spot_img
Home Blog Page 3569

ପ୍ରଶଂସକଙ୍କୁ ନିରାଶ କଲେ ଟେନିସ୍ ଷ୍ଟାର ସାନିଆ ମିର୍ଜା

ନୂଆଦିଲ୍ଲୀ: ପ୍ରଶଂସକଙ୍କୁ ନିରାଶ କଲେ ଟେନିସ୍ ଷ୍ଟାର ସାନିଆ ମିର୍ଜା । ସନ୍ନ୍ୟାସ ଘୋଷଣା କଲେ ଟେନିସ୍ ତାରକା ସାନିଆ ମିର୍ଜା । ନିଜ ପ୍ରଫେସନାଲ କ୍ୟାରିୟରରୁ ବିଦାୟ ନେଇଛନ୍ତି ସାନିଆ । ଆସନ୍ତା ଫେବ୍ରୁଆରୀରେ ଦୁବାଇରେ ଥିବା ଚାମ୍ପିଅନସିପରେ ସେ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ଖେଳିବେ । ଡବ୍ଲୁଟିଏ ୧୦୦୦ ଇଭେଣ୍ଟରେ ଶେଷ ଥର ପାଇଁ ଖେଳିବେ ସାନିଆ ।

୩୬ ବର୍ଷିୟା ସାନିଆ ଡବଲ୍ସରେ ବିଶ୍ୱର ୧ ନମ୍ବର ମାନ୍ୟତା ପାଇସାରିଛନ୍ତି । ଗତ ବର୍ଷ ଖେଳରୁ ସନ୍ନ୍ୟାସ ନେବାର ସୂଚନା ଦେଇଥିଲେ ବି ଆଣ୍ଠୁରେ ସମସ୍ୟା ଯୋଗୁଁ ଏହି ନିଷ୍ପତ୍ତି ନେଇଛନ୍ତି । ଫେବ୍ରୁଆରୀରେ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଖେଳିବେ ସାନିଆ ମିର୍ଜା ।

ଉର୍ଫି କାହିଁକି ପିନ୍ଧନ୍ତି ଛୋଟ ପୋଷାକ, ପୂରା ପୋଷାକରେ ହୁଏ ତାଙ୍କର ଆଲର୍ଜି

ମୁମ୍ବାଇ : ଅତରଙ୍ଗି ଡ୍ରେସିଂ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁଠାରୁ ଚର୍ଚ୍ଚାରେ ଥିବା ନାଁ ହେଉଛି ଉର୍ଫି ଜାଭେଦ। ବଲିଉଡରେ ଏଣ୍ଟ୍ରି ମାରିଥିଲେ ଆକ୍ଟିଂ ପାଇଁ ହେଲେ ନିଜର ଅଜଗ ଗଜବ ଡ୍ରେସ ସହ ବୋଲ୍ଡ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୁଅନ୍ତି ଉର୍ଫି। ନିଜର ବୋଲ୍ଡ ଲୁକ ଏବଂ ଫ୍ୟାସନ ଷ୍ଟାଇଲକୁ ନେଇ ତାଙ୍କର ଟ୍ରୋଲ ହେବା ସତେ ଯେମିତି ଗୋଟିଏ ପରମ୍ପରା ହୋଇସାରିଲାଣି ।  ଲାଇମ ଲାଇଟରେ ରହିବା ପାଇଁ ଉର୍ଫି ସବୁବେଳେ ଏମିତି ଅତରଙ୍ଗି ଡ୍ରେସିଂ ଷ୍ଟାଇଲକୁ  ଆପଣେଇ ଥିବା ସମସ୍ତେ ଜାଣିଛନ୍ତି। ପ୍ରଥମଥର ପାଇଁ ଉର୍ଫି ନିଜର ଏହି ଅଜବଗଜବ ପିନ୍ଧିବା ପଛର ଅସଲ କାରଣ କହିଛନ୍ତି। ଉର୍ଫି ପୁଣି ନିଜର ମଜବୁରୀ ଯୋଗୁଁ ଏମିତି ଡ୍ରେସିଂ ଷ୍ଟାଇଲକୁ ଆପଣେଇଥିବା ନିଜର ଫ୍ୟାନ୍ସଙ୍କୁ ଜଣାଇଛନ୍ତି।

