spot_img
Home Blog Page 3599

ଆତଙ୍କବାଦ ବିରୋଧରେ ସେନାର ବଡ଼ ଆକ୍ସନ, ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଉପତ୍ୟାକାରେ ସେନାର ଅପରେସନ ଅଲ ଆଉଟ । ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ । ସିଧରାରେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସୁରକ୍ଷାକର୍ମୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିଲା । ଟ୍ରକରେ ଲୁଚି ରହିଥିବା ବେଳେ ସେନା ଗୁଳିରେ ତିନି ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅନରେସନ ଜାରି ରହିଛି ।

ଟ୍ରକରୁ ତିନି ଆତଙ୍କବାଦୀଙ୍କ ମୃତଦେହ ଜବତ କରାଯାଇଛି । ତେବେ ମୃତ ତିନି ଆତଙ୍କବାଦୀ କେଉଁ ସଂଗଠନର ଜଣାପଡ଼ିନାହିଁ । ଜାନୁଆରୀ ୨୬ ପୂର୍ବରୁ ଉପତ୍ୟାକାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଭାରତୀୟ ସେନା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି ।

ଚୀନରେ କକଟେଲ ଭୂତାଣୁ ଆତଙ୍କ, ଅନ୍ତୁଡିଶାଳରେ ଏକକାଳୀନ ୪ ଭାରିଆଣ୍ଟର ତାଣ୍ଡବ

ବେଜିଂ: ଚୀନରେ କକଟେଲ ଭାଇରସ ଆତଙ୍କ । ଗତ କିଛି ସପ୍ତାହ ଧରି ଚୀନରେ ଭୟାବହ ରୂପ ଧାରଣ କରିଥିବା କରୋନା ଭୂତାଣୁକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । କରୋନା ଅନ୍ତୁଡିଶାଳରେ ଗୋଟିଏ ନୁହେଁ କୋଭିଡର ୪ଟି ଭାରିଆଣ୍ଟ ଦେଖାଯାଇଛି । ଏକକାଳୀନ ୪ଟି ଭାରିଆଣ୍ଟର ଆକ୍ରମଣ ଯୋଗୁ ସ୍ଥିତି ସାଂଘାତିକ ହୋଇଛି । କକଟେଲ ଭୂତାଣୁ ଚୀନରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଢେର ଗୁଣା ବଢ଼ାଇ ଦେଇଛି । ଏନେଇ ସେଠାକାର ମହାମାରୀ ବିଶେଷଜ୍ଞ ସୂଚନା ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର କୋଭିଡ ପ୍ୟାନେଲ ମୁଖ୍ୟ ଏନ କେ ଆରୋରା ।

ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧୫ ପ୍ରତିଶତ BF-7 ଭୂତାଣୁରେ ସଂକ୍ରମିତ । ପ୍ରାୟ ୫୦% BN ଓ BQ ସିରିଜ ଭାରିଆଣ୍ଟରେ ଆକ୍ରାନ୍ତ ଓ SVV ଭାରିଆଣ୍ଟରେ ୧୦ରୁ ୧୫ ପ୍ରତିଶତ ସଂକ୍ରମିତ ହେଉଛନ୍ତି । ତେବେ ଭାରତରେ କରୋନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଲହର ପରେ ଅନେକଙ୍କଠାରେ ରୋଗ ପ୍ରତିରେଧକ ଶକ୍ତି ବୃଦ୍ଧି ପାଇଛି । ଏହାଛଡ଼ା ଭାରତରେ ଦିଆଯାଇଥିବା କରୋନା ଭ୍ୟାକସିନ ଚୀନ ଭ୍ୟାକସିନ ତୁଳନାରେ ଅତ୍ୟଧିକ ପ୍ରଭାବଶାଳୀ ବୋଲି କେନ୍ଦ୍ର କୋଭିଡ ପ୍ୟାନେଲ ମୁଖ୍ୟ କହିଛନ୍ତି । ଭାରତରେ ୧୨ ବର୍ଷରୁ କମ୍ ପ୍ରାୟ ୯୬ ପ୍ରତିଶତ ପିଲା ସୁରକ୍ଷିତ ବୋଲି ସେ କହିଛନ୍ତି ।

