ଉତ୍ତରାଞ୍ଚଳ ଆରଡିସିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ସମସ୍ତ ମହିଳା ପୋଲିସ ଅଧିକାରୀ

1 min read

ସମ୍ବଲପୁର: ମହିଳା IICଙ୍କୁ ବିଜେପି ବିଧାୟକଙ୍କ ଧକ୍କା ମାରିବା ପ୍ରସଙ୍ଗ । ଉତ୍ତରାଞ୍ଚଳ ଆରଡିସିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ସମ୍ବଲପୁରର ସମସ୍ତ ମହିଳା ପୋଲିସ ଅଧିକାରୀ । ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ସର୍ବସମ୍ମୁଖରେ ବିଧାୟକ ଚାପୁଡ଼ା ମାରିବା ଆଘାତ ଦେଇଛି । ବାରମ୍ବାର ଏଭଳି ଆଚରଣ ଦେଖାଉଛନ୍ତି ଜୟନାରାୟଣ ମିଶ୍ର । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ମହିଳା ପୋଲିସ ଅଧିକାରୀ ।

ସେପଟେ ଏହି ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁର ଟାଉନ ଥାନାରେ ଏତଲା ଦେଇଛନ୍ତି ଆଇଆଇସି ଅନିତା ପ୍ରଧାନ । ଜୟନାରାୟଣଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ଆଇପିସିର ଧାରା ୩୫୩, ୩୫୪, ୩୩୨, ୨୯୪, ୫୦୦, ୩୪୧ ଓ ୫୦୬ଭଳି ଦଫା ଲାଗିଛି । ମହିଳାଙ୍କୁ ଅଶାଳୀନ ବ୍ୟବହାର ପାଇଁ ୩୫୪, ସରକାରୀ କର୍ମଚାରୀଙ୍କ କାମରେ ବାଧା ପହଞ୍ଚାଇବା ପାଇଁ ୩୫୩ । ଧମକ ଦେବା, ଅପରାଧିକ ଷଡ଼ଯନ୍ତ୍ର କରିବା ପାଇଁ ୫୦୬, କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ଶାରିରୀକ ଆଘାତ ପହଞ୍ଚାଇବା ପାଇଁ ୩୩୨, ଅଶାଳୀନ ଭାଷା ପ୍ରୟୋଗ ପାଇଁ ୫୦୦ ଓ ୨୯୪ ଓ ବେଆଇନ ଭାବେ ଅଟକ ରଖିବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଲାଗିଛି ୩୪୧ ଦଫା ।