ଏନେଇ ଉର୍ଫି ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ଦେହରେ ହୋଇଥିବା କିଛି ରାସେସକୁ ସ୍ଫଷ୍ଟ ଦେଖାଇଛନ୍ତି। ଉର୍ଫିଙ୍କ କହିବା ଅନୁଯାୟୀ ତାଙ୍କ ବଡିରେ ଏସବୁ ହେଉଛି ଆଲର୍ଜି । ଯାହାର ମୁଖ୍ୟ କାରଣ ହେଉଛି ପୁଣି ପୋଷାକ। ଏଠାରେ ଉର୍ଫିଙ୍କ ଏହି ଆଲର୍ଜି କୌଣସି ଅତରଙ୍ଗି ପୋଷାକ ପାଇଁ  ନୁହେଁ ବରଂ ପୁରା ପୋଷାକ ପିନ୍ଧିଲେ ହେଉଛି। ସେ ଯେବେ ବି ପୂରା ପୋଷାକ ପିନ୍ଧନ୍ତି ତାଙ୍କ ବଡିରେ ଏମିତି ରାଶେସ ମାନ ସବୁ ହୋଇଥାଏ। ଫ୍ୟାନ୍ସଙ୍କୁ ଉର୍ଫି ଜଣାଇଲେ ମୋ କଣ୍ଡିସନ ଖୁବ ସିରିୟସ। ପୂରା କପଡା ଏବଂ କିଛି ଶୀତ ଦିନର ପୋଷାକ ପିନ୍ଧିଲେ ହିଁ ତାଙ୍କ ବଡିରେ ଏମିତି ଆଲର୍ଜି ସବୁ ହୁଏ। ସେଥିଲାଗି ସେ ଏମିତି ଛୋଟ କପଡା ପିନ୍ଧୁଛନ୍ତି।

୨୦୧୬ ରେ ଉର୍ଫି ଏଣ୍ଟରଟେନମେଂଟ ଦୁନିଆରେ ପାଦ ଥାପିଥିଲେ। ବାସ ସେହି ଦିନଠାରୁ ଲଗାତାର ସେ ଚର୍ଚ୍ଚାରେ ରହି ଆସିଛନ୍ତି। ପରେ ଓଟିଟି ପ୍ଟାଟଫର୍ମରେ ବିଗ ବସର ପ୍ରଥମ ସିଜନରେ ସେ ଏଣ୍ଟ୍ରି ମାରିଥିଲେ ସେଠାରେ କିନ୍ତୁ ସେ ଅଧିକ ଦିନ ଯାଏଁ ତିଷ୍ଠି ପାରିନଥିଲେ। ଏବେ ଇନଷ୍ଟାଗ୍ରାମ ତଥା ଅନ୍ୟ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଅନ୍ଦାଜ ଏବଂ ଅତରଙ୍ଗି ଡ୍ରେସିଂ ସେନ୍ସ ପାଇଁ ଚର୍ଚ୍ଚାରେ ରହିଛନ୍ତି ଉର୍ଫି।

 

କ୍ଲାସ ଗଣ୍ଡୋଗଳକୁ ନେଇ ଶିକ୍ଷକଙ୍କୁ ଗୁଳି ମାରିଲା ୬ ବର୍ଷର ଶିଶୁ

ୱାସିଂଟନ:  ଶିକ୍ଷକଙ୍କୁ ଗୁଳି ମାଡ଼ କଲା ୬ ବର୍ଷର ଶିଶୁ  । ଆମେରିକାର ଏହି ଘଟଣା ସମଗ୍ର ଦେଶବାସୀଙ୍କୁ ଚକିତ କରାଇଦେଇଛି  । କ୍ଲାସ ରୁମ ଭିତରେ ଶିକ୍ଷୟିତ୍ରୀଙ୍କୁ ଗୁଳି କରିଛି  । ଗୁଳିମାଡରେ ଶିକ୍ଷୟତ୍ରୀ ଜଣଙ୍କ ଗୁରୁତର ହୋଇଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି  । ତାଙ୍କର ବୟସ ୩୦ ବର୍ଷ ହୋଇଥିବା ଜଣା ପଡିଛି  ।

