spot_img
Home Blog Page 3598

ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରେ ବୋମା ଗୁଜବ

ଭୁବନେଶ୍ୱର: ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରେ ବୋମା ଗୁଜବ । ପାର୍ସଲ ସ୍କାନିଂ ବେଳେ ବୋମା ଥିବା ଗୁଜବ ସୃଷ୍ଟି ହେବା ପରେ ଆତଙ୍କ ଦେଖାଦେଇଥିଲା । ବିମାନବନ୍ଦରରେ ପହଞ୍ଚି ପାର୍ସଲକୁ ବମ୍ ସ୍କ୍ବାଡ ଓ ଡଗ୍ ସ୍କ୍ବାଡ ପହଞ୍ଚି ତଦାରଖ କରିଛନ୍ତି । ଏହାସହ ବିମାନବନ୍ଦର କାର୍ଗୋ ଟର୍ମିନାଲରେ ବୋମା ଖବରକୁ ଖଣ୍ଡ କରିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ତେବେ ଏହା ଗୁଜବ ଓ ଲୋକଙ୍କୁ ଭ୍ରମିତ ନକରିବାକୁ ନିବେଦନ କରିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ଖବର ଅନୁସାରେ ବୁଧବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରକୁ ପାର୍ସଲରେ ଏକ ବୋମା ଆସିଥିବା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ସଜାଗ ହୋଇଯାଇଥିଲେ । ତେବେ ଯାଞ୍ଚରେ ଜଣାପଡ଼ିଛି ଯେ ବୋମା ଖବର ଏକ ଗୁଜବ ବୋଲି । ସୂଚନାଯୋଗ୍ୟ, ଆଉ କିଛି ଦିନ ପରେ ହକି ବିଶ୍ୱକପ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ଷା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ହେବ । ବିଶ୍ୱକପକୁ ଦୃଷ୍ଟିରେ ରଖି ପୋଲିସ ବିଭାବ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରିଛି । ଏହି ବୋମା ଗୁଜବ ସମସ୍ତଙ୍କୁ ବିଚଳିତ କରିଦେଇଥିଲା ।

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗଲ !

ନନ୍ଦିଘୋଷ ବ୍ୟୁରୋ: ଟୁଇଟର, ଆମାଜନ ଓ ମେଟାର ପଥ ଅବଲମ୍ବନ କରିବ ଗୁଗଲ । ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ କମ୍ପାନି । ବର୍ତ୍ତମାନ ସୁଦ୍ଧା ଟୁଇଟର, ଆମାଜନ ଓ ମେଟା ୪୫ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିସାରିଥିବାବେଳେ ଗୁଗଲ ସମପଦକ୍ଷେପ ନେଇଛି । ଗୁଗଲ ପକ୍ଷରୁ ବର୍ତ୍ତମାନ ଗୁଗଲ ରିଭ୍ୟୁସ ଆଣ୍ଡ ଡେଭଲପମେଣ୍ଟ ବା ଗ୍ରାଡ ନୀତି ଆପଣାଯାଇଛି । ଏହି ନୀତି ବଳରେ କର୍ମଚାରୀ ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ।

ତେବେ କମ୍ପାନିର ଏହି ନୀତିକୁ ସମାଲୋଚନା କରିଛନ୍ତି କର୍ମଚାରୀ । ନୂଆ ନୀତି ଅନୁସାରେ ଫୁଲଟାଇମ କର୍ମଚାରୀଙ୍କ ମଧ୍ୟରୁ ୬ ପ୍ରତିଶତ କର୍ମଚାରୀଙ୍କୁ ହଟାଇଦିଆଯିବ । ଉପଯୁକ୍ତ ପରଫର୍ମାନ୍ସ ରେଟିଂ ଅନୁସାରେ ଅନେକ କର୍ମଚାରୀ ବିଦା ହେବେ ବୋଲି ସୂଚନା ମିଳିଛି । ଗୋଟିଏ ପଟେ ପରଫର୍ମାନସ ଇମ୍ପ୍ରୁଭମେଣ୍ଟ ପ୍ଲାନ ଓ ଅନ୍ୟ ପକ୍ଷରେ ବଜାର ସ୍ଥିତିରେ ମାନ୍ଦା ଯୋଗୁ କମ୍ପାନି ଏହି ପଦକ୍ଷେପ ନେବ ।

