‘ଆକ୍ରମଣ ଗଣତନ୍ତ୍ର ପ୍ରତି ଅପମାନ, ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ’

ଭୁବନେଶ୍ୱର: ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଆକ୍ରମଣ କରିବା ଘଟଣାକୁ ନିନ୍ଦା କଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ  । ଓଡ଼ିଶା ଭଳି ରାଜ୍ୟରେ ଜଣେ ଜନପ୍ରତିନିଧି ଏପରି କାର୍ଯ୍ୟ କରିବା ଘୃଣିତ  । ଅତ୍ୟଧିକ କ୍ରୋଧିତ ହେବା ଏବଂ ମହିଳା ପୋଲିସ ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା ଘଟଣା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମାନସ  ।

ଏହି ଘଟଣାକୁ ରାଜ୍ୟବାସୀ କଦାପି ବରଦାସ୍ତ କରିବେ ନାହିଁ  । ଏହାର ଜବାବ୍ ନିଶ୍ଚେ ମିଳିବ ବୋଲି କହିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ  । ଅଭଦ୍ର ଭାଷାରେ ଗାଲିଗୁଲଜ କରିବା କେତେଦୂର ସମୀଚିନ, ପୁଣି ଜଣେ ମହିଳା ପୋଲିସ ଅଦିକାରୀଙ୍କୁ  । ରାଜ୍ୟବାସୀ ଏଭଳି ଆଚରଣକୁ କୌଣସି ମତେ ଗ୍ରହଣ କରିବେ ନାହିଁ  । ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ରହିଥିବା ଟ୍ୱିଟ ଯୋଗେ ପ୍ରକାଶ କରିଛନ୍ତି ମାନସ  ।