ମିଳିଥିବା ସୂଚନା ମୁତାବକ ଶନିବାର ଆମେରିକାର ରିକନେକ୍ ଏଲିମେଟ୍ରି ସ୍କୁଲରେ ଘଟିଛି ଏହି ଅଘଟଣ  । ଘଟଣା ଘଟିବାବେଳେ କ୍ଲାସ ରୁମରେ ଶିକ୍ଷୟତ୍ରୀ ଏବଂ ଛାତ୍ର ଏକାକୀ ରହିଥିଲେ  । ଏନେଇ ପୋଲିସ ମୁଖ୍ୟ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରିଛନ୍ତି  । ସେ କହିଛନ୍ତି ଏହା କୈଣସିମତେ ଦୁର୍ଘଟଣା ନଥିଲା  । ଛାତ୍ର ଜଣଙ୍କ ଜାଣି ଶୁଣି ଗୁଳିକାଣ୍ଡ ଘଟାଇଛି  । କୌଣସି ଏକ ବିବାଦକୁ ନେଇ ଏହି ଅଘଟଣ ଛାତ୍ର ଜଣଙ୍କ ଭିଆଇଛି  ।

ଗୁଳିମାଡ଼ର ଶିକାର ହୋଇଥିବା ଶିକ୍ଷୟତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଗୁଳିମାଡ଼ ଯୋଗୁଁ ମହିଳାଙ୍କ ଜୀବନ ଯିବାର ଆଶଙ୍କା ମଧ୍ୟ ରହିଛି  । କିନ୍ତୁ ଉତ୍ତମ ଚିକିତ୍ସା ଯୋଗୁଁ ଗୁରୁତର ଶିକ୍ଷୟତ୍ରୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ନେଇ ସୂଚନା ଦେଇଛନ୍ତି ଡାକ୍ତର  । ଗୁଳିକାଣ୍ଡ ଘଟାଇଥିବା ଶିଶୁକୁ ପୋଲିସ କଷ୍ଟୋଡିରେ ରଖିଛି  ।

ଏଣିକି ଆକାଶ ପଥରେ ରାଉରକେଲା, ଭୁବନେଶ୍ୱରରୁ ଉଡ଼ିଲା ବିମାନ

ଭୁବନେଶ୍ୱର: ସରିଲା ପ୍ରତୀକ୍ଷା । ଏଣିକି ଆକାଶ ପଥରେ ରାଉରକେଲା । ଆଜିଠୁ ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିଛି ବିମାନ। ସକାଳ 10 ଟା 45ରେ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରିଛି ଆଲାଏନ୍ସ ଏୟାର ବିମାନ । ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସି ଜରିଆରେ ସାମିଲ ହୋଇଛନ୍ତି । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଅଛନ୍ତି ।

10 ଟା 45ରେ ଭୁବନେଶ୍ବରରୁ ଉଡାଣ ଆରମ୍ଭ କରି ୧୧ଟା ୪୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିଛି ବିମାନ । ଏହାପରେ 12 ଟା 5ରେ ରାଉରକେଲାରୁ ବାହାରି ଅପରାହ୍ମ ଗୋଟାଏରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ । 12 ତାରିଖରୁ ଦୈନିକ ଉଡାଣ ଜାରି ରହିବ । ପ୍ରତିଦିନ ବିମାନ ଭୁବନେଶ୍ବରରୁ ଦିନ 2ଟା 55ରେ ଛାଡ଼ି ରାଉରକେଲାରେ 3 ଟା 50ରେ ପହଞ୍ଚିବ।

