବାଳକ ଜଣକ ହେଲେ କାଶୀପୁର ବ୍ଲକ ବର୍ତ୍ତିବାଲି ଗାଁର ଦେବେନ୍ଦ୍ର ନାୟକ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ଷ୍ଟେସନ ମାଷ୍ଟ୍ରଙ୍କ ସମେତ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ବାଳକର ମର ଶରୀର ଜବତ କାରିଛି ଆର.ପି.ଏଫ୍ । ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।