କୋଭିଡ ଟେଷ୍ଟିଂରେ ଆଗୁଆ ରହିଛି ଓଡ଼ିଶା: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ଟେଷ୍ଟିଂରେ ଆଗୁଆ ରହିଛି ଓଡ଼ିଶା। ଏସସିବିରେ ହେବ ଜିନମ ସିକ୍ୱେନ୍ସିଂ। ସମ୍ଭାବ୍ୟ କରୋନା ଲହର ମୁକାବିଲା ପାଇଁ ସବୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। କୋଭିଡ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି। କୋଭିଡ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନଜର ରଖିଛନ୍ତି। ହକି ବିଶ୍ୱକପ ଥିବାରୁ ସଂକ୍ରମଣ ନବ୍ୟାପିବା ପାଇଁ ସରକାର ସତର୍କ ରହିଛନ୍ତି। ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ଥଣ୍ଡା ଓ ଛିଙ୍କ ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ । ଅଧିକ ଟିକାକରଣକୁ ବ୍ୟାପକ କରିବା ପାଇଁ ଭ୍ୟାକସିନ ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

କରୋନା ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ । ତଥାପି ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ତଥ୍ୟ ନେବା ସହ ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ। ମାସ୍କ ବ୍ୟବହାର କରନ୍ତୁ ବୋଲି ନିବେଦନ କରିଛି ସ୍ୱାସ୍ଥ୍ୟ ବିଭାଗ । ଗତକାଲି ସବୁ କୋଭିଡ ହସ୍ପିଟାଲରେ ମକଡ୍ରିଲ୍ କରାଯାଇଥିଲା । ମେଡିକାଲରେ ବେଡ୍ ଅକ୍ସିଜେନ୍ ସମସ୍ତ ଆବଶ୍ୟକୀୟ ଉପକରଣ ଅଛି କି ନାହିଁ, ମ୍ୟାନ୍ ପାୱାର ଅଛନ୍ତି କି ନାହିଁ, ସେନେଇ  ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିଲା । ଓମିକ୍ରନ ସବ୍ ଭ୍ୟାରିଏଣ୍ଟ ଥିବାରୁ ସମସ୍ତଙ୍କୁ ସତର୍କ କରାଇଛି ବିଭାଗ । ତୃତୀୟ ଲହର ବହୁତ କମ୍ ଦିନ ଥିଲା ଏବଂ ହସ୍ପିଟାଲାଇଜେସନ ରେଟ୍‌ ମଧ୍ୟ କମ୍ ଥିଲା ।

ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରଧାନମନ୍ତ୍ରୀଙ୍କ ମା’

ଅହମ୍ମଦାବାଦ: ବିଗିଡ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ସ୍ୱାସ୍ଥ୍ୟବସ୍ଥା । ଅହମ୍ମଦାବାଦ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କର ଏବେ ଚିକିତ୍ସା ଚାଲିଛି । ହସ୍ପିଟାଲ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ହୀରାବେନଙ୍କ ହାଲଚାଲ ଜାଣିବା ପାଇଁ ୟୁଏନ ମେହତା ହସ୍ପିଟାଲରେ ପହଞ୍ଚିଛନ୍ତି ।

କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମାଆଙ୍କୁ ଭେଟିବା ପାଇଁ ଅପରାହ୍ନରେ ଅହମ୍ମଦାବାଦରେ ପହଞ୍ଚିବେ । ଏହା ପୂର୍ବରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ତାଙ୍କ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି । ପ୍ରଶାସନ ପକ୍ଷରୁ ହସ୍ପିଟାଲ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ହୀରାବେନଙ୍କୁ ୟୁଏନ ମେହତା ହସ୍ପିଟାଲର କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର ଅହମ୍ମଦାବାଦରେ ଭର୍ତ୍ତି କରାଯାଇଛି ।

ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି । ପ୍ରକାଶଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ମଙ୍ଗଳବାର ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ଅହମ୍ମଦାବାଦର ୟୁଏନ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କଫରେ ପୀଡିତ ଅଛନ୍ତି ହୀରାବେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରା ବା ଜୁନରେ ହିଁ ୧୦୦ ବର୍ଷରେ ପାଦ ଥାପିଥିଲେ ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ କାର୍ ଦୁର୍ଘଟଣାରେ ଆହତ ହୋଇଥିଲେ । ଗାଡ଼ିରେ ପରିବାର ସହ ଯିବା ସମୟରେ ମୈସୁର ପାଖରେ କାର୍ ଦୁର୍ଘଟଣାଗସ୍ତ ହୋଇଥିଲା । କାରରେ ତାଙ୍କ ପତ୍ନୀ, ପୁଅ, ବୋହୂ ଓ ନାତି ଥିଲେ । ସମସ୍ତେ ସାମାନ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ।

ପୁରୀରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ  

ପୁରୀ: ପୁରୀରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୨୦ରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ପ୍ରତିଟି କାମ ସରିବାର ଡେଡଲାଇନ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଶ୍ରୀସେତୁ କାର୍ଯ୍ୟର ସମୀକ୍ଷା କରିବା ସହ ଆସନ୍ତା ୬ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ । ଶ୍ରୀମନ୍ଦିର ପରିକ୍ରିମା ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଆସନ୍ତା ୩ ମାସ ମଧ୍ୟରେ ଶେଷ ହେବ । ହବିଷ୍ୟାଳୀଙ୍କ ପାଇଁ ନିର୍ମାଣ କରାଯାଇଥିବା ବିଶାଳ ଘର, ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ବର୍ଷ ସାରା କିପରି ବ୍ୟବହାର କରିପାରିବେ ସେନେଇ ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ପୁରୀରେ ଥିବା ୫ଟି ତୀର୍ଥ ପୁଷ୍କରିଣୀର ପୁନଃରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି । ସେହିପରି ପୁରୀ ସ୍ୱର୍ଗଦ୍ୱାରର ଉନ୍ନତିକରଣ କାର୍ଯ୍ୟ ସରିଛି । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାପରେ ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ସମସ୍ତ ସୁବିଧା ପାଇବା ସହ ଆନନ୍ଦରେ ଶ୍ରୀମନ୍ଦିର, ସମୁଦ୍ରକୂଳ ବୁଲିବା ସହ ପୁରୀ ଆଖପାଖରେ ଥିବା ପର୍ଯ୍ୟଟନସ୍ଥଳ ବୁଲିପାରିବେ । ପୁରୀ, କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗାର ମଧ୍ୟ ସାମଗ୍ରୀକ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଚାଲିଛି । ବର୍ତ୍ତମାନ ବିମାନବନ୍ଦରର ପାଚେରୀ ନିର୍ମାଣ କାମ ଚାଲିଛି । ଖୁବଶୀଘ୍ର ଟେଣ୍ଡର ଡକାଯାଇ ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିମାନବନ୍ଦର କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ହକି ବିଶ୍ୱକପ ପାଇଁ କାଉଣ୍ଟଡାଉନ୍, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିସିପି ଓ ବିମାନ ବନ୍ଦର କର୍ତ୍ତୃପକ୍ଷ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୩ ତାରିଖରେ ଅନୁଷ୍ଠିତ ହେବ ହକି ବିଶ୍ୱକପ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ଏୟାରପୋର୍ଟ ଅଥରିଟି । ହକି ବିଶ୍ୱକପ ପାଇଁ ସୁରକ୍ଷା ଦାୟିତ୍ୱରେ ରହିବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ । ୪ ତାରିଖରୁ ଏୟାରପୋର୍ଟରେ ମୁତୟନ ହେବେ ୨ ପ୍ଲାଟୁନ୍ ଫୋର୍ସ । ଭୁବନେଶ୍ୱର ଏୟାରପୋର୍ଟ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ହକି ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ । ବାହାର ଦେଶରୁ ଆସୁଥିବା ଖେଳାଳିଙ୍କ ସୁରକ୍ଷା ଉପରେ ସ୍ୱତନ୍ତ୍ର ନଜର ରଖାଯିବ ବୋଲି ଡିସିପି କହିଛନ୍ତି ।

କେନ୍ଦ୍ର ବିରୋଧରେ ପୁଣି ରଣହୁଙ୍କାର, ବିଜେଡିର ତୀବ୍ର ପ୍ରତିବାଦ, ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ

ଜୟପୁର: ଆଦିବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ । ଆଦିବାସୀର ମାନ୍ୟତା ସକାଶେ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୧୬୦ଟି ପ୍ରସ୍ତାବକୁ କେନ୍ଦ୍ରର ଆଦିବାସୀ ମନ୍ତ୍ରାଳୟ ଦୀର୍ଘ ଦିନ ଧରି ଅନୁମୋଦନ କରୁନି । ବାରମ୍ବାର ଅବଲମ୍ବନ କରିଚାଲିଛି ଟାଳଟୁଳ ନୀତି । ପ୍ରତିବାଦରେ ବିଜେଡି ସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ ହୋଇଛି । ଏହି ପରିପେକ୍ଷୀରେ କୋରାପୁଟ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଉଛି । ଏହା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏ ସମ୍ପର୍କରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ।

 

ହକି ବିଶ୍ୱକପ ପାଇଁ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଜାନୁଆରୀ ୧୩ରୁ ୨୯ ଯାଏ ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ବକପ୍ । ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ବକପ୍‌ର ଆୟୋଜନ କରୁଥିବାରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଷ୍ଟାଲିନଙ୍କୁ ଦେଇଛନ୍ତି ନିମନ୍ତ୍ରଣ ପତ୍ର । ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ତାମିଲନାଡୁର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଧୟନିଧି ଷ୍ଟାଲିନ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିବା ସହ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି ଷ୍ଟାଲିନ୍ । ଯଥାସମ୍ଭବ ଓଡ଼ିଶା ଆସି ହକି ମହାକୁମ୍ଭରେ ସାମିଲ ହେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦିଲ୍ଲୀ ଯାଇ ଜଗନମୋହନଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଅଧଘଣ୍ଟାର ସାକ୍ଷାତ ବେଳେ ନିମନ୍ତ୍ରଣ ପତ୍ର ସହ ହକି ଟି-ସାର୍ଟ ଓ ରୁପା ଅଶୋକ ଚକ୍ର ପ୍ରଦାନ କରିଛନ୍ତି  । ଏହି ଅବସରରେ ୱାଇଏସଆରସିପିର ରାଜ୍ୟସଭା ସାଂସଦ ବିଜୟ ସାଇ ରେଡୀ ଉପସ୍ଥିତ ଥିଲେ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ।

ଆରମ୍ଭ ହେଲା ବିଏମସିର ପୂର୍ଣ୍ଣାଙ୍ଗ କର୍ପୋରେସନ ବୈଠକ, ମେୟରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ

ଭୁବନେଶ୍ୱର: ଆରମ୍ଭ ହେଲା ବିଏମସିର ପୂର୍ଣ୍ଣାଙ୍ଗ କର୍ପୋରେସନ ବୈଠକ । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବୈଠକରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ପୋରେଟର ଉପସ୍ଥିତ ରହିଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁରେଶ ରାଉତରାୟ ଉପସ୍ଥିତ । ଭୁବନେଶ୍ବର ବାହାରେ ଥିବାରୁ ୩ ବିଧାୟକ ଅନୁପସ୍ଥିତ ଅଛନ୍ତି ।

୨୦୨୨ର ଶେଷ କର୍ପୋରେସନ ବୈଠକ ବସିଛି । ଭୁବନେଶ୍ୱରରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ହକିର ଆୟୋଜନ ହେବାକୁ ଥିବା ବେଳେ ପ୍ରସ୍ତୁତିକୁ ନେଇ ହେବ ଆଲୋଚନା । ସହରର ସୌନ୍ଦର୍ଯ୍ୟକରଣ ଓ ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ ସମେତ ସହରରେ ଚାଲିଥିବା ଉଚ୍ଛେଦ ଅଭିଯାନ ଓ ଉଠାଦୋକାନୀଙ୍କ ସମସ୍ୟା ଉପରେ ହୋଇପାରେ ଆଲୋଚନା । ସେହିପରି ବୈଠକରେ ୨୦୨୩ ବର୍ଷ ପାଇଁ ବଜେଟ ପ୍ରସ୍ତାବ ଆଗତ ନେଇ ହୋଇପାରେ ଆଲୋଚନା ।