ରାଉରକେଲାରୁ 4ଟା 15ରେ ବାହାରି ଭୁବନେଶ୍ବରରେ 5ଟା 10ରେ ପହଞ୍ଚିବ । ଭୁବନେଶ୍ବରରୁ ରାଉରକେଲା ବିମାନ ଟିକେଟ ମୂଲ୍ୟ ରହିଛି 2ହଜାର 803ଟଙ୍କା । ସେହିଭଳି ରାଉରକେଲାରୁ ଭୁବନେଶ୍ବର ଟିକେଟ ମୂଲ୍ୟ ରହିଛି 2ହଜାର 721ଟଙ୍କା । ବିମାନରେ ରହିବ 72 ସିଟର ବ୍ୟବସ୍ଥା ରହିଛି । ବିମାନରେ ଆଜି ନ୍ୟୁଜିଲାଣ୍ଡ ଟିମ୍ ରାଉରକେଲା ଗସ୍ତ କରିବ ।

ଅତ୍ୟାଚାରୀ କଂସ ଦାଉରୁ ମିଳିଲା ମଥୁରାକୁ ମୁକ୍ତି

ବରଗଡ଼: ଅଧର୍ମ ଉପରେ ହେଲା ଧର୍ମର ବିଜୟ । ଅତ୍ୟାଚାରୀ କଂସ ଦାଉରୁ ମିଳିଲା ମଥୁରାକୁ ମୁକ୍ତି । ମଞ୍ଚରୁ ପଡ଼ି ମରିଲା ମାମୁ କଂସ । ପୁଣି ମଥୁରାର ରାଜା ହେଲେ ଉଗ୍ରସେନ । କଂସବଧ ସହ ଶେଷ ହୋଇଛି ବରଗଡ଼ ଧନୁଯାତ୍ରା । ଯାତ୍ରା ଆଳରେ କୃଷ୍ଣ ଓ ବଳରାମଙ୍କୁ ମାରିବାକୁ ଯୋଜନା କରିଥିଲା କଂସାସୁର । ମତ୍ତ ହସ୍ତୀ, ଅଷ୍ଟମଲ୍ଲ ଓ ବିଭିନ୍ନ ଅସୁରଙ୍କୁ ମାରିବା ପରେ ଶେଷରେ ମଞ୍ଚରେ ବସିଥିବା କଂସକୁ ତଳକୁ ପକାଇ ବଧ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ । କଂସ ବଧ ପରେ ମଥୁରାରେ ପୁଣି ଶାନ୍ତି ଫେରିଛି ।

ଶ୍ରୀକୃଷ୍ଣଙ୍କ ଜୟ ଜୟକାରରେ ମୁଖରିତ ହୋଇଛି ବରଗଡ଼ ଧନୁଯାତ୍ରା । ଦେବକୀ ଓ ବସୁଦେବ ପୁଅକୁ ପାଇ ଭାବବିହ୍ବଳ ହୋଇଛନ୍ତି । ବିଶ୍ବର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା । ୧୧ ଦିନ ପରେ କଂସବଧ ଶହ ପଡିଛି ଯବନିକା । ଆଜି ପୁରୀ ଆସୁଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା ହୃଷୀକେଷ ଭୋଇ । ଯାତ୍ରା ସମୟରେ ନିଜ ଅଭିନୟ ପାଇଁ ସେ ଭଗବାନଙ୍କୁ ଅନେକ ଅପମାନିତ କରିଛନ୍ତି । ତେଣୁ ମହୋଦଧିରେ ସ୍ନାନ କରି ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ।