ନୟାଗଡ଼ କଣ୍ଟିଲୋରେ ଅଘଟଣ, ମହାନଦୀରେ ଛାତ୍ରକୁ ଉଦ୍ଧାର କରିବାକୁ ଯାଇ ଶିକ୍ଷକଙ୍କ ମୃତ୍ୟୁ

ନୟାଗଡ଼: ନୟାଗଡ଼ କଣ୍ଟିଲୋରେ ଅଘଟଣ । ମହାନଦୀରେ ଛାତ୍ରକୁ ଉଦ୍ଧାର କରିବାକୁ ଯାଇ ଶିକ୍ଷକଙ୍କ ମୃତ୍ୟୁ । ଆଜି କଣ୍ଟିଲୋ ମହାନଦୀରେ ଗାଧୋଇବା ବେଳେ ଜଣେ ଛାତ୍ର ବୁଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ପାଣି ଭିତରକୁ ପଶି ଯାଇଥିଲେ ଶିକ୍ଷକ । ହେଲେ ଶିକ୍ଷକ ଜଣ ବୁଡି ଯାଇଥିଲେ । ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ, ନିଖୋଜ ଥିବା ଶିକ୍ଷକଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳ, ଶିକ୍ଷକଙ୍କର ମଅତ୍ୟୁ ହୋଇଛି । ମୃତକ ହେଲେ ସରୋଜ ଦାଶ ।

ଯୌତୁକ ପାଇଁ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ

ବାଙ୍କୀ: ଯୌତୁକ ପାଇଁ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ଅଭିଯୋଗ । ବାଙ୍କୀ ଥାନା ହରିରାଜପୁର ଗାଁରେ ଘଟିଛି ଏଭଳି ଘଟଣା । ବିବାହର ପାଞ୍ଚ ବର୍ଷ ପରେ ଯୌତୁକ ନିର୍ଯାତନା ଅଭିଯୋଗ । କଥା କଥାକେ ମାଡ଼ ମାରିଥିବା ସ୍ୱାମୀ ଶେଷରେ ପାଲଟିଗଲା ରାକ୍ଷସ । ସବୁଦିନ ରାସ୍ତାରୁ ହଟାଇବା ପାଇଁ ଯୋଜନାବଦ୍ଧ ଭାବେ ସ୍ୱାମୀ ଓ ସମ୍ପର୍କୀୟ ଦେଢ଼ଶୁର ମିଶି ମାଡ଼ ମାରିବା ସହ ଜୀବନରୁ ମାରିଦେବା ଉଦେଶ୍ୟରେ ଦେହରେ କିରୋସିନ ଢାଳି ପୋଡିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ସ୍ତ୍ରୀ । ଗୁରୁତର ମହିଳା ଏଲିନା ବେଉରାଙ୍କ ମୁହଁ ଓ ଦେହରେ ଆଘାତ ଲାଗିଛି ।

ହରିରାଜପୁର ଗାଁର ଅଜୟ ବେଉରାଙ୍କୁ ବିବାହ କରିଥିଲେ ଏଲିନା । ବିବାହର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଯୌତୁକ ଲୋଭରେ ମାଡ଼ ମାରୁଥିଲେ ସ୍ବାମୀ । ଗତକାଲି ସ୍ବାମୀ ଓ ସମ୍ପର୍କୀୟ ଦେଢ଼ଶୂର ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଏଲିନା କୌଶଳକ୍ରମେ ଖସି ଆସି ତାଙ୍କ ଭାଇଙ୍କୁ କହିବା ପରେ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ତାଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବାଙ୍କୀ ଥାନାରେ ଏତଲା ପରେ ପୋଲିସ ସ୍ୱାମୀ ଅଜୟକୁ ଗିରଫ କରିଛି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି ।

ଚା’ ଦୋକାନୀ ଆକ୍ରମଣରେ ବୃଦ୍ଧ ମୃତ

କୋଲକାତା: ଚା’ ମାଗିବାରୁ ବୃଦ୍ଧଙ୍କୁ ଚା’ ଦେଲେନି ଦୋକାନୀ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ । ଚା’ ଦୋକାନୀ ଆକ୍ରମଣରେ ବୃଦ୍ଧ ମୃତ । ପଶ୍ଚିମବଙ୍ଗ ନଦିଆ ରାଣା ଘାଟ ଆଇସ ତାଲା ଅଞ୍ଚଳର ୭୦ ବର୍ଷୀୟ ବୃଦ୍ଧ ବିଶ୍ୱଜିତ୍ ଅଧିକାରୀ ଦିଲ୍ଲୀପଙ୍କ ଚା’ ଦୋକାନକୁ ଯାଇ ଚା’ ପିଇବାକୁ ମାଗିଥିଲେ । ହେଲେ ଚା’ ଦେବାକୁ ଦିଲ୍ଲୀପ ମନା କରିଦେଇଥିଲେ । ଯାହାକୁ ନେଇ ଦିଲ୍ଲୀପ ଓ ବିଶ୍ୱଜିତକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ରାଗିଯାଇ ଚା’ ଦୋକାନୀ ଦିଲୀପ ଏକ ଲୁହା ଅସ୍ତ୍ରରେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ଚା’ ଦୋକାନୀ ଦିଲୀପ ସବୁ ବେଳେ ଲୋକଙ୍କ ସହ କଳି ଝଗଡ଼ା କଳି କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଫେରାର ଚା’ ଦୋକାନୀ ଦିଲୀପକୁ ଖୋଜୁଛି ।

