ମସ୍କୋ ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍, ଋଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି କରିପାରନ୍ତି ମଧ୍ୟସ୍ଥତା

1 min read

ମସ୍କୋ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯିବେ ମସ୍କୋ ଗସ୍ତରେ । ଏହି ଗସ୍ତକାଳରେ ଋଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ମଧ୍ୟସ୍ଥତା କରିପାରନ୍ତି ଜିନପିଙ୍ଗ୍ । ତୃତୀୟ ଥର ଲାଗି ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ଜିନପିଙ୍ଗଙ୍କ ମସ୍କୋ ଗସ୍ତ ଅନେକ କାରଣରୁ ଗୁରୁତ୍ବପୂର୍ଣ୍ଣ ହୋଇଛି । ପାରମ୍ପରିକ ଶତ୍ରୁ ଇରାନ ଓ ସାଉଦି ଆରବ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିଲା ଚୀନ । ସେଦୃଷ୍ଟିରୁ ଯୁଦ୍ଧର ଅନ୍ତ ଲାଗି ଜିନପିଙ୍ଗ୍ ପୁରୁଣା ବନ୍ଧୁ ଭ୍ଲାଦିମିର ପୁଟିନଙ୍କୁ ପରାମର୍ଶ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଶ୍ବରେ ନିଜର ଭୂମିକାକୁ ଅଧିକ ସକ୍ରିୟ କରିବା ଲାଗି ବେଜିଂ ପକ୍ଷରୁ ଆରମ୍ଭ ହୋଇଛି ଗ୍ଲୋବାଲ ସିକ୍ୟୁରିଟି ଇନିସିଏଟିଭ ବା ଜିଏସଆଇ । ଏହା ଜରିଆରେ ବିବାଦ ଦୂର କରିବା, ଦୀର୍ଘ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା, ବିକାଶକୁ ଗତିଶୀଳ କରିବା ଲାଗି ଚୀନ ପଦକ୍ଷେପ ନେଉଛି ।