ଆଜି ଭାରତ-ଶ୍ରୀଲଙ୍କା ଶେଷ ଟି-୨୦, ଉଭୟ ଦଳ ପାଇଁ କର ବା ମର ସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଅନ୍ତିମ ତଥା ଶେଷ ଟି-୨୦ ମ୍ୟାଚ । ଉଭୟ ଦଳ ପାଇଁ କର ବା ମର ସ୍ଥିତି । ସନ୍ଧ୍ୟା ୭ଟାରୁ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ରାଜକୋଟରେ ଆରମ୍ଭ ହେବ ମ୍ୟାଚ୍ । ହାର୍ଦ୍ଦିକ ପାଣ୍ଡିଆଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ମେନ ଇନ୍ ବ୍ଲୁ । ତିନି ଟିକିଆ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ୍ ଜିତି ସିରିଜ ବରାବର ରହିଛି ।

ଆଜିର ମ୍ୟାଚ ଜିତି ସିରିଜ ବିଜୟ ପାଇଁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ତ୍ରୁଟିକୁ ସୁଧାରି ମ୍ୟାଚ ଜିତିବାକୁ ଉଦ୍ୟମ କରିବ ଭାରତ । ସେପଟେ ଗତ ମ୍ୟାଚରେ ବିଜୟ ଲାଭ କରି ଭ୍ରମଣକାରୀ ଦଳର ମନୋବଳ ଦୃଢ ରହିଛି । ଆଜି ମ୍ୟାଚ ଜିତି ଘରୋଇ ମାଟିରେ ଭାରତକୁ ଚେକ୍ ଦେବାକୁ ଉଦ୍ୟମ ରଣନୀତି କରିଛି ସିଂହଳୀ ଦଳ ।

ଭୁବନେଶ୍ୱରରେ ପେଡାଲ ଫର ହକି ସାଇକ୍ଲୋଥନ

ଭୁବନେଶ୍ୱର: ହକି ବିଶ୍ୱକପ ଆୟୋଜନ ପୂର୍ବରୁ ସହରକୁ ଓ ରାଜଧାନୀବାସୀଙ୍କୁ ଚଳଚଞ୍ଚଳ କରିବାକୁ ଯାଇ ଉଭୟ ବିଏମସି ଓ ବିଡିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ଆଜି ଭୁବନେଶ୍ୱରରେ ପେଡାଲ ଫର ହକି ନାମକ ସାଇକ୍ଲୋଥନର ଆୟୋଜନ କରାଯାଇଛି।

ଜାଭିଅର ଛକ ଠାରୁ ଜୟଦେବବିହାର, ରସୁଲଗଡ଼ ଛକରୁ ବାଣୀବିହାର ଓ ଏୟାରପୋର୍ଟ ଛକରୁ ଶିଶୁଭବନ ଓ ରାଜମହଲ ଛକ ପର୍ଯ୍ୟନ୍ତ ଏହି ସାଇକ୍ଲୋଥନ କରାଯିବ। ପରେ ମାଷ୍ଟରକ୍ୟାଣ୍ଟିନ ଛକରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ ।

ସାଳନ୍ଦୀ ନଦୀ ପୋଲ ଉପରୁ ଖସିପଡ଼ିଲା ବୋଲେରୋ

ମୟୁରଭଞ୍ଜ: ସାଳନ୍ଦୀ ନଦୀ ପୋଲ ଉପରୁ ଖସିପଡ଼ିଲା ବୋଲେରୋ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ଅଘଟଣ । ବଣଭୋଜି ସାରିବା ଫେରିବାବେଳେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଭୈରବକୁଣ୍ଡ -ବାଗଦଫା ରାସ୍ତାରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି ବୋଲେରୋ । ଘଟଣାସ୍ଥଳରୁ ୪ ଜଣଙ୍କୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ଘଷିପୁରା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