ଆସନ୍ତାବର୍ଷ ଆମେରିକାରେ ଗୃହଯୁଦ୍ଧ, ଏଲନ ମସ୍କ ହେବେ ରାଷ୍ଟ୍ରପତି

ଓ୍ୱାଶିଂଟନ: ଆସନ୍ତାବର୍ଷ ଆମେରିକାରେ ଗୃହଯୁଦ୍ଧ । ଏଲନ ମସ୍କ ହେବେ ରାଷ୍ଟ୍ରପତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ଘନିଷ୍ଠ ସହଯୋଗୀ ତଥା ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବଙ୍କ ଏହି ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆସନ୍ତାବର୍ଷ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ ଯୁଦ୍ଧ ହେବ ଏବଂ ଆମେରିକାରେ ଗୃହଯୁଦ୍ଧ ସଂଗଠିତ ହେବ । ଫଳ ସ୍ୱରୂପ ଏଲନ ମସ୍କ ଆମେରିକାର ରାଷ୍ଟ୍ରପତି ହେବେ ବୋଲି କହିଛନ୍ତି ମେଦଭେଦେବ ।

ପୁଟିନଙ୍କ ନିରାପତ୍ତା ପରାମର୍ଶଦାତା ପରିଷଦର ଉପମୁଖ୍ୟ ମେଦଭେଦେବ ଗତ ୨୦୦୮ରୁ ୨୦୧୨ ଯାଏ ଥିଲେ ଋଷ ରାଷ୍ଟ୍ରପତି । ବର୍ତ୍ତମାନ ପୁଟିନଙ୍କ ସବୁଠାରୁ ପାଖଲୋକ ତଥା କ୍ଷମତାଶାଳୀ ବ୍ୟକ୍ତିତ୍ୱ ରହିଛନ୍ତି ମେଦଭେଦେବ । ମେଦଭେଦେବଙ୍କ ବୟାନ ପରେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ଟେସଲା ଓ ଟ୍ବିଟର ମାଲିକ ମସ୍କ । ଦେଶର ସାମରିକ ଶିଳ୍ପ ବିଭାଗ ବର୍ତ୍ତମାନ ମେଦଭେଦେବଙ୍କ ହାତରେ ରହିଛି । ସେହିପରି ୟୁରୋପୀୟ ୟୁନିଅନରେ ବ୍ରିଟେନ ପୁନର୍ବାର ଯୋଗ ଦେବ ଏବଂ ଏହା ପରେ ପରେ ୟୁନିଅନ ଭାଙ୍ଗିଯିବ ବୋଲି କଳନା କରିଛନ୍ତି ମେଦଭେଦେବ ।

ବୁଷ୍ଟର ଡୋଜ କିମ୍ବା ସତର୍କତାମୂଳକ ଡୋଜ ନେଇଥିବା ବ୍ୟକ୍ତିମାନେ ନେଇପାରିବେ ନାହିଁ ନାଜାଲ ଭାକ୍ସିନ

ନୂଆଦିଲ୍ଲୀ: ବୁଷ୍ଟର ଡୋଜ କିମ୍ବା ଆଗୁଆ ସତର୍କତାମୂଳକ ଡୋଜ ନେଇଥିବା ବ୍ୟକ୍ତିମାନେ ନେଇପାରିବେ ନାହିଁ ନାଜାଲ ଭାକ୍ସିନ । ଏନେଇ ସୂଚନା ଦେଇଛନ୍ତି ଭାକ୍ସିନ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଏନକେ ଅରୋରା । ଗତ ସପ୍ତାହରେ କୋଓ୍ୱିନ ପୋର୍ଟାଲରେ ନାଜାଲ ଭାକ୍ସିନ ଇନକୋଭାକ ଉପଲବ୍ଧ ହୋଇଛି । ସେ କହିଛନ୍ତି,  ପ୍ରଥମ ବୁଷ୍ଟର ଡୋଜ ଭାବେ ଇନକୋଭାକକୁ ମଞ୍ଜୁରୀ ଦିଆଯାଇଛି । ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଡୋଜ ନେଇସାରିଛନ୍ତି କିମ୍ବା ବୁଷ୍ଟର ନେଇଛନ୍ତି ତେବେ ତାଙ୍କ ଲାଗି ନାଜାଲ ଭାକ୍ସିନକୁ ସୁପାରିସ କରାଯାଇପାରିବ ନାହିଁ । ବର୍ତ୍ତମାନ ସୁଦ୍ଧା ଯେଉଁମାନେ ସତର୍କତାମୂଳକ ଡୋଜ ନେଇନାହାନ୍ତି ସେମାନଙ୍କ ଲାଗି ହିଁ ନାଜାଲ ଭାକ୍ସିନ ସୁପାରିସ କରାଯାଇପାରିବ ।

ନ୍ୟାସନାଲ ଟେକନିକାଲ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ ଅଧୀନସ୍ଥ କୋଭିଡ ଓ୍ୱାର୍କିଂ ଗ୍ରୁପର ଅଧ୍ୟକ୍ଷ ଅଛନ୍ତି ଡାକ୍ତର ଅରୋରା । ସେ କହିଛନ୍ତି ଏକ ନିର୍ଦ୍ଦିଷ୍ଟ ପ୍ରକାର ଆଣ୍ଟିଜେନ ଦ୍ୱାରା ଯଦି ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ଟିକାକରଣ କରାଯାଏ ତେବେ ଶରୀର ଏହାକୁ ଗ୍ରହଣ କରିବ ନାହିଁ କିମ୍ବା ଏହାର ସ୍ୱଳ୍ପ ପ୍ରଭାବ ରହିବ । ଏହି କାରଣରୁ ଏମ-ଆରଏନଏ ଭାକ୍ସିନକୁ ୬ ମାସ ବ୍ୟବଧାନରେ ଦିଆଯାଇଥାଏ । ନାଜାଲ ଭାକ୍ସିନର ପ୍ରଭାବ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି ବୋଲି କହିଛନ୍ତି ଡାକ୍ତର ଅରୋରା ।

ହକି ବିଶ୍ବକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ କମ୍ପିବ ବାରବାଟୀ, ଆଜିଠୁ ଅନଲାଇନରେ ଟିକେଟ ବିକ୍ରି

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ୱକପ । ବିଶ୍ୱକପ ଆରମ୍ଭର ଦୁଇ ଦିନ ପୂର୍ବରୁ ଅର୍ଥାତ ଜାନୁଆରୀ ୧୧ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଉଦଘାଟନୀ ଉତ୍ସବ । ମହାସାମରୋହର ପାଳନ କରାଯିବ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ସମାରୋହ ପାଇଁ ଆଜିଠୁ ଅନଲାଇନରେ ବିକ୍ରି ହେବ ଟିକେଟ । ଆଜି ଦିନ ୧୨ଟାରୁ ଅନଲାଇନ ପ୍ଲାଟଫର୍ମ ପେଟିଏମ ଇନସାଇଡରରେ ଦର୍ଶକମାନେ ଟିକେଟ କିଣିପାରିବେ ।

ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ କମ୍ପିବ ବାରବାଟୀ । ଜଲଓ୍ୱା ଦେଖାଇବେ ବଲିଉଡ ସୁପରଷ୍ଟାର ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ । ହକି ଫିଭର ସହ ଏମାନଙ୍କ ଉପସ୍ଥିତି ହକି ପ୍ରେମୀଙ୍କ ଉତ୍ସାହକୁ ଦୁଇଗୁଣା କରିବ । ସଙ୍ଗୀତ ନିର୍ଦ୍ଦେଶକ ପ୍ରିତମ, ଲିଶା ମିଶ୍ର, ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି, ନୀତି ମୋହନ, କଣ୍ଠଶିଳ୍ପୀ ବେନୀ ଦୟାଲ ଏବଂ ବ୍ଲାକସନ୍ ଡ୍ୟାନ୍ସ ଗ୍ରୁପ ମଧ୍ୟ ବିଶ୍ବକପ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ । ଏମାନଙ୍କ ଉପସ୍ଥିତିରେ ବାରବାଟୀରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମ ବେଶ ଆକର୍ଷିତ ହେବ ।