ଧଳା ବାଘୁଣୀ ରୂପା ଜନ୍ମଦେଲା ୩ ଶାବକ, ନନ୍ଦନକାନନରେ ବଢିଲା ଉତ୍ସାହ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଉତ୍ସାହ । ବଢିଲା ବାଘଙ୍କ ସଂଖ୍ୟା । ଧଳା ବାଘୁଣୀ ରୂପା 3 ଶାବକଙ୍କୁ ଜନ୍ମ ଦେଇଛି । ଜନ୍ମିତ ଛୁଆଙ୍କୁ ମଧ୍ୟରେ ଦୁଇଟି କଳା ଶାବକ ଓ ଗୋଟିଏ ଧଳା ଶାବକ ଅଛନ୍ତି । ମହାବଳ ବାଘ ରାଜେଶ ଓ ବାଘୁଣୀ ରୁପା ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି ।

ଉଭୟ ମା’ ଓ ଶାବକ ସୁସ୍ଥ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ସିସି ଟିଭିରେ ସେମାନଙ୍କ ଉପରେ ନିରୀକ୍ଷଣ କରାଯାଉଛି । ଏହି ୩ ଶାବକଙ୍କୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

ମିଶନ ଶକ୍ତିର ସ୍ବର୍ଣ୍ଣିମ ଅଧ୍ୟାୟ, ହାତ ବଢାଇଲା ଓଡିଶା ଗ୍ରାମ୍ୟ ବ୍ୟାଙ୍କ

ଭୁବନେଶ୍ୱର: ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏଥିରେ ସହଯୋଗର ହାତ ବଢାଇଛି ଓଡିଶା ଗ୍ରାମ୍ୟ ବ୍ୟାଙ୍କ । ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ମିଶନ ଶକ୍ତିର ମା ମାନଙ୍କ ପାଇଁ ଆଜି ଆରମ୍ଭ ହୋଇଛି ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମ । ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ଏହାଦ୍ବାରା ରାଜ୍ୟର ୨.୬୮ ଲକ୍ଷ ମା’ ଉପକୃତ ହେବେ। ଏକାଦିନରେ କେବଳ ମା ମାନଙ୍କ ପାଇଁ ଏତେ ବଡ ଋଣ ପ୍ରଦାନ କାର୍ଯ୍ୟକ୍ରମ ପୂର୍ବରୁ କେବେ ହୋଇନାହିଁ। ଉପସ୍ଥିତ ଥିବା ୫ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ 10 ଲକ୍ଷ୍ ଲେଖା ଋଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ଲକ୍ଷ ଟଙ୍କାର ଋଣ ମିଳିଥିଲା।