ଆମେରିକାରେ ଚିନ୍ତା ବଢାଉଛି ବରଫ ଝଡ଼, ଚାରିଆଡ଼େ ବରଫ ଆସ୍ଥର

ନ୍ୟୁୟର୍କ: ଆମେରିକାରେ ପ୍ରବଳ ଥଣ୍ଡା ଏବଂ ବରଫାପାତ ଯୋଗୁଁ ଏପର୍ଯ୍ୟନ୍ତ ୪୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ବରଫ ଝଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି ବରଫ ଝଡ଼ରେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାର କାର୍ଯ୍ୟ ଏବେ ବି ଲାଗି ରହିଛି । ଏହା ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲୋକେ ନିଜ କାର, ଘରେ ଏବଂ ବରଫ ତଳେ ମୃତ୍ୟୁବରଣ କରିଛନ୍ତି । ବରଫ ଝଡ଼ ଯୋଗୁଁ ୧୫ ହଜାରରୁ ଅଧିକ ବିମାନ ଉଡ଼ାଣ ରଦ୍ଦ କରିଦିଆଯାଇଛି । ଆମେରିକାରେ ଆସିଥିବା ବରଫ ଝଡ଼ ଯୋଗୁଁ ଦେଶରେ ଅନେକ ଭାଗରେ ପ୍ରବଳ ଥଣ୍ଡା ଲାଗି ରହିଛି ।

ପଶ୍ଚିମ ନ୍ୟୁୟର୍କର ଲୋକେ ପ୍ରବଳ ଥଣ୍ଡାରେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ସଡ଼କରେ ଅନେକ ଟ୍ରକ୍, ବସ୍, କାର୍ ଆଦି ଗାଡ଼ି ବରଫ ତଳେ ପୋତି ହୋଇ ରହିଛି। ଏହା ତଳେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ ପଠାଇବାକୁ ପୂରା ଟିମ୍ ସଜାଗ ରହିଛି । ତାପମାତ୍ରା ମାଇନସ୍ ୪୫ ଡିଗ୍ରୀକୁ ଖସିଛି । ଆମେରିକାରୁ କାନାଡା ଯାଏ ସାଂଘାତିକ ସ୍ଥିତି । ବରଫ ଝଡ଼ ନେଲାଣି ୪୮ ଜଣଙ୍କର ଜୀବନ । କଲବଲ ହେଉଛନ୍ତି ଆମେରିକାବାସୀ । ବମ୍ ସାଇକ୍ଲୋନରେ ପ୍ରଭାବିତ ହୋଇଛନ୍ତି ୨୫ ଲକ୍ଷରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଛି ନ୍ୟୁୟର୍କର ସିଟି ଅଫ ବୋଫାଲୋ । ସେହିପରି ପଶ୍ଚିମ ଆମେରିକାର ମୋଣ୍ଟାନା ସହରରେ ସ୍ଥିତି ସଙ୍ଗୀନ । ସେଠାରେ ସର୍ବନିମ୍ନ ତାପାମାତ୍ରା ମାଇନସ୍ ୪୫ ଡିଗ୍ରୀ ରହିଛି ।

ଭିଜିଲାନ୍ସ ଜାଲରେ ଭବାନୀପଟଣା ମୁନିସିପାଲିଟି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍

କଳାହାଣ୍ଡି: କଳାହାଣ୍ଡି ଭିଜିଲାନ୍ସ ଜାଲରେ ଭବାନୀପାଟଣା ମୁନିସିପାଲିଟି ଡେପୁଟି ଏଗଜିକ୍ୟୁଟିଭ୍ ଇଞ୍ଜିନିୟର ସମୀର ଠାକୁର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍‌ । ଭବାନୀପାଟଣା ମୁନିସିପାଲିଟି ଅଫିସ, ମହାବୀରପଡ଼ା ସ୍ଥିତ ଘର, ବଜାରପଡ଼ା ବେଙ୍ଗାଲୁରୁ ବେକେରି ପାଖସ୍ଥିତ ତାଙ୍କ ଭଡ଼ାଘର ଓ ତାଙ୍କ ସମ୍ପର୍କୀୟ ଶଳା ଘରେ ଚାଲିଛି ରେଡ୍‌ । ଏହି ରେଡରେ କୋରାପୁଟ ଭିଜିଲାନ୍ସ ଡିଭିଜନର ୪ଟି ଟିମ୍ ଭବାନୀପାଟଣା ଭିଜିଲାନ୍ସ ଟିମ୍ ମଧ୍ୟ ସାମିଲ ଅଛନ୍ତି ।