ଏହି ଅବସରରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ଓ ଓଡିଶାର ରୂପାନ୍ତରରେ ଭାଗୀଦାର ହେବାପାଇଁ ବ୍ୟାଙ୍କର୍ସ ମାନଙ୍କୁ ଆହ୍ବାନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବାରେ ଓଡିଶା ଏକ ଆଗୁଆ ରାଜ୍ୟ। ଓଡିଶାର ଘରେ ଘରେ, ଗାଁ ଗାଁରେ ଆଜି ମିଶନ ଶକ୍ତି ଆଜି ତାର ଜୟଯାତ୍ରା ଜାରି ରଖିଛି ଏବଂ ଆଗାମୀ ଦିନରେ ଏହା ଆହୁରି ସଶକ୍ତ ହେବ ବୋଲି ସେ କହିଥିଲେ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାସ୍ତରୀୟ ଫେଡେରେସନ ମାନଙ୍କ ପାଇଁ ଏକ କୋଟି ଏବଂ ବ୍ଲକ୍ସ୍ତରୀୟ ଫେଡେରେସନ ପାଇଁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ କରିବା ପାଇଁ ନିଷ୍ପତ୍ତି କରାଯାଇଛି । ଏହାସହିତ ମା ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ମିଶନ ଶକ୍ତି କାର୍ଯ୍ୟକ୍ରମରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମେକ୍‌-ଇନ୍‌-ଓଡିଶା କାର୍ଯ୍ୟକ୍ରମରେ ଏହା ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପୁରସ୍କାର ପାଇଛି ଏବଂ ମା ମାନଙ୍କୁ 1001କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ଟି Multi Purpose Mobile Van-cum-ATMକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଗ୍ରାମାଞ୍ଚଳରେ ଆର୍ଥିକ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମକୁ ଏହା ଆହୁରି ସୁଦୃଢ କରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଗ୍ରାମାଞ୍ଚଳରେ ବିଶେଷକରି ମହିଳାମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏଥିପାଇଁ ଗତ ୬ ବର୍ଷ ଧରି ଏହା ରାଜ୍ୟ ସରକାରଙ୍କ ଠାରୁ Excellence Award ମଧ୍ୟ ପାଇଛି।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ଯେ ରାଜ୍ୟରେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ହାରାହାରି ଋଣ ପରିମାଣ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିପାଇଁ ବ୍ୟାଙ୍କମାନେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଗତ କିଛି ବର୍ଷ ଧରି ଲକ୍ଷ୍ୟ ଠାରୁ ଅଧିକ ଋଣ ଉପଲବ୍‌ଧ ହୋଇପାରୁଛି ବୋଲି ସେ କହିଥିଲେ। ଏଥିରେ ଗ୍ରାମ୍ୟ ବ୍ୟାଙ୍କର ଭୂମିକାକୁ ସେ ପ୍ରଶଂସା କରିଥିଲେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ଆଜି ମିଶନ ଶକ୍ତି ଏକ ମହାଦ୍ରୁମରେ ପରିଣତ ହୋଇପାରିଛି । ମିଶନ ଶକ୍ତିର ମା ମାନେ ଋଣ ପରିଶୋଧ କ୍ଷେତ୍ରରେ ବହୁତ ଆଗରେ ଅଛନ୍ତି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଭାଗ ନେଇ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ  ସୁଜାତା କାର୍ତ୍ତିକେୟନ କହିଲେ ଯେ ମିଶନ ଶକ୍ତି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ବିଭିନ୍ନ କ୍ଷେତ୍ରରେ ଯୋଗଦାନ ରଖି ମା ମାନେ ନିଜର ଉପସ୍ଥିତି ଓ ମର୍ଯ୍ୟଦା ଜାହିର କରିବେ । ଏ କ୍ଷେତ୍ରରେ ଆଜି ଆମେ ଅନେକ ପରିମାଣରେ ସଫଳ ହୋଇଛୁ ବୋଲି ସେ କହିଥିଲେ । ସେ କହିଥିଲେ ଯେ ଦିନ ଥିଲା ମା ମାନେ ବ୍ୟାଙ୍କ କଣ ଜାଣି ନ ଥିଲେ। ବ୍ୟାଙ୍କକୁ ଯିବାକୁ ଡରୁ ଥିଲେ। କାରଣ ଏହା ଥିଲା ପୁରୁଷ ମାନଙ୍କ କ୍ଷେତ୍ର। ଆଜି ବ୍ୟାଙ୍କ ମାନେ ଗାଁ ଗାଁ, ଘର ଘର ବୁଲି ମା ମାନଙ୍କୁ ଋଣ ଦେଉଛନ୍ତି। ଏହା ହେଉଛି ରୂପାନ୍ତର ବୋଲି ସେ କହିଥିଲେ।

ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ସ୍ବୟଂ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଗୋଷ୍ଠୀକୁ ବ୍ୟାଙ୍କର ମାନଙ୍କ ଋଣ ପ୍ରଦାନ କାର୍ଯ୍ୟକ୍ରମର ନିୟମିତ ସମୀକ୍ଷା କରନ୍ତି । ସେହିପରି ମିଶନ ଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗ କରିବାରେ ଓଡିଶା ପ୍ରଥମ ରାଜ୍ୟ। ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମା ମାନଙ୍କୁ ୫ ବର୍ଷରେ ୫୦,୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ମୋହନ ଏମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜେନେରାଲ ମ୍ୟାନେଜର  ବସନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।